ଆସନ୍ତୁ ଜାଣିବା 11 ଅକ୍ଟୋବର 2020, ରବିବାରର ରାଶିଫଳ !

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଥାଏ । ଆମେ ପ୍ରତିଦିନର ରାଶିଫଳ ବିଶେଷ କରି ଆପଣଙ୍କ ପାଇଁ ପ୍ରକାଶ କରୁଛୁ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ? ଆସନ୍ତୁ ଜାଣିବା ୧୧ ଅକ୍ଟୋବର ରବିବାରର ରାଶିଫଳ :

ମେଷ :

ଆଜି ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ ଓ ଉନ୍ନତିର ପଥରେ ଅଗ୍ରସର ହେବେ । ପ୍ରତ୍ୟେକ ଦିଗରୁ ମନ ଖୁସୀ ରହିବ, କାର୍ଯ୍ୟଗୁଡିକ ଆଗ୍ରହର ସହ ସମ୍ପାଦନ କରିବା ପାଇଁ ନିଷ୍ପତ୍ତି ନେବେ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ ଏବଂ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ । ବ୍ୟବସାୟରେ ଆଶାତୀତ ଫଳ ପ୍ରାପ୍ତି ହେବ । ଅଫିସରେ ଆପଣଙ୍କ କଥାକୁ କର୍ତ୍ତୃପକ୍ଷ ସକାରାତ୍ମକରେ ନେବେ । ସାମାଜିକ ସ୍ତରରେ ଧର୍ମକାର୍ଯ୍ୟ କରିବେ ଏବଂ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ଯାନ୍ତ୍ରିକ କାର୍ଯ୍ୟ, ରଚନାମତ୍କ କାମ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସଫଳ ହେବେ । ସ୍ଵାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଶାରଳା ।

ବୃଷ :

ଆଜି ଆପଣଙ୍କ ମନରେ ଆତ୍ମବିଶ୍ଵାସ ଦୃଢ ରହିବ । ଲୋକପ୍ରିୟତା ବୃଦ୍ଧି ପାଇବା ସଙ୍ଗକୁ ସାମାଜିିକ ସ୍ତରରେ ପ୍ରଶଂସିତ ହେବେ । କିନ୍ତୁ କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ । ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହେବ । କିନ୍ତୁ ଦୂରଦର୍ଶିତା ଅଭାବରୁ କେତେକ କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଉପରେ ପୂର୍ଣ୍ଣ ସହଯୋଗ ମିଳିବ କିନ୍ତୁ ଅଫିସରେ ଯେଉଁ କାମ କରିଛନ୍ତି ତାର ଶ୍ରେୟ ଅନ୍ୟ କାହାରକୁ ଦିଆଯିବ ଯାହାଫଳରେ ମନରେ ସରସତା ରହିବ ନାହିିଁ । ବେରୋଜଗାର ଥିବା ଯୁବପିଡିଙ୍କୁ କୌଣସି କମ୍ପାନୀରୁ ଚାକିରିର ଖବର ଆସିପାରେ । ପାରିବାରିକ କ୍ଷେତ୍ରରେ ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହୋଇପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ମାଣିକେଶ୍ଵରୀ ।

ମିଥୁନ :

ପ୍ରତ୍ୟେକ କ୍ଷେତ୍ରରେ ମନରେ ଉତ୍ସାହ ଓ ଆଗ୍ରହ ଜନ୍ମିବ । ଅର୍ଥଲାଭ ସହ କାର୍ଯ୍ୟକ୍ଷେତ୍ରରେ ମନୋବାଞ୍ଛା ଅବଶ୍ୟ ପୂରଣ ହେବ । ମିଠା କଥା କହି ଅନ୍ୟମାନଙ୍କ ଦ୍ଵାରା ନିଜର ସ୍ଥଗିତ ଥିବା କାର୍ଯ୍ୟକୁ ସମ୍ପାଦନ କରିବାରେ ସମର୍ଥ ହେବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଅଫିସରେ ଗୁରୁତ୍ବ ପୂର୍ଣ୍ଣ ଫଇସଲା ନେଇ ପାରନ୍ତି । ଉଚ୍ଚପଦାଧିକାରୀ ସହ ଆଲୋଚନା କ୍ଷେତ୍ରରେ ଉନ୍ନତମାନର ଫଳ ପ୍ରଦାନ କରିବେ । ସଭାସମିତିରେ ବୁଦ୍ଧିଜୀବୀମାନଙ୍କ ଆଦରଣୀୟ ହେବେ । କେତେକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇପାରେ । ପ୍ରତ୍ୟେକ କ୍ଷେତ୍ରରେ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭଦ୍ରକାଳୀ ।

କର୍କଟ :

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ଦୈହିକ ସୁସ୍ଥତା ସଙ୍ଗକୁ ମାନସିକ ସ୍ତରରେ ସୁସ୍ଥ ଅନୁଭବ କରିବେ । ଆପଣଙ୍କ ଆତ୍ମୀୟ ସ୍ଵଜନମାନେ ଆପଣ ଉଦ୍ୟମ କରୁଥିବା କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିପାରନ୍ତି କିନ୍ତୁ ଧୌର୍ଯ୍ୟହରା ନ ହୋଇ ନିଜର ଯୋଜନା ମୁତାବକ କାର୍ଯ୍ୟ କରିଲେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଅଫିସରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରୁହନ୍ତୁ, ନତୁବା ଅଯଥା ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ରହିଛି । ସଭାସମିତି କିମ୍ବା ବନ୍ଧୁ ଗହଣରେ ଗଠନ ମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ । ବିବାଦୀୟ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ଖଟାଇ କାର୍ଯ୍ୟସାଧନ କରିବେ । ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଆପଣ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ସିଂହ :

ଆଜି ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଆର୍ଥିକ ପରିସ୍ଥିତି କ୍ରମଶଃ ବଦଳି ଯିବାରୁ ମନକୁ ଆଶ୍ଵସ୍ତି ମିଳିବ । କିନ୍ତୁ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି । ବାରମ୍ବାର ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ କେତେକ କାର୍ଯ୍ୟ ସଂପୂର୍ଣ୍ଣ କରିବା କଷ୍ଟକର ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ପରୋକ୍ଷ ଶତ୍ରୁତା ହେତୁ କର୍ମକ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ କରିବାକୁ ପଡିପାରେ । ଅଫିସରେ ଆପଣଙ୍କ କାର୍ଯ୍ୟ କରିବାର ଶୈଳୀ ଦେଖି ସମସ୍ତେ ପ୍ରଶଂସା କରିପାରନ୍ତି । କିନ୍ତୁ ଅଫିସରେ ପୂର୍ବରୁ ସ୍ଥଗିତ ଥିବା କାର୍ଯ୍ୟ ସକାଶେ ଉଚ୍ଚାଧିକାରୀଙ୍କୁ କୈଫତ୍ ଦେବାକୁ ପଡିବ । ସାଧାରଣ କଥାକୁ କେନ୍ଦ୍ରକରି ଅପରାହ୍ନରେ ଟେନ୍‌ସନ ବଢ଼ିପାରେ । ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତିତ ହୋଇପାରନ୍ତି । ଶୁଭରଙ୍ଗ: ଗୋଲାପୀ । ଆରାଧନା: ଶ୍ରୀଗଣେଶ ।

କନ୍ୟା :

ହସଖୁସିରେ ଦିନଟି ଅତିବାହିତ କରିବେ । କିନ୍ତୁ ପ୍ରତ୍ୟେକ ଭାବିଚିନ୍ତି କାର୍ଯ୍ୟ କରନ୍ତୁ, ନଚେତ୍ ନାନା ପ୍ରକାର ସମସ୍ୟାର ସମ୍ମୁଖିନ ହେବାକୁ ପଡିବ । ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ତାହା ବିଶେଷ ଉତ୍କୃଷ୍ଟ ରୂପ ନେବ ନାହିଁ । ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ଆବଶ୍ୟକତା ଉପଲବ୍ଧି କରି ଏକାଧିକ କାମ ହାତକୁ ନେଇ ବ୍ୟଥିତ ହୋଇପାରନ୍ତି । ଯାନ୍ତ୍ରିକ ଶିଳ୍ପ ଓ ପ୍ରଶାସନ, ଆଇନ ଓ ଅଦାଲତ ତଥା ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ତୁଳା :

ଆପଣଙ୍କ ମନ ଧର୍ମକାର୍ଯ୍ୟରେ ଲାଗି ରହିବ । ଆଜି କୌଣସି କାମ ଅଟକି ରହିବ ନାହିଁ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରେ ଯଥେଷ୍ଟ ଉନ୍ନତି କରିବେ । ନୂତନ କର୍ମାରମ୍ଭ କରିବା ନିମନ୍ତେ ବନ୍ଧୁଙ୍କ ସହ ଆଲୋଚନା କରିବେ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଅଫିସରେ କିମ୍ବା କର୍ମକ୍ଷେତ୍ରରେ ଯେତେ ରାଗିଥିଲେ ମଧ୍ୟ ବନ୍ଧୁଙ୍କ ସମ୍ମୁଖରେ କିଛି କହି ପାରିବେ ନାହିଁ । ସଭାସମିତିରେ ଅପ୍ରିୟ ସତ୍ୟକଥା ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିବେ । ସାହିତ୍ୟ, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି । ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହୋଇପାରେ । ଦାଂପତ୍ୟ ଜୀବନରେ ମଧୁରତା ଆସିବ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିରଜା ।

ବିଛା :

କୌଣସି ଅଭାବ ଅସୁବିଧା ନ ଥିଲେ ମଧ୍ୟ ଏଣୁତେଣୁ ଗୁଡାଏ ବେକାର କଥା ମନକୁ ଅଶାନ୍ତ କରିବ । ଯାହାଫଳରେ ମନରେ ସରସତା ରହିବ ନାହିଁ । ନିର୍ଦ୍ଧାରିତ ସମୟରେ କାର୍ଯ୍ୟହାସଲ ନ ହେବା କାରଣରୁ ମନରେ ବିଭିନ୍ନ ପ୍ରକାରର ଚିନ୍ତାଧାରା ଉଦ୍ରେକ ହୋଇ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ଉତ୍ଥାନପତନ ଲାଗିରହିବ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅଫିସରେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ ଚାପ କ୍ରମଶଃ ବୃଦ୍ଧି ପାଇବ ଓ ସହକର୍ମୀମାନେ ମନକୁ ବଧିଲା ଭଳି କଥା କହିବେ । ବକେୟା ଅର୍ଥ ଆଦାୟ କରିବାକୁ ଯାଇ ତର୍କବିତର୍କର ସମ୍ମୁଖୀନ ହୋଇପାରନ୍ତି । ନିକଟ ସମ୍ପର୍କୀୟମାନେ ନିଜର ଫାଇଦା ହାସଲ ସକାଶେ ଚେଷ୍ଟିତ ରହିବେ । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତାନ୍ତର ଘଟିପାରେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଅମ୍ବିକା ।

ଧନୁ :

ଆଜି ଦିନଟି ଆପଣ ପାଇଁ ଶୁଭଦାୟକ ରହିବ । ଆଜି ଆପଣଙ୍କ ବ୍ୟବହାର କଠୋର ଦେବା କାରଣରୁ ସମସ୍ୟାର ଆଶଙ୍କା ରହିଛି । ବିଗତ ଦିନର କୌଣସି ଘଟଣାକୁ କେନ୍ଦ୍ରକରି ଅନ୍ୟମନସ୍କତା ଓ ଭାବପ୍ରବଣତା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇବ । ବ୍ୟବସାୟ, ବାଣିଜ୍ୟ, ପରିବହନରେ ଉନ୍ନତି କରିବେ । ଅଫିସରେ ଆପଣଙ୍କ କାମକୁ ନେଇ କର୍ତ୍ତୃପକ୍ଷ ଖୁସି ହେବେ । ପୁଞ୍ଜି ନିବେଶ ମାମଲାରେ ବୟୋସ୍କ ଓ ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ମିଳିପାରେ । ବକେୟା ଅର୍ଥ ଆଦାୟ କରିବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ । ଅଯଥା ଖର୍ଚ୍ଚାନ୍ତ ହେବା କାରଣରୁ ମାନସିକ ସ୍ତରରେ ଉତେଜିତ ରହିପାରନ୍ତି । ପାରିବାରିକ ଜୀବନ ଶାନ୍ତିମୟ ହେବ । ଅନିୟମିତ ଭୋଜନ କାରଣରୁ ପେଟ ଗୋଳମାଳ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ମକର :

ଭଗବାନଙ୍କୁ ଆରୋଧନ କରନ୍ତୁ, ମନକୁ ଶାନ୍ତ ମିଳିବ । କର୍ମକ୍ଷେତ୍ରରେ ଚାପର ବଶବର୍ତ୍ତୀ ହୋଇ ଇଚ୍ଛା ନଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହୋଇପାରନ୍ତି । ଆଜି ଯେଉଁ କାମରେ ହାତଦେବେ, ତାହା ସୁବିଧାରେ ସମ୍ପନ୍ନ କରିପାରିବ । ଚାକିରି-ବ୍ୟବସାୟରେ ପରିଶ୍ରମର ଉପଯୁକ୍ତ ଫଳ ପାଇବେ । ଅଧିକାରୀ ବର୍ଗଙ୍କର ପ୍ରୋତ୍ସାହନରେ ଆପଣଙ୍କ ମନରେ କାର୍ଯ୍ୟ କରିବା ନିମନ୍ତେ ଉତ୍ସାହ ବଢ଼ିବ । ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ ଯାହାଫଳରେ ଆପଣଙ୍କ ସମସ୍ୟା ସାମାନ୍ୟ ହ୍ରାସ ପାଇବ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ । କେତେକ କ୍ଷେତ୍ରରେ ଅନ୍ୟମାନଙ୍କୁ ଖୁସୀ କରିବାକୁ ଯାଇ ନିଜର ସ୍ଵାର୍ଥକୁ ବଳି ଦେବାକୁ ବାଧ୍ୟ ହୋଇପାରନ୍ତି । ବନ୍ଧୁମାନଙ୍କ ପରାମର୍ଶରେ କେତେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମହାଲକ୍ଷ୍ମୀ ।

କୁମ୍ଭ :

ସ୍ଥଗିତ ଥିବା କାମ ସଂପୂର୍ଣ୍ଣ କରିବା ଲାଗି ଦିନଟି ଭଲ । ଆଜି ଆପଣ ଯାନବାହନର ମରାମତି, ନିର୍ମାଣ, ଯାନ୍ତ୍ରିକ ଜିନିଷ ସଜାଡିବା କ୍ଷେତ୍ରରେ ଖର୍ଚ୍ଚାନ୍ତ ହୋଇପାରେ । ବ୍ୟବସାୟରେ ଆଶାଜନକ ଫଳ ପାଇବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ଅଫିସରେ ସହକର୍ମୀଙ୍କ ସହିତ ତାଳମେଳ ବଜାୟ ରହିବ । କିନ୍ତୁ ଭୁଲ୍‌ ବୁଝାମଣା କାରଣରୁ ବିବାଦୀୟ ଘଟଣା ଭିନ୍ନ ରୂପ ଧାରଣ କରିପାରେ, ଏଣୁ ସତର୍କ ରହିବା ଭଲ । ବାରମ୍ବାର ଚେଷ୍ଟା କରୁଥିବା କାମର ଓ ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଙ୍କ ସହାୟତା ପାଇ ଉପକୃତ ହେବେ । ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବ । ପାଖ ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମହାଦେବ ।

ମୀନ :

ମନ ଚଞ୍ଚଳ ରହିଲେ ମଧ୍ୟ ଆତ୍ମୀୟସ୍ଵଜନଙ୍କ ଚିନ୍ତାରେ ସାମୟିକ ବିଷାଦଗ୍ରସ୍ତ ରହିବ । ଗତକାଲି ଯୋଜନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ସମ୍ପାଦନ କରିପାରିବେ । ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ । ଜମି କ୍ରୟବିକ୍ରୟର ସମ୍ଭାବନା ରହିଛି । ଅଫିସରେ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ । ଅର୍ଥନୈତିକ ଦୃଷ୍ଟିରୁ ଦିନଟି ଅତ୍ୟନ୍ତ ଭଲ ରହିବ । କିନ୍ତୁ ଆର୍ଥିକ ନେଣଦେଣରେ ସତର୍କତା ଅବଲମ୍ବନ କରନ୍ତୁ । ପାରିବାରିକ ଜୀବନ ସରସ, ସୁନ୍ଦର ରହିବ । ଆତ୍ମୀୟଙ୍କ ସ୍ଵାସ୍ଥ୍ୟରେ ଅବନ୍ନତି ଘଟିବା କାରଣରୁ ମନ ବିଷାଦଗ୍ରସ୍ତ ହୋଇପାରେ । ଶାରୀରିକ ଅସୁସ୍ଥତାକୁ ଅଣଦେଖା କରନ୍ତୁ ନାହିଁ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ହର ପାର୍ବତୀ ।

Be the first to comment

Leave a Reply

Your email address will not be published.


*