Hangover ବା ଅତ୍ୟଧିକ ନିଶା ହୋଇଗଲେ କରିନିଅନ୍ତୁ ଏହିସବୁ ଜିନିଷର ସେବନ ! ତୁରନ୍ତ ଛାଡିଯିବ ନିଶା…

Hangover ବା ଅତ୍ୟଧିକ ନିଶା ହୋଇଗଲେ କରିନିଅନ୍ତୁ ଏହିସବୁ ଜିନିଷର ସେବନ ! ତୁରନ୍ତ ଛାଡିଯିବ ନିଶା…

ହେଙ୍ଗ ଓଭର୍ (Hangover) ବା ଅତ୍ୟଧିକ ନିଶା ହୋଇଗଲେ ବ୍ୟକ୍ତିକୁ ନିଜ ଉପରେ ନିୟନ୍ତ୍ରଣ ରହେ ନାହିଁ ଏବଂ ସେ ଅଜବ ପ୍ରକାର କାର୍ଯ୍ୟ ସବୁ କରିବାକୁ ଲାଗେ । କିଛି ସମୟ ନିଶା ସେବନ କରିବା ଫଳରେ ଖୁବ୍ ଜୋରରେ ମୁଣ୍ଡ ବିନ୍ଧା ହୁଏ ଏବଂ ଔଷଧ ସେବନ କରିବାକୁ ପଡ଼ିଥାଏ । ଯଦି ଆପଣଙ୍କୁ ମଧ୍ୟ କେବେ ହେଙ୍ଗ ଓଭର୍ (Hangover) ବା ଅତ୍ୟଧିକ ନିଶା ହୁଏ ତେବେ ନିମ୍ନରେ ବର୍ଣ୍ଣିତ ଉପାୟକୁ ଆପଣାନ୍ତୁ । ଏହିସବୁ ଘରୋଇ ଉପାୟ କରିବା ଫଳରେ ହେଙ୍ଗ ଓଭର୍ (Hangover) ମାତ୍ର ୫ ମିନିଟରେ ଦୂର ହୋଇଯାଏ ଏବଂ ଆପଣଙ୍କୁ ଆରାମ ମିଳିବ ।

ଘରୋଇ ଉପାୟ ଯାହା ନିଶା କରେ ଦୂର

ଲେମ୍ବୁ ପାଣି ପିଅନ୍ତୁ

ହେଙ୍ଗ ଓଭର୍(Hangover) ହୋଇଗଲେ ଲେମ୍ବୁ ପାଣି ସେବନ କରନ୍ତୁ । ଲେମ୍ବୁ ପାଣି ପିଇବା ଫଳରେ ନିଶା କମ୍ ହେବାକୁ ଲାଗେ ଏବଂ ଆପଣ ଚେତା ଫେରି ପାଆନ୍ତି । ଏକ ଗ୍ଲାସ୍ ଉଷୁମ ପାଣିରେ ଅଧା ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଆପଣ ଚାହିଁଲେ ଏଥିରେ ଚିନି ମଧ୍ୟ ମିଶାଇ ପାରିବେ । କେବଳ ପାଣିରେ ଲୁଣ ପକାଇ ଦିଅନ୍ତୁ । ଦିନରେ ଦୁଇଥର ଏହି ପାଣିକୁ ସେବନ କରନ୍ତୁ । ଆପଣଙ୍କୁ ଆରାମ ମିଳିବ ଓ ନିଶା ଦୂର ହୋଇଯିବ ।

ଲେମ୍ବୁ ପାଣି ବ୍ୟତୀତ ଆପଣ ଚାହିଁଲେ ଲେମ୍ବୁ ରସ ମଧ୍ୟ ପିଇ ପାରିବେ । ଏକ ଲେମ୍ବୁର ରସ ବାହାର କରି ପିଅନ୍ତୁ । ଯଦି ଆପଣ ଲେମ୍ବୁ ପାଣି ପିଇବାକୁ ଚାହୁଁ ନାହାଁନ୍ତି ତେବେ ଆପଣ କୌଣସି ଖଟା ଫଳ ମଧ୍ୟ ଖାଇପାରିବେ ।

ଦହି ସେବନ କରନ୍ତୁ

ନିଶା ଦୂର କରିବା ପାଇଁ ଦହି ଏକ ଉତ୍ତମ ଉପାୟ ଅଟେ ଏବଂ ଏହାକୁ ପିଇବା ଫଳରେ ମଧ୍ୟ ଲାଭ ମିଳିଥାଏ । ମଦ ପିଇବା କାରଣରୁ ଶରୀରରେ କ୍ଷତିକାରକ ବ୍ୟାକ୍ଟେରିଆ ଗୁଡ଼ିକ ଶରୀରକୁ କ୍ଷତି ସାଧନ କରେ । ଯାହା ଫଳରେ ନିଶା ହୋଇଥାଏ । ଦହି ଖାଇବା ଫଳରେ ଭଲ ବ୍ୟାକ୍ଟେରିଆ ଗୁଡ଼ିକ ସନ୍ତୁଳନ ରଖେ ଓ ନିଶା ଦୂର କରିବାରେ ସାହାଯ୍ୟ କରେ । ଏଥିସହିତ ମୁଣ୍ଡ ବ୍ୟଥାରୁ ମଧ୍ୟ ଆରାମ ମିଳିଥାଏ ।

ନଡ଼ିଆ ପାଣି ସେବନ କରନ୍ତୁ

ହେଙ୍ଗ ଓଭର୍(Hangover) ଦୂର କରିବା ପାଇଁ ଆପଣ ନଡ଼ିଆ ପାଣି ପିଇ ପାରିବେ । ନଡ଼ିଆ ପାଣି ପିଇବା ଫଳରେ ଶରୀରରେ ଜଳର ଅଭାବ ଦୂର ହୋଇଥାଏ ଏଥିସହ ପାଣିରେ ଇଲେକ୍ଟ୍ରୋଲାଇଟ୍ସ ରହିଥାଏ । ଯାହା ଶରୀରକୁ ପୁଣିଥରେ ହାଇଡ୍ରେଡ୍ କରେ ଓ ନିଶା ଦୂର କରିବାରେ ସାହାଯ୍ୟ କରେ ।

କଦଳୀ ସେବନ କରନ୍ତୁ

କଦଳୀ ମଧ୍ୟ ହେଙ୍ଗ ଓଭର୍(Hangover) ଦୂର କରିବାରେ ଲାଭଦାୟକ ଅଟେ । ଦୁଇଟି କଦଳୀ ଖାଇବା ଫଳରେ ନିଶା ଦୂର ହେବାକୁ ଲାଗେ ଏବଂ କିଛି ଘଣ୍ଟା ଭିତରେ ଶରୀରକୁ ଆରାମ ଲାଗେ । ବାସ୍ତବରେ ମଦ୍ୟପାନ କରିବା ଫଳରେ ଶରୀର ଅନେକଗୁଡ଼ିଏ ପୋଷକ ତତ୍ତ୍ୱ ହରେଇ ବସେ । ଯାହାର ଅଭାବକୁ ଆମେ କଦଳୀ ପୂରଣ କରିଦିଏ ।

ଅଦା

ଅଦାକୁ ଘଷି ନିଅନ୍ତୁ ଓ ଏହାର ରସ ବାହାର କରି ଦିଅନ୍ତୁ । ଏହି ରସରେ ଗୋଟିଏ ଚାମୁଚ ମହୁ ମିଶାଇ ଦିଅନ୍ତୁ ଏବଂ ଏହାକୁ ପିଇ ଦିଅନ୍ତୁ । ଏହାକୁ ପିଇବା ଫଳରେ ନିଶା ଦୂର ହେବାକୁ ଲାଗେ ଓ ମୁଣ୍ଡ ବ୍ୟଥା ଦୂର ହୋଇଥାଏ । ବାସ୍ତବରେ ଅଦାରେ ଏଣ୍ଟିଅକ୍ସିଡେଣ୍ଟ ଗୁଣ ରହିଥାଏ । ଯାହା ଶରୀରରେ ମଦ କାରଣରୁ ଆସିଥିବା ବ୍ୟାକ୍ଟେରିଆ ଗୁଡିକୁ ମାରିଦିଏ । ଏଥିସହିତ ବାନ୍ତିରୁ ମଧ୍ୟ ଆରାମ ମିଳେ ।

ତେବେ ଏହା ଥିଲା କିଛି ଉପାୟ ଯାହା ମାଧ୍ୟମରେ ଆପଣ ନିଶା ଦୂର କରିପାରିବେ । ହେଙ୍ଗ ଓଭର୍(Hangover) ହେବା ପରେ ଆପଣ କେବଳ ଏହାକୁ ପ୍ରୟୋଗ କରନ୍ତୁ, ଆପଣଙ୍କୁ ଆରାମ ମିଳିଯିବ ଏଥିସହିତ ଆପଣଙ୍କ ମୁଣ୍ଡବ୍ୟଥା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *