ମାଇଗ୍ରେନ ବା ଅଧକପାଳି ଜନିତ ବ୍ୟଥାକୁ ତତ୍-କ୍ଷଣାତ ଦୂର କରିଥାଏ ଏହି ଘରୋଇ ଉପାୟ :-

ମାଇଗ୍ରେନ ବା ଅଧକପାଳି ଜନିତ ବ୍ୟଥାକୁ ତତ୍-କ୍ଷଣାତ ଦୂର କରିଥାଏ ଏହି ଘରୋଇ ଉପାୟ :-

ମାଇଗ୍ରେନ ବା ଅଧକପାଳି ଅଧିକାଂଶ ଲୋକଙ୍କ ଠାରେ ଦେଖାଯାଇଥାଏ । ମାଇଗ୍ରେନ ହେବା ଦ୍ୱାରା ମୁଣ୍ଡରେ ବ୍ୟଥା ଅନୁଭୂତ ହୋଇଥାଏ ଏବଂ ଏହି ବ୍ୟଥା ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ । ମାଇଗ୍ରେନ ଜନିତ ଏହି ସମସ୍ୟା ହେବା ଦ୍ୱାରା ମସ୍ତିଷ୍କରେ ପ୍ରଭାବ ପଡ଼ିଥାଏ ଏବଂ ଏହି ବ୍ୟଥା ମସ୍ତିଷ୍କର ଗୋଟିଏ ପାର୍ଶ୍ଵ ଅର୍ଥାତ ଅଧା ଅଂଶରେ ହିଁ ହୋଇଥାଏ । ଅନେକ ଲୋକଙ୍କୁ ଏହି ବ୍ୟଥା ଲଗାତାର ୩ ଦିନ ପର୍ଯ୍ୟନ୍ତ ରହିଥାଏ । ଯଦି ନିମ୍ନରେ କୁହାଯାଇଥିବା ଉପାୟ ଗୁଡ଼ିକୁ ବ୍ୟବହାର କରାନ୍ତି, ତେବେ ଏହି ବ୍ୟଥାରୁ ମୁକ୍ତି ମିଳିପାରିବ ଏବଂ ବ୍ୟଥା ସମ୍ପୂର୍ଣ୍ଣ ଦୂର ହୋଇଯିବ ।

ମାଇଗ୍ରେନ ବ୍ୟଥାକୁ ଦୂର କରିଥାଏ ଏହି ଜିନଷ :-

ଅଙ୍ଗୁର ରସ ପିଅନ୍ତୁ :-

ଅଙ୍ଗୁର ରସ ସେବନ କରିବା ଦ୍ୱାରା ମାଇଗ୍ରେନର ବ୍ୟଥା ତୁରନ୍ତ ଦୂର ହୋଇଯାଏ । ଅଙ୍ଗୁରରେ ଭିଟାମିନ-ଏ, ସୀ ଏବଂ ଶ୍ୱେତସାର ମିଳିଥାଏ ଏବଂ ଏହି ତତ୍ତ୍ୱ ମାଇଗ୍ରେନ ଦୂର କରିବାରେ ସକ୍ଷମ ହୋଇଥାଏ । ଏଥିପାଇଁ ଯେତେବେଳେ ମଧ୍ୟ ଆପଣଙ୍କୁ ମାଇଗ୍ରେନ ଅସୁବିଧା ହେବ ସେତେବେଳେ ଅଙ୍ଗୁର ସେବନ କରନ୍ତୁ କିମ୍ବା ଏହାର ଜୁସ ପିଅନ୍ତୁ । ଅଙ୍ଗୁର ଜୁସ ପିଇବା ଦ୍ୱାରା ଏହି ବ୍ୟଥା ଅଳ୍ପ କ୍ଷଣରେ ଦୂର ହୋଇଯିବ ।

ଅଦା ଜୁସ :-

newstrend.news

ଅଦା ଜୁସ ମଧ୍ୟ ମାଇଗ୍ରେନ ଦୂର କରିବାରେ କାର୍ଯ୍ୟକାରୀ ପ୍ରମାଣିତ ହୋଇଥାଏ ଏବଂ ଏହାକୁ ପିଇବା ଦ୍ୱାରା ମାଇଗ୍ରେନ ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି କେତେବେଳେ ଆପଣଙ୍କୁ ମାଇଗ୍ରେନ ବ୍ୟଥା ଅନୁଭୂତ ହେଉଛି, ତେବେ ଆପଣ ଅଦା ରସରେ ଲେମ୍ବୁ ରସ ମିଶାଇ ପିଅନ୍ତୁ । ଅଦା ରସ ବଦଳରେ ଆପଣ ଅଦା ଯୁକ୍ତ ଚା’ ମଧ୍ୟ ପିଇପାରିବେ । ଅଦା ଯୁକ୍ତ ଚା’ ପିଇବା ଦ୍ୱାରା ମଧ୍ୟ ଏହି ବ୍ୟଥା ଠିକ ହୋଇଯାଏ ।

ଡାଲଚିନି :-

newstrend.news

ମାଇଗ୍ରେନ ସମସ୍ୟାରୁ ଆରାମ ପାଇବା ପାଇଁ ଡାଲଚିନି ମଧ୍ୟ ସହାୟକ ହୋଇଥାଏ ଏବଂ ଡାଲଚିନିକୁ ଖାଇବା ଦ୍ୱାରା କିମ୍ବା ଏହାର ପେଷ୍ଟ ମୁଣ୍ଡରେ ଲଗାଇବା ଦ୍ୱାରା ମାଇଗ୍ରେନ ସମସ୍ୟାରୁ ଆରମ ମିଳିଥାଏ । ମାଇଗ୍ରେନ ହେଲେ ଆପଣ ଅଳ୍ପ ଡାଲଚିନି ପାଉଡର ନେଇ ତାକୁ ପାଣିରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିନିଅନ୍ତୁ । ଏହି ପେଷ୍ଟକୁ ନିଜ ମୁଣ୍ଡରେ ଲଗାଇ ଦିଅନ୍ତୁ । ଏହି ପେଷ୍ଟ ମୁଣ୍ଡରେ ଲଗାଇବା ଦ୍ୱାରା ଆପଣଙ୍କୁ ମୁଣ୍ଡବ୍ୟଥାରୁ ମୁକ୍ତି ମିଳିପାରିବ ।

ଚନ୍ଦନ :-

newstrend.news

ଚନ୍ଦନର ବାସ୍ନା ଅତ୍ୟନ୍ତ ତୀବ୍ର ହୋଇଥାଏ ଏବଂ ଚନ୍ଦନ ସାହାଯ୍ୟରେ ମଧ୍ୟ ମାଇଗ୍ରେନ ବ୍ୟଥା ଦୂର କରାଯାଇପାରିବ । ମାଇଗ୍ରେନ ବ୍ୟଥା ହେବା ମାତ୍ରେ ଆପଣ ଚନ୍ଦନ ପାଉଡରରେ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହି ପେଷ୍ଟକୁ ନିଜ ମୁଣ୍ଡରେ ଲଗାଇ ୨୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏହି ପେଷ୍ଟ ଲଗାଇବା ଦ୍ୱାରା ଆପଣଙ୍କୁ ବ୍ୟଥାରୁ ମୁକ୍ତି ମିଳିବ । ଚନ୍ଦନର ଲେପ ବ୍ୟତୀତ ଆପଣ ଯଦି ଚାହିଁବେ ତ ନିଜ ମୁଣ୍ଡରେ ମୁଲତନୀ ମାଟି ମଧ୍ୟ ଲଗାଇ ପାରିବେ ।

ତେଲରେ ମାଲିସ କରନ୍ତୁ:-

newstrend.news

ମୁଣ୍ଡରେ ବ୍ୟଥା ହେଲେ ଆପଣ ତେଲ ଦ୍ୱାରା ମାଲିସ କରନ୍ତୁ । ତେଲରେ ମାଲିସ କରିଲେ ବ୍ୟଥା ଦୂର ହୋଇଯାଏ । ଆପଣ କେବଳ ଅଳ୍ପ ନଡ଼ିଆ ତେଲ କିମ୍ବା ସୋରିଷ ତେଲ ନେଇ ତାକୁ ଗରମ କରନ୍ତୁ । ତା’ପରେ ଏହି ତେଲରେ ନିଜ ମୁଣ୍ଡର ମାଲିସ କରନ୍ତୁ ଏବଂ କିଛି ସମୟ ପାଇଁ ଶୋଇ ଯାଆନ୍ତୁ । ଏପରି କରିବା ଦ୍ୱାରା ମାଇଗ୍ରେନ ସମସ୍ୟା ଦୂର ହୋଇଯିବ ।

ତୀବ୍ର ଆଲୋକ ଠାରୁ ଦୂରେଇ ରୁହନ୍ତୁ :-

newstrend.news

ମାଇଗ୍ରେନ ଗ୍ରସ୍ତ ଲୋକଙ୍କୁ ତୀବ୍ର ରଶ୍ମି ଠାରୁ ଦୂରେଇ ରହିବା ଉଚିତ ଏବଂ ଖରାରେ ବାହାରକୁ ବାହାରିଲେ ମୁଣ୍ଡ ଏବଂ ଆଖିକୁ ଢ଼ାଙ୍କି ରଖିବା ଉଚିତ । ପୁଣି ମୁଣ୍ଡ ବ୍ୟଥା ସମୟରେ ଆପଣ ରୁମ ଲାଇଟକୁ ବନ୍ଦ କରିଦିଅନ୍ତୁ ଏବଂ କିଛି ସମୟ ଶୋଇଯାଆନ୍ତୁ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜାଣନ୍ତୁ । ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *