ଏପ୍ରିଲ୍ ୧୩ ତାରିଖ ଠାରୁ ଆରମ୍ଭ ହେଉଛି ହିନ୍ଦୁ ନବବର୍ଷ ! ୯୦ ବର୍ଷପରେ ହେଉଅଛି ଏକ ସ୍ୱତନ୍ତ୍ର ସଂଯୋଗ…

ଏପ୍ରିଲ୍ ୧୩ ତାରିଖ ଠାରୁ ଆରମ୍ଭ ହେଉଛି ହିନ୍ଦୁ ନବବର୍ଷ ! ୯୦ ବର୍ଷପରେ ହେଉଅଛି ଏକ ସ୍ୱତନ୍ତ୍ର ସଂଯୋଗ…

ଇଂରାଜୀ କ୍ୟାଲେଣ୍ଡର୍ ଅନୁଯାୟୀ, ନବବର୍ଷ ଜାନୁଆରୀ ୧ ତାରିଖ ଠାରୁ ଆରମ୍ଭ ହୋଇଥାଏ ଏବଂ ସାରା ଦୁନିଆଁରେ ଏହି ଦିନ ଠାରୁ ନୂତନ ବର୍ଷର ଆରମ୍ଭ ଭାବରେ ବିବେଚନା କରାଯାଇଥାଏ । କିନ୍ତୁ ଭାରତବର୍ଷରେ ଋତୁ ପରିବର୍ତ୍ତନ ସହ ହିନ୍ଦୁ ନୂତନ ବର୍ଷ ଆରମ୍ଭ ହୋଇଥାଏ । ହିନ୍ଦୁ ଧର୍ମ ଅନୁଯାୟୀ, ନୂତନ ବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥାଏ ଏବଂ ଏହି ଦିନ କେତେକ ସ୍ଥାନରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ ମଧ୍ୟ କରାଯାଇଥାଏ । ଗ୍ରନ୍ଥ ଅନୁଯାୟୀ, ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦାକୁ ତ୍ରିଦେବ ମଧ୍ୟରୁ ଜଣେ ବ୍ରହ୍ମଦେବ ସୃଷ୍ଠିର ରଚନା କରିଥିଲେ ।

ଏଥର ହିନ୍ଦୁ ନବବର୍ଷ ୨୦୭୮ ନଭସମ୍ଭସ୍ତର ୧୩ ଏପ୍ରିଲ୍ ୨୦୨୧ ଠାରୁ ଆରମ୍ଭ ହେବାକୁ ଯାଉଛି । ପଣ୍ଡିତ ମାନଙ୍କ ଅନୁଯାୟୀ, ଏଥର ପ୍ରାୟତଃ ୯୦ ବର୍ଷପରେ ଏହି ସ୍ୱତନ୍ତ୍ର ସଂଯୋଗ ହେଉଅଛି । ଯାହାଦ୍ୱାରା ଏହି ନବବର୍ଷ ଆହୁରି ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ସମ୍ଭସ୍ତର ପ୍ରତିପଦା ଏବଂ ବିଷୁବତ ସଂକ୍ରାନ୍ତି ଉଭୟ ଗୋଟିଏ ଦିନରେ ୩୧ ଗତେ ଚୈତ୍ର ଅର୍ଥାତ୍ ଏପ୍ରିଲ୍ ୧୩ ତାରିଖ ଦିନ ହେଉଅଛି । ଏହି ବିଚିତ୍ର ସ୍ଥିତି ୯୦ ବର୍ଷରୁ ଅଧିକ ସମୟ ପରେ ହେଉଅଛି ।

ସନାତନ ଅନୁଯାୟୀ, ଚୈତ୍ର ମାସ ଶୁକ୍ଳପକ୍ଷର ପ୍ରତିପଦାରେ ସୃଷ୍ଠିର ଆରମ୍ଭ ହୋଇଥିଲା । ଏପ୍ରିଲ୍ ୧୩ ତାରିଖ ମଙ୍ଗଳବାର ଦିନ ଠାରୁ ଆରମ୍ଭ ହେଉଥିବା ନଭସମ୍ଭସ୍ତର ଦିନ ୨ଟା ବାଜି ୩୨ ମିନିଟରେ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରୁଛନ୍ତି । ସମ୍ଭତ ୨୦୭୮କୁ ରାକ୍ଷସ ନାମରେ ଜଣାଯିବ । ଚୈତ୍ର ମାସରେ ଶୀତ ଋତୁ ଶେଷ ହୋଇ ଯାଇଥାଏ ଏବଂ ବସନ୍ତ ଋତୁ ଆରମ୍ଭ ହୋଇଥାଏ ।

ହିନ୍ଦୁ ଧର୍ମ ସହ ସମ୍ପର୍କ ରଖିଥିବା ଲୋକ ନୂତନ ବର୍ଷର ପ୍ରଥମ ଦିନରେ ସ୍ୱତନ୍ତ୍ର ପୂଜା କରିଥାନ୍ତି ଏବଂ ଅତ୍ୟନ୍ତ ଖୁସି ଉଲ୍ଲାସରେ ଏହି ଦିନକୁ ପାଳନ କରିଥାନ୍ତି । ଏଥିପାଇଁ ଆପଣ ମଧ୍ୟ ଏହି ଦିନରେ ବିଶେଷ ପୂଜା କରନ୍ତୁ । ସକାଳେ ସ୍ନାନ କରିବା ପରେ ମନ୍ଦିରକୁ ନିଶ୍ଚିତ ଭାବରେ ଯାଆନ୍ତୁ ଏବଂ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ । ଏହିଦିନ ପବିତ୍ର ନଦୀରେ ସ୍ନାନ କରିବା ଭଲ ଫଳ ପ୍ରଦାନ କରିଥାଏ ଏବଂ ବର୍ଷ ଭଲ ଭାବରେ ଅତିବାହିତ ହୋଇ ଯାଇଥାଏ । ଯଦି ସମ୍ଭବ ଏହି ଦିନରେ ଗରିବ ଲୋକଙ୍କୁ ଦାନ ମଧ୍ୟ କରନ୍ତୁ । ନିଜ ଠାରୁ ବଡ଼ ଲୋକମାନଙ୍କର ଆଶୀର୍ବାଦ ମଧ୍ୟ ନିଅନ୍ତୁ ଏବଂ ଗୁରୁ ମାନଙ୍କର ପୂଜା ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *