୪୪ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ବର ସାଜିଥିଲେ ହୀମେଶ ! ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ପାଇଁ ଭାଙ୍ଗିଥିଲେ ୨୨ ବର୍ଷ ପୁରୁଣା ବିବାହ…

୪୪ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ବର ସାଜିଥିଲେ ହୀମେଶ ! ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ପାଇଁ ଭାଙ୍ଗିଥିଲେ ୨୨ ବର୍ଷ ପୁରୁଣା ବିବାହ…

ହିନ୍ଦୀ ସିନେମାର ଜଣାଶୁଣା ଗାୟକ, ସଙ୍ଗୀତକାର ଓ ଅଭିନେତା ହୀମେଶ ରେଶମିଆ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖବରରେ ଛାଇ ରହିଛନ୍ତି । ଏପରି ଏକ ସମୟ ଥିଲା ଯେତେବେଳେ ହୀମେଶ ରେଶମିଆଙ୍କ ଗୀତ ଗୁଡିକ ଖବରରେ ଛାଇ ରହୁଥିଲା । ତାଙ୍କ ଗୀତ ଗୁଡ଼ିକୁ ସମସ୍ତେ ଖୁବ୍ ପସନ୍ଦ କରୁଥିଲେ, କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କୁ ନେଇ ଫ୍ୟାନ୍ସ ମାନଙ୍କ କ୍ରେଜ୍ କମିନାହିଁ । କିଛି ଗୀତରେ ନିଜ କଣ୍ଠ ଦେବା ସଙ୍ଗେ ସଙ୍ଗେ ସେ ବଲିଉଡର ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ସୁପରହିଟ୍ ସଙ୍ଗୀତ ମଧ୍ୟ ଦେଇଛନ୍ତି ।

ହୀମେଶ ରେଶମିଆଙ୍କ ବିଷୟରେ ଏହି କଥା ଖୁବ କମ୍ ଲୋକ ଜାଣନ୍ତି, ହୀମେଶ ରେଶମିଆଙ୍କ ସ୍ବପ୍ନ ଗାୟକ ହେବା ନଥିଲା, କିନ୍ତୁ ନିଜ ପିତାଙ୍କ ଯୋଗୁଁ ସେ ଗାୟକ ହୋଇଗଲେ । କୁହାଯାଏ ଯେ ପିତା ବିପିନ୍ ରେଶମିଆ ଚାହୁଁଥିଲେ ଯେ ହୀମେଶ ଏକ ସୁନ୍ଦର ଗାୟକ ହୁଅନ୍ତୁ ଓ ଏପରି ହେଲା ମଧ୍ୟ । ହୀମେଶ ନିଜ ପିତାଙ୍କ ସ୍ଵପ୍ନ ପୂରଣ କଲେ ଏବଂ ସଙ୍ଗୀତ ଜଗତରେ ଖୁବ୍ ଭଲ କାମ କରି ନାମ ଅର୍ଜନ କଲେ । ସେ ‘ଆଶିକ୍ ବନାୟା ଆପନେ’, ‘ଝଲକ୍ ଦିଖଲା ଜା’ ଭଳି କିଛି ସୁପରହିଟ୍ ଗୀତ ଗାଇ ହିନ୍ଦୀ ସିନେମାରେ ଖୁବ୍ ନାମ ଅର୍ଜନ କରିଛନ୍ତି ।

ଏକ ସମୟରେ ହୀମେଶ ରେଶମିଆ ଏକ ସାମାନ୍ୟ ଜୀବନ ଅତିବାହିତ କରୁଥିଲେ, କିନ୍ତୁ ନାମ ଓ ଧନ ସମ୍ପତ୍ତି ଅର୍ଜନ କରିବା ପରେ ତାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଦେଖାଗଲା । ଆଜି ହୀମେଶ ରେଶମିଆ ଏକ ଲଗଜରି ଲାଇଫ୍ ଅତିବାହିତ କରୁଅଛନ୍ତି । ତାଙ୍କ ନିକଟରେ ଏକ ସୁନ୍ଦର ଘର ଓ ଦାମିକିଆ ଗାଡି ରହିଛି ।

ସେ ନିଜ ଗୀତ ଗାଇବା କୌଶଳ ସଙ୍ଗେ ସଙ୍ଗେ ନିଜ ବ୍ୟକ୍ତିଗତ ଜୀବନ ଓ ଲଗଜରି ଲାଇଫ୍ ଷ୍ଟାଇଲ୍ ପାଇଁ ମଧ୍ୟ ଜଣାଶୁଣା । ଜଣାଇଦେଉଛୁ ଯେ, ହୀମେଶ ଅଧିକାଂଶ ଟିଭିର ପ୍ରସିଦ୍ଧ ରିଏଲିଟି ଶୋ ଇଣ୍ଡିଆନ୍ ଆଇଡଲ୍ ଜରିଆରେ ମଧ୍ୟ ଖବରରେ ଛାଇ ରୁହନ୍ତି । ଜଣାଇଦେଉଛୁ ଯେ ବର୍ତ୍ତମାନ ହୀମେଶ ରେଶମିଆ ଇଣ୍ଡିଆନ୍ ଆଇଡ଼ଲର ୧୨ ତମ ସିଜନକୁ ଜର୍ଜ କରୁଛନ୍ତି । ଇଣ୍ଡିଆନ୍ ଆଇଡ଼ଲରେ ଜର୍ଜ ରୂପେ ହୀମେଶ ଏକ ଏପିସୋଡ୍ ପାଇଁ ଅଢେ଼ଇ ଲକ୍ଷ ଟଙ୍କା ନିଅନ୍ତି ।

ହୀମେଶଙ୍କ କ୍ୟାରିୟରର ଶୁଭାରମ୍ଭ ୧୯୯୮ରେ ଆସିଥିବା ଚଳଚ୍ଚିତ୍ର ‘ପ୍ୟାର୍ କିୟା ତୋ ଡରନା କ୍ୟା’ରୁ ଆରମ୍ଭ ହୋଇଥିଲା । ଏହି ଚଳଚ୍ଚିତ୍ରରେ ସଲମାନ୍ ଖାଁ କାମ କରିଥିଲେ, ସେପଟେ ଏହାପରେ ହୀମେଶ ସଲମାନଙ୍କ ଚଳଚ୍ଚିତ୍ର ‘ତେରେ ନାମ୍’ର ଗୀତ ମଧ୍ୟ ଗାଇଛନ୍ତି ଓ ସେ ରାତାରାତି ପ୍ରସିଦ୍ଧ ହୋଇ ଯାଇଥିଲେ । ତାଙ୍କ ଗୀତ ଗୁଡ଼ିକୁ ଖୁବ୍ ପସନ୍ଦ କରାଯାଉଥିଲା ଏବଂ ସମସ୍ତେ ତାଙ୍କ ଗୀତକୁ ଗୁଣୁଗୁଣୁ କରିବାକୁ ଲାଗୁଥିଲେ । ତାପରେ ସେ ଅନେକଗୁଡ଼ିଏ ହିଟ୍ ଗୀତ ମାନଙ୍କରେ ନିଜ କଣ୍ଠଦାନ କରିଛନ୍ତି ।

ସୁଚାଇଦେଉଛୁ ଯେ, ହୀମେଶ ରେଶମିଆ ୧୨୦ଟି ଚଳଚ୍ଚିତ୍ରରେ ସଙ୍ଗୀତ ଦେଇଛନ୍ତି, ସେପଟେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ୮୦୦ରୁ ଅଧିକ ଗୀତରେ ନିଜ କଣ୍ଠଦାନ କରିଛନ୍ତି । ହୀମେଶଙ୍କ କ୍ୟାରିୟରର ଏହି କଥାଟି ପ୍ରମୁଖ ଅଟେ ଯେ ତାଙ୍କର ପ୍ରଥମ ଏଲବମ୍ ‘ଆପ କା ସୁରୁର’ ଭାରତୀୟ ସଙ୍ଗୀତ ଜଗତ ଇତିହାସରେ ସବୁଠାରୁ ଅଧିକ ବିକ୍ରି ହୋଇଥିବା ଏଲବମ୍ ଅଟେ । ସୂଚନାନୁଯାୟୀ ଗୋଟିଏ ଗୀତ ପାଇଁ ହୀମେଶ ୧୫ ରୁ ୨୦ ଲକ୍ଷ ଟଙ୍କା ଫୀସ୍ ନିଅନ୍ତି । ତାଙ୍କର ଅର୍ଜିତ ଟଙ୍କାର ଜରିଆ ଷ୍ଟେଜ୍ ଶୋ ମଧ୍ୟ ଅଟେ ।

ହୀମେଶ ରେଶମିଆ ୧୯୯୫ରେ କୋମଳଙ୍କ ସହ ବିବାହ କରିଥିଲେ । ଦୁହେଁ ଏକ ଦୀର୍ଘ ସମୟ ଏକାଠି ରହିଲେ ଓ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିଜ୍ ଚାଲୁଥିଲା, କିନ୍ତୁ ୨୦୧୭ରେ ଦୁହିଁଙ୍କ ସମ୍ପର୍କ ଶେଷ ହୋଇଗଲା । ହୀମେଶ ଓ କୋମଳ ନିଜର ୨୨ ବର୍ଷ ପୁରୁଣା ବିବାହକୁ ଶେଷ କରିଦେଲେ ଓ ନିଜ ସ୍ତ୍ରୀକୁ ଛାଡପତ୍ର ଦେଇଦେଲେ । ଦୁହିଁଙ୍କ ଛାଡପତ୍ରର ଖବର ସମସ୍ତଙ୍କୁ ଚକିତ କରି ଦେଇଥିଲା । ହୀମେଶ ଓ କୋମଳଙ୍କ ଗୋଟିଏ ପୁଅ ଅଛନ୍ତି ଯାହାଙ୍କ ନାମ ହେଲା ସ୍ୱୟଂ ।

ସୋନିଆ କପୂରଙ୍କୁ କରିଥିଲେ ଦ୍ୱିତୀୟ ବିବାହ…

୨୦୧୭ରେ ହୀମେଶ କୋମଳଙ୍କ ସହ ନିଜ ସମ୍ପର୍କ ଶେଷ କରିବା ପରେ ଏହାର ଆଗାମୀ ବର୍ଷ ଅର୍ଥାତ୍ ୨୦୧୮ରେ ସେ ଦ୍ୱିତୀୟ ବିବାହ କରିନେଲେ । ତାଙ୍କର ଦ୍ୱିତୀୟ ପତ୍ନୀ ସୋନିଆ କପୂର୍ ଏକ ଟିଭି ଅଭିନେତ୍ରୀ ଅଟନ୍ତି ।

ସୋନିଆ ‘ସତୀ’, ‘କିଟ୍ଟୀ ପାର୍ଟି’, ‘ରିମିକ୍ସ’, ‘ୟେସ୍ ବସ୍’ ଓ ‘କୈସା ୟେ ପ୍ୟାର୍ ହେ’ ଭଳି ଧାରାବାହିକରେ କାମ କରିଛନ୍ତି । ସୋନିଆ ଦେଖିବାକୁ ଖୁବ୍ ସୁନ୍ଦରୀ ଦେଖାଯାନ୍ତି ।

Leave a Reply

Your email address will not be published. Required fields are marked *