ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନ ଠାରୁ କମ୍ ନୁହେଁ ଏହି ପାହାଡ଼ି ପୁଦିନା ! ଜାଣନ୍ତୁ ଏହାର ଉପକାର…

ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନ ଠାରୁ କମ୍ ନୁହେଁ ଏହି ପାହାଡ଼ି ପୁଦିନା ! ଜାଣନ୍ତୁ ଏହାର ଉପକାର…

ପୁଦିନାକୁ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଗୁଣକାରୀ ବୋଲି ବିଶ୍ୱାସ କରାଯାଇଛି ଏବଂ ଏହାକୁ ଖାଇବା ଦ୍ୱାରା ଶରୀରକୁ ଯଥେଷ୍ଟ ଲାଭ ମିଳିଥାଏ । ପୁଦିନା ପେଟ ପାଇଁ ଉତ୍ତମ ହୋଇଥାଏ ଏବଂ ଏହାକୁ ଖାଇବା ଦ୍ୱାରା ପେଟ ଠିକ୍ ରହିଥାଏ । ପାହାଡ଼ି ଅଞ୍ଚଳରେ ହେଉଥିବା ପୁଦିନା, ଅନେକ ଗୁଣରେ ଭରପୁର ରହିଥାଏ ଏବଂ ଏହାକୁ ପାହାଡ଼ି ପୁଦିନା ବୋଲି କୁହାଯାଏ । ପାହାଡ଼ି ପୁଦିନା ମଧ୍ୟରେ କୋପର୍, ଆୟରନ୍, ମ୍ୟାଗନେସିୟମ୍ ସହିତ ଭିଟାମିନ୍-ସୀ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଫୋଲେଟ୍ ଆଦି ପୋଶୋକ ତତ୍ତ୍ୱ ଥାଏ । ତେଣୁ ଆସନ୍ତୁ ଜାଣିବା ଯେ ପାହାଡ଼ି ପୁଦିନାର ଲାଭ କଣ କଣ ଅଟେ ଏବଂ ଏହାକୁ କାହିଁକି ସେବନ କରାଯାଏ ।

ପାହାଡ଼ି ପୁଦିନାର ଲାଭ :-

ଦାନ୍ତ ବ୍ୟଥାରୁ ମୁକ୍ତି :-

ଯେଉଁ ଲୋକଙ୍କ ଦାନ୍ତରେ ବ୍ୟଥା ରହିଥାଏ ସେହି ଲୋକମାନେ ପାହାଡ଼ି ପୁଦିନାର ସେବନ କରିବା ଉଚିତ୍ । ପାହାଡ଼ି ପୁଦିନା ଖାଇବା ଦ୍ୱାରା ଦାନ୍ତ ବ୍ୟଥା ଦୂର ହୋଇଯାଏ । ତାସହିତ ମାଢ଼ି ମଧ୍ୟ ମଜବୁତ୍ ହୋଇଥାଏ । ଦାନ୍ତରେ ବ୍ୟଥା ହେଲେ ପୁଦିନା ପତ୍ରକୁ ଦାନ୍ତ ତଳେ ରଖନ୍ତୁ କିମ୍ବା ଏହାର ପାଣିକୁ କିଛି ସମୟ ପାଇଁ ପାଟିରେ ରଖନ୍ତୁ । ଏହି ଉପାୟ କରିବା ଦ୍ୱାରା ଦାନ୍ତ ସମସ୍ୟା ଦୂର ହୋଇଯିବ ।

ପାହାଡ଼ି ପୁଦିନା ପାଣି ପ୍ରସ୍ତୁତ କରିବା ପାଇଁ ଏହାର କିଛି ପତ୍ରକୁ ଭଲ ଭାବରେ ପେଷି ଦିଅନ୍ତୁ । ତାପରେ ଏହାକୁ ପାଣିରେ ପକାଇ ଦିଅନ୍ତୁ ଏବଂ ସେହି ପାଣିକୁ ଫୁଟାଇ ଦିଅନ୍ତୁ । ଗ୍ୟାସ ବନ୍ଦ କରି ଦିଅନ୍ତୁ ଏବଂ ପାଣିକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ । ଏହାପରେ ତାହାକୁ ଛାଣି ନିଅନ୍ତୁ । ପୁଦିନା ପାଣି ପ୍ରସ୍ତୁତ ହେବାପରେ ତାହାର ପ୍ରୟୋଗ କରନ୍ତୁ ।

ଗଳାରେ ଖସ୍-ଖସ୍ ହେଲେ ସେଥିରୁ ମୁକ୍ତି ପାଆନ୍ତୁ :-

ଗଳାରେ ଖସ୍-ଖସ୍ ହେଲେ ହାଲୁକା ଗରମ ପୁଦିନା ପାଣି ପିଅନ୍ତୁ । ଏହାକୁ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଯିବ ଏବଂ ଗଳାକୁ ଆରାମ ମିଳିଥାଏ । ଆପଣ ଚାହିଁଲେ ଏହି ପାଣିରେ ଅଦା ରସ ମଧ୍ୟ ମିଶାଇ ପାରିବେ ।

ପେଟ ସମସ୍ୟାରୁ ମଧ୍ୟ ମୁକ୍ତି :-

ପେଟରେ ଗ୍ୟାସ ହେବା, ପେଟ ଫୁଲିଯିବା, କୋଷ୍ଟକାଠିନ୍ୟ, ପେଟ ବ୍ୟଥା ଇତ୍ୟାଦି ବିଭିନ୍ନ ସମସ୍ୟାରୁ ପାହାଡ଼ି ପୁଦିନା ମୁକ୍ତି ଦେଇଥାଏ । ଏହି ସମସ୍ୟା ହେଲେ ଆପଣ ପୁଦିନା ପାଣି ପ୍ରତିଦିନ ପିଅନ୍ତୁ । ଆପଣଙ୍କୁ ସବୁ ସମସ୍ୟାରୁ ମୁକ୍ତି ମିଳିବ । ଏହାବ୍ୟତୀତ ପାଚନ ସମ୍ବନ୍ଧୀ ସମସ୍ୟା ହେଲେ ମଧ୍ୟ ଏହାର ପାଣି ଗୁଣକାରୀ ହୋଇଥାଏ । ଏହି ପାଣି ଦ୍ୱାରା ବାନ୍ତି ସମସ୍ୟାରୁ ମୁକ୍ତି ମିଳିଥାଏ ।

ପ୍ରତିରକ୍ଷା ପ୍ରଣାଳୀ ମଜବୁତ୍ ହୋଇଥାଏ :-

ପାହାଡ଼ି ପୁଦିନାର ଚା ପିଇବା ଦ୍ୱାରା ପ୍ରତିରକ୍ଷା ପ୍ରଣାଳୀ ଦୃଢ଼ ହୋଇଥାଏ ଏବଂ ଶରୀରରୁ ସଂକ୍ରମଣ ମଧ୍ୟ ଦୂର ହୋଇଯାଏ । ଶରୀରର ପ୍ରତିରକ୍ଷା ପ୍ରଣାଳୀ ମଜବୁତ୍ ହେଲେ ରୋଗରୁ ରକ୍ଷା ହୋଇଥାଏ ଏବଂ କାଶ ଥଣ୍ଡା ମଧ୍ୟ ଠିକ୍ ହୋଇଯାଏ ।

ପୁଦିନା ଚା’ କୁ ପ୍ରସ୍ତୁତ କରିବା ପାଇଁ ପାଣିକୁ ଗରମ କରିବା ପାଇଁ ପ୍ରଥମେ ଗ୍ୟାସରେ ବସାନ୍ତୁ । ଏଥିରେ ପୁଦିନା ପତ୍ର ପକାନ୍ତୁ । ତାପରେ ଏହାକୁ ଭଲ ଭାବରେ ଫୁଟାଇ ଦିଅନ୍ତୁ । ଫୁଟାଇବା ପରେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ ଏବଂ ପାଣିକୁ ‘କପ୍’ରେ ଢ଼ାଳି ଦିଅନ୍ତୁ । ଏଥିରେ ମହୁ ମିଶାଇ ଦିଅନ୍ତୁ । ଏହାପରେ ପୁଦିନା ଚା’ ପ୍ରସ୍ତୁତ ହୋଇଯିବ ।

‘ହର୍ମୋନ୍’ର ସ୍ତର ସନ୍ତୁଳିତ ରହିଥାଏ :-

ମହିଳାଙ୍କୁ ମୁଖ୍ୟତଃ ହର୍ମୋନ୍ ଅସନ୍ତୁଳନ ହେବାର ସମସ୍ୟା ହୋଇଯାଏ । ହର୍ମୋନ୍ ଅସନ୍ତୁଳନ ହେବା ଦ୍ୱାରା ଓଜନ ବଢ଼ିବାରେ ଲାଗିଥାଏ ଏବଂ ଅନେକଥର ପିରିୟଡ଼ସ୍ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ହର୍ମୋନ୍ ଅସନ୍ତୁଳନ ହେବା ଦ୍ୱାରା ଯଦି ପୁଦିନାର ସେବନ କରାଯାଏ ତେବେ ହର୍ମୋନର ସ୍ତର ସନ୍ତୁଳିତ ରହିଥାଏ । ପୁଣି ପିରିୟଡ଼ସ୍ ସମୟରେ ପେଟ ବ୍ୟଥା ହେବା ଦ୍ୱାରା ପୁଦିନା ସେବନ କରିବା ଲାଭକାରୀ ହୋଇଥାଏ ।

ପାହାଡ଼ି ପୁଦିନାର କ୍ଷତି :-

୧. ଗର୍ଭବତୀ ମହିଳା ମାନଙ୍କୁ ପୁଦିନା ସେବନ କରିବାର ପରାମର୍ଶ ଦିଆଯାଇଥାଏ । ଏଥିପାଇଁ ଯେଉଁ ମହିଳାମାନେ ଗର୍ଭବତୀ ଥାନ୍ତି ସେମାନେ ପୁଦିନା ସେବନ କରିବା ଉଚିତ ନୁହେଁ ।

୨. ଅନେକ ଲୋକ ପାହାଡ଼ି ପୁଦିନା ସେବନ କରିବା ଦ୍ୱାରା ମନ ଖରାପ ହେବାର ସମସ୍ୟା ହୋଇପାରେ ।

୩. ପାହାଡ଼ି ପୁଦିନାର ସେବନ ଅଧିକ ମାତ୍ରାରେ କରିଲେ ପେଟ ଖରାପ ହୋଇପାରେ ।

ଆଶା କରୁଛୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏହି ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment ଜରିଆରେ ଆମକୁ ଜାଣନ୍ତୁ ! ଧନ୍ୟବାଦ

Leave a Reply

Your email address will not be published. Required fields are marked *