ନିର୍ଭୟା କେଶରେ ହାଇକୋର୍ଟ ଭିନ୍ନ ଭିନ୍ନ ଫାଶୀ ଗ୍ରହଣକୁ ମନା କରିଲା । କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ଚ୍ୟାଲେଞ୍ଜ କରିଛି ।

ନିର୍ଭୟା ଦୁଷ୍କର୍ମର ଦୋଷୀଙ୍କୁ ଭିନ୍ନ ଭିନ୍ନ ଫାଶୀ ଦିଆଯିବ ନାହିଁ ! ଦିଲ୍ଲୀ ହାଇକୋର୍ଟ ସୁପ୍ରିମକୋର୍ଟର ଅର୍ଜି ଉପରେ ନିଜର ମତ ପୋଷଣ କରିଛି ।

ନିର୍ଭୟା କେସରେ ଜଡିତ ଥିବା ଦୋଷୀଙ୍କୁ ଭିନ୍ନ ଭିନ୍ନ ଫାଶୀ ଦେବା ଉପରେ ଯାଚିକା ଉପସ୍ଥାପିତ ହୋଇଥିଲା ।

କେନ୍ଦ୍ର ସରକାର ହାଇକୋର୍ଟର ଫଇସଲା ଉପରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ।

ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଅର୍ଜି ଉପରେ ଶୁଣାଣି ସମୟରେ ଚାରିଜଣ ଦୋଷୀଙ୍କୁ ଭିନ୍ନ ଭିନ୍ନ ଫାଶୀ ଦିଆଯିବ ନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାରେ କେନ୍ଦ୍ର ସରକାର ହାଇକୋର୍ଟର ଫାଇସଲାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ।

ଆଜି ଦିଲ୍ଲୀ ହାଇକୋର୍ଟ ନିଜର ନିଷ୍ପତିରେ କହିଥିଲେ, ନିର୍ଭୟା କେସରେ ଜଡିତଥିବା ଚାରିଜଣ ଦୋଷୀଙ୍କୁ ଭିନ୍ନ ଭିନ୍ନ ସମୟରେ ଫାଶୀ ଦିଆଯିବ ନାହିଁ । ଜଣେ ଦୋଷୀର ଯାଚିକା ନ ହୋଇଥିଲେ ଅନ୍ୟଜଣେ ଦୋଷୀକୁ ନିସ୍ତାର ଦିଆଯିବ ନାହିଁ ।

ନିର୍ଭୟା ଘଟଣାରେ ରବିବାର ଦିନ ଦିଲ୍ଲୀ ହାଇକୋର୍ଟ ନିଜର ଫଇସଲା ସୁରକ୍ଷିତ ରଖିଥିଲେ କିନ୍ତୁ ନିଷ୍ପତିର ଶୁଣାଣି ସମୟ ବୁଧବାର ଦିନ ଧାର୍ଯ୍ୟ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଦଲିଲ ଏହାଥିଲା ଯେ, ଦୋଷୀମାନେ କାନୁନର ଦୁରୋପଯୋଗ କରି ପ୍ରତ୍ୟେକ ଥର ନିର୍ଭୟାକେସରେ ଜଡିତ ଥିବା ଦୋଷୀ ଦଣ୍ଡରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରୁଛନ୍ତି । ଦୋଷୀ ନ୍ୟାୟିକ ପ୍ରଣାଳୀର ଭୁଲ ବ୍ୟବହାର କରୁଛନ୍ତି ।

ଜର୍ଜ କହିଥିଲେ :

ଦିଲ୍ଲୀ ହାଇକୋର୍ଟର ନ୍ୟାୟାଧୀଶ ସୁରେଶ କୁମାର କୈତ ଶୁଣାଣି ସମୟରେ ପ୍ରିଜନ ପଢିଥିଲେ । ଜର୍ଜ ଦୁଇ ପକ୍ଷର ଦଲିଲ ଶୁଣିଥିଲେ ଏବଂ ମତ ଦେଇଥିଲେ, ନିର୍ଭୟା କେସରେ ଜଡିତଥିବା ଦୋଷୀମାନେ ଯାହା କରିଛନ୍ତି ତାହା ଅମାନବିୟ ଘଟଣା ଥିଲା ।

Google

ଦିଲ୍ଲୀ ହାଇକୋର୍ଟ କହିଥିଲେ ନିୟମ ଅନୁସାରେ ଫାଶୀ କେବଳ ସେହି ସମୟରେ ଟଳିପାରେ, ଯେତେବେଳେ ଦୋଷୀଙ୍କ ଅପିଲ ସୁପ୍ରିମକୋର୍ଟରେ ସ୍ଥଗିତ କରାଯାଇଥାଏ । ସୁପ୍ରିମକୋର୍ଟ ତଳ କୋର୍ଟର ଫଇସଲାରେ ଅସହମତି ଦର୍ଶାଇଛି ।

ଦିଲ୍ଲୀ ହାଇକୋର୍ଟ ଯାଞ୍ଚ ଏଜେନ୍ସି ଏବଂ ସମ୍ବିଧାନ ବିଭାଗର କାର୍ଯ୍ୟାନୁଷ୍ଠାନ ଉପରେ କ୍ରୋଧ ପ୍ରକାଶ କରିଛନ୍ତି । କୋର୍ଟ କହିଥିଲେ, ଯେତେବେଳେ ମଇ ୨୦୧୭ରେ ସୁପ୍ରିମକୋର୍ଟ ଦୋଷୀଙ୍କ ଯାଚିକା ଖାରଜ କରିଦେଇଥିଲେ ସେହି ସମୟରେ କୌଣସି ସମ୍ବିଧାନ ବିଭାଗ ମୃତ୍ୟୁ ୱାରେଣ୍ଟ ଜାରି କରିନଥିଲେ ଏବଂ ଏହାର ସୁଯୋଗ ଦୋଷୀମାନେ ଲାଭ ଉଠାଉଛନ୍ତି ।

ଏକ ସପ୍ତାହ ମଧ୍ୟରେ ଦୋଷୀମାନେ ସମସ୍ତ ବିକଳ୍ପ ବ୍ୟବହାର କରନ୍ତୁ :

ଦିଲ୍ଲୀ ହାଇକୋର୍ଟ କହିଥିଲେ ଦୋଷୀଙ୍କ ଫାଶୀ ଦଣ୍ତ ବାରମ୍ବାର ଟଳି ଯାଉଛି । ଦୋଷୀମାନେ ଗୋଟିଏ ଯାଚିକା ଖାରଜ ହେବା ପରେ ଅନ୍ୟ ଗୋଟିଏ ଯାଚିକା ଉପସ୍ଥାପନ କରୁଛନ୍ତି । ଅନ୍ୟପକ୍ଷରେ ସରକାର ଶୋଇ ରହିଥିଲେ ଏବଂ ଅକ୍ଷୟ ପୁନଃବିଚାର ଯାଚିକା ବହୁତ ଦିନ ପରେ ଉପସ୍ଥାପନ କରିଥିଲା । ୩ଜଣଙ୍କ ପୁନଃବିଚାର ଯାଚିକା ଖାରଜ ହୋଇଛି ।

ଦିଲ୍ଲୀ ହାଇକୋର୍ଟ କହିଥିଲେ ଦୋଷୀମାନେ ଏକତ୍ର ଯାଚିକା ଆବେଦନ କରିନଥିଲେ ବରଂ ଫାଶୀ ଦଣ୍ଡ ଟାଳିବା ପାଇଁ ଜଣେ ଦୋଷୀର ଯାଚିକା ଖାରଜ ହେବା ପରେ ଅନ୍ୟଜଣେ ଯାଚିକା ଉପସ୍ଥାପନ କରୁଛନ୍ତି । ହାଇକୋର୍ଟ କହିଥିଲେ ଏକ ସପ୍ତାହ ମଧ୍ୟରେ ଦୋଷୀମାନେ ସମସ୍ତ ବିକଳ୍ପ ବ୍ୟବହାର କରନ୍ତୁ । ଯଦି ଦୋଷୀ ଏକ ସପ୍ତାହ ମଧ୍ୟରେ ନିଜର କାନୁନି ନିଜର ନ୍ୟାୟିକ ବିକଳ୍ପ ବ୍ୟବହାର କରୁନାହାଁନ୍ତି, ତେବେ ଉଭୟ ସରକାର ଆଗାମୀ କାର୍ଯ୍ୟ କରିବା ପାଇଁ ସ୍ୱତନ୍ତ୍ର ଅଟନ୍ତି ।

କଣ ଥିଲା ସରକାରଙ୍କ ଦଲିଲ ?

Google

କେନ୍ଦ୍ର ସରକାରଙ୍କ ଅନୁସାରେ ଯେଉଁ ଦୋଷୀଙ୍କ ଯାଚିକା କୋର୍ଟ କିମ୍ବା ରାଷ୍ଟ୍ରପତିଙ୍କ ପାଖରେ ଖାରଜ ହୋଇଛି, ସେମାନଙ୍କୁ ଫାଶୀ ଦଣ୍ଡ ଦେଇଦେବା ଉଚିତ । କେନ୍ଦ୍ର ସରକାରଙ୍କ ଅନୁସାରେ କୌଣସି ଗୋଟିଏ ଦୋଷୀର ଯାଚିକା ସ୍ଥଗିତ ହେବା ଫଳରେ ଅନ୍ୟ ତିନିଜଣ ଦୋଷୀଙ୍କୁ କ୍ଷମା ମିଳିବା ଉଚିତ ନୁହେଁ ।

ବୁଧବାର ଦିନ ଦିଲ୍ଲୀ ହାଇକୋର୍ଟ ନିର୍ଭୟା ସାମୁହିକ ବଳାତ୍କାର ଏବଂ ହତ୍ୟା କରିଥିବା ଦୋଷୀଙ୍କୁ ଏକ ସପ୍ତାହ ସମୟ ଦେଇଛନ୍ତି, ଯାହାଫଳରେ ଦୋଷୀମାନେ ଏହି ସମୟ ମଧ୍ୟରେ ନିଜ ନଜି କାନୁନି ବିକଳ୍ପର ବ୍ୟବହାର କରିପାରିବେ ।

ନିର୍ଭୟାଙ୍କ ପରିବାର କଣ ଚାହୁଁଛନ୍ତି :

ନିର୍ଭୟାଙ୍କ ପିତାମାତା ମଙ୍ଗଳବାର ଦିନ ଦିଲ୍ଲୀ ନ୍ୟାୟାଧୀଶ ସୁରେଶ କୁମାର କୈତଙ୍କ ସମ୍ମୁଖରେ ନିଜ ଝିଅର ଘଟଣାକୁ ଶୀଘ୍ର ଵିଚାର କରି ନ୍ୟାୟ ଦେବା ପାଇଁ କହିଥିଲେ । ଏହା ସହ ଚାରି ଅପରାଧୀଙ୍କ ବିରୁଦ୍ଧରେ ମୃତ୍ୟୁ ୱାରେଣ୍ଟ ଜାରି କରିବା ପାଇଁ କହିଥିଲେ ।

ନିର୍ଭୟାଙ୍କ ପିତାମାତାଙ୍କ ଓକିଲ ଜିତେନ୍ଦ୍ର ଝା ମଙ୍ଗଳବାର ଦିନ କହିଥିଲେ ନ୍ୟାୟମୂର୍ତି କୈତ ନିଜର ମତ ଶନିବାର ଏବଂ ରବିବାର ଦିନ ଶୁଣାଇଥିଲେ ଏବଂ ନିର୍ଭୟାଙ୍କ ଦୋଷୀଙ୍କୁ ଖୁବ ଶୀଘ୍ର ଉଚିତ ଦଣ୍ଡ ଦିଆଯିବ ।

ଅନିଶ୍ଚିନ୍ତ କାଳ ପାଇଁ ଫାଶୀ ସ୍ଥଗିତ ରହିଛି :

Google

ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଦ୍ୱାରା ନିମ୍ନ କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ ଏବଂ ନିର୍ଭୟା ଦୁଷ୍କର୍ମର ଚାରିଜଣ ଦୋଷୀ ଅକ୍ଷୟ, ପବନ, ମୁକେଶ ଏବଂ ବିନୟ ବିରୁଦ୍ଧରେ ମୃତ୍ୟୁ ୱାରେଣ୍ଟ ଅନିଶ୍ଚିନ୍ତ କାଳ ପାଇଁ ସ୍ଥଗିତ କରିଛନ୍ତି ।

Be the first to comment

Leave a Reply

Your email address will not be published.


*