ନିଜର ଗୋଟିଏ ଛୋଟ ଜିଦ୍ ଯୋଗୁଁ ଏଭଳି ସୁନ୍ଦର ଚରିତ୍ରକୁ ପାଦରେ ଏଡାଇ ଦେଇ ଏହି ଅଭିନେତ୍ରୀମାନେ ବର୍ତ୍ତମାନ କରୁଛନ୍ତି ପଶ୍ଚାତାପ !

ନିଜର ଗୋଟିଏ ଛୋଟ ଜିଦ୍ ଯୋଗୁଁ ଏଭଳି ସୁନ୍ଦର ଚରିତ୍ରକୁ ପାଦରେ ଏଡାଇ ଦେଇ ଏହି ଅଭିନେତ୍ରୀମାନେ ବର୍ତ୍ତମାନ କରୁଛନ୍ତି ପଶ୍ଚାତାପ !

ବଲିଉଡ଼ରେ ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ କି ନିଜ ପରିଶ୍ରମ ଦ୍ୱାରା ଇଣ୍ଡଷ୍ଟ୍ରିରେ ନିଜର ଏକ ନୂଆଁ ନାମ ଅର୍ଜନ କରିପାରିଛନ୍ତି । ଯେତେବେଳେ ସେମାନେ ବଲିଉଡ଼ରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ, ସେତେବେଳେ ସବୁ ପ୍ରକାରର ଚରିତ୍ରରେ ଅଭିନୟ କରିବାକୁ ପ୍ରସ୍ତୁତରେ ରହୁଥିଲେ । କିନ୍ତୁ ଯେତେବେଳେ ସେମାନେ ବହୁତ ଲୋକପ୍ରିୟ ହାସଲ କରିଦେଲେ ସେମାନେ ଏଭଳି କିଛି ଚରିତ୍ରକୁ ଅଭିନୟ କରିବାକୁ ମନା କରିଦେଲେ । ଯାହାକୁ କରିଥିଲେ ସେମାନଙ୍କୁ ବହୁତ ଲାଭ ହୋଇଥାନ୍ତା । ଆଜି ଆମେ ଆପଣଙ୍କୁ ଏଭଳି କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ କି ଏଭଳି କିଛି ଚରିତ୍ର ଓ ଚଳଚିତ୍ର କରିବାକୁ ମନା କରିଦେଇଥିଲେ ଓ ପରେ ସେମାନଙ୍କୁ ପସ୍ତେଇବାକୁ ପଡ଼ିଥିଲା । ତେବେ ଚାଲନ୍ତୁ ସେମାନଙ୍କ ବିଷୟରେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

୧) କଟ୍ରିନା କୈଫ୍ –

google

ଯଦି ଆମେ କଟ୍ରିନା କୈଫଙ୍କ ବିଷୟରେ କହିବା, ତେବେ ସେ ” ରାମ୍ ଲୀଳା ” ରଣବିର କପୂରଙ୍କ ଅପଜିଟରେ ଅଭିନୟ କରିବାକୁ ମନା କରିଦେଇଥିଲେ । ଏହାଛଡା ସେ ” ୟେ ଜାୱାନି ହେ ଦିୱାନି ” ଓ ” ଚେନ୍ନାଇ ଏକ୍ସପ୍ରେସ୍ ” ଭଳି ଚଳଚିତ୍ର ଗୁଡ଼ିକୁ କରିବାକୁ ମନା କରିଦେଇଥିଲେ ।

୨) ଐଶ୍ୱର୍ୟ ରାୟ –

google

ବଲିଉଡ଼ର ମିସ୍ ବିଉଟି କୁଇଁନ୍ ଐଶ୍ୱର୍ୟ ରାୟ ମଧ୍ୟ ୧୯୯୬ରେ ଆସିଥିବା ଚଳଚିତ୍ର ” ରାଜା ହିନ୍ଦୁସ୍ତାନୀ ” ଚଳଚିତ୍ରରେ କାମ କରିବାକୁ ମନା କରିଦେଇଥିଲେ । ଐଶ୍ୱର୍ୟ ରାୟ ନିର୍ଦେଶକ ଧର୍ମେସଙ୍କ ପ୍ରଥମ ପସନ୍ଦ ଥିଲେ । କିନ୍ତୁ ସେ ଏହି ଚଳଚିତ୍ରରେ କାମ କରିବାକୁ ମନା କରିଦେଲେ । ଯାହାପରେ ଏହି ଚରିତ୍ରରେ ଅଭିନୟ କରିବାକୁ କରିସ୍ମା କପୂରଙ୍କୁ ସୁଯୋଗ ମିଳିଲା ।

୩) କରିନା କପୂର –

google

ଆପଣଙ୍କୁ ଚଳଚିତ୍ର ” ହାମ୍ ଦିଲ୍ ଦେ ଚୁକେ ସନମ୍ “ରେ ଐଶ୍ୱର୍ୟ ରାୟ ବହୁତ ପସନ୍ଦ ଆସିଥିବେ । କିନ୍ତୁ କଣ ଆପଣ ଜାଣନ୍ତି କି, ଏହି ଚରିତ୍ରରେ ଅଭିନୟ କରିବାକୁ ପ୍ରଥମେ କରିନା କପୂରଙ୍କୁ ସୁଯୋଗ ମିଳିଥିଲା । କିନ୍ତୁ ସେ ଏହି ଚଳଚିତ୍ରରେ କାମ କରିବାକୁ ମନା କରିଦେଇଥିଲେ । ଏହାଛଡା ତାଙ୍କୁ ” ରାମ୍ ଲୀଳା “, ” ଚେନ୍ନାଇ ଏକ୍ସପ୍ରେସ୍ “, ” କାଲ୍ ହୋ ନା ହୋ “, ” ବ୍ଲାକ୍ “, ” କୁଇଁନ୍ “, ” ଫେସନ୍ ” ଭଳି ଅନେକ ଚଳଚିତ୍ରରେ କାମ କରିବାକୁ ମନା କରିଦେଇଥିଲେ ।

୪) କଙ୍ଗନା ରନୌତ –

google

” ଦି ଡ଼ାର୍ଟି ପିକ୍ଚର ” ଚଳଚିତ୍ରରେ ଆପଣଙ୍କୁ ବିଦ୍ୟା ବାଲନଙ୍କ ବୋଲ୍ଦ ଚରିତ୍ର ବହୁତ ପସନ୍ଦ ଲାଗିଥିବ । କିନ୍ତୁ ଆପଣ ଏହା ଜାଣିନଥିବେ କି, ଏହି ଚରିତ୍ରରେ ଅଭିନୟ କରିବାକୁ ପ୍ରଥମେ କଙ୍ଗନା ରନୌତଙ୍କୁ ଅଫର୍ ଦିଆଯାଇଥିଲା କିନ୍ତୁ କଙ୍ଗନା ରନୌତ ଏହି ଚରିତ୍ରରେ ଅଭିନୟ କରିବାକୁ ମନା କରିଦେଇଥିଲେ ।

୫) ପ୍ରିୟଙ୍କା ଚୋପ୍ରା –

google

ଆପଣଙ୍କୁ ୨୦୦୭ରେ ଆସିଥିବା ଚଳଚିତ୍ର ” ଗାଜିନି ” ନିଶ୍ଚୟ ରୂପେ ମନେ ଥିବ । ଯେଉଁଥିରେ ଅଭିନେତ୍ରୀ ଆସିକ୍ ବହୁତ ସୁନ୍ଦର ରୂପେ ଅଭିନୟ କରିଥିଲେ । କିନ୍ତୁ ଆପଣ ଜାଣନ୍ତି କି, ଏହି ଚରିତ୍ରରେ ଅଭିନୟ କରିବାକୁ ପ୍ରଥମେ ପ୍ରିୟଙ୍କା ଚୋପ୍ରାଙ୍କୁ ଅଫର୍ ମିଳିଥିଲା । କିନ୍ତୁ ସେ ଏହି ଚଳଚିତ୍ରରେ କାମ କରିବାକୁ ମନା କରିଦେଇଥିଲେ ।

୬) ଦୀପିକା ପଡୁକୋନ୍ –

google

ଦୀପିକା ପଡୁକୋନ୍ ନିଜ କ୍ୟାରିଅରରେ ଅନେକ ଚଳଚିତ୍ରରେ କାମ କରିଥିଲେ । ସେ ସଲମାନ ଖାନଙ୍କ ଅପଜିଟ୍ ୫ଟି ଚଳଚିତ୍ରକୁ ରିଜେକ୍ଟ କରିଥିଲେ । ଯେଉଁଥିରେ ” ସୁଲତାନ ” ଚଳଚିତ୍ର ମଧ୍ୟ ସାମିଲ ଅଛି ।

୭) ବିଦ୍ୟା ବାଲନ୍ –

google

ଏହି ସୂଚୀରେ ବିଦ୍ୟା ବାଲନଙ୍କ ନାମ ମଧ୍ୟ ଅଛି । ସେ ସଲମାନ ଖାନଙ୍କ ଅପଜିଟ୍ ଚଳଚିତ୍ର ” କିକ୍ “ରେ କାମ କରିବାକୁ ମନା କରିଦେଇଥିଲେ । ତାଙ୍କ ପରେ ଅନେକ ଅଭିନେତ୍ରୀ ମଧ୍ୟ ଏହି ଚରିତ୍ରରେ ଅଭିନୟ କରିବାକୁ ମନା କରିଦେଇଥିଲେ କିନ୍ତୁ ଶେଷରେ ଜାକଲିନ୍ ଫରନାଣ୍ଡିସଙ୍କୁ ଏହି ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳିଥିଲା ।

Leave a Reply

Your email address will not be published. Required fields are marked *