କରୋନା ଠାରୁ ଯଦି ବଞ୍ଚିବାକୁ ଚାହୁଁଛନ୍ତି ତେବେ ଏହି ତିନୋଟି ଉପାୟ ନିଶ୍ଚିତ ଆପଣନ୍ତୁ !

କରୋନା ଠାରୁ ଯଦି ବଞ୍ଚିବାକୁ ଚାହୁଁଛନ୍ତି ତେବେ ଏହି ତିନୋଟି ଉପାୟ ନିଶ୍ଚିତ ଆପଣନ୍ତୁ !

ପୁଣି କରୋନା ବଢ଼ିବାରେ ଲାଗିଛି । ଏମିତି ପରିସ୍ଥିତିରେ ଯଦି ଆପଣ ସୁସ୍ଥ ରହିବାକୁ ଚାହାନ୍ତି ତେବେ ଆଜିର ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ । ଏହି ଆର୍ଟିକିଲରେ ଆମେ ଆପଣଙ୍କ ସହିତ କିଛି ଘରୋଇ ଉପଚାର ସେୟାର୍ କରିବୁ । ଆମେ ଆପଣଙ୍କୁ ୩ଟି ଘରୋଇ ଉପଚାର ଜଣାଇବୁ । ଯାହାଦ୍ୱାରା ଆପଣ ଏହି ସଂକ୍ରମଣରୁ ବଞ୍ଚି ରହିବେ ।

ପ୍ରଥମ ଉପଚାର:- ପ୍ରଥମତଃ ଅପଣଙ୍କ ଦିନର ଆରମ୍ଭ ଗୋଲଡେନ୍ ୱାଟରରୁ କରନ୍ତୁ । ଏହି ଗୋଲାଡେନ୍ ଜଳ ବନାଇବାପାଇଁ ଆପଣ ଏକ ଗ୍ଲାସରେ ଉଷୁମ ପାଣି ନେଇ ସେଥିରେ ଅଧା ଚାମଚ ହଳଦି ମିଶାନ୍ତୁ । ଏହାପରେ ଏଥିରେ ଅଧା ଚାମଚ ଲୁଣ ମିଶାନ୍ତୁ ଏବଂ ଏହି ପଦାର୍ଥକୁ ଭଲ ଭାବରେ ମିଶାଇଦିଅନ୍ତୁ । ଏହାପରେ ଆପଣଙ୍କ ଗୋଲାଡେନ୍ ୱାଟର୍ ପ୍ରସ୍ତୁତ ହୋଇଯିବ । ଏହାକୁ ଆପଣ ପାଟିରେ ରଖି ଗଳ ଗଳ କରନ୍ତୁ । କାରଣ କରୋନା ଜିବାଣୁ ଆପଣଙ୍କ ଆଖି ବାଟେ,ପାଟି ବାଟେ କିମ୍ବା ନାକ ବାଟେ ଆମ ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଏହା ଯାଇ ଆମ ଗଳାରେ ଅଟକି ଥାଏ ଏବଂ ଚାରି ଦିନ ପର୍ଯ୍ୟନ୍ତ ଏହା ଆପଣଙ୍କ ଗଳାରେ ଲାଗିରହିଥାଏ । ଏହାପରେ ଆମ ଗଳା ଫୁଲି ଥାଏ ବା ବହୁତ ଅଧୁକ କାଶ ହୋଇଥାଏ ।

ଯଦି ଆପଣ ଉଷୁମ ପାଣିରେ ହଳଦି କିମ୍ବା ଲୁଣ ମିଶାଇ ଗଳ ଗଳ କରିବେ ତେବେ ହଳଦିର ଆଣ୍ଟି ଭାଇରାଲ୍ ଗୁଣ ଏବଂ ଲୁଣରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ଦ୍ୱାରା ତାହା ମରିଯାଇଥାଏ । ଅନ୍ୟ ଏକ କଥା ହେଉଛି ଯଦି ଆପଣ ସାଧାରଣ ପାଣି ବ୍ୟତୀତ ଉଷୁମ ପାଣିରେ ଏହାର ସେବନ କରିବେ ତେବେ ଗଳାରେ କଷ୍ଟ, ଥଣ୍ଡା, କାଶ, ଜ୍ୱର ବା କରୋନା ଛଡା ଯଦି ଆପଣଙ୍କୁ ଫ୍ଲୁ ଅଛି ତେବେ ଏହା କାମରେ ଆସିଥାଏ । ଏହାଦ୍ୱାରା ଆପଣଙ୍କର ସ୍ୱର ମଧ୍ୟ ମଧୁର ହୋଇଥାଏ । ଏହି ଉପାୟକୁ ଆପଣ ସକାଳେ କରନ୍ତୁ । ଯଦି ଆପଣ ଦିନ ସାରା ବାହାରେ ରହୁଛନ୍ତି ତେବେ ଏହାକୁ ରାତ୍ରିରେ ମଧ୍ୟ କରନ୍ତୁ । ଏହା ହଳଦିର ଏକ ସହଜ ଉପାୟ ତେବେ ଏହାକୁ ସମସ୍ତେ ନିଶ୍ଚିତ ବ୍ୟବହାର କରନ୍ତୁ ।

ଦ୍ୱିତୀୟ ଉପଚାର:-ଦ୍ୱିତୀୟରେ ଆପଣ ଗୋଲଡେନ୍ ମିଳ୍କର୍ ନିଶ୍ଚିତ ସେବନ କରନ୍ତୁ । ଏକ ଗ୍ଲାସ୍ କ୍ଷୀରରେ ଆପଣ ଅଧା ଚାମଚ ହଳଦି ମିଶାଇ ସକାଳୁ କିମ୍ବା ସନ୍ଧ୍ୟାରେ ନିଶ୍ଚିତ ସେବନ କରନ୍ତୁ । କ୍ଷୀର ହଳଦି ସହିତ ମିଶିଲେ ଇମ୍ୟୁନିଟି ଦେଇଥାଏ ଏବଂ ଏହା ଗଳାର କଷ୍ଟକୁ ମଧ୍ୟ ଦୂର କରିଥାଏ । ଏହା ଏକ ବହୁତ ଭଲ ଇମ୍ୟୁନିଟି ବୁଷ୍ଟର୍ ଅଟେ ।

ତୃତୀୟ ଉପଚାର:- ତୃତୀୟରେ ଆପଣ ଗିଲୟର୍ ସେବନ ନିଶ୍ଚିତ କରନ୍ତୁ । ଏହାକୁ ସଂସ୍କୃତରେ ଅମୃତା କୁହାଯାଇଥାଏ । କାରଣ ଏହା ଅମୃତ ଭଳି ଫଳ ଦାୟୀ ଅଟେ । ଏହା କେବେହେଲେ ମରି ନଥାଏ । ଏହାର ପତ୍ରର ରସ କିମ୍ବା ଡାଳକୁ କାଢାରେ ମିଶାଇ ଏହାର ସେବନ କରିପାରିବେ । ଯଦି ଆପଣଙ୍କ ଘରେ ଏହି ଗଛ ନାହିଁ । ତେବେ ଏହାର ଜୁସ୍ ବା ଟାଵଲେଟ୍ ମାର୍କେଟରେ ଅତି ସହଜରେ ମିଳିଯାଇଥାଏ । ଏକ ଗ୍ଲାସ୍ ପାଣିରେ ଏହାର ୧୫ରୁ ୨୦ ମିଲି ଲିଟର୍ ରସ ମିଶାଇ ପ୍ରତିଦିନ ସେବନ କରନ୍ତୁ । ଏହା କରିବା ଦ୍ୱାରା କୌଣସି ପ୍ରକାରର ଜ୍ୱର ଆପଣଙ୍କୁ ହୋଇନଥାଏ ।

Leave a Reply

Your email address will not be published. Required fields are marked *