ପ୍ରିୟଙ୍କା ଚୋପ୍ରା ଓ ‘ନିକ୍ ଜୋନସ୍’ଙ୍କ ପାଖରେ ଥିବା ପାଞ୍ଚଟି ଦାମୀ ଜିନିଷ ଯାହା ତାଙ୍କ ବିଳାସପୁର୍ଣ୍ଣ ଜୀବନର ପ୍ରତିବିମ୍ବ !

ପ୍ରିୟଙ୍କା ଚୋପ୍ରା ଓ ‘ନିକ୍ ଜୋନସ୍’ଙ୍କ ପାଖରେ ଥିବା ପାଞ୍ଚଟି ଦାମୀ ଜିନିଷ ଯାହା ତାଙ୍କ ବିଳାସପୁର୍ଣ୍ଣ ଜୀବନର ପ୍ରତିବିମ୍ବ !

ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟର ଯାଦୁ ବିସ୍ତାର କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜି ଜଣେ ଗ୍ଲୋବାଲ୍ ଷ୍ଟାର୍ ଭାବେ ପରିଚିତ । ପ୍ରିୟଙ୍କା ଚୋପ୍ରା ୨୦୧୮ମସିହାରେ ଆମେରିକୀୟ ଗାୟକ ନିକ୍ ଜୋନସଙ୍କୁ ବିବାହ କରିଥିଲେ ଏବଂ ବର୍ତ୍ତମାନ ନିକ୍ ଓ ପ୍ରିୟଙ୍କାଙ୍କ ଯୋଡି ବଲିଉଡର ଅନ୍ୟତମ ଲୋକପ୍ରିୟ ଓ ରୋମାଣ୍ଟିକ୍ ଯୋଡିରେ ପରିଗଣିତ ହେଉଛି । ଏହି ଦମ୍ପତିଙ୍କ ଲଭ୍ କେମେଷ୍ଟ୍ରି ସେମାନଙ୍କ ଫ୍ୟାନମାନଙ୍କ ପାଇଁ ଏକ ପ୍ରେରଣା ପାଲଟିଛି ଏବଂ ସମସ୍ତେ ଏହି ଯୋଡିକୁ ବହୁତ ପସନ୍ଦ କରୁଛନ୍ତି ।

ନିକ୍ ଏବଂ ପ୍ରିୟଙ୍କା କେବଳ ଦମ୍ପତି ଭାବରେ ନୁହେଁ ବରଂ ନିଜ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଚର୍ଚ୍ଚିତ । ଏହି ପୋଷ୍ଟରେ ଆମେ ଆପଣଙ୍କୁ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସଙ୍କର ପାଖରେ ଥିବା ଏପରି ପାଞ୍ଚଟି ମହଙ୍ଗା ଜିନିଷ ବିଷୟରେ କହିବୁ ଯାହାର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ ।

୧) ଆରବ ସାଗର କୂଳରେ ଥିବା ପ୍ରିୟଙ୍କା ଚୋପ୍ରା ଏବଂ ‘ନିକ୍ ଜୋନସ୍’ଙ୍କ ଘର

ପ୍ରିୟଙ୍କା ଚୋପ୍ରା ୨୦୧୩ ମସିହାରେ ଗୋଆର ‘ରୋମ୍ ଅଫ୍ ଇଷ୍ଟ’ରେ ଏକ ବିଳାସପୂର୍ଣ୍ଣ ଘର କିଣିଥିଲେ । ପ୍ରିୟଙ୍କା ଏଠାକୁ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ସହ ଛୁଟି ‘enjoy’ କରିବାକୁ ଆସନ୍ତି । ଏହି ଘରର ମୂଲ୍ୟ ପ୍ରାୟ ୧୫ରୁ୨୦ କୋଟି ହେବ ବୋଲି ଅନୁମାନ କରାଯାଏ ।

୨) ପ୍ରିୟଙ୍କା ଚୋପ୍ରାଙ୍କ ‘ରୋଲ୍ସ ରଏସ୍ ଘୋଷ୍ଟ’ ବିଳାସପୂର୍ଣ୍ଣ କାର୍

ପ୍ରିୟଙ୍କା ଚୋପ୍ରା ‘ମହଙ୍ଗା କାର୍’କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କ କାର୍ ସଂଗ୍ରହରେ ବହୁ ଦାମୀ କାର୍ ଅନ୍ତର୍ଭୁକ୍ତ । ମିଡିଆ ରିପୋର୍ଟ ଅନୁଯାୟୀ ପ୍ରିୟଙ୍କା ଚୋପ୍ରା ହେଉଛନ୍ତି ବଲିଉଡର ଏକମାତ୍ର ଅଭିନେତ୍ରୀ ଯିଏକି ‘ରୋଲ୍ସ ରଏସ୍ ଘୋଷ୍ଟ’ ଭଳି ବିଳାସପୂର୍ଣ୍ଣ ‘କାର୍’ର ମାଲିକାଣୀ ଅଟନ୍ତି । ଏହି ‘କାର୍’ର ମୁଲ୍ୟ ପ୍ରାୟ ୫.୨୫ କୋଟି ଅଟେ ।

୩) ‘ନିକ୍ ଜୋନସ୍’ଙ୍କ ୧୯୬୦ ଫୋର୍ଡ ଥଣ୍ଡରବର୍ଡ

ପ୍ରିୟଙ୍କା ଚୋପ୍ରାଙ୍କ ପରି ତାଙ୍କ ସ୍ୱାମୀ ନିକ୍ ଜୋନସ୍ ମଧ୍ୟ ‘କାର୍’କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କ କାର୍ ସଂଗ୍ରହରେ ‘ମୋଣ୍ଟେ କାର୍ଲୋ’ ରେଡ୍ ସ୍ପିଡଷ୍ଟର୍ କାର୍, ‘୧୯୬୦ ଫୋର୍ଡ ଥଣ୍ଡରବର୍ଡ’ ଭଳି କାର୍ ଅନ୍ତର୍ଭୁକ୍ତ ଯାହାକି ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀକୁ ଦର୍ଶାଇଥାଏ । ମିଡ଼ିଆ ରିପୋର୍ଟ ଅନୁଯାୟୀ ଏହି ‘କାର୍’ର ମୂଲ୍ୟ ପ୍ରାୟ ୩୫,୦୦୦ରୁ ୫୦,୦୦୦ଡଲାର୍ ଅଟେ ।

୪) ପ୍ରିୟଙ୍କା ଚୋପ୍ରାଙ୍କ ‘ଲୋରେନ୍ ଷ୍ଟିୱାର୍ଟ’ କାନଫୁଲ

ପ୍ରିୟଙ୍କା ଚୋପ୍ରା ଏପରି ଜଣେ ଅଭିନେତ୍ରୀ ଯିଏ ନିଜ ଚଳଚ୍ଚିତ୍ର ସହ ନିଜ ଲୁକ୍ ଏବଂ ଷ୍ଟାଇଲ୍ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ୨୦୧୬ରେ ଯେତେବେଳେ ପ୍ରିୟଙ୍କା ଚୋପ୍ରା ଓସ୍କାର୍ ଇଭେଣ୍ଟରେ ପହଞ୍ଚିଥିଲେ ସେତେବେଳେ ସେ ଲେବାନାନର ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ଜୁହୈର ମୁରାଦଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଏକ ଗାଉନ୍ ପିନ୍ଧିଥିଲେ । ଏହି ଗାଉନରେ ପ୍ରିୟଙ୍କା ବହୁତ ସୁନ୍ଦର ଦେଖାଯାଉଥିଲେ କିନ୍ତୁ ପ୍ରିୟଙ୍କା ନିଜ ପୋଷାକଠାରୁ ନିଜ କାନଫୁଲ ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲେ । ପ୍ରିୟଙ୍କା ଚୋପ୍ରାଙ୍କର ଏହି କାନ ଫୁଲ ୫୦କ୍ୟାରେଟ୍ ହୀରାରେ ତିଆରି କରଯାଇଥିଲା ଏବଂ ଏହାକୁ ଡିଜାଇନ୍ କରିଥିଲେ ‘ଲୋରେନ୍ ଷ୍ଟିୱାର୍ଟ’ । ଏହି କାନଫୁଲର ମୁଲ୍ୟ ପ୍ରାୟ ୨୧.୭୫ କୋଟି ଥିଲା ।

୫) ପ୍ରିୟଙ୍କା ଚୋପ୍ରା ଏବଂ ‘ନିକ୍ ଜୋନସ୍’ଙ୍କ ଲସ୍ ଆଞ୍ଜେଲସ୍ ପ୍ରାସାଦ

ବିବାହ ପରେ ନିକ୍ ଏବଂ ପ୍ରିୟଙ୍କା ୨୦,୦୦୦ବର୍ଗଫୁଟରେ ଲସ୍ ଏଞ୍ଜେଲ୍ସର୍ ବେଭେରୀ ହିଲ୍ସ ପୋଷ୍ଟ ଅଫିସରେ ଏକ ସୁନ୍ଦର ଏବଂ ବିଳାସପୂର୍ଣ୍ଣ ଘର କିଣିଛନ୍ତି । ଏହି ପ୍ରାସାଦ ପରି ଘରର ମୂଲ୍ୟ ପ୍ରାୟ ୧୪୪ କୋଟି ଅଟେ । ପ୍ରିୟଙ୍କାଙ୍କ ଘର ବାହାରୁ ଯେତିକି ଭବ୍ୟ ଅଟେ ଭିତରୁ ମଧ୍ୟ ସେତକି ସୁନ୍ଦର ଏବଂ ବିଳାସପୁର୍ଣ୍ଣ ଅଟେ । ଏହି ଘରେ ସମସ୍ତ ସୌଖିନ ଜିନିଷ ଉପସ୍ଥିତ ରହିଛି ।

Leave a Reply

Your email address will not be published. Required fields are marked *