ଶୀଘ୍ର ଗର୍ଭବତୀ ହେବାପାଇଁ ଏହି କଥାର ଧ୍ୟାନ ରଖନ୍ତୁ……

ଶୀଘ୍ର ଗର୍ଭବତୀ ହେବାପାଇଁ ଏହି କଥାର ଧ୍ୟାନ ରଖନ୍ତୁ……

ଶୀଘ୍ର ଗର୍ଭବତୀ ହେବାପାଇଁ ଏହି କଥାର ଧ୍ୟାନ ରଖନ୍ତୁ, ସହଜରେ ହୋଇଥାଏ ଗର୍ଭ ଧାରଣ ।

ବାହାଘର ହେବା ପରେ ଝିଅମାନଙ୍କ ଇଚ୍ଛା ମାଆ ହେବା ପାଇଁ ହୋଇଥାଏ । ଅନେକ ଝିଅ ସହଜରେ ଗର୍ଭ ଧାରଣ କରିଥାନ୍ତି ଅନ୍ୟପକ୍ଷରେ ଅନେକ ମହିଳା ମାନଙ୍କୁ ଗର୍ଭ ଧାରଣ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ । ଯଦି ଆପଣ ମାଆ ହେବା ପାଇଁ ଚିନ୍ତା କରିଛନ୍ତି ତେବେ ତଳେ ଦିଆଯିବା କଥାକୁ ଧ୍ୟାନ ରଖି ଏହି କଥାକୁ ପାଳନ କରିଲେ ସହଜରେ ଗର୍ଭ ଧାରଣ କରିପାରିବେ ।

ଗର୍ଭବତୀ ହେବା ପାଇଁ ରଖନ୍ତୁ ଏହି ଜିନିଷର ଧ୍ୟାନ

ସଠିକ୍ ଭାବରେ ଋତୁସ୍ରାବ ହେଉଥିଲେ

ଯେଉଁ ମହିଳା ମାନଙ୍କୁ ସଠିକ୍ ଭାବରେ ଋତୁସ୍ରାବ ହୁଏ, କେବଳ ସେହି ମହିଳା ମାନଙ୍କୁ ଗର୍ଭଧାରଣ କରିବା ସମୟରେ କୌଣସି ସମସ୍ୟା ଦେଖାଯାଏ ନାହିଁ । ତେଣୁ ଆପଣ ଏହି କଥାର ଧ୍ୟାନ ରଖନ୍ତୁ ଆପଣଙ୍କୁ ସଠିକ୍ ସମୟରେ ଋତୁସ୍ରାବ ହେଲେ , ଏହାର ଅର୍ଥ ଆପଣ ଗର୍ଭବତୀ ହେଲେ ପ୍ରସବ ସମୟରେ ଆପଣଙ୍କୁ କୌଣସି ପ୍ରକାରର ସମସ୍ୟା ଦେଖାଯିବ ନାହିଁ । ଯଦି ଆପଣଙ୍କ ଋତୁସ୍ରାବ ସମୟ ସଠିକ୍ ଭାବରେ ହୁଏ ନାହିଁ ତେବେ ଆପଣଙ୍କୁ ଡାକ୍ତରଙ୍କ ସହ ପରାମର୍ଶ କରାଇବା ଉଚିତ ।

କାହିଁକି ଏହା ଅନିୟମିତତା ହୋଇଥାଏ ?

ଋତୁସ୍ରାବର ଅନିୟମିତତା ହେବାର କାରଣ ଅନେକ ପ୍ରକାର ଲକ୍ଷଣ ହୋଇଥାଏ । ଚିନ୍ତାରେ ରହିବା, ସଠିକ୍ ଭାବରେ ଖାଦ୍ୟ ନଖାଇବା, ଭୁଲ ଔଷଧ ସେବନ କରିବା ଇତ୍ୟାଦି । ଏହା ବ୍ୟତୀତ ମହିଳା ମାନଙ୍କ PCOD ଏବଂ PCOS ସମସ୍ୟା ମଧ୍ୟ ହୋଇଥାଏ । ଯାହା କାରଣରୁ ସଠିକ୍ ସମୟରେ ଋତୁସ୍ରାବ ହୋଇନଥାଏ । ଯଦି ଆରମ୍ଭ ଦିନରେ PCOD ଏବଂ PCOS ସମୟ ଜଣା ପଡ଼ିଯାଏ ତେବେ ତାହା ସହଜରେ ଠିକ୍ କରାଯାଇପାରେ , ତେଣୁ ଯେବେ ମଧ୍ୟ ଋତୁସ୍ରାବରେ ଅନିୟମିତ ଦେଖାଯାଏ ଆପଣ ଏହାକୁ ଅଣଦେଖା କରନ୍ତୁ ନାହିଁ ଡାକ୍ତରଙ୍କ ସହ ପରାମର୍ଶ ନିୟନ୍ତୁ ।

ଖାଇବାରେ ଧ୍ୟାନ ରଖନ୍ତୁ

ଯଦି ଆପଣ ମାଆ ହେବା ପାଇଁ ଚିନ୍ତା କରୁଛନ୍ତି ତେବେ ଆପଣ ଖାଦ୍ୟ ପାନୀୟର ଭଲଭାବରେ ଧ୍ୟାନ ରଖନ୍ତୁ । କେବଳ ପୃଷ୍ଟିସାର ଯୁକ୍ତ ଖାଦ୍ୟର ସେବନ କରନ୍ତୁ । ନିଜ ଡାଇଟର ଖାସ ଧ୍ୟାନ ରଖନ୍ତୁ ନିଜ ଖାଦ୍ୟରେ ସବୁଜ ପନିପରିବା ଏବଂ ଡାଲି , ଭାତ, ଫଳ, ପନିପରିବାଯଥେଷ୍ଟ ପରିମାଣରେ ସେବନ କରନ୍ତୁ । ମଦର ସେବନ କରନ୍ତୁ ନାହିଁ ଏବଂ ଧୁମ୍ରପାନ କରୁଥିଲେ ଗର୍ଭଧାରଣ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ ।

ଚାହା ଏବଂ କଫିର ସେବନ କରନ୍ତୁ ନାହିଁ , ଏହାଦ୍ବାରା ଗର୍ଭ ଧାରଣାରେ ଅସୁବିଧା ଦେଖାଯିବ । ଯଦି ଆପଣ ଗର୍ଭଧାରଣ କରିବାକୁ ଚାହାନ୍ତି ତେବେ ଏହି ସବୁ ଜିନିଷରୁ ନିଜକୁ ଦୂରରେ ରୁହନ୍ତୁ, ଏହାର ସେବନ କରିବାରୁ ବଞ୍ଚନ୍ତୁ ।

ଗୋଟିଏ ଥର କରନ୍ତୁ ନିଜର ପରୀକ୍ଷା

ଗର୍ଭଧାରଣ କରିବା ପୂର୍ବରୁ ପ୍ରଥମେ ନିଜର ଏବଂ ନିଜ ସ୍ବାମୀଙ୍କ ଶରୀରର ଯାଞ୍ଚ କରାନ୍ତୁ । ଡାକ୍ତରଙ୍କ ପରାମର୍ଶ ନେଲେ ଜଣାପଡ଼ିବ ଆପଣ ଗର୍ଭ ଧାରଣ କରିବା ପାଇଁ ପୁରାପୁରି ସୁସ୍ଥ ଅଛନ୍ତି କିମ୍ବା ନାହିଁ।

ବ୍ୟାୟାମ କରିବାରୁ ଦୂରରେ ରୁହନ୍ତୁ

ଯଦି ଆପଣ ମାଆ ହେବାର ପ୍ଲାନ କରୁଛନ୍ତି ତେବେ, ବ୍ୟାୟାମ କରିବାରୁ ଦୂରରେ ରୁହନ୍ତୁ । କାରଣ ଅନେକ ନାରୀ ଗର୍ଭଧାରଣ କରିଥାନ୍ତି କିନ୍ତୁ ସେମାନଙ୍କୁ ପରେ ଜଣା ପଡେ ବ୍ୟାୟାମ କିମ୍ବା ଭାରି କାମ କରିବା ଦ୍ୱାରା ଗର୍ଭଧାରଣ କରିବାରେ ସମସ୍ୟା ଦେଖାଯିବ ।ଯେବେ ମଧ୍ୟ ଆପଣ ଗର୍ଭଧାରଣ କରିବାର ଭାବୁଛନ୍ତି ତେବେ ବ୍ୟାୟାମ କରିବା ବନ୍ଦ କରିଦିଅନ୍ତୁ ।

ଓଜନର ଧ୍ୟାନ ରଖନ୍ତୁ

ଯେଉଁ ମହିଳା ମାନଙ୍କ ଓଜନ ଅଧିକ ହୋଇଥାଏ ସେହି ମହିଳା ମାନଙ୍କୁ ମାଆ ହେବାରେ ସମସ୍ୟା ଦେଖାଯାଏ । ଅଧିକ ଓଜନ ପାଇଁ ମହିଳା ମାନେ ଗର୍ଭ ଧାରଣ କରିପାରନ୍ତି ନାହିଁ । ତେଣୁ ଆପଣ ନିଜର ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରନ୍ତୁ । ଯଦି କିଛି କାରଣରୁ ଓଜନ ବଢ଼ିଛି ତେବେ ତାହାକୁ କମ କରନ୍ତୁ ।

Leave a Reply

Your email address will not be published. Required fields are marked *