ମାଆଙ୍କ ପରି ସୁନ୍ଦର ମହିମା ଚୌଧୁରୀଙ୍କ ଝିଅ ଆରିୟାନା ! ଆପଣ ବି ଦେଖିଲେ କହିବେ ମହିମାଙ୍କ କାର୍ବନ୍ କପି…

ମାଆଙ୍କ ପରି ସୁନ୍ଦର ମହିମା ଚୌଧୁରୀଙ୍କ ଝିଅ ଆରିୟାନା ! ଆପଣ ବି ଦେଖିଲେ କହିବେ ମହିମାଙ୍କ କାର୍ବନ୍ କପି…

ବଲିଉଡ ଅଭିନେତ୍ରୀ ମହିମା ଚୌଧୁରୀ ‘ପରଦେଶ୍ ଗାର୍ଲ’ ଭାବରେ ଜଣାଶୁଣା । ୯୦ଦଶକରେ ମହିମା ଚୌଧୁରୀ ନିଜ ସୌନ୍ଦର୍ଯ୍ୟରେ ଦର୍ଶକଙ୍କ ଉପରେ ଯାଦୁ କରୁଥିଲେ । ମହିମା ଏପରି ଜଣେ ଅଭିନେତ୍ରୀ ଯିଏକି ଡେବ୍ୟୁ କରୁ କରୁ ବଲିଉଡରେ ଛାଇ ଯାଇଥିଲେ । ଯଦିଓ ସେ ବର୍ତ୍ତମାନ ବହୁ ବର୍ଷ ଧରି ବଲିଉଡ ଜଗତଠୁ ଦୂରରେ ରହିଛନ୍ତି । ୧୯୯୭ରେ ନିର୍ଦ୍ଦେଶକ ସୁଭାଷ ଘାଇଙ୍କ ଫିଲ୍ମ ‘ପରଦେଶ୍’ରୁ ବଲିଉଡରେ ଏଣ୍ଟ୍ରି କରିଥିବା ମହିମା ଜଣେ ସିଙ୍ଗଲ୍ ମଦର୍ ଅଟନ୍ତି । ସ୍ୱାମୀଙ୍କଠାରୁ ଛାଡପତ୍ର ହେବା ପରେ ମହିମା ନିଜ ଝିଅ ଆରିୟାନା ଚୌଧୁରୀଙ୍କର ଦେଖାଶୁଣା ନିଜେ କରୁଛନ୍ତି ।

ଗତ କିଛି ଦିନ ହେବ ମହିମାଙ୍କ ଝିଅ ଆରିୟାନାଙ୍କର ଫୋଟ ସବୁ ଭାଇରାଲ୍ ହେବାରେ ଲାଗିଛି ଏବଂ ଏହି ଫୋଟରୁ ଯେ ସ୍ପଷ୍ଟ ଜଣା ପଡୁଛି ଯେ ଆରିୟାନା ତାଙ୍କ ମାଆଙ୍କ ପରି ସୁନ୍ଦର ଅଟନ୍ତି ।

ମହିମାଙ୍କ ଝିଅ ଆରିୟାନା ଅବିକଳ ତାଙ୍କ ମାଆଙ୍କ ପରି ଦେଖାଯାଉଛନ୍ତି । ମହିମାଙ୍କ ଝିଅ ବର୍ତ୍ତମାନ ଟିନଏଜର୍ । ଯଦିଓ ମହିମା ଏବେ ବଲିଉଡରୁ ଦୂରରେ ଅଛନ୍ତି ଏବଂ ଫିଲ୍ମରେ ଅଭିନୟ କରିବା ବନ୍ଦ କରି ଦେଇଛନ୍ତି ।

କିନ୍ତୁ ମହିମା ତାଙ୍କ ମା’ ହେବାର ଭୂମିକାରେ କୌଣସି ତ୍ରୁଟି କରିନାହାନ୍ତି । ନିଜ ଝିଅଙ୍କ ସହ ନିଜ ମାତୃତ୍ୱକୁ ଉପଭୋଗ କରି ମହିମା ଏକ ସୁଖମୟ ଜୀବନ ବିତାଉଛନ୍ତି । ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିକୁ ଛାଡି ଏହି ଅଭିନେତ୍ରୀ ନିଜ ପରିବାର ସହିତ ତାଙ୍କ ଜୀବନକୁ ଉପଭୋଗ କରୁଛନ୍ତି ।

ମହିମାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ୨୦୦୬ରେ ମହିମା ବିଜନେସମ୍ୟାନ୍ ବବି ମୁଖାର୍ଜୀଙ୍କୁ ବିବାହ କରିଥିଲେ । ଶୁଣିବାକୁ ମିଳିଥିଲା ଯେ ମହିମା ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ ଏବଂ ସେ ବିବାହର ମାତ୍ର କିଛି ମାସ ପରେ ନିଜ ଝିଅଙ୍କୁ ଜନ୍ମ ଦେଇଥିଲେ । କିନ୍ତୁ ତାଙ୍କ ବିବାହ ବେଶୀ ଦିନ ତିଷ୍ଠି ନଥିଲା ଏବଂ ୨୦୧୩ରେ ଦୁହେଁ ଅଲଗା ହୋଇଯାଇଥିଲେ ।

ସ୍ୱାମୀଙ୍କଠାରୁ ଅଲଗା ହେବାପରେ ଅଭିନେତ୍ରୀ ମହିମା ତାଙ୍କ ଝିଅ ଆରିୟାନା ଚୌଧୁରୀଙ୍କ ସହ ମୁମ୍ବାଇରେ ରହୁଛନ୍ତି । ସିଙ୍ଗଲ୍ ମଦର୍ ହେବ ସତ୍ୱେ ମଧ୍ୟ ତାଙ୍କ ଝିଅ ଆରିୟାନାଙ୍କୁ ସେ ବହୁତ ଗେଲ୍ହାରେ ବଢ଼ାଇଛନ୍ତି ।

୪୭ ବର୍ଷୀୟ ମହୀମା ନିଜ ମାଆ ଏବଂ ଝିଅଙ୍କ ସହ ମୁମ୍ବାଇରେ ଏକୁଟିଆ ରୁହନ୍ତି । ସେ ବେଳେବେଳେ ଅତିଥି ଭାବରେ କିଛି ଇଭେଣ୍ଟରେ ଯୋଗଦେବାର ଦେଖିବାକୁ ମିଳେ ନଜର ଆସିଥାନ୍ତି ।

ସିଙ୍ଗଲ୍ ମଦର୍ ମହିମା ଚୌଧୁରୀଙ୍କ ପାଇଁ ସେତେବେଳେ ଚଳଚ୍ଚିତ୍ରରେ କାମ କରିବା ବହୁତ କଷ୍ଟସାଧ୍ୟ ହୋଇପଡିଲା । ସେ ଟଙ୍କା ରୋଜଗାର କରିବା ପାଇଁ ଇଭେଣ୍ଟକୁ ଯିବା ଆରମ୍ଭ କଲେ ଏବଂ ରିଅଲିଟି ଟିଭି ଶୋ’ରେ ମଧ୍ୟ କରୁଥିଲେ ଯେଉଁଥିପାଇଁ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ସମାପ୍ତ ହୋଇଯାଇଥିଲା ।

ସେ ପ୍ରଥମେ ଶାହରୁଖ ଖାନଙ୍କ ସହ ଫିଲ୍ମ ‘ପରଦେଶ୍’ରେ ନଜର ଆସିଥିଲେ । ଫିଲ୍ମଟି ଏକ ବଡ ହିଟ୍ ହୋଇଥିଲା । ଏହା ପରେ ମହିମା ‘ଦାଗ: ଦି ଫାୟାର୍’, ‘ପ୍ୟାର୍ କୋଇ ଖେଲ ନେହିଁ’, ‘କୁରୁକ୍ଷେତ୍ର’, ‘ଲଜ୍ଜା’, ‘ୟେ ତେରା ଘର ୟେ ମେରା ଘର୍’ ଏବଂ ‘ଓମ୍ ଜୟ ଜଗଦୀଶ୍ର’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଅନେକ ହିଟ୍ ଚଳଚ୍ଚିତ୍ର ସତ୍ୱେ ମହିମା ଇଣ୍ଡଷ୍ଟ୍ରିରେ ତିଷ୍ଠିପାରିଲେ ନାହିଁ ।

ମହୀମା ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ ଅଟନ୍ତି । ସେ ପ୍ରାୟତ ଇନଷ୍ଟାଗ୍ରାମରେ ନିଜର ଫୋଟ ସେୟାର୍ କରନ୍ତି । ୨୦୧୫ରେ ତାଙ୍କ ଚଳଚ୍ଚିତ୍ର ‘ମୁମ୍ବାଇ: ଦି ଗ୍ୟାଙ୍ଗଷ୍ଟର୍’ ମୁକ୍ତିଲାଭ କରିଥିଲା ​​ଯେଉଁଥିରେ ସେ ଜଣେ ଗ୍ୟାଙ୍ଗଷ୍ଟରଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ୨୦୧୬ମସିହାରେ ସେ ‘ଡାର୍କ ଚକୋଲେଟ୍’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

Leave a Reply

Your email address will not be published. Required fields are marked *