‘ରାମାୟଣ ସିରିୟାଲ୍’ରେ ଅଭିନୟ କରୁଥିବା କୁଶଙ୍କ ବୟସ ବର୍ତ୍ତମାନ ୪୩ ବର୍ଷ, ଅନେକ ଦିନ ଧରି ଅଡିସନ୍ ପାଇଁ ତାଙ୍କୁ ଫୋନ୍ କରାଯାଇଥିଲା ତା’ପରେ ତାଙ୍କୁ ଅଭିନୟ ମିଳିଥିଲା…

‘ରାମାୟଣ ସିରିୟାଲ୍’ରେ ଅଭିନୟ କରୁଥିବା କୁଶଙ୍କ ବୟସ ବର୍ତ୍ତମାନ ୪୩ ବର୍ଷ, ଅନେକ ଦିନ ଧରି ଅଡିସନ୍ ପାଇଁ ତାଙ୍କୁ ଫୋନ୍ କରାଯାଇଥିଲା ତା’ପରେ ତାଙ୍କୁ ଅଭିନୟ ମିଳିଥିଲା…

କରୋନାର ଦ୍ୱିତୀୟ ଲହର ମଧ୍ୟରେ ଏବେ ଖବର ଆସୁଛି ଯେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଗତ ବର୍ଷ ଲକଡାଉନ୍ ସମୟରେ ରାମାୟଣ ସମସ୍ତ ଟିଆରପି ରେକର୍ଡ ଭାଙ୍ଗିଥିଲା । ବର୍ତ୍ତମାନ ଏହି ଶୋ’କୁ ପୁଣି ଥରେ ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଦ୍ୱାରା କୋରୋନାର ଦ୍ଵିତୀୟ ଲହରରେ ଲୋକମାନେ ଅଧିକରୁ ଅଧିକ ସମୟ ଘରେ ରୁହନ୍ତୁ । କିନ୍ତୁ ଏଥର ରାମାୟଣ ଦୂରଦର୍ଶନରେ ନୁହେଁ ବରଂ ଷ୍ଟାର୍ ଭାରତ ସନ୍ଧ୍ୟା ୭ଟାରେ ପ୍ରସାରିତ ହେବ । ଏହି ଶୋ’ରେ ରାମ ଓ ସୀତାଙ୍କ ଭୂମିକାରେ ଅରୁଣ ଗୋବିଲ୍ ଓ ଦୀପିକା ଚିଲଖିୟା ଅଭିନୟ କରିଥିଲେ । ଶୋ’ରେ ତାଙ୍କ ସନ୍ତାନ ଅର୍ଥାତ ଲବ ଓ କୁଶ ଭୂମିକାରେ ଦୁଇ ମରାଠୀ ଶିଶୁ କଳାକାର ଅଭିନୟ କରିଥିଲେ । ଏଥିରୁ ଭଗବାନ୍ର ରାମଙ୍କର ପୁତ୍ର ତଥା କୁଶ ଭୂମିକାରେ ଅଭିନୟ କରିଥିବା ସ୍ୱପ୍ନିଳ ଯୋଶୀ ବର୍ତ୍ତମାନ ୪୩ ବର୍ଷର ହୋଇଗଲେଣି ।

ଉତ୍ତର ରାମାୟଣ ମାଧ୍ୟମରେ ଟିଭି ଜଗତରେ ପାଦ ରଖିଥିଲେ ସ୍ୱପ୍ନିଳ । ସ୍ୱପ୍ନିଳ ପିଲାବେଳେ ନାଟକରେ ଅଂଶ ଗ୍ରହଣ କରୁଥିଲେ । ଥରେ ତାଙ୍କୁ ଅଭିନେତା ବିଳାସ ରାଜ୍ ଦେଖିଥିଲେ । ବିଳାସ, ସ୍ୱପ୍ନିଳଙ୍କ ଘରକୁ ଆସିଲେ ତାଙ୍କ ବାପାଙ୍କ ସହିତ କଥା ହେଲେ ଓ ସ୍ୱପ୍ନିଳଙ୍କ ଫୋଟ ନେଇ ଚାଲିଗଲେ ।

ସ୍ୱପ୍ନିଳ ଏକ ଛୋଟ କଲୋନୀରେ ରହୁଥିଲେ । ତାଙ୍କ ଫୋଟ କୁ ବିଳାସ ସାଗର୍ ଆର୍ଟସ୍ ପ୍ରଡକ୍ସନ କୁ ଦେଇଥିଲେ । ଫୋଟ ଦେଖି ରାମାନନ୍ଦ ସାଗରଙ୍କୁ ଛୋଟ ସ୍ୱପ୍ନିଳ ପସନ୍ଦ ଆସିଥିଲେ । କିନ୍ତୁ ଅସୁବିଧା କଥା ହେବାରେ ଥିଲା । କାହିଁକି ସେ ସମୟରେ ସ୍ୱପ୍ନିଳଙ୍କ କଲୋନୀରେ କେବଳ ଜଣକ ଘରେ ଫୋନ୍ ଥିଲା । ଯେତେବେଳେ ସ୍ୱପ୍ନିଳଙ୍କ ପଡୋଶୀଙ୍କୁ ଫୋନ୍ କରାଗଲା, ସେ ବିଶ୍ଵାସ କଲେ ନାହିଁ ଏବଂ ସ୍ୱପ୍ନିଳଙ୍କ ଘର ଲୋକଙ୍କ ସହ କଥା ହେବାକୁ ମନା କରିଦେଲେ ।

ପଡୋଶୀଙ୍କ ଘରକୁ ଲଗାତର ୬ ଦିନ ଫୋନ୍ କରିବା ପରେ ମଧ୍ୟ କଥା ହୋଇପାରିନଥିଲେ । ଯେତେବେଳେ ମୋତି ସାଗର ଫୋନ୍ କରିଲେ ସେବେ ଯାଇ ସ୍ୱପ୍ନିଳଙ୍କ ପରିବାର ସହ କଥା ହୋଇପାରିଲେ । ତା’ପରେ ମୋତି ସାଗର ସ୍ୱପ୍ନିଳ ଓ ତାଙ୍କ ବାପାଙ୍କୁ ଅଫିସ୍ କୁ ଡାକିଲେ । ପରେ ଦୁହେଁ ରମାନନ୍ଦ ସଗାରଙ୍କୁ ଭେଟିଲେ ଓ ତାଙ୍କୁ କୁଶ ଭୂମିକା ପାଇଁ ଚୟନ କରାଗଲା । ଏଥିପାଇଁ ମଧ୍ୟ ତାଙ୍କୁ ହଜାର ଶିଶୁ କଳାକାରଙ୍କ ସହିତ ଅଡିସନ୍ ଦେବାକୁ ପଡିଥିଲା ।

ସ୍ୱପ୍ନିଳ ଛୋଟ ପରଦାରେ ସେବେ ପାଦ ରଖିଥିଲେ ଯେବେ ସେ ମାତ୍ର ୯ ବର୍ଷର ହୋଇଥିଲେ । ୧୯୮୬ରେ ରାମାନନ୍ଦ ସଗାରଙ୍କ ନିର୍ମିତ ‘ଲବ କୁଶ’ ‘ସିରିୟଲ୍’ରେ କୁଶ ଭୂମିକାରେ ଅଭିନୟ କରିଥିଲେ । ଏହାପରେ ରାମାନନ୍ଦ ସଗାରଙ୍କ ନିର୍ମିତ ‘ଶ୍ରୀ କୃଷ୍ଣ’ ୧୯୯୩ରେ ତାଙ୍କୁ ଲିଡ୍ ରୋଲ୍ ମିଳିଲା ଯାହାକି ତାଙ୍କୁ ରାତା ରାତି ଫେମସ୍ କରିଦେଲା ।

୧୮ ଅକ୍ଟୋବର ୧୯୭୭ରେ ମୁମ୍ବାଇ, ମହାରାଷ୍ଟ୍ରରେ ଜନ୍ମିତ ସ୍ୱପ୍ନିଳ ବିଜେପିସି ଇନଷ୍ଟିଟ୍ୟୁସନ୍ ଆଣ୍ଡ ଜୁନିୟର୍ କଲେଜ୍, ଚରାନି ରୋଡ଼ ମୁମ୍ବାଇରେ ସ୍କୁଲିଙ୍ଗ ଶେଷ କରିଥିଲେ । ଏହାପରେ ମୁମ୍ବାଇ ୟୁନିଭରସିଟିରେ ବାଣିଜ୍ୟରେ ଗ୍ରାଜୁଏସନ୍ କରିଥିଲେ । ସ୍ୱପ୍ନିଳ ମଧ୍ୟ କରିଛନ୍ତି ଏବଂ ସେ ମଧ୍ୟ ଜଣେ ଓକିଲ ।

ଖବର ଅନୁସାରେ ଏକ ପବ୍ଲିକ୍ ଇଭେଣ୍ଟରେ ତାଙ୍କୁ ତଳ ଷ୍ଟେଜରେ ପହଁଞ୍ଚିବାକୁ ୨ ଘଣ୍ଟାରୁ ଅଧିକ ସମୟ ଲାଗିଯାଇଥିଲା । ସେହି ଇଭେଣ୍ଟରେ ସ୍ୱପ୍ନିଳ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ । ଯେତେବେଳେ ସେ ଷ୍ଟେଜ୍ ଆଡକୁ ଅଗ୍ରସର ହେଲେ ଲୋକ ତାଙ୍କୁ ଘେରି ଗଲେ ଓ ତାଙ୍କ ପାଦ ଛୁଇଁ ପୂଜା କରିବାକୁ ଲାଗିଲେ । ଏଥିପାଇଁ ତାଙ୍କୁ ‘ଷ୍ଟେଜ୍’ରେ ପହଁଞ୍ଚିବାକୁ ଏତେ ସମୟ ଲାଗିଥିଲା । କୃଷ୍ଣ ସିରିୟଲ୍ ପରେ ସେ ପରଦାରୁ ବହୁତ ଦୂରରେ ଅନେକ ଦିନ ଥିଲେ । ଏହା ମଧ୍ୟରେ ସେ ତାଙ୍କ ପଢ଼ା ବି ପୂରା କରିଥିଲେ ।

ସ୍ୱପ୍ନିଳ ୨୦୦୫ରେ ଡେଣ୍ଟିସ୍ଟ ଅପର୍ଣ୍ଣା ଯୋଶୀଙ୍କୁ ପ୍ରେମ ବିବାହ କରିଥିଲେ କିନ୍ତୁ ତାଙ୍କ ସମ୍ପର୍କ ୪ ବର୍ଷ ଚାଲିପାରି ଥିଲା । ୨୦୦୯ରେ ତାଙ୍କର ଛାଡପତ୍ର ହୋଇଥିଲା । ୨୦୧୧ରେ ସେ ଲୀନା ଆରାଧ୍ୟାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ମଜା କଥା ଏହା ଯେ ତାଙ୍କ ଦ୍ଵିତୀୟ ପତ୍ନୀ ମଧ୍ୟ ଜଣେ ଡେଣ୍ଟିସ୍ଟ ।

ସେ ଲବ-କୁଶ (୧୯୮୬ , କୃଷ୍ଣ (୧୯୯୩), ଅମାନତ (୧୯୯୭-୨୦୦୨), କହତା ହେ ଦିଲ୍ (୨୦୦୦-୦୩), ଦେଶ ମେ ନିକଲା ହୋଗା ଚାନ୍ଦ (୨୦୦୧-୦୫), ହରେ କାଞ୍ଚ କି ଚୁଡିଆଁ (୨୦୦୫), ସଜନ୍ ରେ ଝୁଠ ମତ ବୋଲ, ପାପଡଡ୍ ପୋଲ୍ (୨୦୧୦), ଗୋଲ୍ ମାଲ୍ ହେ ଭାଇ ସବ୍ ଗୋଲମାଲ୍ ହେ (୨୦୧୨) ଆଦି ଶୋ’ରେ କାମ କରିଛନ୍ତି ।

Leave a Reply

Your email address will not be published. Required fields are marked *