ରେଖାଙ୍କ ଭଳି ସଫଳ ଅଟନ୍ତି ତାଙ୍କର ୬ ଭଉଣୀ ! ଜାଣନ୍ତୁ କେଉଁଠି ରୁହନ୍ତି ଏବଂ କଣ କରନ୍ତି ?

ରେଖାଙ୍କ ଭଳି ସଫଳ ଅଟନ୍ତି ତାଙ୍କର ୬ ଭଉଣୀ ! ଜାଣନ୍ତୁ କେଉଁଠି ରୁହନ୍ତି ଏବଂ କଣ କରନ୍ତି ?

ବଲିଉଡ଼ର ସୁନ୍ଦର ଓ ଆକର୍ଷକ ଅଭିନେତ୍ରୀ ରେଖା ସର୍ବଦା ଚର୍ଚ୍ଚାରେ ରୁହନ୍ତି । ନିଜର ଫ୍ୟାଶନ୍ ସେନ୍ସକୁ ନେଇ ରେଖା ଖବରରେ ରୁହନ୍ତି । ରେଖା ଯେଉଁଠାକୁ ଯାଆନ୍ତି ସେଠାରେ ସମସ୍ତଙ୍କୁ ନିଜ ପ୍ରତି ଆକର୍ଷଣ କରିନିଅନ୍ତି । ରେଖାଙ୍କ ବିଷୟରେ ଅଧିକାଂଶ ସମୟରେ ଆଲୋଚନା କରାଯାଏ କିନ୍ତୁ ଆଜି ଆମେ ରେଖାଙ୍କ ୬ ଜଣ ଭଉଣୀଙ୍କ ବିଷୟରେ ଆଲୋଚନା କରିବା । କଣ ଆପଣ ଜାଣନ୍ତି ରେଖାଙ୍କ ନିଜ ଭଉଣୀ ଏବଂ ୫ ଜଣ ସାବତ ଭଉଣୀଙ୍କ ବିଷୟରେ । ଏହି ସମସ୍ତ ଭଉଣୀ ନିଜ ନିଜ ଜୀବନରେ ସଫଳ ଅଟନ୍ତି ।

ରେଖାଙ୍କ ପିତା ଯେମିନି ଗଣେଶନ୍ ଦକ୍ଷିଣ ଚଳଚ୍ଚିତ୍ରର ଏକ ଜଣାଶୁଣା ଅଭିନେତା ଥିଲେ । ଯେମିନି ଗଣେଶନ୍ ତିନୋଟି ବିବାହ କରିଥିଲେ । ପ୍ରଥମ ସ୍ତ୍ରୀ ଅଲା ମେଲୁଙ୍କ ଠାରୁ ଯେମିନିଙ୍କ ୪ଟି ଝିଅ ଅଛନ୍ତି । ଦ୍ୱିତୀୟ ସ୍ତ୍ରୀ ପୁଷ୍ପାବଲିଙ୍କ ଠାରୁ ରେଖା ଓ ରାଧା ଜନ୍ମ ଗ୍ରହଣ କରିଛନ୍ତି । ତୃତୀୟ ସ୍ତ୍ରୀ ସାବିତ୍ରୀଙ୍କ ଠାରୁ ତାଙ୍କର ଦୁଇଟି ଶିଶୁ ଅଛନ୍ତି । ଏଥି ମଧ୍ୟରୁ ଗୋଟିଏ ଝିଅର ନାମ ଚାମୁଣ୍ଡେଶ୍ୱରୀ ଓ ଏକ ପୁଅ ଅଛନ୍ତି । ଏପରି ରେଖାଙ୍କ ଏକ ନିଜ ଭଉଣୀ ଅଛନ୍ତି ଏବଂ ପାଞ୍ଚଟି ସାବତ ଭଉଣୀ ଅଛନ୍ତି । ପିତା ଗଣେଶନଙ୍କ ସହିତ ରେଖାଙ୍କ ଭଲ ସମ୍ବନ୍ଧ ନାହିଁ କିନ୍ତୁ ସମସ୍ତ ଭଉଣୀଙ୍କ ମଧ୍ୟରେ ବହୁତ ଭଲପାଇବା ରହିଛି । ଚାଲନ୍ତୁ ଆଜି ରେଖାଙ୍କ ସମସ୍ତ ଭଉଣୀଙ୍କ ବିଷୟରେ ଜାଣିବା ।

ରେବତୀ ସ୍ୱାମୀନାଥନ୍ –

ରେଖାଙ୍କ ସବୁଠାରୁ ବଡ଼ ଭଉଣୀ ଡାକ୍ତର୍ ରେବତୀ ସ୍ୱାମୀନାଥନ୍ ଅଟନ୍ତି ଯିଏ ଆମେରିକାର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ରେବତୀ ରେଡ଼ିଏସନ୍ ଅକୋଲଜିଷ୍ଟ ଅଟନ୍ତି । ରେବତୀ ଲାଇମଲାଇଟରୁ ଖୁବ୍ ଦୂରେଇ ଅଛନ୍ତି । ନିଜ ଭଉଣୀ ରେଖାଙ୍କ ସହିତ ରେବତୀଙ୍କ ଏକ ଭଲ ସଂପର୍କ ରହିଛି ।

କମଳା ସେଲବରାଜ୍ –

ରେଖାଙ୍କ ଦ୍ୱିତୀୟ ଭଉଣୀଙ୍କ ନାମ କମଳା ସେଲବରାଜ୍ ଅଟେ । ବଡ଼ ଭଉଣୀ ରେବତୀଙ୍କ ଭଳି କମଳା ମଧ୍ୟ ଏକ ପ୍ରସିଦ୍ଧ ଡାକ୍ତର ଅଟନ୍ତି । କମଳା ଚେନ୍ନାଇରେ ଏକ ହସ୍ପିଟାଲ୍ ଚଳାଉଛନ୍ତି । ଏହି ଡାକ୍ତର ଖାନାର ନାମ ଜିଜି ହସ୍ପିଟାଲ୍ ଅଟେ । ଦୂର ଦୂରରୁ କମଳାଙ୍କ ଠାରୁ ଚିକିତ୍ସା ହେବା ପାଇଁ ରୋଗୀମାନେ ଆସନ୍ତି । ତାଙ୍କର ଗଣନା ଚେନ୍ନାଇର ଜଣାଶୁଣା ଡାକ୍ତର ମାନଙ୍କ ମଧ୍ୟରେ ହୋଇଥାଏ ।

ନାରାୟଣୀ ଗଣେଶ –

ରେଖାଙ୍କ ତୃତୀୟ ଭଉଣୀର ନାମ ନାରାୟଣୀ ଗଣେଶ ଅଟେ । ଦୁଇଟି ଭଉଣୀଙ୍କ ଡାକ୍ତର୍ ହେବା ଓ ଜଣେ ଅଭିନେତ୍ରୀ ହେବା ପରେ ରେଖାଙ୍କ ତୃତୀୟ ଭଉଣୀ କଲମର୍ ମାର୍ଗ ଖୋଜିନେଲେ ଏବଂ ପତ୍ରକାର ହୋଇଗଲେ । ନାରାୟଣୀ ଗଣେଶ ଜଣେ ପତ୍ରକାର ଥିଲେ ଏବଂ ଏକ ମୁଖ୍ୟ ଖବର କାଗଜରେ କାମ କରନ୍ତି । ନାରାୟଣୀ ଏକ ଭଲ ପଦରେ କାର୍ଯ୍ୟରତ ଅଟନ୍ତି ।

ବିଜୟା ଚାମୁଣ୍ଡେଶ୍ୱରୀ –

ବର୍ତ୍ତମାନ ରେଖାଙ୍କ ଆଉ ଏକ ଭଉଣୀଙ୍କ ବିଷୟରେ ଆଲୋଚନା କରିବା ଯାହାଙ୍କ ନାମ ଚାମୁଣ୍ଡେଶ୍ୱରୀ ଅଟେ । ଚାମୁଣ୍ଡେଶ୍ୱରୀ ଜୀବିକାରେ ଫିଜିଓଥେରେପିଷ୍ଟ ଅଟନ୍ତି । ରେଖାଙ୍କ ଅଧିକାଂଶ ଭଉଣୀ ମେଡ଼ିକାଲ୍ କ୍ଷେତ୍ରରେ କାମ କରନ୍ତି ଓ ନିଜ ଜୀବନରେ ସଫଳ ଅଟନ୍ତି ।

ରାଧା ଉସମାନ୍ ସେୟଦ୍ –

ରେଖାଙ୍କ ଭଉଣୀ ରାଧା ଜଣେ ଅଭିନେତ୍ରୀ ଅଟନ୍ତି । ସେ ଦକ୍ଷିଣର ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଯଦିଓ ସେ ଇଣ୍ଡଷ୍ଟ୍ରିରେ ଅଧିକ ନାମ ଅର୍ଜନ କରି ନାହାଁନ୍ତି । ବିବାହ ପରେ ରାଧା ଚଳଚ୍ଚିତ୍ର କରିବା ଛାଡ଼ି ଦେଇଥିଲେ । ଜଣାଇଦେଉଛୁ ଯେ ଦୀର୍ଘ ସମୟ ଧରି ସମ୍ପର୍କରେ ରହିବା ପରେ ରାଧା ମଡେଲ୍ ଉସମାନ୍ ସହିଦଙ୍କୁ ବିବାହ କରିଥିଲେ । ସେ ବର୍ତ୍ତମାନ ଆମେରିକାରେ ରୁହନ୍ତି । ନିକଟରେ ରାଧା ଅରମାନ୍ ଜୈନଙ୍କ ବିବାହରେ ରେଖାଙ୍କ ସହିତ ପହଞ୍ଚିଥିଲେ । ରେଖାଙ୍କ ସଙ୍ଗେ ସଙ୍ଗେ ରାଧାଙ୍କ ସୁନ୍ଦରତା ମଧ୍ୟ ସମସ୍ତଙ୍କୁ ମୋହିତ କରିଦିଏ ।

ଜୟା ଶ୍ରୀଧର –

ରେଖାଙ୍କ ସବୁଠାରୁ ଛୋଟ ଭଉଣୀଙ୍କ ନାମ ଜୟା ଶ୍ରୀଧର ଅଟେ । ଜୟା ଇଣ୍ଟର୍ ନ୍ୟୁଜ୍ ନେଟୱାର୍କରେ ସ୍ୱାସ୍ଥ୍ୟ ପରାମର୍ଶକ ଭାବେ କାମ କରୁଛନ୍ତି । ଜୟାଙ୍କ ସହ ରେଖାଙ୍କ ଗଭୀର ସମ୍ପର୍କ ରହିଛି । ଅଧିକାଂଶ ସମୟରେ ଜୟାଙ୍କ ସାହାଯ୍ୟ କରୁଥିବାର ମଧ୍ୟ ନଜର ଆସନ୍ତି । ଏହି ସମସ୍ତ ଭଉଣୀଙ୍କ ମଧ୍ୟରେ ବହୁତ ଭଲପାଇବା ରହିଛି । ଯେତେବେଳେ ଜୟାଙ୍କ ହସ୍ପିଟାଲର ଉତଘାଟନ ହୋଇଥିଲା ତେବେ ରାଧାଙ୍କ ବ୍ୟତୀତ ସମସ୍ତ ଭଉଣୀ ଉପସ୍ଥିତ ଥିଲେ । ରେଖା ମଧ୍ୟ ଜୟାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *