ଆସନ୍ତା କାଲିକୁ ଓଡ଼ିଶାର ବିଭିନ୍ନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଆସନ୍ତା କାଲିକୁ ଓଡ଼ିଶାର ବିଭିନ୍ନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଏହି ସବୁ ଜିଲ୍ଲାଗୁଡ଼ିକୁ ୟେଲ୍ଲୋ ୱାର୍ଣିଙ୍ଗ ଜାରି କରାଯାଇଛି ।

ଆଜିର ସବୁଠାରୁ ବଡ଼ ଖବର ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଭୀଷଣ ଲଘୁଚାପ । ୪ ତାରିଖରେ ଏହି ଲଘୁଚାପଟି ଅବପାତର ରୂପ ନେବ । ୩ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ଜିଲ୍ଲାକୁ ୟେଲ୍ଲୋ ୱାର୍ଣିଙ୍ଗ ଜାରି କରାଯାଇଛି । ତେବେ ଚାଲନ୍ତୁ ଜାଣିବା ଏହାକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ।

Google

ଅନେକ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ଓ ଖରା ରହିଥିବାବେଳେ ବର୍ତ୍ତମାନ ପୁଣିଥରେ ଦକ୍ଷିଣ-ପଶ୍ଚିମ ମୌସମୀ ବାୟୁ ଦ୍ଵାରା ରାଜ୍ୟରେ ପୁଣିଥରେ ଜଳବାଯୁରେ ପରିବର୍ତ୍ତନ ହେବାକୁ ଯାଉଛି । ୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ମୌସମୀ ଟ୍ରଫ୍ ଲାଇନ୍ ଉତ୍ତରରୁ ଦକ୍ଷିଣ ଆଡ଼କୁ ମୁହାଁଇବାରେ ସହାୟକ ହେବ । ଫଳରେ ରାଜ୍ୟରେ ମୌସମୀ ବାୟୁକୁ ସକ୍ରିୟ ହେବାରେ ଅନୁକୂଳ ପ୍ରବେଶ ସୃଷ୍ଟିହେବ । ସମ୍ଭାବ୍ୟ ମୌସମୀ ପ୍ରଭାବରେ ରାଜ୍ୟରେ ୩ ତାରିଖରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପାଣିପାଗ କେନ୍ଦ୍ର କହିଛି, ମୌସମୀ ଟ୍ରଫ୍ ଲାଇନ୍ ଏବେ ଗଙ୍ଗା ନଗର, ପିଲାଣି, ଗ୍ୱାଳିଅର୍ ଓ ମିଜରା ମଧ୍ୟ ଦେଇ ମେଘାଳୟ ପର୍ଯ୍ୟନ୍ତ ଲମ୍ବିଛି । ଆସନ୍ତା ୪ ତାରିଖ ଓଡ଼ିଶା ସଂଲଘ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୩ ତାରିଖରୁ ରାଜ୍ୟରେ ବର୍ଷାର ପ୍ରଭାବ ବଢ଼ିବ । ସୂଚନା ଅନୁସାରେ ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିସବୁ ଜିଲ୍ଲା ଗୁଡ଼ିକୁ ୟେଲ୍ଲୋ ୱାର୍ଣିଙ୍ଗ ଜାରି କରାଯାଇଛି ।

Google

ସେହି ଜିଲ୍ଲା ଗୁଡ଼ିକ ହେଉଛି, ମାଲକାନଗିରି, କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିଭଳି ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କଟକ, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ ଓ ଗଜପତି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୪ ଏବଂ ୫ ତାରିଖ ବେଳକୁ ଓଡ଼ିଶାର ପ୍ରାୟ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

Google

୪ ତାରିଖରେ ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, କନ୍ଧମାଳ ଏବଂ ପୁରୀ, ଗଞ୍ଜାମ, ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର, ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ୫ ତାରିଖରେ ଭଦ୍ରକ, ସମ୍ବଲପୁର, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏବଂ ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହୋଇପାରେ । ୪ ଓ ୫ ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଏହି ସମୟରେ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ବଙ୍ଗୋପସାଗର ମଧ୍ୟକୁ ମାଛ ଧରିବାକୁ ନ ଯିବାକୁ ବାରଣ କରାଯାଇଛି । ସେହିପରି ୫ ତାରିଖରେ ଓଡ଼ିଶା ଉପକୂଳରେ ମାଛ ମାରିବାକୁ ବାରଣ କରାଯାଇଛି ।

Be the first to comment

Leave a Reply

Your email address will not be published.


*