ଆଜିର ବଡ଼ ଖବର : ଆଜିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲାଗି ରହିବା ପ୍ରବଳ ବର୍ଷା ।

ଆଜିର ବଡ଼ ଖବର : ଆଜିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲାଗି ରହିବା ପ୍ରବଳ ବର୍ଷା ।

ବର୍ତ୍ତମାନ ସମୟରେ ରାଜ୍ୟର ଅନେକ ଜାଗାରେ ମେଘୁଆ ପାଗ ଅଛି ଅନ୍ୟ କେତେକ ଜାଗାରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସମ୍ୟକ ଆଶ୍ଵସ୍ତିକର ଖବର ମିଳିଛି । ଆସନ୍ତା ଦୁଇ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଘଡ଼ଘଡ଼ି ବିଜୁଳି ସହ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ବହୁତ ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଓ ଆସନ୍ତାକାଲି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଜପତି, କନ୍ଧମାଳ, ବାଲେଶ୍ୱର, ଖୋର୍ଦ୍ଧା, କଟକ, ଗଞ୍ଜାମରେ ବର୍ଷାର ସୂଚନା ମଧ୍ୟ ପ୍ରଦାନ କରିଛି ।

Google

ସେହିପରି ୨୮ ତାରିଖ ଦିନ ଉପକୂଳ ଓଡ଼ିଶା ସମେତ ଦେବଗଡ଼, କେନ୍ଦୁଝର, ନୂଆପଡା, କଳାହାଣ୍ଡି ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଉପରୋକ୍ତ ଜିଲ୍ଲା ଗୁଡିକ ମଧ୍ୟରୁ କେତେକ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଜୁନ୍ ୨୯ ତାରିଖ ପରେ ରାଜ୍ୟରେ ପାଗ ଶୁଖିଲା ରହିବ କିନ୍ତୁ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟକୁ ମୌସୁମୀ ଆଗମନ କରିପାରେ । ପାଣିପାଗ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ଜୁନ୍‌ ଶେଷ ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡା ସମେତ ଉତ୍ତର-ପଶ୍ଚିମ ଓଡ଼ିଶାରେ ହାରାହାରି ୭୦ ମିମି, ଦକ୍ଷିଣ ଓଡ଼ିଶାରେ ହାରାହାରି ୫୦ ମିମି ଓ ଉପକୂଳ ଓଡ଼ିଶାରେ ୩୦ ମିମି ବର୍ଷା ହେବ । ଅନ୍ୟପକ୍ଷେ ୩ ତାରିଖ ଠାରୁ ଏକ ନୂଆ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଅଧିକ ସମ୍ଭାବନା ଥିବାରୁ ରାଜ୍ୟରେ ପୁଣି ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *