କଳାଜାଇ, ଦେଇଥାଏ ଭାଗ୍ୟବାନ ହେବାର ସଂକେତ ! ଜାଣନ୍ତୁ ଶରୀରର ଅନ୍ୟ ଅଙ୍ଗରେ କଳାଜାଇ ଥିବାର ମହତ୍ତ୍ୱ…

କଳାଜାଇ, ଦେଇଥାଏ ଭାଗ୍ୟବାନ ହେବାର ସଂକେତ ! ଜାଣନ୍ତୁ ଶରୀରର ଅନ୍ୟ ଅଙ୍ଗରେ କଳାଜାଇ ଥିବାର ମହତ୍ତ୍ୱ…

ଆମ ଶରୀରରେ ରହିଥିବା କଳାଜାଇ ଆମର ଭାଗ୍ୟ ବିଷୟରେ ବହୁତ ତଥ୍ୟ ପ୍ରଦାନ କରିଥାଏ । ଶରୀରରେ ରହିଥିବା କଳାଜାଇ ମଧ୍ୟମରେ ବ୍ୟକ୍ତିର ଚରିତ୍ର ବିଷୟରେ ଅନେକ କିଛି ତଥ୍ୟ ଜଣା ପଡିଯାଇଥାଏ । ଆଜି ଆମେ ଆପଣଙ୍କୁ ପେଟ ଏବଂ ନାଭିର ଆଖପାଖରେ ରହିଥିବା କଳାଜାଇର ଅର୍ଥ କଣ ? ସେ ବିଷୟରେ ବିସ୍ତୃତ ଭାବରେ କହିବାକୁ ଯାଉଛୁ । ବାସ୍ତବରେ, ପେଟ ଏବଂ ଏହାର ଆଖପାଖ ଅଂଶରେ ରହିଥିବା କଳାଜାଇକୁ ଅତ୍ୟନ୍ତ ଶୁଭଦାୟକ ବୋଲି ବିବେଚନା କରାଯାଏ ଏବଂ ଏହା ଧନ ସମୃଦ୍ଧିର ସଂକେତ ପ୍ରଦାନ କରିଥାଏ ।

ଅନେକ ଲୋକଙ୍କର ଜନ୍ମ ସମୟରେ କଳାଜାଇ ରହିଥାଏ କିନ୍ତୁ ଆଉ କିଛି ଲୋକଙ୍କର ଜନ୍ମ ପରେ ଶରୀରରେ କଳାଜାଇ ଆପେଆପେ ଜନ୍ମିଥାଏ । ଶାସ୍ତ୍ରରେ କଳାଜାଇକୁ ଜାତକର ଭାଗ୍ୟ ସହ ଜଡିତ ବୋଲି ବିବେଚନା କରାଯାଏ । ଶରୀରର କେଉଁ ଅଂଶରେ କଳାଜାଇ ରହିବାର ଅର୍ଥ କଣ ହୋଇଥାଏ, ଏହା ସମୁଦ୍ରଶାସ୍ତ୍ରରେ ବିସ୍ତ୍ରୁତ ଭାବରେ ବର୍ଣ୍ଣନା କରାଯାଇଛି ।

* ପେଟରେ କଳାଜାଇ ରହିବାର ଅର୍ଥ:-

ଯେଉଁ ମହିଳାମାନଙ୍କର ପେଟରେ କଳାଜାଇ ରହିଥାଏ, ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏଭଳି ମହିଳାମାନଙ୍କୁ ସ୍ୱାମୀଙ୍କ ଠାରୁ ଅତ୍ୟନ୍ତ ସ୍ନେହା ଓ ଭଲ ପାଇବା ମିଳିଥାଏ ଏବଂ ସନ୍ତାନ ପକ୍ଷରୁ ମଧ୍ୟ ସମସ୍ତ ସୁଖ ମିଳିଥାଏ । ଏହି ମହିଳା ମାନଙ୍କର ଜୀବନରେ କୌଣସି ସମସ୍ୟା ଦେଖାଦେଇନଥାଏ । ଏଥିସହିତ ଯେଉଁ ପୁରୁଷ ମାନଙ୍କର ପେଟରେ କଳାଜାଇ ରହିଥାଏ, ସେମାନେ ଜୀବନରେ ଅତ୍ୟନ୍ତ ସଫଳ ହୋଇଥାନ୍ତି । ସେମାନେ ଯାହା ପାଇବାକୁ ଚାହିଁଥାନ୍ତି, ସେମାନଙ୍କୁ ତାହା ଜୀବନରେ ସହଜରେ ମିଳିଯାଏ । ଯେଉଁ ପୁରୁଷଙ୍କ ପେଟରେ କଳାଜାଇ ରହିଥାଏ, ସେମାନେ ସମାଜରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି ଏବଂ ସେମାନଙ୍କୁ ସର୍ବଶ୍ରେଷ୍ଠ ସଫଳତା ମିଳିଥାଏ ।

* ନାଭିର ଉପର ଅଂଶରେ କଳାଜାଇର ଅର୍ଥ:-

ଯେଉଁ ମହିଳାଙ୍କର ନାଭିର ଉପର ଅଂଶରେ କଳାଜାଇ ରହିଥାଏ, ସେମାନେ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ହୋଇଥାନ୍ତି । ଏଭଳି ମହିଳାମାନେ ଖାଇବା ପିଇବାକୁ ଅତ୍ୟନ୍ତ ଭଲ ପାଇଥାନ୍ତି । ଏଥିସହ କଳାଜାଇ ଯଦି ନାଭି ଭିତରେ କିମ୍ବା ନାଭିର ଆଖପାଖରେ ରହିଥାଏ, ତେବେ ଏଭଳି ବ୍ୟକ୍ତିଙ୍କୁ ଧନ ସମ୍ପତ୍ତିରେ କୌଣସି ଅଭାବ ହୁଏନାହିଁ । ଏମାନଙ୍କୁ ଜୀବନରେ ପ୍ରତ୍ୟେକ ବଡ଼ ସଫଳତା ହାସଲ ହୋଇଥାଏ । ନାଭିରେ କଳାଜାଇ ରହିବାର ଅର୍ଥ ଏହା ଯେ, ବ୍ୟକ୍ତିର ଜୀବନ ଆନନ୍ଦମୟ ଅଟେ ।

* ନାଭିର ତଳ ଅଂଶରେ କଳାଜାଇ ରହିବାର ଅର୍ଥ:-

ଅନେକ ଲୋକଙ୍କ ନାଭିର ତଳେ ଅଂଶରେ କଳାଜାଇ ରହିଥାଏ । ନାଭିର ତଳେ ଅଂଶରେ ଥିବା କଳାଜାଇ ସେହି ବ୍ୟକ୍ତି ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଶାସ୍ତ୍ର ଅନୁଯାୟୀ ଏପରି ବ୍ୟକ୍ତିଙ୍କ ଭାଗ୍ୟ ପ୍ରାୟତଃ ସେମାନଙ୍କୁ ସମର୍ଥନ କରିଥାଏ । ଏପରି ଲୋକଙ୍କୁ ଧନର ଅଭାବ ରହିନଥାଏ । ସେମାନଙ୍କ ଜୀବନଶୈଳୀ ବହୁତ ଭଲ ହୋଇଥାଏ । ପ୍ରତ୍ୟେକ କାର୍ଯ୍ୟରେ ସେମାନଙ୍କୁ ସଫଳତା ମିଳିଥାଏ । ଥରେ ଏମାନେ ଯେଉଁ କାର୍ଯ୍ୟକୁ କରିବାକୁ ନିଷ୍ପତ୍ତି ନେଇଯାଆନ୍ତି, ଏହାକୁ ସମ୍ପୂର୍ଣ୍ଣ କରିଥାନ୍ତି ।

* ପେଟରେ କଳାଜାଇ ରହିବା ଅର୍ଥ:-

ସମୁଦ୍ରଶାସ୍ତ୍ର ଅନୁଯାୟୀ ପେଟରେ କଳାଜାଇ ରହିବା ଅଶୁଭ ହୋଇଥାଏ ଏବଂ ଏହା ଦୁର୍ଭାଗ୍ୟ ସହିତ ଯୋଡି ହୋଇଥାଏ । ଯେଉଁ ଲୋକମାନଙ୍କର ପେଟରେ କଳାଜାଇ ରହିଥାଏ, ସେହି ଲୋକମାନେ ଖାଦ୍ୟକୁ ବହୁତ ଭଲ ପାଆନ୍ତି ଏବଂ ସେମାନଙ୍କର ପେଟ କେବେ ବି ଭରି ନଥାଏ । କଳାଜାଇ ଯଦି ନାଭିର ବାମପଟେ ରହିଥାଏ, ତେବେ ବ୍ୟକ୍ତିଙ୍କୁ ପେଟ ସହିତ ଜଡିତ ରୋଗ ହୋଇଥାଏ ଏବଂ ଯେଉଁମାନଙ୍କର ନାଭି ତଳେ କଳାଜାଇ ଚିହ୍ନ ରହିଥାଏ, ତାଙ୍କୁ ଯୌନ ରୋଗର ଆଶଙ୍କା ରହିଥାଏ ।

Leave a Reply

Your email address will not be published. Required fields are marked *