ହଠାତ୍ ମୁଣ୍ଡ ବୁଲେଇବା ଦେଇଥାଏ ଏହି ୩ଟି ରୋଗର ସଂକେତ !

୧. ଏନିମୀୟା ରୋଗ:-

ଶରୀରରେ ରକ୍ତର ହିନତା ଯୋଗୁଁ ଏନିମୀୟା ରୋଗ ହୋଇଥାଏ । ଏହି ରୋଗର କାରଣରୁ ଲୋକଙ୍କୁ ହଠାତରେ ହିଁ ମୁଣ୍ଡ ବୁଲେଇଥାଏ । ଏହାସହ ତାଙ୍କ ଶରୀରରେ ଥକାପଣ ଏବଂ ଦୁର୍ବଳତା ସମସ୍ୟା ରହିଥାଏ । ଏହାଦ୍ବାରା ମନୁଷ୍ୟ ଅସ୍ବସ୍ଥ୍ୟ ମନେ କରିଥାଏ । ଏଥିପାଇଁ, ଯଦି କାହାକୁ ଏହି ରୋଗର ସମସ୍ୟା ଅଛି, ତେବେ ତାକୁ ସର୍ବପ୍ରଥମେ ଡାକ୍ତର ସହ ପରାମର୍ଶ ନେବା ଉଚିତ ଏବଂ ଆଇରନ ଯୁକ୍ତ ଖାଦ୍ୟ ଖାଇବା ଉଚିତ ।

୨. ମାଇଗ୍ରେନର ରୋଗ:-

ହଠାତ୍ ମୁଣ୍ଡ ବୁଲେଇବା ମାଇଗ୍ରେନ ରୋଗର ସଂକେତ ମଧ୍ୟ ଅଟେ । ଏଥିପାଇଁ ମନୁଷ୍ୟର ମସ୍ତିସ୍କରେ ଦରଜର ସମସ୍ୟା ରହିଥାଏ ଏବଂ ମନୁଷ୍ୟ ନିଜକୁ କମ୍ ଉର୍ଜା ଅନୁଭବ କରିଥାଏ । ଏହା ଦ୍ବାରା ଚିନ୍ତା କରିବାର ଶକ୍ତି ମଧ୍ୟ ପ୍ରଭାବିତ ହୋଇଥାଏ । ଏଥିପାଇଁ ଯଦି କୌଣସି ବ୍ୟକ୍ତି ହଠାତ୍ ମୁଣ୍ଡ ବୁଲେଇବାର ଅନୁଭବ କରେ, ତେବେ ତାକୁ ତୁରନ୍ତ ଡାକ୍ତର ସହ ପରାମର୍ଶ କରିବା ଉଚିତ ।

୩. ହୃଦୟ ସମ୍ବନ୍ଧିତ ରୋଗ:-

ଯଦି କୌଣସି ବ୍ୟକ୍ତିକୁ ହଠାତ୍ ମୁଣ୍ଡ ବୁଲେଇଥାଏ, ତେବେ ଏହା ହୃଦୟ ସମ୍ବନ୍ଧିତ ରୋଗ ହୋଇପାରେ । କାହିଁକି ନା ଯେତେବେଳେ ଲୋକଙ୍କ ହୃଦୟ ଠିକ୍ ଭାବରେ କାମ କରି ନଥାଏ, ସେତେବେଳେ ଏହା ହୃଦୟର କାମକୁ ପ୍ରଭାବିତ କରିଥାଏ ଏବଂ ମସ୍ତିଷ୍କକୁ ଠିକ୍ ଭାବରେ ରକ୍ତ ସଞ୍ଚାଳନ କରି ନଥାଏ । ଯେଉଁଥିପାଇଁ ବ୍ୟକ୍ତିକୁ ମୁଣ୍ଡ ବୁଲେଇଥାଏ । ଏଥିପାଇଁ, ଯଦି ଏହା ହୁଏ ତେବେ ଡାକ୍ତର ସହ ପରାମର୍ଶ କରିବା ଭଲ ହେବ ।

ସ୍ବାସ୍ଥ୍ୟ ସମ୍ବନ୍ଧିତ ସୂଚନା ପାଇଁ ଆମକୁ ଲାଇକ ଏବଂ ସେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ !

Be the first to comment

Leave a Reply

Your email address will not be published.


*