ହସିନ ଜାହଁଙ୍କ ପତି ମହମ୍ମଦ ଶମ୍ମିଙ୍କ ଉପରେ ଲାଗିଛି ଆଉ ଗୋଟିଏ ଗମ୍ଭୀର ଆରୋପ, ବର୍ତ୍ତମାନ କୋର୍ଟରେ ନିଜେ ଲଢ଼ିବେ ନିଜର ମକଦ୍ଦମା !

ଭାରତୀୟ କ୍ରିକେଟର ମହମ୍ମଦ ଶମ୍ମିଙ୍କ ପତ୍ନୀ ହସିନ ଜାହଁ ପୋଲିସ୍ ଉପରେ ନିଜ ସହ ଏବଂ ନିଜର ଝିଅ ସହ ଅଭଦ୍ରତାର ଆରୋପ ଲଗାଇଛନ୍ତି । ଏହି ମାମଲାକୁ ନେବାକୁ କୌଣସି ମଧ୍ୟ ଓକିଲ ପ୍ରସ୍ତୁତ ନ ହେବାରୁ ବର୍ତ୍ତମାନ ସେ ନିଜେ ଆଲ୍ହାବାଦ ହାଇକୋର୍ଟରେ ପୋଲିସ୍ ବିରୋଧରେ, ଏବଂ ମହମ୍ମଦ ଶମ୍ମିଙ୍କ ଉପରେ ନିଜର ମକଦ୍ଦମାକୁ ରଖିବେ ।

ହସିନ କିଛି ସମୟ ପୂର୍ବରୁ କୋର୍ଟରେ କହିଥିଲେ କି ଶାମ୍ମି ଓକିଲ ଉପରେ ତାଙ୍କର ମକଦ୍ଦମା ନେବା ପାଇଁ ଚାପ ପକାଉଛନ୍ତି , ଯେଉଁଥିପାଇଁ ତାଙ୍କର ମକଦ୍ଦମା କେହି ନେବା ପାଇଁ ପ୍ରସ୍ତୁତ ନାହାନ୍ତି ଏବଂ ପୋଲିସ୍ ମଧ୍ୟ ତାଙ୍କ ସହ ଏବଂ ତାଙ୍କ ଝିଅ ସହ ଅଭଦ୍ରତାରେ ବ୍ୟବହାର କରୁଛି । ସେଥିପାଇଁ ସେ ବର୍ତ୍ତମାନ ନିଜର ମକଦ୍ଦମା ଲଢେଇ କରିବାକୁ ଚାହୁଁଛନ୍ତି ।

ହସିନ କହିଥିଲେ କି ପୂର୍ବ ବର୍ଷ ୨୮ ଏପ୍ରିଲରେ ଯେତେବଳେ ସେ ନିଜର ଝିଅ ସହ ଶାଶୁଘରକୁ ଆସିଥିଲେ, ସେତେବେଳେ ପ୍ରଥମେ ପୋଲିସ୍ ଆସିଥିଲା ଏବଂ କଥା ହୋଇ ଚାଲି ଯାଇଥିଲା । କିନ୍ତୁ ଶାମ୍ମିଙ୍କ କହିବା ପରେ ପୋଲିସ୍ ପୁଣିଥରେ ଆସିଥିଲା ଏବଂ ଘରେ ପଶି ଗାଳି ଗୁଲଜ କରିବାକୁ ଲାଗିଥିଲା ଏହାସହ ମତେ ବଳପୂର୍ବକ ଥାନାକୁ ନେଇଯାଇ ମୋର ମେଡିକାଲ କରିଥିଲେ । ଏହାପରେ ସାରାରାତି ଥାନାରେ ବସେଇ ରଖିଥିଲେ ଏବଂ ତାପର ଦିନ ଜବରଦସ୍ତି ଗିରଫ କରି ନେଇଗଲେ, ଯେତେବେଳେ କି ସେ କେବଳ ଗାଉନରେ ଥିଲେ ।

ମହମ୍ମଦ ଶାମ୍ମି ଏବଂ ହସିନ ଜାହଁଙ୍କ ଏହି ମାମଲା ଦୁଇ ବର୍ଷ ପୂର୍ବରୁ ଲୋକଙ୍କ ସାମ୍ନାକୁ ଆସିଥିଲା, ଯେତେବେଳେ ହସିନ ଜାହଁ ମହମ୍ମଦ ଶମୀ ଏବଂ ତାଙ୍କର ପରିବାର ଉପରେ ଯୌତୁକ ଉତ୍ପୀଡନ ଏବଂ ଘରୋଇ ହିଂସାର ମକଦ୍ଦମା କୋଲକାତାରେ ଦର୍ଜ କରିଥିଲେ । ଏହି ମାମଲା ପରେ ଯେତେବେଳେ ହସିନ ଜାହଁ ନିଜର ଶାଶୁଘରେ ପହଞ୍ଚିଥିଲେ, ତେବେ ଶାମ୍ମିଙ୍କ ପରିବାର ତାଙ୍କ ଉପରେ ଜବରଦସ୍ତି ଘରେ ପଶିବାର ଆରୋପ ଲଗାଇଥିଲେ ।

Be the first to comment

Leave a Reply

Your email address will not be published.


*