LPG ଗ୍ୟାସ ଉପରେ ସବ୍ସିଡି ଆପଣଙ୍କ ଆକାଉଣ୍ଟକୁ ଆସିଛି କି ନାହିଁ ? ଏହିପରି ଘରେ ବସି ଯାଞ୍ଚ କରନ୍ତୁ ।

LPG ଗ୍ୟାସ ଉପରେ ସବ୍ସିଡି ଆପଣଙ୍କ ଆକାଉଣ୍ଟକୁ ଆସିଛି କି ନାହିଁ ? ଏହିପରି ଘରେ ବସି ଯାଞ୍ଚ କରନ୍ତୁ ।

ସରକାର ଗୋଟିଏ ବର୍ଷରେ ପ୍ରତ୍ୟେକ ପରିବାର ପାଇଁ ୧୪.୨ କିଲୋଗ୍ରାମ ବିଶିଷ୍ଟ ୧୨ଟି ସିଲିଣ୍ଡର ଉପରେ ସବ୍ସିଡି ଦିଅନ୍ତି । ଜୁଲାଇ ମାସ ଆରମ୍ଭରୁ ହିଁ ରୋଷେଇ ଗ୍ୟାସର ମୂଲ୍ୟ ବୃଦ୍ଧି କରାଯାଇଛି । ଜୁନ୍ ମାସରେ ମଧ୍ୟ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଥିଲା ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଗ୍ୟାସ ସିଲଣ୍ଡରର ମୂଲ୍ୟ ୧ ଟଙ୍କା ବୃଦ୍ଧି ପାଇଛି । ଅଧିକାଂଶ ଲୋକ LPG ସିଲିଣ୍ଡରରେ ସବ୍ସିଡି ପାଆନ୍ତି । ସିଧାସଳଖ କ୍ୟାସ୍ ଟ୍ରାନ୍ସଫର ସ୍କିମ୍ ମାଧ୍ୟମରେ ସବସିଡି ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଆସିଥାଏ ।

ମାର୍ଚ୍ଚରୁ ଏପର୍ଯ୍ୟନ୍ତ LPG ସିଲିଣ୍ଡରରେ ୨୧୧ ଟଙ୍କା ଶସ୍ତା ହୋଇଛି :

Google

ଚଳିତ ବର୍ଷ ସବ୍ସିଡି ନଥିବା ଘରୋଇ ଗ୍ୟାସ ସିଲିଣ୍ଡର (୧୪.୨କେଜି) ୧୨୧ ଟଙ୍କା ଶସ୍ତା ହୋଇଛି । ୨୦୨୦, ଜାନୁୟାରୀ ୧ରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୭୧୪ ଟଙ୍କା ଥିଲା । ବର୍ତ୍ତମାନ ତାହା ୫୯୪ ଟଙ୍କା ହୋଇଯାଇଛି । ଏଥିସହିତ, ଯଦି ମାର୍ଚ୍ଚ ମାସର ତୁଳନା କରିବା; ତେବେ ୨୦୨୦, ମାର୍ଚ୍ଚ ୧ରେ ବିନା ସବ୍ସିଡି ସିଲିଣ୍ଡର ଦିଲ୍ଲୀରେ ୮୦୫ ଟଙ୍କାରେ ମିଳୁଥିଲା । ଏହି ଦୃଷ୍ଟିକୋଣରୁ ବର୍ତ୍ତମାନ ସୁଦ୍ଧା ଏହା ୧୨୧ ଟଙ୍କା ଶସ୍ତା ହୋଇଛି ।

ସରକାର ଗ୍ୟାସ ସିଲିଣ୍ଡର ଉପରେ ସବ୍ସିଡି ପ୍ରଦାନ କରନ୍ତି :

ସରକାର ଗୋଟିଏ ବର୍ଷରେ ପ୍ରତ୍ୟେକ ପରିବାର ପାଇଁ ୧୪.୨ କିଲୋଗ୍ରାମ ବିଶିଷ୍ଟ ୧୨ଟି ସିଲିଣ୍ଡର ଉପରେ ସବ୍ସିଡି ଦିଅନ୍ତି । ଯଦି ଗ୍ରାହକମାନେ ଏହାଠାରୁ ମଧ୍ୟ ଅଧିକ ସିଲିଣ୍ଡର ନେବାକୁ ଚାହାଁନ୍ତି, ତେବେ ସେମାନେ ବଜାର ଦରରେ କିଣିନ୍ତି । ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରତି ମାସରେ ବଦଳିଥାଏ । ଏହାର ମୂଲ୍ୟ ହାରାହାରି ଆନ୍ତର୍ଜାତୀୟ ମାନଦଣ୍ଡ ଏବଂ ବୈଦେଶିକ ମୁଦ୍ରା ମୂଲ୍ୟରେ ପରିବର୍ତ୍ତନ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ।

ଘରେ ବସି ସବ୍ସିଡି ଆସିଛି କି ନାହିଁ ଜାଣିପାରିବେ :

Google

ଅନେକ ଅଭିଯୋଗ ସାମ୍ନାକୁ ଆସିଛି ଯେ, ଗ୍ୟାସ ସବ୍ସିଡି ଅନ୍ୟ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି । ଏପରି ପରିସ୍ଥିତିରେ ଏହା ଜାଣିବା ଅତ୍ୟାବଶ୍ୟକ ଯେ, ନିୟମିତ ଭାବେ ଆପଣଙ୍କ ଆକାଉଣ୍ଟକୁ ସବ୍ସିଡି ଆସୁଛି କି ନାହିଁ ? ବ୍ୟାଙ୍କ ଆକାଉଣ୍ଟରେ ସବ୍ସିଡି ରାଶି ଜମା ହୋଇଛି କି ନାହିଁ ? ତାହା ଜାଣିବା ପାଇଁ ବ୍ୟାଙ୍କ ଯିବାର କୌଣସି ଆବଶ୍ୟକତା ନାହିଁ । ଘରେ ବସି ମଧ୍ୟ ଅର୍ଥରାଶି ସ୍ଥାନାନ୍ତର ହୋଇଛି କି ନାହିଁ ତାହା ଜାଣିପାରିବେ । ଏଥିପାଇଁ କିଛି ପଦକ୍ଷେପ ଅନୁସରଣ କରିବାକୁ ପଡିବ ।

ଏହି ପଦକ୍ଷେପ ଗୁଡିକ ଅନୁସରଣ କରନ୍ତୁ :

* ସର୍ବପ୍ରଥମେ Mylpg. in ୱେବସାଇଟକୁ ଯାଆନ୍ତୁ ।

* ୱେବସାଇଟର ହୋମପେଜରେ ତିନୋଟି LPG ସିଲିଣ୍ଡର କମ୍ପାନୀର ଟ୍ୟାବ (ଫୋଟ ସହିତ) ଥିବ ।

* ଆପଣଙ୍କୁ କମ୍ପାନୀ (ଯାହାର ସିଲିଣ୍ଡର ନିଅନ୍ତି) ବାଛିବାକୁ ପଡିବ ।

* ଯଦି ଇଣ୍ଡିଆନ ଗ୍ୟାସର ସିଲିଣ୍ଡର ନିଅନ୍ତି, ତେବେ ଏହାର ଟ୍ୟାବ ଉପରେ କ୍ଲିକ କରନ୍ତୁ ।

* ସବ୍ସିଡି ଆସିଛି କି ନାହଁ ତାହା ଯାଞ୍ଚ କରିବା ପାଇଁ ଏକ ନୂତନ ଇଣ୍ଟେରଫେସ୍ ଖୋଲିବେ ।

* ବାର୍ ମେନ୍ୟୁକୁ ଯାଇ ‘give your feedback online ଅର୍ଥାତ ଅନଲାଇନରେ ଆପଣଙ୍କ ମତାମତ ଦିଅନ୍ତୁ’ ଉପରେ କ୍ଲିକ କରନ୍ତୁ ।

* ଆପଣଙ୍କର ମୋବାଇଲ ନମ୍ବର, LPG କଞ୍ଜ୍ଯୁମର ଆଇଡି, ରାଜ୍ୟର ନାମ, ଡିଷ୍ଟ୍ରବ୍ୟୁଟରଙ୍କ ସୂଚନା ଆଦି ପୂରଣ କରନ୍ତୁ ।

* ଏହାପରେ ‘Feedback Type’ ଉପରେ କ୍ଲିକ କରନ୍ତୁ ।

* ‘Complaint ବା ଅଭିଯୋଗ’ ବିକଳ୍ପ ଚୟନ କରି ‘Next ବା ପରବର୍ତ୍ତୀ’ ବଟନ୍ କ୍ଲିକ କରନ୍ତୁ ।

* ଆପଣଙ୍କ ବ୍ୟାଙ୍କ ବିବରଣୀ ନୂତନ ଇଣ୍ଟେରଫେସରେ ପ୍ରକାଶ ପାଇବ । ସବ୍ସିଡି ଟଙ୍କା ବ୍ୟାଙ୍କ ଖାତାକୁ ଆସିଛି କି ନାହିଁ ତାହା ସବିଶେଷ ତଥ୍ୟ ଜଣାପଡିବ ।

Leave a Reply

Your email address will not be published. Required fields are marked *