ଦ୍ୱିତୀୟଥର ପାଇଁ ପିତା ହେଲେ ହରଭଜନ୍ ସିଂହ ! ପତ୍ନୀ ଗୀତା ବସ୍ରା ବେବି ଵଂଫ୍ ଦେଖାଇ ମା’ ହେବାର ଖବର ଦେଲେ…

ଦ୍ୱିତୀୟଥର ପାଇଁ ପିତା ହେଲେ ହରଭଜନ୍ ସିଂହ ! ପତ୍ନୀ ଗୀତା ବସ୍ରା ବେବି ଵଂଫ୍ ଦେଖାଇ ମା’ ହେବାର ଖବର ଦେଲେ…

ଟିମ୍ ଇଣ୍ଡିଆରେ ଟର୍ବନେଟର ଭାବରେ ପ୍ରସିଦ୍ଧ ହରଭଜନ୍ ସିଂହ ଦ୍ୱିତୀତଥର ପାଇଁ ବାପା ହେବାକୁ ଯାଉଛନ୍ତି । ଏହି ଖୁସି ଖବର ତାଙ୍କ ପତ୍ନୀ ଏବଂ ଅଭିନେତ୍ରୀ ଗୀତା ବସ୍ରା ସୋସିଆଲ୍ ମିଡ଼ିଆରେ କିଛି ଫୋଟ ସେୟାର୍ କରି ଦେଇଛନ୍ତି । ଏହି ଫୋଟରେ ଗୀତାଙ୍କ ସହିତ ହରଭଜନ ସିଂହ ଏବଂ ତାଙ୍କ ଝିଅ ହିନାୟା ମଧ୍ୟ ନଜର ଆସିଛନ୍ତି । ଫୋଟ ସେୟାର୍ କରି ଗୀତା କ୍ୟାପସନରେ କହିଛନ୍ତି ଯେ ତାଙ୍କର ଦ୍ୱିତୀୟ ସନ୍ତାନ ଏହି ବର୍ଷ ଜୁଲାଇ, ୨୦୨୧ରେ ଜନ୍ମ ନେବ । ଗୀତା ଏବଂ ହରଭଜନ୍ ଦ୍ୱିତୀୟଥର ପାଇଁ ପରେଣ୍ଟସ୍ ହେବା ଖୁସିରେ ଲୋକେ ସୋସିଆଲ୍ ମିଡିଆରେ ଖୁସିରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଜଣେ ବ୍ୟକ୍ତି କମେଣ୍ଟ କରି ଲେଖିଛନ୍ତି ଯେ ହରଭଜନ୍ ଏବଂ ଗୀତାଙ୍କୁ ଅନେକ ଅନେକ ଶୁଭେଚ୍ଛା । ପୁଣି ଅନ୍ୟ ଜଣେ ବ୍ୟକ୍ତି ମଜାଳିଆ ଢ଼ଙ୍ଗରେ କହିଛନ୍ତି ଯେ ସବୁ ଲୋକଡାଉନର କମାଲ୍ । ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି ଯେ ଖୁବ୍ ସୁନ୍ଦର ଫୋଟ ଏବଂ ଶୁଭ ଖବର ।

କହିରଖୁଛୁ ଯେ ଫୋଟରେ ହରଭଜନଙ୍କ ଝିଅ ଟି-ଶାର୍ଟ ଧରିଥିବାର ନଜର ଆସିଛନ୍ତି, ଯେଉଁଥିରେ ଲେଖା ଅଛି, ଖୁବଶୀଘ୍ର ବଡ଼ ଭଉଣୀ ହେବାକୁ ଯାଉଛି । କହିରଖୁଛୁ ଯେ ହରଭଜନ୍ ସିଂହ ଏବଂ ଗୀତାଙ୍କର ପୂର୍ବରୁ ପାଞ୍ଚ ବର୍ଷର ଏକ ଝିଅ ଅଛି, ଯାହାର ଜନ୍ମ ଜୁଲାଇ ୨୭, ୨୦୧୬ରେ ହୋଇଥିଲା । ଖାସ୍ କଥା ଏହିକି ଯେ ଗୀତା ନିଜର ଦ୍ୱିତୀୟ ସନ୍ତାନ କୁ ମଧ୍ୟ ଜୁଲାଇରେ ଜନ୍ମ ଦେବେ ।

ହରଭଜନ୍ ସିଂହଙ୍କ ପତ୍ନୀ ଗୀତା ବସ୍ରା ନିକଟ ମାର୍ଚ୍ଚ ୧୭ରେ ନିଜର ୩୭ ତମ ଜନ୍ମଦିନ ପାଳନ କରିଛନ୍ତି । ଠିକ୍ ତାହାର ଆଗାମୀ ଦିନ ସେ ନିଜର ଦ୍ୱିତୀୟ ଗର୍ଭ ଧାରଣ କରିବାର ଖବର ଜଣାଇଥିଲେ ।ମାର୍ଚ୍ଚ ୧୭, ୧୯୮୪ରେ ପୋର୍ଟସମାଉଥ (ୟୁକେ)ରେ ଜନ୍ମ ହୋଇଥିବା ଗୀତା ୨୦୧୫ରେ ହରଭଜନଙ୍କୁ ବିବାହ କରିଥିଲେ ।

ବିବାହ ପୂର୍ବରୁ ହରଭଜନ୍ ସିଂହ ଏବଂ ଗୀତା ବସ୍ରା ପାଖାପାଖି ୮ ବର୍ଷ ପର୍ଯ୍ୟନ୍ତ ରିଲେଶନଶିପରେ ରହିଥିଲେ । ଶେଷରେ ଅକ୍ଟୋବର ୨୯, ୨୦୧୫ରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ସେମାନେ ଜଳନ୍ଧରର ଗୁରୁଦ୍ୱାରରେ ପଞ୍ଜାବୀ ରୀତି ନୀତିରେ ବିବାହ କରିଥିଲେ । ଏହି ବିବାହ ସମାରୋହରେ କିଛି ନିକଟ ସମ୍ପର୍କୀୟ, ବନ୍ଧୁ ଏବଂ ପରିବାର ବର୍ଗ ସାମିଲ୍ ହୋଇଥିଲେ ।

କହିରଖୁଛୁ ଯେ ହରଭଜନ୍ ସିଂହ ଗୀତା ବସ୍ରାଙ୍କୁ ଲଭ୍ ଷ୍ଟୋରି ଫିଲ୍ମ ‘ଦ ଟ୍ରେନ୍’ର ଗୀତ ୱା ଅଜନବି’ର ପୋଷ୍ଟରରେ ଦେଖିଥିଲେ ଏବଂ ତାଙ୍କୁ ପସନ୍ଦ କରୁଥିଲେ । ହରଭଜନ୍ ସିଂହ ଏକ ଇଣ୍ଟରଭିଉରେ କହିଥିଲେ ଯେ ସେ ନିଜ ସାଙ୍ଗ ଯୁବରାଜ ସିଂହଙ୍କୁ ପଚାରିଲେ ଯେ ସେ କଣ ସେହି ପୋଷ୍ଟରରେ ଥିବା ଝିଅକୁ ଜାଣିଛନ୍ତି କି ? ଏହାର ଉତ୍ତରରେ ଯୁବରାଜ ନା କହିଥିଲେ । ଏହାପରେ ହରଭଜନ୍ ତାଙ୍କୁ ସେହି ଝିଅ ବିଷୟରେ ଜାଣିବାକୁ କହିଥିଲେ ।

ଯେହେତୁ ହରଭଜନ୍ ସିଂହଙ୍କର ବଲିଉଡରେ ମଧ୍ୟ ଖୁବ୍ ଭଲ ପରିଚୟ ତେଣୁ ସେ ନିଜର ଜଣେ ସାଙ୍ଗଙ୍କ ଠାରୁ ଗୀତାଙ୍କ ନମ୍ବର କଲେକ୍ଟ କରି ତାଙ୍କୁ ମେସେଜ୍ କରି କଫି ପାଇଁ ଇନଭାଇଟ୍ କରିଥିଲେ । କିନ୍ତୁ ତିନି ଚାରି ଦିନ ପର୍ଯ୍ୟନ୍ତ ଗୀତା ମେସେଜର କୌଣସି ଉତ୍ତର ଦେଇ ନଥିଲେ ଏବଂ ଟି 20 ଖେଳରେ ଭଲ ପ୍ରଦର୍ଶନ କରିବା ପାଇଁ ଶୁଭେଚ୍ଛା ଜଣାଇ ଥିଲେ । ମେସେଜରେ କଥାବାର୍ତ୍ତା ପରେ ଦୁହିଙ୍କ ମଧ୍ୟରେ ବନ୍ଧୁତା ହୋଇ ଯାଇଥିଲା ।

ଏହାପରେ ଗୀତା ଏବଂ ହରଭଜନଙ୍କ ପ୍ରଥମ ସାକ୍ଷାତ ୨୦୦୭ରେ IPL ଜରିଆରେ ହୋଇଥିଲା । ହରଭଜନ୍ ଏବଂ ଗୀତାଙ୍କ ପ୍ରେମର ଚର୍ଚ୍ଚା ତ ପୂର୍ବରୁ ଥିଲା କିନ୍ତୁ ଗୀତା ଏବଂ ଭଜ୍ଜିଙ୍କ ଅଫେୟାର୍ ବିଷୟରେ ୨୦୧୧ରେ ଜଣା ପଡ଼ିଥିଲା । ଭାରତର ନୋଏଡ଼ା ସର୍କେଟରେ ଆୟୋଜିତ ପ୍ରଥମ ଏଫ 1 ରେସରେ ଦୁହେଁଙ୍କୁ ସାଥିରେ ବୁଲିବାର ଦେଖା ଯାଇଥିଲା । ଏହି କପଲଙ୍କ ଚର୍ଚ୍ଚା ଅନେକ ଦିନ ପର୍ଯ୍ୟନ୍ତ ଚାଲିଥିଲା ।

ଗୀତାଙ୍କ କ୍ୟାରିଅର୍ ବିଷୟରେ କହିବାକୁ ଗଲେ ସେ ନିଜର ୧୦ ବର୍ଷର ଦୀର୍ଘ କ୍ୟାରିଅରରେ ମୋଟ ୬ଟି ଫିଲ୍ମରେ କାମ କରିଥିଲେ । ଗୀତା ବସ୍ରା ୨୦୦୬ରେ ଫିଲ୍ମ ‘ଦିଲ୍ ଦିୟା ହେ’ରୁ ଡେବ୍ୟୁ କରିଥିଲେ । ଏହାପରେ ‘ଦ ଟ୍ରେନ୍’, ‘ଜିଲା ଗାଜିୟାବାଦ’, ‘ମିଷ୍ଟର୍ ଜୋ ବି କାର୍ବୋଲ୍ହ’, ‘ସେକେଣ୍ଡ ହ୍ୟାଣ୍ଡ ହସବେଣ୍ଡ’ ଏବଂ ପଞ୍ଜାବୀ ଫିଲ୍ମ ଲୋକରେ କାମ କରି ସାରିଛନ୍ତି । ଗୀତା ବସ୍ରା ରାହତ ଫତେ ଅଲି ଖାନଙ୍କ ମ୍ୟୁଜିକ ଭିଡ଼ିଓ ‘ଗୁମସୁମ୍ ଗୁମସୁମ୍’ରେ ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *