ଆଳୁ ଚୋପାର ବ୍ୟବହାରରେ କେଶ ରହିବ ଜୀବନ ସାରା କଳା ! କିନ୍ତୁ ପ୍ରସ୍ତୁତ କରିବା ଓ ବ୍ୟବହାର କରିବାର ସଠିକ୍ ପଦ୍ଧତି ଜାଣିଥିବା ଦରକାର !

ବନ୍ଧୁଗଣ ବ୍ୟସ୍ତ ଜୀବନ ଭିତରେ ଆମେ ନିଜର ଧ୍ୟାନ ରଖି ପାରନ୍ତି ନାହିଁ । ସେଥିପାଇଁ ଆମ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥାଏ । ସେହି ସମସ୍ୟା ଭିତରୁ ଗୋଟିଏ ସମସ୍ୟା ହେଉଛି କେଶ ଧଳା ହେବା । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ବହୁତ ପ୍ରକାରର ସମ୍ପୁ ଓ ଘରୋଇ ଉପଚାର ମଧ୍ୟ କରିଥାନ୍ତି । ପାର୍ଲର ଯାଇ ବହୁତ ଟଙ୍କା ସାରିଥାନ୍ତି । କିନ୍ତୁ କିଛି ଲାଭ ହୁଏ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ ଯଦି ସେହି ଉପାୟ ଆପଣ ପ୍ରୟୋଗ କରନ୍ତି ତେବେ ଆପଣର କେଶ ସମ୍ବନ୍ଧୀୟ କୌଣସି ମଧ୍ୟ ସମସ୍ୟା ରହିବ ନାହିଁ ।

ଏହି ଉପାୟଟି ଆପଣ ଘରେ କରି ପାରିବେ । କେଶକୁ କଳା କରିବା ପାଇଁ ଆଳୁ ଚୋପାର ବ୍ୟବହାର କରନ୍ତୁ । ବହୁ ପୁରାତନ କାଳରୁ ଲୋକମାନେ ଆଳୁ ଚୋପାର ବ୍ୟବହାର ନିଜ କେଶ ପାଇଁ କରି ଆସୁଛନ୍ତି । ଆଳୁ ଚୋପାରେ ଭିଟାମିନ୍ B ଓ ଭିଟାମିନ୍ C ଅଛି । ଏହା କେଶରେ ରୂପୀର ସମସ୍ୟାକୁ ଦୂର କରିଥାଏ ଓ କେଶ ଝଡିବା କମ୍ ହୁଏ । ଆଳୁ ଚୋପାରେ କ୍ୟାଲସିୟମ ଓ ପୋଟାସିୟମ ଥାଏ । ଯାହା ଦ୍ଵାରା କେଶ ଝଡିବା କମ୍ ହୁଏ ଆହେ । ଏବଂ କେଶ କଳା ରହେ । ତେବେ ଆସନ୍ତୁ ଏହି ଉପାୟଟିକୁ ଜାଣିବା :-

ବନ୍ଧୁଗଣ ସମସ୍ତଙ୍କ ରୋଷେଇ ଘରେ ଆଳୁ ଥିବ । ଆଳୁ ଚୋପାର ଏକ ହେୟାର ମାସ୍କ ତିଆରି କରିବାକୁ ହେଲେ ଆପଣଙ୍କୁ ତିନିରୁ ଚାରିଟି ଆଳୁ ନେଇ ଚୋପା ବାହାର କରିବାକୁ ପଡିବ । ପ୍ରଥମେ ଆଳୁର ଚୋପାକୁ ଛଡେଇ ଦିଅନ୍ତୁ । ଏହାକୁ ଗୋଟିଏ ପାତ୍ରରେ ରଖି ଦିଅନ୍ତୁ । ଏଥିରେ ୧ ଗ୍ଲାସ୍ ପାଣିରେ ଆଳୁ ଚୋପକୁ ମିଶାଇ ଦିଅନ୍ତୁ ଓ ଏହାକୁ ୫ ମିନିଟ୍ରୁ ୧୦ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ଫୁଟାଇ ସାରିବା ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଥଣ୍ଡା ହେବା ପରେ ଏଥିରେ ୨ ଚାମଚ୍ ନଡିଆ ତେଲ ମିଶାନ୍ତୁ ।

ପ୍ରୟୋଗ କରିବାର ବିଧି

ପ୍ରଥମେ ଆପଣ କେଶକୁ ଭଲ ଭାବରେ ସଫା କରି ଦିଅନ୍ତୁ । ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ଓଦା କେଶରେ ଲଗାନ୍ତୁ, ଏହା ବହୁତ ଭଲ ପ୍ରଭାବ ଦେଖାଇବ । ଆଳୁ ଚୋପାର ଏହି ମିଶ୍ରଣକୁ ଧୀରେ ଧୀରେ ଆପଣଙ୍କ କେଶର ଚର୍ମରେ ଲଗାନ୍ତୁ । ଅତି କମ୍ ରେ ୧୫ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ମସାଜ୍ କରନ୍ତୁ । ୧ ଘଣ୍ଟା ପର୍ଯ୍ୟନ୍ତ ଏମିତି ଛାଡି ଦିଅନ୍ତୁ । ତା’ପରେ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହିପରି ୧ ମାସ କଲେ ଆପଣଙ୍କର କେଶ କଳା ହେବା ସଙ୍ଗେ ସଙ୍ଗେ କେଶ ସମ୍ଭନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଯିବ ।

Be the first to comment

Leave a Reply

Your email address will not be published.


*