ଗୁରମିତ୍ ଚୌଧୁରୀ ପ୍ରସ୍ତୁତ କରିଛନ୍ତି ୧୯ଜଣ ଡାକ୍ତରଙ୍କର ଏକ ଟିମ୍ ! ‘ଅନଲାଇନ୍’ରେ କରିବେ କରୋନା ପୀଡିତଙ୍କ ଚିକିତ୍ସା…

ଗୁରମିତ୍ ଚୌଧୁରୀ ପ୍ରସ୍ତୁତ କରିଛନ୍ତି ୧୯ଜଣ ଡାକ୍ତରଙ୍କର ଏକ ଟିମ୍ ! ‘ଅନଲାଇନ୍’ରେ କରିବେ କରୋନା ପୀଡିତଙ୍କ ଚିକିତ୍ସା…

ଅଭିନେତା ଗୁରମିତ ଚୌଧୁରୀ କରୋନା ମହାମାରୀରେ ସମସ୍ତଙ୍କୁ ଯଥାସମ୍ଭବ ସାହାଯ୍ୟ କରୁଛନ୍ତି । ଗତ କିଛି ଦିନ ତଳେ ସେ ନାଗପୁରରେ ୧୦୦୦ଶଯ୍ୟା ବିଶିଷ୍ଟ ଏକ କୋଭିଡ୍ ହସ୍ପିଟାଲ୍ ଖୋଲିଥିଲେ । ଏହା ବ୍ୟତୀତ ସେ ରୋଗୀମାନଙ୍କୁ ଅମ୍ଳଜାନ ଠାରୁ ଆରମ୍ଭ କରି ପ୍ଲାଜମା ଏବଂ ଔଷଧ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ଯୋଗାଇ ଦେଉଛନ୍ତି । ସମ୍ପ୍ରତି ଗୁରମିତ ଚୌଧୁରୀ କୋଭିଡ୍-୧୯ରେ ପୀଡିତଙ୍କ ବ୍ୟକ୍ତିମାନଙ୍କ ପାଇଁ ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି ।

ବାସ୍ତବରେ ଏହି ଅଭିନେତା ଯୁବ ଡାକ୍ତରମାନଙ୍କର ଏକ ଟିମ୍ ପ୍ରସ୍ତୁତ କରିଛନ୍ତି ଯେଉଁମାନେ ମାଗଣାରେ ଟେଲି ପରାମର୍ଶ ସେବା ପ୍ରଦାନ କରିବେ । ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଯେଉଁମାନଙ୍କ ଠାରେ କରୋନାର ନିମ୍ନତମ ଲକ୍ଷଣ ଦେଖାଯାଉଛି କିମ୍ବା ଯେଉଁମାନେ ଆଇସୋଲେସନରେ ଅଛନ୍ତି ସେମାନଙ୍କୁ ସାହାଯ୍ୟ କରିବା ଯାହା ଦ୍ୱାରା ସେମାନେ ଭୟଭୀତ କିମ୍ବା ବିଚଳିତ ହେବେ ନାହିଁ । ଏହି ସେବା ଦ୍ୱାରା ରୋଗୀଙ୍କୁ ନିଜ ଘର ଛାଡି ଚିକିତ୍ସା ପାଇଁ ଅନ୍ୟ କୌଣସି ସ୍ଥାନକୁ ଯିବାକୁ ପଡିବ ନାହିଁ ।

ଗୁରମିତ ଦେଶର ୧୯ଜଣ ଯୁବ ଡାକ୍ତରଙ୍କୁ ନେଇ ଏକ ଟିମ୍ ପ୍ରସ୍ତୁତ କରିଛନ୍ତି ଯେଉଁମାନେ ରୋଗୀଙ୍କର ସମସ୍ୟା ଶୁଣିବା ତଥା କୋଭିଡ୍-୧୯ ସହିତ ଜଡିତ ସନ୍ଦେହର ସମାଧାନ ପାଇଁ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ‘ୱାଟସ୍ ଆପ୍’ ‘ମେସେଞ୍ଜର୍’ରେ ଯୋଗେ ଉପଲବ୍ଧ ରହିବେ । ଡାକ୍ତରଙ୍କ ଏହି ଟିମ୍ କେବଳ ଚିକିତ୍ସା କରିବ ନାହିଁ ବରଂ କୋଭିଡ୍-୧୯ ଦ୍ୱାରା ପୀଡିତ ରୋଗୀମାନଙ୍କର ଅନ୍ୟ ସମସ୍ୟାର ସମାଧାନ ପାଇଁ ତାଙ୍କୁ ସାହାଯ୍ୟ କରିବ । ଗୁରମିତଙ୍କ କହିବା ଅନୁସାରେ ଏହା ଏକ ରୋଗ ଯାହାକୁ ପ୍ରାରମ୍ଭିକ ଅବସ୍ଥାରେ ଉପଯୁକ୍ତ ଔଷଧ ଏବଂ ଯତ୍ନ ନେଇ ଭଲ କରାଯାଇପାରିବ ।

ଏହି ପଦକ୍ଷେପରେ ଗୁରୁମିତ ଚୌଧୁରୀଙ୍କ ସହିତ ଡାକ୍ତର୍ ରୂପରାଜ୍ ଅଭିଷେକ୍, ଡାକ୍ତର୍ ଏଚ୍ର ଏସ୍ ୱାର୍ସି, ଡାକ୍ତର୍ ସୁଚିତ୍ରା ବର୍ମା ଏବଂ ଡାକ୍ତର୍ ରାଜଶ୍ରୀ ସାମିଲ୍ ହୋଇଛନ୍ତି । ସମ୍ପ୍ରତି ଗୁରୁମିତ ଚୌଧୁରୀ ଶିକ୍ଷା ମଞ୍ଚ ଏବଂ ଏମପାୱାରଡ୍ ISC ସହିତ ମଧ୍ୟ ସହଭାଗୀ ହୋଇଛନ୍ତି ଯାହା ଏକ ନିଆରା ପଦକ୍ଷେପ ।

Leave a Reply

Your email address will not be published. Required fields are marked *