ଜୀବନ ବଞ୍ଚାଇବା ପାଇଁ ଦ୍ଵାର ଦ୍ଵାର ବୁଲି ଲୋକଙ୍କ ନିକଟରେ ନେହୁରା ହୋଇଥିଲେ ଗୁଲସନ୍ କୁମାର୍ ! କେହି କଲେ ନାହିଁ ସାହାଯ୍ୟ…

ଜୀବନ ବଞ୍ଚାଇବା ପାଇଁ ଦ୍ଵାର ଦ୍ଵାର ବୁଲି ଲୋକଙ୍କ ନିକଟରେ ନେହୁରା ହୋଇଥିଲେ ଗୁଲସନ୍ କୁମାର୍ ! କେହି କଲେ ନାହିଁ ସାହାଯ୍ୟ…

ଗୁଲସନ୍ କୁମାର୍ ଏପରି ଏକ ନାମ ଅଟନ୍ତି ଯାହାକୁ କି ଆଜି ସମ୍ପୂର୍ଣ୍ଣ ଇଣ୍ଡଷ୍ଟ୍ରି ଜାଣେ । ଗୁଲସନ୍ କୁମାର୍ ମ୍ୟୁଜିକ୍ ଜଗତରେ ବିଶ୍ୱକୁ କ୍ରାନ୍ତି ଆଣିଛନ୍ତି । ଗୁଲସନ୍ କୁମାରଙ୍କ ଜନ୍ମ ଦିଲ୍ଲୀର ଏକ ପଞ୍ଜାବୀ ପରିବାରରେ ହୋଇଥିଲା । ତାଙ୍କ ପିତା ଚନ୍ଦ୍ର ଭାନ୍ ଦୁଆଙ୍କ ଦିଲ୍ଲୀରେ ଏକ ଜୁସ୍ ଦୋକାନ ଥିଲା । ଗୁଲସନ୍ ଛୋଟ ବେଳରେ ନିଜ ପିତାଙ୍କ ସହିତ ସେହି ଦୋକାନରେ ବସୁଥିଲେ । ଏଠାରୁ ସେମାନେ ବ୍ୟବସାୟ ଶିଖିଥିଲେ । ଗୁଲସନ୍ କୁମାର୍ ମହଙ୍ଗା ମହଙ୍ଗା ‘ସଙ୍ଗୀତ ରାଇଟସ୍’କୁ ସାଧାରଣ ଜନତାଙ୍କ ମଧ୍ୟରେ ଆଣି ରଖି ଦେଇଥିଲେ । ଗୁଲସନଙ୍କ ଜନ୍ମ ଭାରତର ରାଜଧାନୀ ଦିଲ୍ଲୀର ଏକ ପଞ୍ଜାବୀ ଅରୋଡ଼ା ପରିବାରରେ ହୋଇଥିଲା । ତାଙ୍କର ପ୍ରାରମ୍ଭିକ ନାମ ଗୁଲସନ୍ ଦୁଆ ଥିଲା ।

ଗୁଲସନ୍ କୁମାର୍ ଦିଲ୍ଲୀରେ କ୍ୟାସେଟ୍ ଦୋକାନ ଖୋଲିଲେ ଯେଉଁଠାରେ ସେ ଶସ୍ତା ମୂଲ୍ୟରେ ଗୀତ କ୍ୟାସେଟ୍ ଗୁଡ଼ିକ ବିକ୍ରି କରୁଥିଲେ । ଗୁଲସନ୍ କୁମାରଙ୍କ ଏହି କାମ ଦେଖୁ ଦେଖୁ ଆଗକୁ ବଢ଼ିଗଲା ଏବଂ ସେ ନୋଏଡ଼ାରେ ‘ଟି ସିରିଜ୍’ ନାମରେ ନିଜ ମ୍ୟୁଜିକ୍ କମ୍ପାନୀ ଛିଡ଼ା କରିଦେଲେ । ଗୁଲସନ୍ କୁମାର୍ ଅନେକଗୁଡ଼ିଏ ଲୋକଙ୍କୁ କାମ ଦେଇଥିଲେ । ସେମାନେ ସୋନୁ ନିଗମ୍, ଅନୁରାଧା ପୋଡ଼ବାଲ୍ ଓ କୁମାର୍ ସାନୁ ଭଳି ଗାୟକ ମାନଙ୍କୁ ଜଗତରେ ପରିଚିତ କରାଇଲେ ।

ଗୁଲସନ୍ କୁମାରଙ୍କ ଜୀବନରେ ସବୁକିଛି ଠିକ୍ ଚାଲୁଥିଲା । ସେ ଖୁବ୍ କମ୍ ସମୟରେ ଉନ୍ନତି କଲେ । କିନ୍ତୁ ଏଥି ମଧ୍ୟରେ ମୁମ୍ବାଇର ସଡ଼କରେ ଦିନେ ଏପରି ଏକ ଦୁର୍ଘଟଣା ଘଟିଲା ଯାହା ସମସ୍ତଙ୍କୁ ଚକିତ କରିଦେଲା । ଏହା ୧୯୯୭ରେ ୧୨ ଅଗଷ୍ଟ ଦିନର ଅଟେ । ମୁମ୍ବାଇର ଏକ ମନ୍ଦିର ନିକଟରେ ଯେତେବେଳେ ସେ ପୂଜାର୍ଚ୍ଚନା କରି ନିଜ ଘରକୁ ଫେରୁଥିଲେ ଏହି ସମୟରେ କିଛି ଗୁଣ୍ଡା ତାଙ୍କୁ ମଝି ସଡ଼କରେ ଗୁଳି କରି ଦେଇଥିଲେ । ଗୁଲସନ୍ କୁମାରଙ୍କୁ ଖୁବ୍ ନିର୍ମମ୍ ଭାବେ ହତ୍ୟା କରାଯାଇଥିଲା । ତାଙ୍କ ଉପରେ ୧୬ ରାଉଣ୍ଡର୍ ଫାଏରିଂ କରାଯାଇଥିଲା । ତାଙ୍କ ଗଳା ଓ ପିଠିରେ ୧୬ଟି ଗୁଳି ମିଳିଥିଲା ।

ଗୁଲସନ୍ କୁମାର୍ ବଞ୍ଚିବା ପାଇଁ ଆଖପାଖ ଅଞ୍ଚଳରେ ଦୌଡୁଥିଲେ ଏବଂ ଲୋକଙ୍କ ଘରକୁ କବାଟ ବାଡେଇଲେ । କିନ୍ତୁ କେହି ତାଙ୍କ ସାହାଯ୍ୟ ପାଇଁ କବାଟ ଖୋଲିଲେ ନାହିଁ । ସେହି ସମୟରେ ଗୁଲସନ୍ କୁମାରଙ୍କ ସହିତ କେବଳ ତାଙ୍କ ଡ୍ରାଇଭର୍ ସୁଯୋଗରେ ଉପସ୍ଥିତ ଥିଲେ । ତାଙ୍କ ଡ୍ରାଇଭର୍ ମଧ୍ୟ ଆହତ ହୋଇ ଯାଇଥିଲେ । କୁହାଯାଏ ଯେ ତାଙ୍କ ହତ୍ୟା ପଛରେ ଅଣ୍ଡରୱାଲର୍ଡ଼ର୍ ହାତ ଥିଲା । ଗୁଲସନ୍ କୁମାର୍ ଜବରଦସ୍ତ ବସୁଲି କରିବା ମାଙ୍ଗକୁ ଅସ୍ଵୀକାର କରି ଦେଇଥିଲେ ଏଥିପାଇଁ ତାଙ୍କୁ ହତ୍ୟା କରି ଦିଆଯାଇଥିଲା ।

ଏହି ମାମଲାରେ ସୂଚନା ଅନୁଯାୟୀ ଅବୁ ସଲେମଙ୍କ କହିବା ଅନୁଯାୟୀ ଦୁଇଟି ସାର୍ପ ସୁଟର୍ ଦାଉଦ୍ ମର୍ଚେଣ୍ଟ ଓ ବିନୋଦ ଜଗତାପ ଗୁଲସନ୍ କୁମାରଙ୍କୁ ହତ୍ୟା କରି ଦେଇଥିଲେ । ୨୦୦୧ ଜାନୁଆରୀ ୯ରେ ବିନୋଦ ଜଗତାପ୍ ସ୍ୱୀକାର କରି ନେଇଥିଲେ ଯେ ସେ ଗୁଲସନ୍ କୁମାରଙ୍କୁ ଗୁଳି କରି ଦେଇଛନ୍ତି । ଏଥିପାଇଁ ୨୦୦୨କୁ ତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା । ସେପଟେ ଦାଉଦ୍ ମର୍ଚେଣ୍ଟଙ୍କୁ ମଧ୍ୟ ଏହି ମାମଲାରେ ଆଜୀବନ କାରାଦଣ୍ଡ ଦିଆଯାଇଥିଲା ।

ମୁମ୍ବାଇ ପୋଲିସ୍ ହତ୍ୟାର ଯୋଜନା ପାଇଁ ସେହି ସମୟର ପ୍ରସିଦ୍ଧ ମ୍ୟୁଜିକ୍ ଯୋଡ଼ି ନଦୀମ୍-ଶ୍ରବଣଙ୍କ ନଦୀମକୁ ଅଭିଯୁକ୍ତ କଲେ । ନଦୀମ୍ ଇଂଲଣ୍ଡ ଚାଲି ଯାଇଥିଲେ ଏବଂ ସେଠାକାର ନାଗରିକତା ମଧ୍ୟ ନେଇଥିଲେ । ବର୍ତ୍ତମାନ କିଛି ଦିନ ପୂର୍ବରୁ ଏହି ଯୋଡ଼ିଙ୍କ ଶ୍ରବଣ ରାଠୋରଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଗଲା । ଯାହା ଉପରେ ନଦୀମ୍ ମଧ୍ୟ ନିଜ ଦୁଃଖ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *