ବିଦ୍ୟାଶ୍ରୀଙ୍କ ବାପଘରେ GRP ପୋଲିସଙ୍କ ଚଢ଼ାଉ !

ବିଦ୍ୟାଶ୍ରୀଙ୍କ ବାପଘରେ GRP ପୋଲିସଙ୍କ ଚଢ଼ାଉ !

ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ହୋଇ ୧୩ ଦିନ ବିତିଯାଇଛି । ତଥାପି ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଯାଇଛି । ଜିଆରପି ପୋଲିସଙ୍କ ତଦନ୍ତ ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି ଏବଂ ମାମଲାର ସମାଧାନ ଦିଗରେ ନିକଟତର ହେବାରେ ଲାଗିଛି । ଜିଆରପି ପୋଲିସ ଆଗରୁ ଏହି ମାମଲା (କେସ୍)ରେ ସମ୍ପୃକ୍ତି ଥିବା ସମସ୍ତ ବ୍ୟକ୍ତି ଯେପରି କି ବିଦ୍ୟାଶ୍ରୀ, ପପୁ, ବିକାଶ, ପ୍ରୀତମ ସମସ୍ତଙ୍କୁ ପଚରାଉଚରା ସାରିଛନ୍ତି । ଏବେ ଜିଆରପି ପୋଲିସ ବିଦ୍ୟାଶ୍ରୀଙ୍କ ବାପଘର ତଥା କଟକରେ ତାଙ୍କ ବାସଭବନକୁ ଯାଇ ତାଙ୍କ ମାଆ, ଭାଇ ଓ ସେଠାର ଆଖପାଖର ଲୋକଙ୍କୁ ପଚାରି ମାମଲା (କେସ୍)ର ସମାଧାନ ପାଇଁ ବାଟ ଖୋଜିଛି ।

ମିଡ଼ିଆର ଚାପ ଫଳରେ ପୋଲିସଙ୍କ ତଦନ୍ତ ଏବେ ସଠିକ୍ ଦିଗରେ ଗତି କରୁଛି । ଆଶା ଲାଗୁଛି ଏହି ମାମଲାର ସମାଧାନ ଖୁବ୍ ଶୀଘ୍ର ହୋଇଯିବ ଓ ଅପରାଧୀକୁ ଦଣ୍ଡ ମିଳିବ । ଆଦିତ୍ୟ ଦାସଙ୍କ ଭଳି ଗୋଟିଏ ଭଲ ମଣିଷକୁ ନ୍ୟାୟ ମିଳୁ ଓ ପ୍ରକୃତ ଅପରାଧୀକୁ ଦଣ୍ଡ ମିଳୁ ଏହା ହିଁ ଭଗବାନଙ୍କ ପାଖରେ ପ୍ରାର୍ଥନା ।

Leave a Reply

Your email address will not be published. Required fields are marked *