ରେଳ ଯାତ୍ରୀମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର । କନଫର୍ମ ଟିକଟ ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଜାଣନ୍ତୁ ରେଳବାଇର ନୂତନ ଯୋଜନା

ରେଳ ଯାତ୍ରୀମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର । କନଫର୍ମ ଟିକଟ ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଜାଣନ୍ତୁ ରେଳବାଇର ନୂତନ ଯୋଜନା

ରେଳରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ଆସିଛି । ବାସ୍ତବରେ ରେଳବାଇ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ୟାଦବ ଶୁକ୍ରବାର ଦିନ ଗୋଟିଏ ସାମ୍ବାଦିକ ସମ୍ମିଳନୀରେ କଥାବାର୍ତ୍ତା କରିବା ସମୟରେ କହିଛନ୍ତି କି, ଆଗାମୀ ୩ ରୁ ୪ ବର୍ଷ ମଧ୍ୟରେ ରେଳବାଇ ଯାତ୍ରୀବାହୀ ଟ୍ରେନ ଏବଂ ମାଲବାହୀ ଟ୍ରେନକୁ ଚାହିଦା ଅନୁସାରେ ଚଲାଇବାରେ ଦକ୍ଷ କରାଯିବ । ଏହି ଖବରରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି କି, ଟ୍ରେନରେ ଯାତ୍ରା କରିବା ପାଇଁ ସାଧାରଣ ଲୋକଙ୍କୁ ୱେଟିଙ୍ଗ ଟିକଟର ଆବଶ୍ୟକତା ପଡିବ ନାହିଁ । ସେମାନେ ଯେତେବେଳେ ଚାହିଁବେ ସହଜରେ ଟ୍ରେନରେ ଆସିପାରିବେ । ଏହି ବିଷୟରେ ଅଧିକ ଆଲୋଚନା କରିବା ସହିତ ବିନୋଦ କୁମାର ୟାଦବ କହିଛନ୍ତି କି, ୨୦୨୩ ମସିହା ସୁଦ୍ଧା ଉତ୍ତର ପୂର୍ବ ରାଜ୍ୟ ମାନଙ୍କରେ ଯେତେ ଗୋଟି ରାଜଧାନୀ ଅଛି ସେମାନଙ୍କ ସହିତ ରେଳବାଇର ନେଟୱାର୍କକୁ ଯୋଡ଼ି ହେବାର ଆଶା କରାଯାଉଛି । ଏହା ସହିତ ହିଁ ଡିସେମ୍ବର ୨୦୨୨ ମସିହା ସୁଦ୍ଧା କଟରା ଠାରୁ ବନିହାଲ ପର୍ଯ୍ୟନ୍ତ ଅନ୍ତିମ ସ୍ଟୈଚ ମଧ୍ୟ ସମ୍ପୁର୍ଣ୍ଣ ହେବାର ଆଶା ଜତାଇଛନ୍ତି ।

google

ସୂଚନା ମୁତାବିକ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ରୁଟରେ ପ୍ରଥମ କନଫର୍ମ ଟିକଟ ମିଳିବ । ଯାହାକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତି ମଧ୍ୟ କରି ଦିଆଯାଇଛି । ଏହା ଦ୍ୱାରା ଗୋଟିଏ କାମ ସହଜ ହୋଇଯିବ, କି ଦିଲ୍ଲୀରୁ କୋଲକାତା ମାର୍ଗରେ ଟ୍ରେନ ଟିକଟ କନଫର୍ମ ହେବାକୁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ । ଏହା ପଛର କାରଣ ରେଳବାଇ ପକ୍ଷରୁ ଏହି ମାର୍ଗରେ ଚାଲୁଥିବା ମାଲବାହୀ ଟ୍ରେନ ପାଇଁ ବର୍ତ୍ତମାନ ଅଲଗା ଟ୍ରାକ୍ ପ୍ରସ୍ତୁତ କରାଯାଉଛି । କୁହାଯାଉଅଛି କି, ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ଟ୍ରାକ୍ ସମ୍ପୁର୍ଣ୍ଣ ହେବାର ଆଶା କରାଯାଇଛି । ଏହିପରି ସ୍ପଷ୍ଟୀକରଣ କରାଯାଇପାରିବ କି, ଏହି ମାର୍ଗରେ ବହୁତ ସହଜରେ ଟ୍ରେନ ଟିକେଟ ମିଳିଯିବ ।

google

ଏହା ସହିତ ହିଁ ଭାରତରେ ଦିଲ୍ଲୀରୁ ନେଇ ମୁମ୍ବାଇ ଏବଂ ଦିଲ୍ଲୀରୁ ହାୱାଡା ମଧ୍ୟ ଦେଇ ଚାଲୁଥିବା ଟ୍ରେନ ମାର୍ଗରେ ଅଧିକ ଟ୍ରେନର ଭିଡ଼ ଦେଖିବାକୁ ମିଳିଥାଏ । ଏହି କାରଣରୁ ପ୍ରାୟତଃ ଏହି ଦୁଇଟି ମାର୍ଗ ଦେଇ ଯାଉଥିବା ଟ୍ରେନ ଗୁଡିକ ନିର୍ଦ୍ଧାରିତ ସମୟ ଠାରୁ ବହୁତ ବିଳମ୍ବ ହୋଇଯାଇଥାନ୍ତି । ଯେଉଁଥିପାଇଁ ଯାତ୍ରୀବାହୀ ଟ୍ରେନ ମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ବୋଧହୁଏ ଏହି କାରଣଗୁଡ଼ିକୁ ଧ୍ୟାନରେ ରଖି ଏହି ମାର୍ଗରେ ଟ୍ରେନର ଗତି ବଢାଇବାକୁ ପ୍ରସ୍ତୁତି କରାଯାଉଛି । ସୂଚନାନୁସାରେ ଆସନ୍ତା ୯ ମାସ ମଧ୍ୟରେ ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାୱାଡା ଟ୍ରାକ ଉପରେ ଦୌଡୁଥିବା ସମସ୍ତ ଟ୍ରେନର ଗତି ୧୩୦ କିଲୋମିଟର ହେବ । ଏହିପରି ଗତିକୁ ଅଧିକ ବୃଦ୍ଧି କରିବା ଦ୍ୱାରା ଯାତ୍ରୀମାନେ ଅଳ୍ପ ସମୟ ମଧ୍ୟରେ ହିଁ ନିଜ ସ୍ଥାନରେ ସହଜରେ ପହଞ୍ଚିଯାଇପାରିବେ ।

Leave a Reply

Your email address will not be published. Required fields are marked *