କେନ୍ଦ୍ରୀୟ କର୍ମଚାରୀଙ୍କ ନିମନ୍ତେ ଏକ ବଡ ଖୁସି ଖବର : ଏହି ଦିନଠାରୁ ଲାଗୁ ହେବ ବର୍ଦ୍ଧିତ ଦରମା !

କେନ୍ଦ୍ରୀୟ କର୍ମଚାରୀଙ୍କ ନିମନ୍ତେ ଏକ ବଡ ଖୁସି ଖବର : ଏହି ଦିନଠାରୁ ଲାଗୁ ହେବ ବର୍ଦ୍ଧିତ ଦରମା !

କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ବିଷୟରେ ଏକ ବଡ ଖବର ଆସିଛି । ଖୁବ୍ ଶୀଘ୍ର ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କୁ ବର୍ଦ୍ଧିତ DAର ଉପହାର ପାଇବେ । ନ୍ୟାସନାଲ କାଉନସିଲ୍ ଅଫ୍ କନ୍ସେଲଟିଭ ମେସିନେରୀ (JCM)ର ଚଳିତ ମାସର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିପାରନ୍ତି । ଏହି ଆଲୋଚନାରେ କର୍ମଚାରୀଙ୍କ ଡିଏ ବୃଦ୍ଧି ସମ୍ପର୍କରେ ଆଲୋଚନା ହେବ । ଏହି ବୈଠକରେ ଅର୍ଥ ମନ୍ତ୍ରାଳୟ ଛଡା ଡିପାର୍ଟମେଣ୍ଟ ଅଫ ପର୍ଶନାଲ ଆଣ୍ଡ ଟ୍ରେନିଂର ଅଧିକାରୀ ସାମିଲ ରହିବେ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ଦ୍ଵାରା ଆୟୋଜିତ ଏହି ଏହି ବୈଠକ ମେ’ ମାସ ପୂର୍ବରୁ ହେବାର ଥିଲା । କିନ୍ତୁ ସମଗ୍ର ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୈଠକକୁ ସ୍ଥଗିତ କରଯାଇଥିଲା । ବର୍ତ୍ତମାନ ଜେସିଏମ୍ ଅନୁଯାୟୀ ଏହି ବୈଠକ ଚଳିତ ମାସର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଅନୁଷ୍ଠିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

କେନ୍ଦ୍ର ସରକାରଙ୍କ ପାଖରେ କର୍ମଚାରୀଙ୍କ DAର ତିନୋଟି କିସ୍ତି ବାକି ରହିଛି, ଯାହା ସରକାର ପ୍ରଦାନ କରିବେ । କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ୨୦୨୦ ଜାନୁଆରୀ ୧ ତାରିଖ, ୨୦୨୦ ଜୁଲାଇ ୧ ଓ ୨୦୨୧ ଜାନୁଆରୀ ୧ର DA ଏବଂ DR ବାକି ଅଛି । କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ୨୦୨୦ ଜୁନ୍ ୧ରୁ ତିନୋଟି DA କିସ୍ତି ପ୍ରଦାନ କରିବାର ଅଛି ଯାହାକୁ କେନ୍ଦ୍ର ସରକାରଙ୍କ ୨୦୨୧ ଜୁନ ୩୦ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଥିଲେ ।

କର୍ମଚାରୀମାନେ ବର୍ତ୍ତମାନ ୧୭ ପ୍ରତିଶତ ହାରରେ ଡିଏ ପାଉଛନ୍ତି, ଯାହା ଭବିଷ୍ୟତରେ ୧୧ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହାଦ୍ୱାରା ସେମାନଙ୍କ ଦରମା ବହୁତ ବୃଦ୍ଧି ପାଇବ । ଏଥି ସହିତ, କର୍ମଚାରୀମାନେ ସିଧାସଳଖ ଦୁଇ ବର୍ଷ ପାଇଁ DA ର ଲାଭ ପାଇପାରିବେ । କାରଣ ୨୦୨୦ ଜାନୁଆରୀ ରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇଥିଲା । ଜୁନରେ ପୁଣି ୩ ପ୍ରତିଶତ ବୃଦ୍ଧି ହୋଇଥିଲା । ବର୍ତ୍ତମାନ ୨୦୨୧ ଜାନୁଆରୀରେ ମହଙ୍ଗା ଭତ୍ତା ପୁଣି ୪ ପ୍ରତିଶତ ବୃଦ୍ଧି ପାଇଛି ଅର୍ଥାତ୍ ସମୁଦାୟ ୨୮ ପ୍ରତିଶତକୁ ବୃଦ୍ଧି ପାଇଛି । ଏହାଦ୍ୱାରା ୫୦ ଲକ୍ଷରୁ ଅଧିକ କର୍ମଚାରୀ ଏବଂ ୬୧ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

କେନ୍ଦ୍ର ସରକାରଙ୍କ ପ୍ରତିନିଧୀ ଏବଂ ଜାତୀୟ ପରିଷଦ-ଜେସିଏମ୍ ମଧ୍ୟରେ ପ୍ରାରମ୍ଭିକ ବୈଠକ ଗତ ମେ’ ମାସ ୮ ତାରିଖରେ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା । କିନ୍ତୁ କରୋନା ଯୋଗୁଁ ସ୍ଥଗିତ ରଖାଯାଇଥିଲା । ମେ ଶେଷ ସପ୍ତାହରେ ପୁନର୍ବାର ନିଷ୍ପତ୍ତି ନିଆଯାଇଥିଲା କିନ୍ତୁ କରୋନା ପ୍ରତିବନ୍ଧକ ହେତୁ ପୁଣି ବୈଠକ ସ୍ଥଗିତ ରଖିବାକୁ ପଡିଥିଲା । ଚଳିତ ମାସର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଏହି ବୈଠକ ବସିବ ବୋଲି ଜେସିଏମ୍ ଆଶା କରିଛି ।

Leave a Reply

Your email address will not be published. Required fields are marked *