ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଶେଖର ସୁମନ କରିଲେ ବଡ଼ ଘୋଷଣା ! କହିଲେ- ଯଦି ନ୍ୟାୟ ନ ମିଳେ…

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଶେଖର ସୁମନ କରିଲେ ବଡ଼ ଘୋଷଣା ! କହିଲେ- ଯଦି ନ୍ୟାୟ ନ ମିଳେ…

ସୁଶାନ୍ତ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସର ତଦନ୍ତ ଏବେ ପର୍ଯ୍ୟନ୍ତ ଜାରି ରହିଛି । ପୋଲିସ ଏହି ମାମଲାରେ ଏବେ ପର୍ଯ୍ୟନ୍ତ ୩୮ ଲୋକଙ୍କ ବୟାନ ରେକର୍ଡ଼ କରି ସାରିଛି । ପୁଣି ଗତ କିଛି ଦିନ ତଳେ ସୁଶାନ୍ତଙ୍କ ବିସରା ରିପୋର୍ଟ ମଧ୍ୟ ଆସିଯାଇଛି, ଯେଉଁଥିରୁ ଏହି ସୂଚନା ମିଳିଛି ଯେ ସୁଶାନ୍ତଙ୍କ ଶରୀରରେ କୌଣସି ପ୍ରକାରର ବିଷାକ୍ତ ଦ୍ରବ୍ୟ ନଥିଲା । ଏଥିମଧ୍ୟରେ ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେ.କେ ସିଂହ ପାଟଣାର ରାଜୀବନଗର ଥାନାରେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅନେକ ସଙ୍ଗୀନ ଆରୋପ ଲଗାଇ FRI ଦେଇଛନ୍ତି ।

Google

ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ଇଣ୍ଡଷ୍ଟ୍ରିର କେତେକ କଳାକାର ସମ୍ନାକୁ ଆସିଛନ୍ତି ଯେଉଁମାନେ ନିଜର ମତ ରଖିଛନ୍ତି । କେତେଜଣ କଳାକାର ଏହି ମାମଲାରେ ସିବିଆଇ ତଦନ୍ତର ଦାବି କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ଶେଖର ସୁମନ, ଯିଏ ବର୍ତ୍ତମାନ ଏହି ମାମଲା ଉପରେ ସିବିଆଇ ତଦନ୍ତ ହେଉ ବୋଲି ଆବେଦନ କରିଛନ୍ତି । ଶେଖର ସୁମନ ସୁଶାନ୍ତଙ୍କ ଫ୍ୟାନ ମାନଙ୍କ ସହିତ ମିଶି ଏହି ଅଭିନେତାଙ୍କୁ ନ୍ୟାୟ ଦେବାର ପୁରା ପ୍ରଚେଷ୍ଟା ଚଳାଇଛନ୍ତି । ମାତ୍ର ଏବେ ଅଭିନେତା ଜଣକ ସିବିଆଇ ଯାଞ୍ଚ ନହେବା କାରଣରୁ ଦୁଃଖିତ ଅଛନ୍ତି ଏବଂ ସେ ଏହି ବିଷୟକୁ ନେଇ ଉତ୍ତେଜନା ପ୍ରକାଶ କରିଛନ୍ତି ।

ଶେଖର ସୁମନଙ୍କ ଟ୍ଵିଟ :-

ଶେଖର ସୁମନ ଏହି ମାମଲାରେ ଟ୍ଵିଟ କରି ସର୍ବପ୍ରଥମେ ଏହା ଲେଖିଛନ୍ତି ଯେ, “ଭଗବାନଙ୍କ କୃପାରୁ ଏହା ପ୍ରମାଣିତ ହୋଇଛି ଯେ ଜନତାଙ୍କ ସ୍ଵର ଭଗବାନଙ୍କ ସ୍ଵର ହୋଇଥାଏ । ଏବେ ଏହା କିପରି ସମାଧାନ ହେବ ଏବଂ ସୁଶାନ୍ତଙ୍କୁ ନ୍ୟାୟ ମିଳିବ । ଦୋଷୀ ମାନଙ୍କୁ ଦଣ୍ଡ ମିଳିବ ଏବଂ ଏକ ନୂଆ ପ୍ରାରମ୍ଭ ହେବ” । ଏହାର କିଛି ସମୟ ପରେ ହିଁ ଶେଖର ସୁମନ ଏକ ଟ୍ଵିଟ କରିଥିଲେ ।

ଏହି ଟ୍ଵିଟରେ ସେ ଲେଖିଛନ୍ତି ଯେ, “ଯଦି ସୁଶାନ୍ତଙ୍କୁ ନ୍ୟାୟ ନ ମିଳେ, ତେବେ ମୁଁ ନିରାଶ ହୋଇଯିବି ଏବଂ ଏହାପରେ ମୁଁ କେବେ ମଧ୍ୟ ଆଉ କାହା ପାଇଁ ଏପରି ସ୍ଵର ଉଠାଇବି ନା ଆଉ କାହା ସପକ୍ଷରେ ଲଢ଼ିବାକୁ ଯିବି ।” ଏହା ପୂର୍ବରୁ ମଧ୍ୟ ଶେଖର ସୁମନ ଅନେକ ଥର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଅନେକଥର ସ୍ଵର ଉଠାଇଛନ୍ତି ।

ଏହା ପୂର୍ବରୁ ଅଭିନେତା ଜଣକ ଏକ ଟ୍ଵିଟ କରିଥିଲେ, ଯେଉଁଥିରେ ସେ ପ୍ରମାଣ ନଷ୍ଟ ହେବା ବିଷୟରେ ବ୍ୟକ୍ତ କରିଥିଲେ । ଶେଖର ତାଙ୍କର ସେହି ଟ୍ଵିଟରେ ଲେଖିଥିଲେ, “ମୋତେ ଲାଗୁଛି ଯେ, ଯେତେବେଳେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରାଯିବ, ସେତେବେଳକୁ ସମସ୍ତ ପ୍ରମାଣ ହୁଏତ ନଷ୍ଟ କରି ଦିଆଯାଇଥିବ କିମ୍ବା ତା’ ସହିତ ଅନ୍ୟ କୌଣସି କାରନାମା କରାଯିବ, ଯାହାପରେ ସିବିଆଇ ପାଖରେ ଯାଞ୍ଚ କରିବା ପାଇଁ ଆଉ କିଛି ନଥିବ” ।

ସୁଶାନ୍ତଙ୍କ ବାପା ଦେଲେ FIR :-

Google

କାଲି ସୁଶାନ୍ତ ସିଂହ ରାଜପୁତଙ୍କ ପିତା କେ.କେ ସିଂହ, ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ବିରୁଦ୍ଧରେ FIR ଲେଖାଇଛନ୍ତି । ସେ ରିୟାଙ୍କ ଉପରେ ଅନେକ ଗୁଡ଼ିଏ ଗମ୍ଭୀର ଆରୋପ ଲଗାଇଛନ୍ତି, ଯେଉଁଥିରେ ରିୟାଙ୍କ ଉପରେ ଆଇପିଏସସିର ଧାରା ୩୪୧, ୩୪୨, ୩୮୦, ୪୦୬, ୪୨୦, ୩୦୬ ଅନୁଯାୟୀ ରିୟାଙ୍କ ବିରୁଦ୍ଧରେ ମାମଲା ଫାଇଲ ହୋଇଛି । ସୁଶାନ୍ତଙ୍କ ପିତା କହିଛନ୍ତି, ରିୟାଙ୍କ ସହିତ ଦେଖା ହେବା ପୂର୍ବରୁ ସୁଶାନ୍ତ ସୁମ୍ପୂର୍ଣ୍ଣ ରୂପେ ଠିକ ଥିଲେ । ତେବେ ଏପରି କଣ ହୋଇଥିଲା ଯେ ରିୟାଙ୍କ ସହିତ ଦେଖା ହେବା ପରେ ସେ ଏତେ ଅବସଦଗ୍ରସ୍ତ ହୋଇଗଲେ ।

ସୁଶାନ୍ତଙ୍କ ପିତା ଏହା ମଧ୍ୟ କହିଛନ୍ତି; ରିୟା ସୁଶାନ୍ତଙ୍କୁ ନିଜ ଅଧିନରେ ରଖିବାକୁ ଚେଷ୍ଟା କରିଥିଲେ । ଯେତେବେଳେ ସୁଶାନ୍ତ ତାଙ୍କ କଥା ମାନି ନଥିଲେ, ସେତେବେଳେ ରିୟା ଘରୁ ଟଙ୍କା, ଗହଣା, କ୍ରେଡିଟ କାର୍ଡ଼ ଏବଂ ସୁଶାନ୍ତଙ୍କ ରିପୋର୍ଟ ନେଇ ଘର ଛାଡ଼ି ଚାଲି ଯାଇଥିଲେ । ସେ ସୁଶାନ୍ତଙ୍କୁ ଧମକ ଦେଉଥିଲେ ଯେ, ଯଦି ସୁଶାନ୍ତ ତାଙ୍କ କଥା ନ ମାନନ୍ତି, ତେବେ ସେ ତାଙ୍କ ରିପୋର୍ଟ ସାର୍ବଜନୀନ କରି ତାଙ୍କୁ ପାଗଳ ଘୋଷିତ କରିଦେବେ । ସୁଶାନ୍ତଙ୍କ ପିତା ରିୟାଙ୍କ ଉପରେ ସୁଶାନ୍ତଙ୍କୁ ଧୋକା ଦେଇଥିବାର ଆରୋପ ମଧ୍ୟ ଲଗାଇଛନ୍ତି ।

Leave a Reply

Your email address will not be published. Required fields are marked *