ନାତିକୁ କରୋନାରୁ ବଞ୍ଚାଇବା ପାଇଁ ଟ୍ରେନ୍ ଆଗରେ ଡେଇଁପଡିଲେ ଜେଜେବାପା-ଜେଜେମା’ ! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ନାତିକୁ କରୋନାରୁ ବଞ୍ଚାଇବା ପାଇଁ ଟ୍ରେନ୍ ଆଗରେ ଡେଇଁପଡିଲେ ଜେଜେବାପା-ଜେଜେମା’ ! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

କରୋନା ଜୀବାଣୁର ଦ୍ୱିତୀୟ ତରଙ୍ଗ ଅନେକ ଲୋକଙ୍କର ଜୀବନ ନେଉଛି । ଏହି ଜୀବାଣୁ ବର୍ତ୍ତମାନ ଅଧିକ ବିପଜ୍ଜନକ ହୋଇପଡିଛି । ଯିଏ ଏହି ଜୀବାଣୁ ଦ୍ୱାରା ପ୍ରଭାବିତ ହୁଏ ତା’ର ଅବସ୍ଥା ଖରାପ ହୋଇଯାଏ । କେତେକଙ୍କୁ ମଧ୍ୟ ଜୀବନ ହରାଇବାକୁ ପଡୁଛି । ପୂର୍ବରୁ କେବଳ ବୃଦ୍ଧ ଓ ଅସୁସ୍ଥ ଲୋକମାନେ ଏହି ‘ଭାଇରସ୍’ରେ ଗମ୍ଭୀର ହେଉଥିଲେ, କିନ୍ତୁ ବର୍ତ୍ତମାନ ଶିଶୁ ଏବଂ ଯୁବକମାନେ ମଧ୍ୟ ଏହି ‘ଭାଇରସ୍’ରେ ବହୁତ ଅସୁସ୍ଥ ହୋଇପଡୁଛନ୍ତି । ଏହି ଜୀବାଣୁ ବର୍ତ୍ତମାନ ବହୁତ ଦ୍ରୁତ ଗତିରେ ବ୍ୟାପୁଛି । ତେଣୁ ଯଦି ଘରେ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୁଅନ୍ତି, ଅବଶିଷ୍ଟ ସଦସ୍ୟ ପଜିଟିଭ୍ ହେବାର ସମ୍ଭାବନା ବଢ଼ିଯାଏ ।

ଏଭଳି ପରିସ୍ଥିତିରେ ଘରର ସଂକ୍ରମିତ ଲୋକଙ୍କୁ ହୋମ୍ ଆଇସୋଲେସନ୍ କରିବାକୁ ପରାମର୍ଶ ଦିଆଯାଏ । ସେମାନଙ୍କୁ ବହୁତ ସତର୍କ ଏବଂ ନିରାପଦ ରହିବାକୁ ପଡିବ, କିନ୍ତୁ ନାତିଙ୍କୁ ‘ଭାଇରସ୍’ରୁ ରକ୍ଷା କରିବା ପାଇଁ କୋଟା (ରାଜସ୍ଥାନ୍) ଜିଲ୍ଲାରେ କରୋନା ସଂକ୍ରମିତ ବୃଦ୍ଧ ଦମ୍ପତି କ’ଣ କରିଛନ୍ତି ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଖବର ଅନୁଯାୟୀ ବୃଦ୍ଧ ଦମ୍ପତି ନାତିଙ୍କୁ ସଂକ୍ରମିତ ହେବାକୁ ଚାହୁଁନଥିଲେ, ତେଣୁ ଟ୍ରେନ୍ ଆଗରେ ଡେଇଁପଡିଥିଲେ । ନାତିଙ୍କୁ ‘ଭାଇରସ୍’ରୁ ରକ୍ଷା କରିବା ପାଇଁ ସେ ନିଜେ ଆତ୍ମହତ୍ୟା କରିଥିଲେ ।

ଏହି ଦମ୍ପତି ଭୟ କରୁଥିଲେ ଯେ ସେମାନଙ୍କ ନାତି ଏବଂ ବୋହୂ ମଧ୍ୟ ସେମାନଙ୍କ ହେତୁ କରୋନା ସଂକ୍ରମିତ ହେବେ ବୋଲି । ତେଣୁ ରବିବାର ସକାଳେ ଚମ୍ବଲ୍ ଓଭରବ୍ରିଜ୍ ନିକଟରେ ଥିବା ରେଳ ଲାଇନ୍ ଉପରେ ଦିଲ୍ଲୀ-ମୁମ୍ବାଇ ଅପ୍ ଟ୍ରାକରେ ଟ୍ରେନ୍ ଆଗରେ ଡେଇଁ ୭୫ ବର୍ଷିୟ ହିରାଲାଲ୍ ବୈରୱା ଏବଂ ତାଙ୍କର ୭୯ ବର୍ଷିୟା ପତ୍ନୀ ଶାନ୍ତିବାଇ ଆତ୍ମହତ୍ୟା କରିଛନ୍ତି । ଏହି ଦମ୍ପତିଙ୍କର ପୁଅ ନଥିଲେ, ସେ ୮ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିଲେ । ସେ ତାଙ୍କର ୧୮ ବର୍ଷର ନାତି ଏବଂ ବୋହୂ ସହିତ ରହୁଥିଲେ ।

ରେଳ କଲୋନୀ ‘ପୋଲିସ୍ ଷ୍ଟେସନ୍’ର ସବ୍- ଇନ୍ସପେକ୍ଟର୍ ରମେଶ ଚାନ୍ଦ ଶର୍ମାଙ୍କ ଅନୁଯାୟୀ, ଏପ୍ରିଲ୍ ୨୯ରେ ଏହି ଦମ୍ପତି କରୋନା ପଜିଟିଭ୍ ହେବାର ନିଶ୍ଚିନ୍ତ କରିଥିଲେ । କରୋନା ପଜିଟିଭ୍ ହେବାପରେ ଉଭୟ ଅଲଗା ରହୁଥିଲେ । ଏହି ଘଟଣା ନିକଟବର୍ତ୍ତୀ ଲୋକଙ୍କୁ ଭୟବିତ କରିଥିଲା । ନାତି ଏବଂ ବୋହୂର ଜୀବନ ବଞ୍ଚାଇବା ପାଇଁ ଜେଜେବାପା ଏବଂ ଜେଜେମା’ ନିଜ ଜୀବନ ଦେଇଥିଲେ ବୋଲି କେହି ବିଶ୍ୱାସ କରିନଥିଲେ ।

ଏ ବାବଦରେ ପୋଲିସ୍ ଏକ ମାମଲା ରୁଜୁ କରିଛି । ସେ ଏହି ମାମଲାର ତଦନ୍ତ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରୁ କୌଣସି ଆତ୍ମହତ୍ୟା ନୋଟ୍ ମିଳି ନାହିଁ । ସମ୍ପୂର୍ଣ୍ଣ ତଦନ୍ତ କରିବା ପରେ ସେମାନେ କୌଣସି ନିଷ୍ପତ୍ତି ନେଇ ପାରିବେ ବୋଲି ପୋଲିସ୍ କହିଛି ।

ତେବେ ଏହି ସମଗ୍ର ବିଷୟ ଉପରେ ଆପଣଙ୍କର ମତାମତ କ’ଣ, ଦୟାକରି ଆମକୁ କମେଣ୍ଟକରି ଜଣାନ୍ତୁ । ଯଦି ଆପଣ କରୋନା ସଂକ୍ରମିତ, ତେବେ ଏପରି କୌଣସି କାମ କରନ୍ତୁ ନାହିଁ । ସତର୍କତାର ସହିତ ନିଜକୁ ହୋମ୍ ଆଇସୋଲେଟ୍ କରନ୍ତୁ କିମ୍ବା ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *