ନାତୁଣୀ କୁ ଆଣିବା ପାଇଁ ଫସଲ ବିକ୍ରି କରି ହେଲିକପ୍ଟର୍ ପଠାଇଲେ ଜେଜେ ! ୩୫ ବର୍ଷପରେ ଘରେ ଜନ୍ମ ହେଲା ଝିଅ…

ନାତୁଣୀ କୁ ଆଣିବା ପାଇଁ ଫସଲ ବିକ୍ରି କରି ହେଲିକପ୍ଟର୍ ପଠାଇଲେ ଜେଜେ ! ୩୫ ବର୍ଷପରେ ଘରେ ଜନ୍ମ ହେଲା ଝିଅ…

ରାଜସ୍ଥାନର ଏକ କୃଷକ ପରିବାରରେ ଝିଅର ଜନ୍ମ ହେବାପରେ ଝିଅକୁ ସ୍ୱାଗତ କରିବା ପାଇଁ ତାଙ୍କୁ ହେଲିକପ୍ଟର ଯୋଗେ ଘରକୁ ଅଣାଯାଇଥିଲା । ରାଜସ୍ଥାନ ନଗୌରର ଏକ ସାଧାରଣ କୃଷକ ପରିବାରରେ ୩୫ ବର୍ଷ ପରେ କନ୍ୟା ସନ୍ତାନ ଜନ୍ମ ନେଇଛି, ଯାହାର ଆନନ୍ଦ ଏହି ପରିବାର ଲୋକ ଏକ ନିଆରା ଢଙ୍ଗରେ ପାଳନ କରିଥିଲେ । ସୂଚନା ଅନୁଯାୟୀ, ୩୫ ବର୍ଷ ପରେ ମଦନ ଲାଲ୍ ପ୍ରଜାପତିଙ୍କ ଘରେ ଝିଅ ହୋଇଛି, ଯାହାର ନାମ ସିଦ୍ଧି ରଖାଯାଇଛି ।

ନାତୁଣୀ ସିଦ୍ଧିକୁ ଜନ୍ମ ଦେଲା ପରେ ହେଲିକପ୍ଟର୍ ଯୋଗେ ଘରକୁ ଅଣାଯାଇଥିଲା । ହେଲିକପ୍ଟର୍ ଆସିବା ବିଷୟରେ ଗ୍ରାମବାସୀ ଜାଣିବା ପରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ ଏବଂ ସମସ୍ତେ ହେଲିକପ୍ଟର୍ ଆସିବା କୁ ଅପେକ୍ଷା କରିଥିଲେ । ଗାଁ’ରେ କୌଣସି ହେଲିପ୍ୟାଡ୍ ନଥିଲା । ତେଣୁ ପ୍ରଥମେ କ୍ଷେତରେ ହେଲିପ୍ୟାଡ୍ ତିଆରି କରାଯାଇଥିଲା ।

ନାଗୌର୍ ଜିଲ୍ଲାର କୁଚେରା ଅଞ୍ଚଳ ନିମ୍ବଡି ଚାନ୍ଦବାଟା ଗାଁ’ରେ ରହୁଥିବା ମଦନ ଲାଲ୍ ପ୍ରଜାପତି, ୧୦-୧୨ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥିଲେ । ହେଲିପ୍ୟାଡରୁ ଘରକୁ ଯିବା ବାଟରେ ଗ୍ରାମବାସୀ ଝିଅର ସମ୍ମାନାର୍ଥେ ଫୁଲ ବିଛାଇ ଥିଲେ । ନାତୁଣୀକୁ ସ୍ୱାଗତ କରିବା ପାଇଁ ଜେଜେ ମଦନଲାଲ୍ ତାଙ୍କ ଫସଲ ବିକ୍ରି କରି ୫ଲକ୍ଷ ଟଙ୍କା ଦେଇ ହେଲିକପ୍ଟର୍ ବ୍ୟବସ୍ଥା କରିଥିଲେ ।

କନ୍ୟାର ଜନ୍ମ ମାର୍ଚ୍ଚ ୩ରେ ତା’ର ଅଜାଘରେ ହରସୋଲାଭ୍ ଗ୍ରାମରେ ହୋଇଥିଲା । ଝିଅର ପିତା ହନୁମାନ୍ ପ୍ରଜାପତି ଏବଂ ପତ୍ନୀ ଚୁକା ଦେବୀ ଝିଅକୁ ହେଲିକପ୍ଟର୍ ଯୋଗେ ତାର ଅଜା ଘରୁ ଆଣି ଥିଲେ ଓ ଦୁର୍ଗାନବମୀ ଅବସରରେ ତା’ର ଗୃହ ପ୍ରବେଶ ହୋଇଥିଲା । ସୂଚନା ଅନୁଯାୟୀ, ସକାଳ ୯ଟାରେ ନିମ୍ବଡି ଚାନ୍ଦବାଟାରୁ ଶିଶୁ କନ୍ୟା କୁ ଆଣିବାକୁ ଅଜାଘରେ ହରସୋଲାଭାରେ ପହଞ୍ଚିଥିଲେ । ସେଠାରୁ ସେ ପୁଣି ଅପରାହ୍ନ ୨.୧୫ ସମୟରେ ହେଲିକପ୍ଟର୍ ଯୋଗେ ତାଙ୍କ ଜେଜେବାପାଙ୍କ ଘରେ ପହଞ୍ଚିଥିଲା । ଏହାପରେ ସମସ୍ତ ରୀତିନୀତି ସମ୍ପନ୍ନ ହୋଇଥିଲା । ଜେଜେଘରେ ପହଞ୍ଚିବା ପରେ ସିଦ୍ଧି କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ତାଙ୍କୁ ବ୍ୟାଣ୍ଡ-ବାଜା ସହିତ ଘରକୁ ଅଣାଯାଇଥିଲା ।

Leave a Reply

Your email address will not be published. Required fields are marked *