ଗୋଟିଏ ସମୟରେ ଗୋବିନ୍ଦା ଥିଲେ ବଲିଉଡ଼ର ସୁପରଷ୍ଟାର । ଏହି ୩ଟି କାରଣ ଯୋଗୁଁ ସମାପ୍ତ ହୋଇଗଲା ତାଙ୍କ କ୍ୟାରିୟର !

ଗୋଟିଏ ସମୟରେ ଗୋବିନ୍ଦା ଥିଲେ ବଲିଉଡ଼ର ସୁପରଷ୍ଟାର । ଏହି ୩ଟି କାରଣ ଯୋଗୁଁ ସମାପ୍ତ ହୋଇଗଲା ତାଙ୍କ କ୍ୟାରିୟର !

ବଲିଉଡ଼ରେ ଏପରି ଅନେକ ସୁପରଷ୍ଟାର ରହିଛନ୍ତି ଯେଉଁମାନେ ଅନେକ ବର୍ଷ ଧରି ବଲିଉଡ଼ରେ ରାଜ୍ କରନ୍ତି । ଏବଂ ତାଙ୍କର ଫ୍ୟାନ୍ ଫୋଲୋଇଂ ଏତେ ଜବରଦସ୍ତ ଥିଲା ଯେ ଏମାନଙ୍କ ନାମରେ ହିଁ ଫିଲ୍ମ ହିଟ୍ ହୋଇଯାଇଉଥିଲା, ଗତ ସମୟରେ ଏପରି ଅନେକ ଅଭିନେତ୍ରୀ ଯାଇଛନ୍ତି ଯେଉଁମାନେ ନିଜ ଅଭିନୟ ବଳରେ ଲୋକଙ୍କ ହୃଦୟ ଜିଣି ପାରିଥିଲେ, ଏହା ସହିତ ଲୋକମାନେ ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ଏହା ସବୁ କରିବାକୁ ପସନ୍ଦ କରୁଥିଲେ ଯାହା ତାଙ୍କ ପ୍ରିୟ କଳାକାର କରୁଥିଲେ । ଆଜି ଆମେ ଆପଣଙ୍କୁ ଯାହା ବିଷୟରେ ଜଣାଇବୁ ତାଙ୍କ ନାମ ହେଉଛି ଗୋବିନ୍ଦା । ଏକ ଏପରି ସମୟ ଥିଲା ଯେତେବେଳେ ଗୋବିନ୍ଦାଙ୍କ ଆଗ ପଛରେ ନିର୍ଦ୍ଦେଶକ ଓ ପ୍ରଯୋଜକ ମାନଙ୍କ ଭିଡ଼ ଲାଗି ରହୁଥିଲା । କିନ୍ତୁ ଯିଏ ବଲିଉଡ଼ରେ ଶୀର୍ଷରେ ପହଞ୍ଚେ ସେ ଏହି ମାୟାନଗରୀରେ କିଛି ଭୁଲ୍ ମଧ୍ୟ କରି ବସେ, ଯାହା ବେଳେବେଳେ ବହୁତ ଭାରି ପଡେ । ଏବଂ ତାଙ୍କୁ ଏହାର ଫଳ ଭୋଗିବାକୁ ପଡ଼ିଥାଏ ।

google

ଯେଉଁ ସମୟରେ ଗୋବିନ୍ଦା ସଫଳ ଥିଲେ ସେହି ସମୟରେ ସେ ଏପରି କିଛି ଭୁଲ୍ କରି ବସିଲେ ଯାହା ଫଳରେ ତାଙ୍କ ଚାହିଦା କମିଗଲା ଏବଂ ତାଙ୍କ କ୍ୟାରିୟର ତଳକୁ ଖସି ଆସିଲା, କିନ୍ତୁ ଏହା ଏପରି ହିଁ ହୋଇନଥିଲା, ଏହା ପଛରେ ଗୋବିନ୍ଦାଙ୍କ କିଛି ତ୍ରୁଟି ରହିଛି, ଯାହା ଫଳରେ ଗୋବିନ୍ଦାଙ୍କ କ୍ୟାରିୟରର ଗ୍ରାଫ ତଳକୁ ଯିବାକୁ ଲାଗିଲା, ଆଜି ଆମେ ଆପଣଙ୍କୁ ସେହି ତିନୋଟି କାରଣ ବିଷୟରେ ସୁଚାଇବୁ ଯାହା ଫଳରେ ଗୋବିନ୍ଦାଙ୍କ କ୍ୟାରିୟର ଶେଷ ହୋଇଗଲା ।

ଗୋବିନ୍ଦାଙ୍କ ବିଷୟରେ କୁହଯାଏ ଯେ ସେ ସବୁବେଳେ ସୁଟିଂରେ ବିଳମ୍ବରେ ପହଞ୍ଚୁଥିଲେ । ଏଥିପାଇଁ ନା କେବଳ କ୍ରୁ ମେମ୍ବର ବରଂ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଓ ସହ କଳାକାର ମାନେ ମଧ୍ୟ ବହୁତ ଚିନ୍ତିତ ଓ କ୍ରୋଧିତ ହୋଇଯାଉଥିଲେ । ଗୋବିନ୍ଦାଙ୍କୁ ଅନେକ ଥର ବୁଝାଇବା ପରେ ସୁଦ୍ଧା ସେ ନିଜ ସମୟରେ ହିଁ ସେଟରେ ପହଞ୍ଚୁଥିଲେ । ଗୋବିନ୍ଦାଙ୍କ ବିଷୟରେ ଏହା ମଧ୍ୟ କୁହାଯାଏ ଯେ ନିର୍ଦ୍ଦେଶକ ଓ ସହ କଳାକାର ତାଙ୍କ ସହିତ କାମ କରୁଥିଲେ ସତ କିନ୍ତୁ ସେ ଗୋବିନ୍ଦାଙ୍କ ଏହିସବୁ ଅଭ୍ୟାସ ଯୋଗୁଁ ଖୁବ୍ ଅସନ୍ତୁଷ୍ଟ ରହୁଥିଲେ ।

google

ଗୋବିନ୍ଦାଙ୍କ ହିଟ୍ ଚଳଚ୍ଚିତ୍ର ଗୁଡ଼ିକ ଅଧିକାଂଶ ଡେଭିଡ୍ ଧବନଙ୍କ ସହିତ ଥିଲା । ଗୋବିନ୍ଦା ଓ ଡେଭିଡଙ୍କ ଯୋଡ଼ି ଖୁବ୍ ଚର୍ଚ୍ଚିତ ଓ ସଫଳ ଯୋଡ଼ି ଥିଲା, କିନ୍ତୁ କୁହାଯାଏ ଯେ କୌଣସି କଥାକୁ ନେଇ ଗୋବିନ୍ଦା ଡେଭିଡଙ୍କ ସହ ଝଗଡ଼ା କରି ବସିଲେ ଏବଂ ଏହା ପରେ ଡେଭିଡ୍ ଗୋବିନ୍ଦାଙ୍କ ଉପରେ ରାଗିଗଲେ, ଧୀରେ ଧୀରେ ଡେଭିଡ୍ ଧବନ ଗୋବିନ୍ଦାଙ୍କୁ କାମ ଦେବା ବନ୍ଦ କରିଦେଲେ ।

google

କୌଣସି କଳାକାର ପାଇଁ ସବୁଠାରୁ ଅଧିକ ଜରୁରୀ ତାର ସ୍ୱାସ୍ଥ୍ୟ ଓ ଲୁକ୍ ହୋଇଥାଏ, ବଲିଉଡ଼ରେ ହିରୋ ସ୍ଲିମ୍ ହୋଇଥାନ୍ତି, ଏବଂ ସମସ୍ତ ଚରିତ୍ର ଅନୁସାରେ ନିଜକୁ ଢାଳି ନିଅନ୍ତି, ଗୋବିନ୍ଦା ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିଲେ ନାହିଁ ଓ ସେ ନିଜ ହିରୋ ହୋଇଥିବା ଲୁକକୁ ହରେଇ ବସିଲେ ଯାହା ଫଳରେ ଚଳଚ୍ଚିତ୍ର ନିର୍ମାତା ମାନେ ତାଙ୍କୁ ନିଜ ଚଳଚ୍ଚିତ୍ରରେ ଆଉ ହିରୋ ଭାବରେ ଅଭିନୟ କରିବା ପାଇଁ ସୁଯୋଗ ଦେଲେ ନାହିଁ ।

Leave a Reply

Your email address will not be published. Required fields are marked *