ଛାତ୍ରଛାତ୍ରୀ ମାନଙ୍କୁ ମିଳିବ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ! ଜାଣନ୍ତୁ କେଉଁ ଶ୍ରେଣୀର ଛାତ୍ରଛାତ୍ରୀମାନେ ପାଇବେ ଏହି ଆର୍ଥିକ ସହାୟତା…

ଛାତ୍ରଛାତ୍ରୀ ମାନଙ୍କୁ ମିଳିବ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ! ଜାଣନ୍ତୁ କେଉଁ ଶ୍ରେଣୀର ଛାତ୍ରଛାତ୍ରୀମାନେ ପାଇବେ ଏହି ଆର୍ଥିକ ସହାୟତା…

କରୋନା ଯୋଗୁଁ ସମସ୍ତେ ନିଜ ଇମ୍ୟୁନିଟି ପାୱାର୍ ବଢାଇବା ପାଇଁ ଚାହୁଁଛନ୍ତି । ଶରୀରର ଇମ୍ୟୁନିଟି ପାୱାର୍ ବଢାଇବା ପାଇଁ ସବୁଠାରୁ ଆବଶ୍ୟକୀୟ ଜିନିଷ ହେଉଛି ଉତ୍ତମ ପୋଷକତତ୍ୱ ଯୁକ୍ତ ଖାଦ୍ୟ । କିନ୍ତୁ ଗରିବ ଶ୍ରେଣୀର ଲୋକମାନେ ନିଜ ଶିଶୁମାନଙ୍କୁ ଏପରି ଖାଦ୍ୟ ଯୋଗାଇବାରେ ଅସମର୍ଥ ହେଉଛନ୍ତି । ବର୍ତ୍ତମାନ କରୋନାର ତୃତୀୟ ଲହରର ସଙ୍କଟ ଛୁଆମାନଙ୍କ ପାଇଁ ବିଶେଷ ଭାବରେ ଅଛି । ଏପରି ପରିସ୍ଥିତିରେ ଛୁଆମାନଙ୍କୁ ଉତ୍ତମ ଖାଦ୍ୟ ଦେଇ ତାଙ୍କ ଇମ୍ୟୁନିଟି ପାୱାର୍ ବଢାଇବା ନିହାତି ଆବଶ୍ୟକ ।

ପୂର୍ବରୁ ଏହି ହେଲଦି-ମିଲ୍ ଛୁଆମାନଙ୍କୁ ବିଦ୍ୟାଳୟରେ ଦିଆଯାଉଥିଲା ମାତ୍ର ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ସମସ୍ତ ବିଦ୍ୟାଳୟ ବନ୍ଦ ରହିଛି ତେଣୁ ଛୁଆମାନଙ୍କୁ ମିଡଡେ-ମିଲ୍ ଦିଆଯାଇପାରୁନାହିଁ । ଏଥିଯୋଗୁଁ ଅନେକ ଗରିବ ଶ୍ରେଣୀର ପିଲା ପ୍ରଭାବିତ ହେଉଛନ୍ତି ତେଣୁ ସରକାର ବର୍ତ୍ତମାନ ସ୍ଥିର କରିଛନ୍ତି ଯେ ‘ମିଡଡେ-ମିଲ୍’ରେ ଖର୍ଚ୍ଚ ହେଉଥିବା ଧନରାଶି ଡାଇରେକ୍ଟ ପିଲାଙ୍କ ଆକାଉଣ୍ଟକୁ ପଠାଇଦିଆଯିବ । ଏହି ଧନରାଶି ଛୁଆପାଇଁ ଖର୍ଚ୍ଚ ହେଉଥିବା ମିଡଡେ-ମିଲ୍ ପଇସାରେ ସାମିଲ୍ ହେବ ।

ନିକଟରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ରମେଶ ପୋଖରୀଆଲ୍ ନିଶଙ୍କ କହିଛନ୍ତି ଯେ ମିଡଡେ-ମିଲ୍ ପାଇଁ ଯୋଗ୍ୟ ସମସ୍ତ ପିଲାଙ୍କୁ ଧନରାଶି ଯୋଗାଇଦେବା ପାଇଁ ସରକାରଙ୍କ ତରଫରୁ ଅନୁମତି ମିଳିସାରିଛି । ଏହି ଧନରାଶି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ ମାଧ୍ୟମରେ ଛାତ୍ରମାନଙ୍କୁ ପ୍ରଦାନ କରାଯିବ । ଏହି ଯୋଜନା ଦ୍ୱାରା ପ୍ରାୟ ୧୧.୮କୋଟି ଛାତ୍ରଙ୍କୁ ପୌଷ୍ଟିକ ଖାଦ୍ୟ ଖାଇବା ନିମନ୍ତେ ସହାୟତା ମିଳିବ ।

ସୂଚନାଯୋଗ୍ୟ ଯେ ଏହି ମିଡଡେ-ମିଲ୍ ଯୋଜନା ସରକାରଙ୍କ ‘ଗରିବ କଲ୍ୟାଣ ଅନ୍ନ ଯୋଜନା’ ଠାରୁ ଭିନ୍ନ ଅଟେ । ସରକାରଙ୍କ ‘ଗରିବ କଲ୍ୟାଣ ଅନ୍ନ ଯୋଜନା’ ଅଧୀନରେ ୮୦କୋଟି ଲାଭାର୍ଥୀ ପ୍ରତିମାସରେ ୫କିଲୋଗ୍ରାମ୍ ଦରରେ ମାଗେଣା ଖାଦ୍ୟ ଅନ୍ନ ଯୋଗାଇ ଦିଆଯାଉଛି ।

‘ମିଡଡେ-ମିଲ୍’ ‘ସ୍କିମ୍’ର ଧନରାଶିକୁ ଛାତ୍ରଙ୍କ ମଧ୍ୟରେ ଆବଣ୍ଟନକୁ ନେଇ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ରମେଶ ପୋଖରୀଆଲ୍ ନିଶଙ୍କ ନିକଟରେ ଏକ ଟ୍ୱିଟ୍ କରିଛନ୍ତି । ସେ ନିଜ ଟ୍ୱିଟରେ ଲେଖିଛନ୍ତି, ‘ଏମଡିଏମ୍ ସ୍କିମ୍ ଅନ୍ତର୍ଗତ ୧୧.୮କୋଟି ଛାତ୍ରଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଡିବିଟି ମାଧ୍ୟମରେ ଆର୍ଥିକ ସହାୟତା ଦିଆଯିବ । ତେଣୁ ଫଣ୍ଡକୁ ସରକାରଙ୍କ ତରଫରୁ ୧୨୦୦କୋଟି ଅତିରିକ୍ତ ଆର୍ଥିକ ସହାୟତା ମିଳିବ ।

ସୂଚନାଯୋଗ୍ୟ ଯେ ସରକାରଙ୍କ ତରଫରୁ କରୋନା ମହାମାରୀ ସମୟରେ ଏହି ନିଷ୍ପତ୍ତି ନିଆଯିବାର କାରଣ ହେଉଛି ଏହା ଦ୍ୱାରା ଗରିବ ପିଲାମାନଙ୍କର ଇମ୍ୟୁନିଟି ଦୃଢ଼ କରାଯାଇପାରିବ । ତେଣୁ କେନ୍ଦ୍ର ସରକାର ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏଥିନିମନ୍ତେ ୧୨୦୦ କୋଟି ଟଙ୍କା ପ୍ରଦାନ କରୁଛନ୍ତି । ଏହା ଦ୍ୱାରା ଦେଶର ଥିବା ୧୧.୨୦ ଲକ୍ଷ ସରକାରୀ ଓ ସରକାରୀ ସହାୟତା ଯୁକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୧୧.୮କୋଟି ଛାତ୍ର ଲାଭବାନ ହେବେ ।

କେନ୍ଦ୍ର ସରକାରଙ୍କର ଏହି ପଦକ୍ଷେପ ସୋସିଆଲ୍ ମିଡ଼ିଆରେ ବହୁ ମାତ୍ରାରେ ପ୍ରଶଂସିତ ହେଉଛି । କରୋନା ଯୋଗୁଁ ସବୁଠାରୁ ଅଧିକ କ୍ଷତି ସହିଛନ୍ତି ଗରିବ ଓ ଦିନ ମଜୁରିଆ ଶ୍ରେଣୀର ଲୋକମାନେ ତେଣୁ ସେମାନଙ୍କ ନିମନ୍ତେ ସରକାରଙ୍କର ଏହି ପଦକ୍ଷେପ ପ୍ରଶଂସନୀୟ ।

Leave a Reply

Your email address will not be published. Required fields are marked *