କୋଟି କୋଟି ଲୋକଙ୍କ ଫାଇଦା ପାଇଁ ସରକାର ଉଠାଇଲେ ବଡ ପଦକ୍ଷେପ, ବଦଳାଇ ଦେଲେ National Pension Systemର ନିୟମ !

ନ୍ୟାସନାଲ ପେନସନ୍ ସିଷ୍ଟମ୍ ଅର୍ଥାତ NPSର ଟଙ୍କା ଉଠାଇବା ସହିତ ଜଡ଼ିତ ଏକ ବଡ଼ ନିୟମକୁ ସରକାର ବଦଳାଇ ଦେଇଛନ୍ତି । ଏଥିରେ କୋଟି କୋଟି ଲୋକଙ୍କୁ ଫାଇଦା ହେବ ।

NPS ଅର୍ଥାତ ନ୍ୟାସନାଲ ପେନସନ୍ ସିଷ୍ଟମ୍ ଆଜି ଦେଶର ଏକ ଲୋକପ୍ରିୟ ବିକଳ୍ପ ଅଟେ । ୧ ମଇ ୨୦୦୯ରେ ଏହା ବ୍ୟକ୍ତିଗତ କ୍ଷେତ୍ର କିମ୍ବା ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ମାନଙ୍କ ପାଇଁ ମଧ୍ୟ ଆରମ୍ଭ କରି କରାଯାଇଛି । ଏହାର ଫାଇଦାକୁ ଧ୍ୟାନରେ ରଖି ଏହା ସହିତ ସର୍ବମୋଟ ୨ କୋଟି ଗ୍ରାହକ ଜଡ଼ିତ ଅଛନ୍ତି । ପ୍ରକୃତରେ ଏହା ପେନସନ୍ ସେଭିଂ ଯୋଜନା ଅଟେ ଯାହା ଭବିଷ୍ୟତରେ ବିତ୍ତୀୟ ସୁରକ୍ଷା ପ୍ରଦାନ କରିଥାଏ । ପ୍ରଶ୍ନ ଉଠିଥାଏ ଯେ ଏନପୀଏସ ଜରିଆରେ ୬୦ ହଜାର ଟଙ୍କା ମାସିକ ପେନସନ ପାଇଁ କେଉଁ ଭଳି ଭାବରେ ଯୋଜନା କରିପାରିବା । ଆପଣଙ୍କୁ କହି ରଖୁଛୁ ଯେ ସରକାର ଏହା ସହିତ ଜଡ଼ିତ ଏକ ବଡ଼ ନିୟମର ପରିବର୍ତ୍ତନ କରିଛନ୍ତି ।

ବଦଳିଛି NPSର ନିୟମ :-

ନ୍ୟାସନାଲ ପେନସନ୍ ସିଷ୍ଟମ୍ ଅର୍ଥାତ NPSର ଯେଉଁ ପୁରୁଣା ଗ୍ରାହକ ଏଥିରେ ସୂଚାଇ ଦିଆଯାଇଥିବା ସମୟ ପୂର୍ବରୁ ବାହାରି ଯାଇଛନ୍ତି, ସେମାନେ ପୁଣିଥରେ ଏହା ସହିତ ଯୋଡ଼ି ପାରିବେ । ପୀଏଫଆରଡୀଏ ଏଥିପାଇଁ ଅନୁମତି ଦେଇସାରିଛି । ସୂଚିତ ଥବା ନିୟମ ଅନୁଯାୟୀ ଗ୍ରାହକ ଚାହିଁଲେ ୬୦ ବର୍ଷ ପୂର୍ବରୁ ଏଥିରୁ ବାହାରି ଯାଇ ପାରିବେ । ଏନପୀଏସରେ ନିବେଶ ମେଚ୍ୟୁର ହେଲେ ନିବେଶକ ୮୦ ପ୍ରତିଶତ ରେଗୁଲାର ପେନସନରେ ପରିବର୍ତ୍ତିତ ହୋଇଯାଇଥାଏ । ଆଉ ବାକି ୨୦ ପ୍ରତିଶତ ଏକା ସାଙ୍ଗରେ ବାହାର କରାଯାଇ ପାରିବ । ଏବେ ଯେଉଁ ଲୋକମାନେ ୨୦ ପ୍ରତିଶତ ଆକାର ବାହାର କରି ନେଇଥିଲେ ସେମାନେ ଯଦି ପୁଣିଥରେ ଏନପୀଏସରେ ଜଡ଼ିତ ହେବାକୁ ଚାହାନ୍ତି ତେବେ ତାଙ୍କୁ ସେତିକି ରାଶି ଜମା କରିବାକୁ ପଡ଼ିବ । ଏହା ବ୍ୟତୀତ ସେମାନେ ରେଗୁଲାର ପେନସନ ନେଇ ପ୍ରତ୍ୟାହାର ପେନସନ୍ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିପାରିବେ । ଏହା ପରେ ସେମାନେ ନୂଆଁ ଏନପୀଏସ ଆକାଉଣ୍ଟ ଖୋଲିପାରିବେ ।

NPS : ପ୍ରୀମେଚ୍ୟୁର ଆକ୍ଜିଟ ର ନିୟମରେ ପରିବର୍ତ୍ତନ :-

PFRDA ଏହି ସବସ୍କ୍ରାଇବରସଙ୍କୁ ଦେଇଥିବା ବିକଳ୍ପ National Pension System : ନ୍ୟାସନାଲ ପେନସନ ସିଷ୍ଟମ୍ ନିଜର ଗ୍ରାହକଙ୍କୁ ଅବସର ପାଇଁ କମ୍ ମୂଲ୍ୟରେ ପେନସନ୍ ଫଣ୍ଡ ଜରିଆରେ ଏକ ସୁଯୋଗ ଦେଇଥାଏ । NPSର ଫାଇଦା ଯୁକ୍ତ ଫିଚର୍ସରେ ପୋର୍ଟେବିଲିଟି, ଫ୍ଲେକ୍ସିବିଟି, ଯୋଗଦାନ ବିତାରିତ କରିବା ପାଇଁ ଅନେକ ସହଜ ମାଧ୍ୟମ, ପେନସନ୍ ଫଣ୍ଡର ବିକଳ୍ପ, ସ୍କିମର ପ୍ରାଥମିକତା, ଏକ୍ସକ୍ଲୁସିଭ ଟ୍ୟାକ୍ସ ବେନିଫିଟ୍ସ ଆଦି ସାମିଲ ରହିଛି ।

PRAN କଣ, ବର୍ତ୍ତମାନ କଣ ହେବ :-

NPS ଅନୁଯାୟୀ ସବସ୍କ୍ରାଇବରଙ୍କୁ ସ୍ଥାୟୀ ଆକାଉଣ୍ଟ ନମ୍ବର ଦିଆଯାଇଥାଏ । ଯାହା ସମ୍ପୂର୍ଣ୍ଣ ଅଲଗା ଅଟେ । ଗ୍ରାହକଙ୍କ ପାଖରେ ଗୋଟିଏ ସମୟରେ ଗୋଟିଏ ଆକ୍ଟିଭ PRAN ହୋଇପାରେ ଏବଂ ଏଥିପାଇଁ ସେମାନେ ନିଜର ଉପସ୍ଥିତ NPS ଆକାଉଣ୍ଟକୁ ବନ୍ଦ କରିବା ପରେ ନୂଆଁ ଆକାଉଣ୍ଟ ଖୋଲି ପାରିବେ । NPS ଅନୁଯାୟୀ, ଗ୍ରାହକଙ୍କ ପ୍ରୀମେଚ୍ୟୁର ଆକ୍ଜିଟ କିମ୍ବା ୬୦ ବର୍ଷ ବୟସରେ ଫାଇନାଲ ଆକ୍ଜିଟ କିମ୍ବା ପେନସନ୍ ପ୍ରାପ୍ତ କରିବା ସମୟରେ କିମ୍ବା ପରେ କୌଣସି ସମୟରେ ରେଗୁଲେଶନ ମୁତାବକ ବାଛି ପାରିବେ ।

ପ୍ରୀମେଚ୍ୟୁର ଆକ୍ଜିଟର ସ୍ଥିତିରେ, PRANରେ ଜମା ଥିବା ପେନସନ୍ କର୍ପସର ୨୦ ପ୍ରତିଶତ ପର୍ଯ୍ୟନ୍ତ ଏକାସାଙ୍ଗରେ ପ୍ରତ୍ୟାହାର କରାଯାଇପାରିବ ଏବଂ ଜମା ରାଶିକୁ PFRDA ଦ୍ଵାରା ସୂଚିତ ବାର୍ଷିକୀ ପ୍ରଦାତାରୁ ବାର୍ଷିକୀ ପ୍ଲାନ୍ କିଣିବା ପାଇଁ ବ୍ୟବହାର କରାଯିବ । ପୁଣି ଏବେ ରେଗୁଲେଟର କହିଛନ୍ତି ଯେ ଆଜିକାଲି PFRDAକୁ ଗ୍ରାହକଙ୍କ ଠାରୁ ବହୁତ ନିବେଦନ ମିଳୁଛି ଯେଉଁମାନେ ନିଜର ରାଶି କୁ ଥରକ ରେ ପ୍ରତ୍ୟାହାର କରି ନେଇଛନ୍ତି । କିନ୍ତୁ ବାର୍ଷିକୀ ପ୍ଲାନକୁ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇନାହିଁ ଏବଂ ସେହି ଗ୍ରାହକ ଏହାପରେ NPS ଆକାଉଣ୍ଟକୁ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଥିପାଇଁ କଣ କରିବାକୁ ପଡ଼ିବ :-

ଯଦି ସେ NPS ସହିତ ଯୋଡିବାରେ ଯୋଗ୍ୟ ଅଛନ୍ତି ତେବେ ଏକ ନୂଆଁ PRAN ସହିତ ଏକ ନୂଆଁ NPS ଆକାଉଣ୍ଟ ଖୋଲନ୍ତୁ । NPSକୁ ସମାନ PRAN ସହିତ ଜାରି ରଖାନ୍ତୁ ଯେଉଁଥି ପାଇଁ ପୂର୍ବରୁ ପ୍ରତ୍ୟାହାର କରିଥିବା ରାଶିକୁ ପୁଣିଥରେ ଜମା କରନ୍ତୁ । PRANକୁ ଜାରି ରଖିବା ପାଇଁ ପୁନର୍ବାର ଜମା କରିବାର ବିକଳ୍ପର ଫାଇଦା ଥରେ ନିଆଯାଇପାରିବ ଏବଂ ରାଶିକୁ ଏକମୁସ୍ତ ରେ ଜମା କରିବାକୁ ପଡ଼ିବ ।

କିଏ NPS ସହିତ ଜଡ଼ିତ ହୋଇ ପାରିବେ :-

NPSରେ ୧୮ରୁ ୬୦ ବର୍ଷ ବୟସ ମଧ୍ୟରେ କେହି ମଧ୍ୟ ବେତନଭୋଗୀ ଜଡ଼ିତ ହୋଇପାରିବେ । NPSରେ ଦୁଇ ପ୍ରକାରର ଆକାଉଣ୍ଟ ଥାଏ Tier – I ଏବଂ Tier – II ଏକ ରିଟାୟାରମେଣ୍ଟ ଆକାଉଣ୍ଟ ଥାଏ । ଯାହାକୁ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କ ପାଇଁ ଖୋଲିବା ଅନିର୍ବାର୍ଯ୍ୟ ଅଟେ । ପୁଣି Tier – II ଏକ ୱଲେଣ୍ଟରୀ ଆକାଉଣ୍ଟ ହୋଇଥାଏ, ଯେଉଁଥିରେ କେହିବି ବେତନଭାଗୀ ନିଜ ତରଫରୁ ନିବେଶ ଆରମ୍ଭ କରିପାରିବେ ଏବଂ କେବେ ମଧ୍ୟ ଟଙ୍କା ବାହାର କରି ପାରିବେ ।

କିପରି ମାସକୁ ୬୦ ହଜାର ଟଙ୍କାର ପେନସନ୍ ମିଳିବ :-

ଯଦି ଆପଣ ଏହି ଯୋଜନା ସହିତ ୨୫ ବର୍ଷ ବୟସରେ ସାମିଲ ହେଉଛନ୍ତି ତେବେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଅର୍ଥାତ ୩୫ ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ପ୍ରତ୍ୟେକ ମାସ ୫୦୦୦ ଟଙ୍କା ସ୍କିମ୍ ଅନୁଯାୟୀ ଜମା କରିବାକୁ ପଡ଼ିବ । ଆପଣଙ୍କ ଦ୍ଵାରା କରାଯାଇଥିବା ମୋଟ ନିବେଶ ୨୧ ଲକ୍ଷ ଟଙ୍କା ହେବ । NPSରେ ମୋଟ ନିବେଶ ଉପରେ ଯଦି ଆନୁମାନିକ ଫେରସ୍ତ ୮ ପ୍ରତିଶତ ହୁଏ ତେବେ ମୋଟ କର୍ପସ୍ ୧.୧୫ କୋଟି ଟଙ୍କା ହେବ । ଏଥିମଧ୍ୟରୁ ୮୦ ପ୍ରତିଶତ ଟଙ୍କାରେ ଯଦି ଅନ୍ୟୁଟୀ କିଣାଯାଏ ତେବେ ସେହି ମୂଲ୍ୟ ପାଖାପାଖି ୯୩ ଲକ୍ଷ ଟଙ୍କା ହେବ । ଏନ୍ୟୁଟି ରେଟ୍ ୮ ପ୍ରତିଶତ ହେଲେ ୬୦ ବର୍ଷ ବୟସ ପରେ ପ୍ରତି ମାସ ପାଖାପାଖି ୬୧ ହଜାର ଟଙ୍କା ପେନସନ୍ ରାଶି ହେବ । ତା’ସହିତ ଅଲଗା ଭାବରେ ୨୩ ଲକ୍ଷ ଟଙ୍କାର ଫଣ୍ଡ ମଧ୍ୟ ।

Be the first to comment

Leave a Reply

Your email address will not be published.


*