ଚୀନର ଅର୍ଥବ୍ୟବସ୍ଥା ଉପରେ ଦାଉ ସାଜିଲେ ଭାରତ ସରକାର । ଏହି ନୂଆଁ ଯୋଜନା ଦ୍ଵାରା ବର୍ବାଦ ହୋଇଯିବ ଡ୍ରେଗନ୍ !

ଚୀନର ଅର୍ଥବ୍ୟବସ୍ଥା ଉପରେ ଦାଉ ସାଜିଲେ ଭାରତ ସରକାର । ଏହି ନୂଆଁ ଯୋଜନା ଦ୍ଵାରା ବର୍ବାଦ ହୋଇଯିବ ଡ୍ରେଗନ୍ !

ଗଲୱାନ ଘାଟୀରେ ସୀମା ବିବାଦ ମଧ୍ୟରେ ଭାରତ ଚୀନକୁ ସବୁ କ୍ଷେତ୍ରରେ ଆଗରୁ ଜବାବ୍ ଦେଉଛି । ମୋଦୀ ସରକାର ୫୯ ଚୀନ୍ ଏପ ଗୁଡିକୁ ବହିଷ୍କାର କରି ଚୀନୀ ଅର୍ଥବ୍ୟବସ୍ଥା ଉପରେ ଗଭୀର କ୍ଷତି ପହଞ୍ଚାଇଥିଲେ । କିନ୍ତୁ ଚୀନ ବିରୋଧରେ ଭାରତ ବାରମ୍ବାର ନୂତନ ରଣନୀତିର ପ୍ରସ୍ତୁତି କରୁଛି । ଏହିସବୁ ମଧ୍ୟରେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭାରତ ଚୀନରୁ ହେଉଥିବା ପ୍ରତ୍ୟକ୍ଷ ବିଦେଶୀ ନିବେଶ ( FDI ) ଯେଉଁଥିରେ ଚୀନ୍ ପ୍ରତିବର୍ଷ ଖୁବ୍ ଅଧିକ ଆୟ କରୁଥିଲା, ବର୍ତ୍ତମାନ ତାହା ଉପରେ ମଧ୍ୟ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇବାର ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଛନ୍ତି । ଏକ ମିଡିଆ ରିପୋର୍ଟ ମୁତାବକ ଭାରତ ECB ଠାରୁ ହେଉଥିବା ଏଫଡୀଆଈ ( FDI ) ଉପରେ ପ୍ରଭାବ ପକାଇବାର ସମ୍ପୂର୍ଣ୍ଣ ପ୍ରସ୍ତୁତି କରୁଛି । ଯାହାର ପ୍ରଭାବ ଚୀନ୍ ଉପରେ ପଡ଼ିବ । ଏହାପୂର୍ବରୁ ଭାରତ ଚୀନ୍ ଏପ୍ସ ଗୁଡିକୁ ବହିଷ୍କାର କରି ଚୀନକୁ ଏକ ବଡ଼ ଝଟକା ଦେଇଥିଲା । ବର୍ତ୍ତମାନ ଚୀନ୍ ଠାରୁ କରଜ କିମ୍ବା ECBରେ ନିବେଶ ଉପରେ ପ୍ରତିବନ୍ଧକ ଲଗାଇବାର କାର୍ଯ୍ୟବିଧିକୁ ଦ୍ରୁତ କରିସାରିଛି ।

google

ଏହି କଥାର ସୂଚନା ଭାରତୀୟ ରିଜର୍ଭ ବ୍ୟାଙ୍କ ( RBI ) ଏବଂ ମାର୍କେଟ ରେଗୁଲେଟ ସେବୀ ( SEBI ) ଏବଂ ବିତ୍ତ ମନ୍ତ୍ରାଳୟ ( Finaance Ministry ) ମଧ୍ୟରେ ହୋଇଥିବା ଚର୍ଚ୍ଚାରୁ ମିଳିଛି । ଅପ୍ରେଲରେ ଚୀନର କେନ୍ଦ୍ରୀୟ ବ୍ୟାଙ୍କ ପିପୁଲ୍ସ ବ୍ୟାଙ୍କ ଅଫ ଚାଇନା ( PBOC ) ହାଉସିଂ ଡେବଲପମେଣ୍ଟ ଫାଇନାନ୍ସ କର୍ପୋରେସନ ( HDFC )ରେ ନିଜର ଅଂଶ ବଢ଼ାଇଥିଲା କିନ୍ତୁ ଜୁନର ସମାପ୍ତି ପରେ ପିପୁଲ୍ସ ବ୍ୟାଙ୍କ ଅଫ ଚାଇନାର HDFCରେ ଶେୟର କମି ୧ ପ୍ରତିଶତରୁ କମି ଯାଇଛି । ପୁଣି ମାର୍ଚ୍ଚ ଶେଷରେ PBOC ପାଖରେ HDFCର ୧.୭୫ ପ୍ରତିଶତ ସେୟାର ଥିଲା । ଯାହା ବ୍ୟାଙ୍କ ର ୧.୦୧ ପ୍ରତିଶତ ଶେୟର ସହିତ ସମାନ ଥିଲା ।

google
BEIJING, CHINA – OCTOBER 25: Chinese President Xi Jinping speaks at the podium during the unveiling of the Communist Party’s new Politburo Standing Committee at the Great Hall of the People on October 25, 2017 in Beijing, China. China’s ruling Communist Party today revealed the new Politburo Standing Committee after its 19th congress. (Photo by Lintao Zhang/Getty Images)

କେନ୍ଦ୍ର ସରକାର ଏହି ନିଷ୍ପତ୍ତି ପରେ ଚୀନକୁ ଭାରତରେ ବ୍ୟାପାର କରିବାକୁ ନିଷ୍ପତ୍ତି ନେବାକୁ ପଡ଼ିବ । କାରଣ ଏପରି କୁହାଯାଉଛି ଯେ ଚୀନ୍ କୋରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଦେଶରେ ନିଜର ବ୍ୟାପାର ବଢ଼ାଇଛି । ଦେଶରେ ଚୀନ୍ ଏବଂ ପାକିସ୍ତାନ ଠାରୁ କୌଣସି ମଧ୍ୟ ସେକ୍ଟରରେ ନିବେଶ ପୂର୍ବରୁ ସରକାରୀ ଅନୁମତି ନେବା ଜରୁରୀ ଅଟେ । ସରକାରଙ୍କ ଏହି ନିଶ୍ଚିତ ଖୁବ୍ ମହତ୍ୱପୂର୍ଣ୍ଣ ଅଟେ । ଘରୋଇ କମ୍ପାନୀ ଗୁଡ଼ିକୁ ବିଦେଶୀ କମ୍ପାନୀ ଗୁଡ଼ିକ ଦ୍ଵାରା ଅଧିଗ୍ରହଣରୁ ବଞ୍ଚାଇବା ପାଇଁ ଏପରି କରାଯାଇଛି ।

Leave a Reply

Your email address will not be published. Required fields are marked *