ଖୁସି ଖବର ! ପିତା ହେବାକୁ ଯାଉଛନ୍ତି ବିରାଟ କୋହଲି, ଇଂଷ୍ଟାଗ୍ରାମରେ ସେୟାର କଲେ ଗର୍ଭବତୀ ଅନୁଷ୍କାଙ୍କ ଫଟୋ…

ବଲିଉଡ଼ରେ ବର୍ତ୍ତମାନ ବାରମ୍ବାର ନିରାଶ କରିଦେବା ଖବର ଗୁଡ଼ିକ ସାମ୍ନାକୁ ଆସୁଅଛି, କିନ୍ତୁ ନିକଟରେ ଏକ ଖୁସିର ଖବର ସାମ୍ନାକୁ ଆସିଅଛି, ଯାହାକୁ ଶୁଣିବା ମାତ୍ରେ ଫ୍ୟାନ୍ସ ମାନଙ୍କ ଚେହେରା ଚମକି ଉଠିବ । ହଁ, ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ମାଁ ହେବାକୁ ଯାଉଛନ୍ତି । ଭାରତୀୟ କ୍ରିକେଟ ଦଳର କପ୍ତାନ ବିରାଟ କୋହଲି ନିଜର ଅଫିସିଆଲ ଇଂଷ୍ଟାଗ୍ରାମ୍ ଆକାଉଣ୍ଟ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଅନୁଷ୍କାଙ୍କ ବେବି ବମ୍ପ ସ୍ପଷ୍ଟ ନଜର ଆସୁଛି । ଏହି ଫଟୋରେ ବିରାଟ ଓ ଅନୁଷ୍କା ଦୁହେଁ ବହୁତ ଖୁସି ନଜର ଆସୁଛନ୍ତି ।

newstrend

ବିରାଟ କୋହଲି ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି

ବିରାଟ ନିଜ ଅଫିସିଆଲ ଇଂଷ୍ଟାଗ୍ରାମରେ ଏହି ଖୁସି ଖବର ସେୟାର କଲେ । ଏହା ସହିତ ସେ କେପ୍ସନରେ ଲେଖିଛନ୍ତି ଯେ – ‘ଆମେ ଦୁଇରୁ ତିନି ହେବାକୁ ଯାଉଛୁ…. ଜାନୁଆରୀ ୨୦୨୧ ରେ’ । ବର୍ତ୍ତମାନ ବିରାଟ କୋହଲିଙ୍କ ଏହି ଖୁସି ଖବରକୁ ସେୟାର କରି ଫ୍ୟାନ୍ସ ମାନେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଜଣାଇଦେଉଛୁ ଯେ ବର୍ତ୍ତମାନ କିଛି କ୍ରିକେଟରଙ୍କ ଘରେ ଖୁସି ଛାଇ ରହିଛି । ନିକଟରେ ଭାରତୀୟ କ୍ରିକେଟର ଦଳର ଅଲରାଉଣ୍ଡର ହାର୍ଦ୍ଦିକ୍ ପାଣ୍ଡ୍ୟା ମଧ୍ୟ ଏକ ପୁଅର ପିତା ହୋଇଛନ୍ତି ଏବଂ ୟଜୁବେନ୍ଦ୍ର ଚହଲ ମଧ୍ୟ ନିର୍ବନ୍ଧର ଘୋଷଣା କରିଛନ୍ତି । ବର୍ତ୍ତମାନ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଘରେ ମଧ୍ୟ ଖୁବଶୀଘ୍ର ଶିଶୁମାନଙ୍କ ଶବ୍ଦ ଶୁଣିବାକୁ ମିଳିବ ।

newstrend

ବିରାଟ ଓ ଅନୁଷ୍କାଙ୍କ ପ୍ରେମ କାହାଣୀ ଓ ବିବାହ କୌଣସି କାଳ୍ପନିକ କାହାଣୀ ବା ଫେରି ଟେଲ ଠାରୁ କମ୍ ନୁହେଁ । ଦୁହେଁ ଡେଟିଙ୍ଗର କିଛି ସମୟ ପରେ ଇଟାଲୀର ଗୋପନୀୟ ଭାବେ ବିବାହ କରିଥିଲେ । ତାଙ୍କ ବିବାହର ଫଟୋ ଗୁଡ଼ିକ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା । ଯଦିଓ ବିବାହର କିଛି ସମୟ ପରେ ଏପରି ଖବର ସାମନାକୁ ଆସିବାକୁ ଲାଗୁଥିଲା ଯେ ଅନୁଷ୍କା ଗର୍ଭବତୀ ଅଛନ୍ତି । ଏହା ଶୁଣି ଅନୁଷ୍କା ଖୁବ୍ ରାଗି ଯାଇଥିଲେ । ସେ କହିଲେ ଯେ ଏହା କୌଣସି ଲୁଚାଇବା ବିଷୟ ନୁହେଁ ଏବଂ ଯେତେବେଳେ ଏହି ଖୁସି ଖବର ମିଳିବ ତେବେ ସେ ଖୋଲାଖୋଲି ଭାବେ ଏହାର ସୂଚନା ଦେବେ । ଠିକ୍ ଏପରି ହିଁ ନିଜ ବେବି ବମ୍ପ ସହିତ ସେ ଲୋକଙ୍କୁ ଜଣାଇଦେଲେ ଯେ ସେ ଖୁବଶୀଘ୍ର ମାଁ ହେବାକୁ ଯାଉଛନ୍ତି । ଜଣାଇଦେଉଛୁ ଯେ ଅନୁଷ୍କା ବିବାହର ତିନି ବର୍ଷ ପରେ ମାଁ ହେବାକୁ ଯାଉଛନ୍ତି ।

ଫ୍ୟାନ୍ସ ମାନେ ବାରମ୍ବାର ଅଭିନନ୍ଦନ ଜଣାଉଛନ୍ତି

ଅନୁଷ୍କା ଶର୍ମା କିଛି ସମୟ ଧରି ଚଳଚ୍ଚିତ୍ର ଜଗତରୁ ଦୂରେଇ ଯାଇଛନ୍ତି । ସେ ଶେଷ ଥର ପାଇଁ ଆନନ୍ଦ ଏଲ ରାୟଙ୍କ ଚଳଚ୍ଚିତ୍ର ଜିରୋରେ ଶାହରୁଖ ଖାନଙ୍କ ସହିତ ନଜର ଆସିଥିଲେ । ଏହା ପରେ ଅନୁଷ୍କା କୌଣସି ଚଳଚ୍ଚିତ୍ରରେ ନଜର ଆସିଲେ ନାହିଁ । ଯଦିଓ ସେ ବାରମ୍ବାର ସୋସିଆଲ ମିଡ଼ିଆରେ ସକ୍ରିୟ ରୁହନ୍ତି ଏବଂ ନିଜ ଫ୍ୟାନ୍ସ ମାନଙ୍କ ସହ ଜଡ଼ିତ ରୁହନ୍ତି । ଅନୁଷ୍କା ଓ ବିରାଟଙ୍କ ଫ୍ୟାନ୍ସ ଏହି ଦିନକୁ ଖୁବ ସମୟରୁ ଅପେକ୍ଷା କରିଥିଲେ ଏବଂ ସେହି ସମୟ ଆସିଗଲା ।

newstrend

ବର୍ତ୍ତମାନ ଅନୁଷ୍କା କିଛି ସମୟ ଘରେ ରହି ମାତୃତ୍ୱକୁ ଉପଭୋଗ କରିବା ପାଇଁ ଚାହଁନ୍ତି । ସୁଚାଇବୁ ଯେ କରୋନା ଯୋଗୁଁ ଚଳିତ ବର୍ଷ ସବୁ ମ୍ୟାଚ ଗୁଡ଼ିକୁ ରଦ୍ଦ କରିଦିଆଯାଇଛି । ଏହିପରି ସମସ୍ତ କ୍ରିକେଟର ନିଜ ଘରେ ହିଁ ଅଧିକ ସମୟ ଅତିବାହିତ କରିପାରୁନଥିଲେ ସେମାନେ ବର୍ତ୍ତମାନ ନିଜ ପରିବାରର ନିକଟକୁ ଆସିଯାଇଛନ୍ତି । ଯଦିଓ ବର୍ତ୍ତମାନ ଆଇପିଏଲର ଘୋଷଣା ହୋଇଯାଇଛି ଓ ଏମିତିରେ ବିରାଟ କୋହଲି ଖୁବଶୀଘ୍ର ୟୁଏଇରେ ଆରସିବି ତରଫରୁ ମ୍ୟାଚ ଖେଳୁଥିବାର ନଜର ଆସୁଛନ୍ତି ।

Be the first to comment

Leave a Reply

Your email address will not be published.


*