ଚାକିରୀ କରୁଥିବା ଲୋକଙ୍କ ପାଇଁ ଖୁସି ଖବର, କେନ୍ଦ୍ର ସରକାର ଏବେ ଫ୍ରି’ରେ ଦେବେ ୭ ଲକ୍ଷ ଟଙ୍କାର ଲାଭ ! ଜାଣନ୍ତୁ କିପରି ଉଠାଇବେ ଏହାର ଲାଭ…

ଚାକିରୀ କରୁଥିବା ଲୋକଙ୍କ ପାଇଁ ଖୁସି ଖବର, କେନ୍ଦ୍ର ସରକାର ଏବେ ଫ୍ରି’ରେ ଦେବେ ୭ ଲକ୍ଷ ଟଙ୍କାର ଲାଭ ! ଜାଣନ୍ତୁ କିପରି ଉଠାଇବେ ଏହାର ଲାଭ…

ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ EDLI ଯୋଜନା ଅନୁଯାୟୀ ଅଧିକତମ ବୀମା ରାଶି ୭ ଲକ୍ଷ ଟଙ୍କା କରି ଦେଇଛି । ପୂର୍ବରୁ ଗ୍ରାହକଙ୍କୁ ୬ ଲକ୍ଷଟଙ୍କା ଲାଭ ମିଳୁଥିଲା, ଯେଉଁଥିରେ ଏବେ ୧ ଲକ୍ଷ ଟଙ୍କା ବଢ଼ି ଯାଇଛି ।

କରୋନା କାଳରେ ମୋଦୀ ସରକାର ଚାକିରୀ ବୃତ୍ତିକୁ ବଡ଼ ସାନ୍ତ୍ୱନା ଦେଇଛନ୍ତି । ଏମ୍ପ୍ଲୟ ଡିପୋଜିଟ୍ ଲିଙ୍କଡ୍ ଇନସରେନ୍ସ ଯୋଜନା, ୧୯୭୬ ଅନୁଯାୟୀ ଦିଆଯାଉଥିବା ବୀମା ରାଶିର ସୀମା ଏବେ ୬ ଲକ୍ଷରୁ ବୃଦ୍ଧି ହୋଇ ୭ ଲକ୍ଷ ଟଙ୍କା କରି ଦିଆଯାଇଛି । ଅର୍ଥାତ୍ ଏବେ ଆପଣଙ୍କୁ ଫ୍ରି’ରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିପାରିବ । ଆପଣଙ୍କୁ କହିରଖୁଛୁ ଯେ ‘EPFO’ ତରଫରୁ ନିଜର ସବସ୍କ୍ରାଇବରସଙ୍କୁ ଜୀବନ ବୀମାର ସୁବିଧା ଦିଆଯାଇଥାଏ ।

‘EPFO’ର ସବୁ ସବସ୍କ୍ରାଇବର୍ ଏମ୍ପ୍ଲୟଜ୍ ଡିପୋଜିଟ୍ ଲିଙ୍କଡ୍ ଇନସରେନ୍ସ ଯୋଜନା ୧୯୭୬ (EDLI) ଅନୁଯାୟୀ କଭର୍ ହୋଇଥାଏ । ଏବେ ଇନସରେନ୍ସ ‘କଭର୍’ର ଧନରାଶି ଅତି ବେଶୀରେ ୭ ଲକ୍ଷ ଟଙ୍କା ହୋଇ ଯାଇଛି । ପୂର୍ବରୁ ଏହି ସୁବିଧାରେ ସମସ୍ତଙ୍କୁ ୬ ଲକ୍ଷ ଟଙ୍କାର ଲାଭ ଦିଆଯାଉଥିଲା । ଗତ ମାସ ସନ୍ତୋଷ ଗଙ୍ଗୱାର୍ ଏହି ସମ୍ବନ୍ଧରେ ସୂଚନା ଦେଇଥିଲେ ।

୭ ଲକ୍ଷ ଟଙ୍କାର ଲାଭ :-

ଆପଣଙ୍କୁ କହିରଖୁଛୁ ସେଣ୍ଟ୍ରାଲ୍ ବୋର୍ଡ଼ ଅଫ୍ ଟ୍ରଷ୍ଟିଜ୍ (CBT) ସେପ୍ଟେମ୍ବର ୯,୨୦୨୦ରେ EDLI ଯୋଜନା ଅନୁଯାୟୀ ଅଧିକତମ ବୀମା ରାଶିକୁ ବଢ଼ାଇ ୭ ଲକ୍ଷ ଟଙ୍କା କରିବାକୁ ନିର୍ଣ୍ଣୟ କରିଥିଲେ । ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଏପ୍ରିଲ୍ ୨୮ରେ ବୀମା ରାଶିକୁ ବଢ଼ାଇ ୭ ଲକ୍ଷ ଟଙ୍କା କରିବା ନିଷ୍ପତ୍ତିକୁ ଲାଗୁ କରି ଦେଇଥିଲେ ।

କେବେ ନେଇ ପାରିବେ ଏହି ଯୋଜନାର ଲାଭ ? :-

EDLI ଯୋଜନା ଅନୁଯାୟୀ କ୍ଲେମ୍ ସଦସ୍ୟ କର୍ମଚାରୀଙ୍କ ନୋମିନି ତରଫରୁ କର୍ମଚାରୀଙ୍କ ରୋଗ, ଦୁର୍ଘଟଣା କିମ୍ବା ସ୍ୱାଭାବିକ ମୃତ୍ୟୁ ହେଲେ କରାଯାଇ ପାରିବ । ଏବେ ଏହି କଭର୍ ସେହି କର୍ମଚାରୀ ମାନଙ୍କ ପୀଡ଼ିତ ପରିବାରଜୁ ମଧ୍ୟ ମିଳିଥାଏ, ଯିଏ ମୃତ୍ୟୁର ଠିକ୍ ପୂର୍ବରୁ ୧୨ ମାସ ଭିତରେ ଏକରୁ ଅଧିକ ଅନୁଷ୍ଠାନରେ ଚାକିରୀ କରିଥିବେ । ଭରଣା ଥରକରେ ହୋଇଥାଏ । EDLIରେ କର୍ମଚାରୀଙ୍କୁ କୌଣସି ଟଙ୍କା ଦିଆଯାଇ ନଥାଏ । ଯଦି ଯୋଜନା ଅନୁଯାୟୀ କୌଣସି ନୋମିନେସନ୍ ହୋଇନାହିଁ ତେବେ କଭରେଜ ମୃତ୍ୟୁ କର୍ମଚାରୀଙ୍କ ଜୀବନସାଥୀ, କୁଆଁରୀ ସନ୍ତାନ ଏବଂ ନାବାଳିକ ଝିଅ ପୁଅ ଲାଭାର୍ଥୀ ହେବେ ।

EDLI ଯୋଜନାରେ ‘କ୍ଲେମ୍’ର ଗଣନା କର୍ମଚାରୀଙ୍କୁ ମିଳିଥିବା ଶେଷ ମାସର ବେସିକ୍ ଦରମା +DA ଆଧାରରେ କରାଯାଇ ଥାଏ । ତାଜା ସଂଶୋଧନ ଅନୁଯାୟୀ ଏବେ ଏହି ଇନସରେନ୍ସ କଭର୍ କ୍ଲେମ୍ ଶେଷ ବେସିକ୍ ଦରମା +DAର ୩୫ ଗୁଣା ହେବ । ଯାହା ପୂର୍ବରୁ ୩୦ ଗୁଣା ଥିଲା । ତାସହିତ ଏହା ପୂର୍ବରୁ ଅତି ବେଶୀରେ ୧.୭୫ ଲକ୍ଷ ଟଙ୍କା ଥିଲା । ଏହି ବୋନସ୍ ଶେଷ ୧୨ ମାସ ଅନୁଯାୟୀ ହାରାହାରି ପୀଏଫ୍ ବେଲେନ୍ସର ୫୦ ପ୍ରତିଶତ ମାନା ଯାଇଥାଏ । ଉଦାହରଣ ଅନୁସାରେ ଶେଷ ୧୨ ମାସର ବେସିକ୍ ଦରମା +DA ଯଦି ୧୫,୦୦୦ ଟଙ୍କା ଅଟେ ତେବେ ଇନସରେନ୍ସ କ୍ଲେମ୍ (୩୫×୧୫,୦୦୦) + ୧,୭୫,୦୦୦=୭ ଲକ୍ଷ ଟଙ୍କା ହେଲା । ଏହା ଅଧିକତମ କ୍ଲେମ୍ ଅଟେ ।

Leave a Reply

Your email address will not be published. Required fields are marked *