ସରକାରୀ କର୍ମଚାରୀଙ୍କ ନିମନ୍ତେ ଖୁସି ଖବର…

ସରକାରୀ କର୍ମଚାରୀଙ୍କ ନିମନ୍ତେ ଖୁସି ଖବର…

ସରକାରୀ କର୍ମଚାରୀ ମାନଙ୍କପାଇଁ ଖୁସି ଖବର, ୩ଗୁଣ ବଢିପାରେ ବେତନ : ଜାଣନ୍ତୁ କେତେ ବଢିବ ପ୍ରାଥମିକ ବେତନ

ନୂତନ ବର୍ଷରେ ମିଳିଛି ୩% DA ଏବଂ DRର ଉପହାର ,ଏହା ପରେ ସରକାରୀ କର୍ମଚାରୀ ମାନଙ୍କୁ ଏହି ମାସରେ ସରକାର ଆହୁରି ବଡ଼ ଉପହାର ଦେବାର ବ୍ୟବସ୍ଥା କରୁଛନ୍ତି । ଏହା କୁହାଯାଉଛି କି କେନ୍ଦ୍ରସରକାର କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ବେତନକୁ ନେଇ ଭଲ ଖବର ଘୋଷଣା କରିବେ ।

ଯଦି କେନ୍ଦ୍ର ସରକାର ୭ମ ବେତନ କମିଶନ ଚଳିତ କର୍ମଚାରୀ ମାନଙ୍କ ବେତନ ବୃଦ୍ଧି କରେ ତେବେ ସେଥିରେ କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ବେତନ ବଢିବ ବୋଲି ଆଶା ରହିଛି । କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ବେତନ ବଢ଼ିଲେ ରାଜ୍ୟ ସରକାର ଉପରେ ରାଜ୍ୟ କର୍ମଚାରୀ ମାନଙ୍କ ବେତନ ବଢେଇବା ପାଇଁ ଚାପ ପଡ଼ିବ। ଏବଂ ଏହିଭଳି ରାଜ୍ୟ ସରକାର ମଧ୍ୟ କରନ୍ତି ବେତନ ବୃଦ୍ଧି ତେବେ ରାଜ୍ୟ କର୍ମଚାରୀ ମାନଙ୍କୁ ମଧ୍ୟ ଲାଭ ହେବ ।

୨୬ ହଜାର ହୋଇଯିବ ବାର୍ଷିକ ବେତନ

ଆପଣଙ୍କୁ କହିରଖୁଛୁ ଯେ କେନ୍ଦ୍ର ସରକାର ନିଜର କର୍ମଚାରୀ ମାନଙ୍କ ପ୍ରାଥମିକ ବେତନ ବଢେଇବା ପାଇଁ ପ୍ରସ୍ତୁତି କରୁଛନ୍ତି । ଫିଟମେଣ୍ଟ ଫେକ୍ଟର କେନ୍ଦ୍ର ସରକାରର କର୍ମଚାରୀ ମାନଙ୍କ ବାର୍ଷିକ ବେତନ ନିର୍ଦ୍ଧାରଣ କରିଥାଏ । ଯଦି କେନ୍ଦ୍ର ସରକାର ଫିଟମେଣ୍ଟ ଫେକ୍ଟରକୁ ବଢାନ୍ତି ତେବେ କର୍ମଚାରୀ ମାନଙ୍କ ନ୍ୟୁନତମ ବେତନ ବାର୍ଷିକ ୧୮୦୦୦ ରୁ ବଢ଼ି ୨୬୦୦୦ ଟଙ୍କା ହୋଇଯିବ ।

ମୋଦି ସରକର ଯଦି ଫିଟମେଣ୍ଟ ଫେକ୍ଟରକୁ ବଢାଏ ତେବେ ଏହାର ସିଧା ଲାଭ କେନ୍ଦ୍ର ସରକାରଙ୍କ ହେବ ଏବଂ ତାଙ୍କର ବେତନରେ ଭଲ ବୃଦ୍ଧି ହେବ ବୋଲି ଆଶା । କେନ୍ଦ୍ରୀୟ କର୍ମଚାରୀ ସଂଗଠନ ରେ ଏହି କଥାର ଚର୍ଚ୍ଚା ହେଉଛି କି ନୂତନ ବର୍ଷର ଜାନୁଆରୀ ମାସରେ ସରକାର ୭ମ ବେତନ କମିଶନକୁ ନେଇ ଘୋଷଣା କରିବେ । ଫିଟ ମେଣ୍ଟ ଫେକ୍ଟର ବଢିପାରେ, ଏହି ଖବର ପରେ କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ଉତ୍ସାହ ପରିଲକ୍ଷିତ ହୋଇଛି ।

୪୫୦୦ ଟଙ୍କା ଚିଲ୍ଡରେନ୍ ଏଜୁକେଶନ ଏଲାଉନସ

ସପ୍ତମ ବେତନ ଆୟୋଗ ଦ୍ଵାରା କେନ୍ଦ୍ରୀୟ କର୍ମଚାରୀ ନିଜର ପିଲା ପାଇଁ ଚିଲ୍ଡରେନ୍ ଏଜୁକେଶନ ମଧ୍ୟ ନେଇ ପାରିବେ । ସପ୍ତମ ବେତନ କମିଶନ ଅନୁସାରେ ପ୍ରତି ପିଲାଙ୍କୁ ୨୨୫୦ ଟଙ୍କା ପ୍ରତି ମାସ ଚିଲ୍ଡରେନ୍ ଏଜୁକେଶନ ଆଲାଉନସ ଉପରେ ଦିଆଯିବ। ଯଦି ଦୁଇଟି ପିଲା ଅଛନ୍ତି ତେବେ ୪୫୦୦ ଟଙ୍କା ଚିଲ୍ଡରେନ୍ ଏଜୁକେଶନ ତରଫରୁ ଦିଆଯିବ।

ବିଧାନସଭା ଚୟନ ପୂର୍ବରୁ ହୋଇପାରେ ଘୋଷଣା

ଏହି ଚର୍ଚ୍ଚା ଗୁଡ଼ିକ ଗରମ ଅଛି ଆଗାମୀ ବିଧାନ ସଭା ଚୟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରୀୟ କର୍ମଚାରୀଙ୍କ ନିମନ୍ତେ ଏହି ଘୋଷଣା କରିପାରନ୍ତି । ଏହାର ଲାଭ ବିଧାନ ସଭାର ଉତ୍ତରପ୍ରଦେଶ ନିର୍ବାଚନରେ ହୋଇପାରେ ।

ଉତ୍ତରପ୍ରଦେଶରେ ବିଧାନ ସଭାର ଚୟନ ପୂର୍ବରୁ ଯୋଗୀ ଆଦିତ୍ୟନାଥ ସରକାରୀ କର୍ମଚାରୀ ମାନଙ୍କ ହିତ ପାଇଁ ଘୋଷଣା କରିଛନ୍ତି ଯାହା ଦ୍ଵାରା ଅଧିକ ସଂଖ୍ୟକ ଲୋକ ଆଦିତ୍ୟନାଥଙ୍କ ଚର୍ଚ୍ଚା ମଧ୍ୟ କରୁଛନ୍ତି, ଯଦି କେନ୍ଦ୍ରସରକାର ଏହି ଘୋଷଣା କରନ୍ତି ତେବେ ଏହି ଲାଭ ଉତ୍ତରପ୍ରଦେଶର ବିଧାନସଭା ଚୟନରେ ଯୋଗୀ ସରକାରଙ୍କୁ ମିଳିପାରେ ।

Leave a Reply

Your email address will not be published. Required fields are marked *