ମୃତ୍ୟ ପୂର୍ବରୁ ୪ ଜଣ ବ୍ୟକ୍ତିଙ୍କୁ ନୂତନ ଜୀଵନ ଦେଲେ ୧୪ ବର୍ଷୀୟ ବିଶାଲ୍ ! ଦେଶର ଲୋକମାନଙ୍କ ପାଇଁ ହେଲା କିମ୍ବଦନ୍ତୀ ସଦୃଶ…

ମୃତ୍ୟ ପୂର୍ବରୁ ୪ ଜଣ ବ୍ୟକ୍ତିଙ୍କୁ ନୂତନ ଜୀଵନ ଦେଲେ ୧୪ ବର୍ଷୀୟ ବିଶାଲ୍ ! ଦେଶର ଲୋକମାନଙ୍କ ପାଇଁ ହେଲା କିମ୍ବଦନ୍ତୀ ସଦୃଶ…

ମନୁଷ୍ୟ ଶରୀର ନଶ୍ୱର ହୋଇଥାଏ । ମୃତ୍ୟୁପରେ ଏହା ପୋଡ଼ି ପାଉଁଶ ହୋଇଯାଇଥାଏ । ଏହାପରେ ଶରୀରର ସମସ୍ତ ଅଙ୍ଗ ଗୁଡ଼ିକ କୌଣସି କାର୍ଯ୍ୟ ପାଇଁ ଉପଯୁକ୍ତ ହୋଇନଥାଏ । ଏହିପରି ପରିସ୍ଥିତିରେ ଯଦି ମୃତ୍ୟୁ ପୂର୍ବରୁ ଏହି ଅଙ୍ଗ ଗୁଡ଼ିକୁ ଦାନ କରି କାହାକୁ ଏକ ନୂତନ ଜୀବନ ଦିଆଯାଏ, ତେବେ ଏହା ଠାରୁ ପୁଣ୍ୟ କାର୍ଯ୍ୟ କିଛି ନାହିଁ । ଏହିପରି ହିଁ ସମାନ ଏକ ପ୍ରସଙ୍ଗ ରାଜସ୍ଥାନ ରାଜ୍ୟର ଜୟପୁର ଠାରେ ଦେଖିବାକୁ ମିଳିଛି । ଏଠାରେ ୧୪ ବର୍ଷୀୟ ଜଣେ ବାଳକ ନିଜ ମୃତ୍ୟୁପରେ ମଧ୍ୟ ଚାରି ଜଣଙ୍କ ଜୀବନ ବଞ୍ଚାଇଛନ୍ତି ।

ଆମେ ଏଠାରେ ଯେଉଁ ପିଲା ବିଷୟରେ କହିବାକୁ ଯାଉଛୁ ତାଙ୍କ ନାମ ହେଉଛି ବିଶାଲ। ଜାନୁୟାରୀ ମାସ ୨୬ ତାରିଖରେ ବିଶାଲଙ୍କର ଏକ ଦୁର୍ଘଟଣା ହୋଇଥିଲା । ସେ ବାଇକ୍ ଯୋଗେ ଯାଉଥିବା ସମୟରେ ହଠାତ୍ ଏକ ବସ୍ ତାଙ୍କ ସାମ୍ନାକୁ ଆସି ଯାଇଥିଲା । ସେ ସଙ୍ଗେସଙ୍ଗେ ବ୍ରେକ୍ ମାରିଥିଲେ କିନ୍ତୁ ଦ୍ରୁତ ଗତି ଯୋଗୁଁ ସେ ବସ୍ ତଳକୁ ଚାଲି ଆସିଥିଲେ । ସେ ହେଲମଟ୍ ପିନ୍ଧି ନଥିଲେ, ଯାହା ଦ୍ୱାରା ତାଙ୍କ ମୁହଁ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।

ବିଶାଲଙ୍କ ପରିବାର ଲୋକ ତାଙ୍କୁ ଏସଏମଏସ୍ ହସ୍ପିଟାଲକୁ ନେଇଥିଲେ ଯେଉଁଠାରେ ସେ ପ୍ରାୟ ପାଞ୍ଚ ଦିନ ପର୍ଯ୍ୟନ୍ତ ଆଇସିୟୁରେ ଚିକିତ୍ସିତ ହୋଇଥିଲେ । ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ବହୁତ ଚେଷ୍ଟା କରିଥିଲେ ମଧ୍ୟ ବିଶାଲଙ୍କ ଚେତା ଫେରି ନଥିଲା । ଶେଷରେ ଡାକ୍ତରମାନେ ତାଙ୍କୁ ମୃତବୋଲି ଘୋଷଣା କରିଦେଇଥିଲେ । ଏହାପରେ ବିଶାଲଙ୍କ ପିତାମାତା ତାଙ୍କ ପୁଅର ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ବିଶାଲଙ୍କ ଦୁଇଟି ବୃକକକୁ ଜୟପୁରର ଏସଏମଏସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଅପରପକ୍ଷରେ ଯକୃତକୁ ମହାତ୍ମା ଗାନ୍ଧୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏହା ବ୍ୟତୀତ ବିଶାଲଙ୍କ ହୃତପିଣ୍ଡ ଏବଂ ଫୁସଫୁସକୁ ଏକ ସ୍ୱତନ୍ତ୍ର ଚାର୍ଟର ବିମାନ ସାହାଯ୍ୟରେ ଚେନ୍ନାଇର ଆପୋଲୋ ହସ୍ପିଟାଲକୁ ପଠା ଯାଇଥିଲା ।

ସାୱାଇ ମାନସିଂହ ମେଡିକାଲ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁଧୀର ଭଣ୍ଡାରୀଙ୍କ ଅନୁସାରେ ବିଶାଲଙ୍କ ଶରୀରର ସମସ୍ତ ଅଙ୍ଗ ଅଭାବୀ ଲୋକ ମାନଙ୍କୁ ଦାନ କରାଯାଇଥିଲା । ତାଙ୍କର ଉଭୟ ବୃକକକୁ ୫୦ ବର୍ଷ ବୟସ୍କ ଜଣେ ଯୁବକଙ୍କୁ ଏବଂ ଜୟପୁରର ଜଣେ ୪୬ ବର୍ଷ ବୟସ୍କା ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ଅପରପକ୍ଷରେ ତାଙ୍କର ଯକୃତକୁ ଜୟପୁରର ଜଣେ ୩୫ ବର୍ଷ ବୟସ୍କ ଯୁବକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବିଶାଲଙ୍କ ହୃତପିଣ୍ଡ ଏବଂ ଫୁସଫୁସକୁ ଚେନ୍ନାଇର ଆପୋଲୋ ହସ୍ପିଟାଲକୁ ପଠାଯାଇ ୪୬ ବର୍ଷ ବୟସ୍କା ମହିଳାଙ୍କୁ ସ୍ଥାନାନ୍ତର କରାଯାଇଥିଲା ।

ଏହିପରି ଭାବେ ବିଶାଲଙ୍କ ଅଙ୍ଗ ହେତୁ ଚାରି ଜଣ ବ୍ୟକ୍ତି ନୂତନ ଜୀବନ ପାଇଥିଲେ । ଅଙ୍ଗ ଦାନ କରିବା ବହୁତ ପୁଣ୍ୟ କାମ ହୋଇଥାଏ । ତଥାପି, ଅନେକ ଲୋକ ଏହିପରି କରିବାରେ ପଛ ଘୁଞ୍ଚା ଦେଇଥାନ୍ତି । ଏହା ଆଦୌ ଉତ୍ତମ କଥା ନୁହେଁ । ମନୁଷ୍ୟର ମୃତ୍ୟୁପରେ ସେମାନଙ୍କ ଶରୀରର ଅଙ୍ଗ ଗୁଡ଼ିକ କୌଣସି କାମ କରିନଥାନ୍ତି । ଏହିପରି ପରିସ୍ଥିତିରେ ଯଦି ସେମାନଙ୍କ ଦ୍ୱାରା କାହାକୁ ନୂଆ ଜୀବନ ମିଳେ ତେବେ ଆପଣ ଏହାକୁ ଦାନ କରିବାକୁ କୁଣ୍ଠାବୋଧ ପ୍ରକାଶ କରିବା ଉଚିତ୍ ନୁହେଁ ।

Leave a Reply

Your email address will not be published. Required fields are marked *