ଗୀତା ଜ୍ଞାନ: ଆପଣଙ୍କ ଭୟ ହିଁ, ଆପଣଙ୍କ ସମସ୍ତ ଦୁଃଖର ମୁଖ୍ୟ କାରଣ ଅଟେ ।

ଭାଗବତ ଗୀତାରେ ୧୮ ଅଧ୍ୟାୟ ଓ ୭୦୦ଟି ଶ୍ଲୋକ ରହିଛି । ଦ୍ୱାପର ଯୁଗରେ ଭଗବାନ କୃଷ୍ଣଙ୍କ ମିତ୍ର ଅର୍ଜୁନଙ୍କୁ କହିଥିବା ବାଣୀ ଗୀତା ମାର୍ଗଦର୍ଶକ ରୂପେ କାର୍ଯ୍ୟ କରିଥାଏ । ଗୀତା ବିଭିନ୍ନ ଉପାୟରେ ମହାନ ଶିକ୍ଷା ଓ ଦାର୍ଶନିକ ତତ୍ତ୍ୱ ଆମ ଆଗରେ ଉପସ୍ଥାପିତ କରିଥାଏ । ଏହା ଆମକୁ ଶିଖାଇଥାଏ କି, ସମାଜରେ ରହି କିପରି ଆଧ୍ୟାତ୍ମିକ ବୋଧକୁ ଜୀବନର ମାନଦଣ୍ଡ କରାଯାଇପାରିବ । ଭାଗବତ ଗୀତା ପାଠ କରିଲେ ପୁଣ୍ୟ ଲାଭ ହେବା ସହ ଅନେକ ଶୁଭ ଫଳ ମଧ୍ୟ ମିଳିଥାଏ ।

google

ମନୁଷ୍ୟ ଜୀବନର ଚାଳକ ଅଟେ ଭୟ । ମନୁଷ୍ୟ ସବୁବେଳେ ଭୟର କାରଣ ଖୋଜି ଦେଇଥାଏ । ଜୀବନରେ ଯେଉଁ ମାର୍ଗକୁ ଆମେ ଚୟନ କରିଥାଉ ସେହି ଚୟନ ମଧ୍ୟ ଆମେ ଭୟ କାରଣରୁ ନେଇଥାଉ । କିନ୍ତୁ କଣ ଏହି ଭୟ ବାସ୍ତବିକ ହୋଇଥାଏ ? ବିଚାର କରନ୍ତୁ, ଭୟର ଅର୍ଥ ହେଉଛି ଆସୁଥିବା ସମୟରେ ବିପଦର କଳ୍ପନା । କିନ୍ତୁ ସମୟର ସ୍ୱାମୀ କିଏ ?

ନା ସମୟର ସ୍ୱାମୀ ଆମେ ଅଟୁ, ନା ଆମ ଶତ୍ରୁ, ସମୟ ଈଶ୍ୱରଙ୍କ ଅଧୀନରେ ଚାଲିଥାଏ । କଣ ତମକୁ ଯଦି କେହି ହାନି କରିବାକୁ କେବଳ ଯୋଜନା କରିଥାଏ, ତାହା ବାସ୍ତବରେ ତମକୁ ହାନି ପହଞ୍ଚାଇ ପାରିବ ? ନାହିଁ କିନ୍ତୁ ଭୟରେ ଭରିଥିବା ହୃଦୟ ଆମକୁ ଅଧିକ ହାନି ପହଞ୍ଚାଇ ଥାଏ । କଣ ଏହା ସତ୍ୟ ନୁହେଁ କି ?

google

ବିପଦ ସମୟରେ ଭୟଭୀତ ହୃଦୟ ଅଯୋଗ୍ୟ ନିର୍ଣ୍ଣୟ କରିଥାଏ ଓ ବିପଦକୁ ଅଧିକ ପୀଡ଼ା ଦାୟକ କରିଥାଏ । କିନ୍ତୁ ବିଶ୍ୱାସରେ ଭରିଥିବା ହୃଦୟ ବିପଦ ସମୟରେ ମଧ୍ୟ ସରଳରେ ପାର୍ କରି ଯାଇଥାଏ । ଅର୍ଥାତ ଯେଉଁ କାରଣରୁ ମନୁଷ୍ୟ ଭୟକୁ ହୃଦୟରେ ସ୍ଥାନ ଦେଇଥାଏ, ଭୟ ଠିକ୍ ତାହାର ବିପରୀତ କାର୍ଯ୍ୟ କରିଥାଏ । କଣ ଏହା ସତ୍ୟ ନୁହେଁ କି ? ସ୍ୱୟଂ ବିଚାର କରନ୍ତୁ ।

Be the first to comment

Leave a Reply

Your email address will not be published.


*