ବୁଲେଟରେ ବିପଦଜନକ ଷ୍ଟଣ୍ଟ ଦେଖାଇ ହିରୋଇନ୍ ହେଉଥିଲେ ଝିଅମାନେ ! ଗାଜିଆବାଦ୍ ପୋଲିସ୍ ଠିକ୍ କଲା ଏମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇଥିଲେ…

ବୁଲେଟରେ ବିପଦଜନକ ଷ୍ଟଣ୍ଟ ଦେଖାଇ ହିରୋଇନ୍ ହେଉଥିଲେ ଝିଅମାନେ ! ଗାଜିଆବାଦ୍ ପୋଲିସ୍ ଠିକ୍ କଲା ଏମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇଥିଲେ…

କିଛି ଦିନ ପୂର୍ବରୁ ୟୁପିର ଗାଜିଆବାଦର ଦୁଇଜଣ ଯୁବତୀଙ୍କ ଏକ ଫୋଟ ଭାଇରଲ୍ ହୋଇଥିଲା । ଏହି ଭିଡ଼ିଓରେ ଉଭୟ ଝିଅ ରଏଲ୍ ଏନଫିଲଡ଼ ବୁଲେଟରେ ବସି ବିପଦଜନକ ଷ୍ଟଣ୍ଟ କରୁଥିଲେ । ବର୍ତ୍ତମାନ ଗାଜିଆବାଦ୍ ଟ୍ରାଫିକ୍ ପୋଲିସ୍ ଏ ଦୁଇଟି ଯୁବତୀ ଶିବାଙ୍ଗୀ ଡ଼ବାସ୍ ଓ ସ୍ନେହା ରାଜବଂଶୀଙ୍କୁ ଏପରି କଥା ଶିଖାଇଲେ ଯେ ସେମାନେ ପୁଣିଥରେ ଷ୍ଟଣ୍ଟ କରିବା ଆଗରୁ ଦଶ ଥର ଚିନ୍ତା କରିବେ ।

ଗାଜିଆବାଦ, ଏସପି (ଯାତାୟାତ), ରାମାନନ୍ଦ କୁଶବାହା ଅନୁଯାୟୀ ଯାତାୟାତ ନିୟମ ଭାଙ୍ଗିବାକୁ ନେଇ ଦୁଇ ଦୁଇଟି ବାଇକ୍ ମାଲିକ ବିରୁଦ୍ଧରେ ଚାଲାଣ ଜାରି ହୋଇଛି । ଏଥିରେ ବିନା ଲାଇସେନ୍ସରେ ଡ୍ରାଇଭିଂ, ଅଧିକାରୀଙ୍କ ଅନୁମତି ବିନା ସାର୍ବଜନୀକ ସ୍ଥାନ ମାନଙ୍କରେ ଷ୍ଟଣ୍ଟ କରିବା, ଦୋଷପୂର୍ଣ୍ଣ ନମ୍ବର ପ୍ଲେଟ୍ ଓ ଟ୍ରିପଲ୍ ରାଇଡିଂ ଭଳି ଯାତାୟାତ ଉଲ୍ଲଂଘନ ସାମିଲ୍ କରାଯାଇଛି । ଏ ଦୁଇଟି ବାଇକର ୨୮ ହଜାର ଟଙ୍କା ସଂଯୁକ୍ତ ଚାଲାଣ କଟା ଯାଇଛି । …

ଡ୍ରାଇଭିଂ କରିବା ସମୟରେ ଷ୍ଟଣ୍ଟ ପ୍ରଦର୍ଶନ କରିବା ଏକ ଦଣ୍ଡନୀୟ ଅପରାଧ ଅଟେ, ଏହାର ସୂଚନା ବହୁତ ଲୋକ ଜାଣି ନାହାଁନ୍ତି । ସେମାନେ ଏହି କଥାଟି ଭୁଲିଯାନ୍ତି ଯେ ତାଙ୍କ ଷ୍ଟଣ୍ଟରୁ ଅନ୍ୟ ଲୋକଙ୍କ ଜୀବନକୁ ବିପଦ ଆସିପାରେ । ଏମିତିରେ ଉତ୍ତର ପ୍ରଦେଶ ପୋଲିସ୍ ଏକ ଭିଡ଼ିଓ ଓ ଦୁଇଜଣ ମହିଳାଙ୍କ ଜାରି ହୋଇଥିବା ଚାଲାଣର ଏକ କପି ସେୟାର୍ କରି ଲୋକଙ୍କୁ ଜାଗରୁକ କରିଛନ୍ତି ।

ସେପଟେ ଗାଜିଆବାଦ ନିବାସୀ ଡ଼ବାସ୍ ଏକ ଭିଡ଼ିଓ ସେୟାର୍ କରି ସୂଚନା ଦେଇଛନ୍ତି ଯେ ତାଙ୍କ ଷ୍ଟଣ୍ଟ ଗୁଡ଼ିକ ରାଜମାର୍ଗରେ ନୁହେଁ ବରଂ ଏକ ନିର୍ମାଣ କ୍ଷେତ୍ର ନିକଟରେ ସୁଟ୍ କରାଯାଇଥିଲା । ସେମିତିରେ ମଧ୍ୟ ଏଠାରେ ବେଶୀ ଅଧିକ ଲୋକ ଆଖପାଖରେ ନଥିଲେ । ସେ ଆଗକୁ କୁହନ୍ତି ଯେ ମୋତେ ୧୧ ହଜାର ଓ ୧୭ ହଜାରର ଦୁଇଟି ଚାଲାଣ ମିଳିସାରିଛି । ତାଙ୍କ ଦ୍ୱାରା ପୋଲିସ ବିଭାଗରୁ ଅଧିକ ଚାଲାଣ ଜାରି କରିବା ରୋକିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି ।

ଭିଡ଼ିଓରେ ସ୍ପଷ୍ଟ ଦେଖାଯାଇଛି ଯେ ଦୁଇଟି ଯୁବତୀ ଗୋଟିଏ ବୁଲେଟରେ ବସିଛନ୍ତି । ଜଣେ ଯୁବତୀ ବୁଲେଟ୍ ଚଲାଉଛନ୍ତି ଯେବେକି ଆଉ ଏକ ତାହାର କାନ୍ଧରେ ବସିଛନ୍ତି । ଏହି ଭିଡ଼ିଓ ଗାଜିଆବାଦର ଗୋବିନ୍ଦପୁରମ୍ ସ୍ଥାନର ବୋଲି କୁହାଯାଉଛି ।

କହିଦେଉଛୁ ଯେ ଭିଡ଼ିଓ ଭାଇରଲ୍ ହେବାପରେ ଗାଜିଆବାଦ ପୋଲିସ୍ ମଞ୍ଜୁ ଦେବୀ ଓ ସଞ୍ଜୟ କପୂରଙ୍କ ଘରକୁ ଚାଲାଣ ପଠାଇଥିଲେ । ବାସ୍ତବରେ ଶିବାଙ୍ଗୀ ଡ଼ବାସ୍ ଓ ସ୍ନେହା ରାଜବଂଶୀ ଯେଉଁ ବାଇକରୁ ଷ୍ଟଣ୍ଟ କରିଥିଲେ ଏହାର ମାଲିକ ଏ ଦୁଇଟି ଲୋକ ଅଛନ୍ତି ।

ସେମିତିରେ ଏହି ସମ୍ପୂର୍ଣ୍ଣ ମାମଲାରେ ଆପଣଙ୍କ ମତ କଣ ଅଟେ ? ଆପଣଙ୍କୁ କଣ ଲାଗେ ପୋଲିସ୍ ଯୁବତୀ ମାନଙ୍କ ଉପରେ ଏପରି ଚାଲାଣ ଲଗାଇ ଠିକ୍ କରିଛନ୍ତି କି ନାହିଁ ?

Leave a Reply

Your email address will not be published. Required fields are marked *