ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ହୋଇଥାନ୍ତି ସାକ୍ଷାତ ଲକ୍ଷ୍ମୀଙ୍କ ସ୍ୱରୂପ ! ଜାଣନ୍ତୁ ସେହି ଶୁଭ ମାସ ଗୁଡ଼ିକ ବିଷୟରେ…

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ହୋଇଥାନ୍ତି ସାକ୍ଷାତ ଲକ୍ଷ୍ମୀଙ୍କ ସ୍ୱରୂପ ! ଜାଣନ୍ତୁ ସେହି ଶୁଭ ମାସ ଗୁଡ଼ିକ ବିଷୟରେ…

ଜ୍ୟୋତିଷ ଶାସ୍ତ୍ର ସାହାଯ୍ୟରେ ଆମେ କୌଣସି ବି ବ୍ୟକ୍ତିଙ୍କ ଜୀବନ ସହିତ ଜଡ଼ିତ ଅନେକ କଥାର ସନ୍ଧାନ କରିପାରିବୁ । ଆଜି ଆମେ ଆପଣଙ୍କୁ ଶାସ୍ତ୍ର ଅନୁସାରେ କେଉଁ ମାସରେ ଜନ୍ମ ହେଉଥିବା ଝିଅ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି ସେହି ବିଷୟରେ କହିବୁ । ଯେପରିକି ଆମେ ସମସ୍ତେ ଜାଣିଛୁ ଯେ ଝିଅକୁ ଘରର ଲକ୍ଷ୍ମୀ ବୋଲି କୁହାଯାଇଥାଏ । ଯେଉଁ ଘରେ ଝିଅ ଜନ୍ମ ନେଇଥାଏ ତାଙ୍କ ଘରେ ଝିଅଙ୍କ ଭାଗ୍ୟ ଦ୍ୱାରା ଖୁସିର ଆଗମନ ହୋଇଥାଏ । ଯଦି ଘର ଅଗଣାରେ ଝିଅ ନଥାଏ ତେବେ ପୁରା ଘର ଖାଲି ଖାଲି ଲାଗିଥାଏ । କେବଳ ଏତିକି ନୁହେଁ ବରଂ ଝିଅଙ୍କ ବିନା ସମାଜ ଏବଂ ସୃଷ୍ଟିର କଳ୍ପନା ମଧ୍ୟ ପୂର୍ଣ୍ଣ ହୋଇ ନଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝିଅ ମାନଙ୍କ ଜନ୍ମ ସହିତ ତାଙ୍କ ଜନ୍ମ ମାସକୁ ମଧ୍ୟ ଖୁବ୍ ଭାଗ୍ୟଶାଳୀ ବୋଲି କୁହାଯାଇଛି । ଏହି ଝିଅମାନଙ୍କୁ ଖୁବ୍ ଭଲ ଶାଶୁଘର ମିଳିଥାଏ । ଏହି ଝିଅମାନେ ସାକ୍ଷାତ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି । ତେଣୁ ଚାଲନ୍ତୁ ସେହି ଶୁଭ ମାସ ଗୁଡ଼ିକ ବିଷୟରେ ଜାଣିନେବା ।

ଫେବୃୟାରୀ ମାସ :-

ଯଦି କୌଣସି ଝିଅର ଜନ୍ମ ଫେବୃଆରୀ ମାସରେ ହୁଏ ତେବେ ସେହି ଝିଅର ସ୍ୱଭାବ ଖୁବ୍ ବିନମ୍ର ହୋଇଥାଏ । କେବଳ ସେତିକି ନୁହେଁ ବରଂ ସେମାନେ ବୁଦ୍ଧିମାନ୍ ମଧ୍ୟ ହୋଇଥାନ୍ତି । ତାଙ୍କ ବିବାହ ଯେଉଁ ଘରେ ହୋଇଥାଏ ସେହି ଘରକୁ ସୁଖ ସମୃଦ୍ଧି ଆସିଥାଏ । ଏହି ଝିଅମାନେ ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ଜୀବନରେ କେବେବି ଧନ ଦୌଲତର ଅଭାବ ହୋଇ ନଥାଏ ।

ଏପ୍ରିଲ୍ ମାସ :-

ଏପ୍ରିଲ୍ ମାସରେ ଜନ୍ମ ହୋଇଥିବା ଝିଅମାନଙ୍କୁ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ଭାବରେ ବିଶ୍ୱାସ କରାଯାଇଥାଏ । ଯଦି ଏହି ମାସରେ କୌଣସି ଝିଅର ଜନ୍ମ ହୋଇଥାଏ ତେବେ ତାହାର ଗ୍ରହ ଚଳନ ଖୁବ୍ ଦୃତ ହୋଇଥାଏ । ଯେଉଁ କାରଣରୁ ଏହି ମାସରେ ଜନ୍ମ ନେଇଥିବା ଝିଅମାନେ ସଫଳତା ପ୍ରାପ୍ତ କରିଥାନ୍ତି । ସେମାନଙ୍କ ଭାଗ୍ୟ ମଧ୍ୟ ଖୁବ୍ ଶକ୍ତିଶାଳୀ ହୋଇଥାଏ ।

ଜୁନ୍ ମାସ :-

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି । ଅଙ୍କଶାସ୍ତ୍ର ଅନୁସାରେ ଦେଖିବାକୁ ଗଲେ ଏହି ମାସରେ ଜନ୍ମ ହୋଇଥିବା ପିଲା ଶୁଭ ହୋଇନଥାନ୍ତି । ପରନ୍ତୁ ଯଦି ଏହି ମାସରେ ଝିଅ ଜନ୍ମ ହୁଏ ତେବେ ସେ ସାକ୍ଷାତ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାଏ । ଜୁନ୍ ମାସରେ ଜନ୍ମ ନେଇଥିବା ଝିଅ ଖୁବ୍ ଭଲ ହୋଇଥାନ୍ତା ।

ସେପ୍ଟେମ୍ବର୍ ମାସ :-

ଅଙ୍କଶାସ୍ତ୍ର ଅନୁସାରେ ସେପ୍ଟେମ୍ବର୍ ମାସରେ ଜନ୍ମ ନେଉଥିବା ଝିଅମାନେ ସାକ୍ଷାତ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି । ଆପଣଙ୍କୁ କହିରଖୁଛୁ ଯେ ଏହି ମାସରେ ଜନ୍ମ ହୋଇଥିବା ଝିଅର ଜାତକରେ ଚନ୍ଦ୍ର, ବୁଧ ଏବଂ ଶୁକ୍ର ତିନୋଟିର ମିଳିନର ଯୋଗ ହୋଇଥାଏ । ଏହି କାରଣରୁ ସେହି ମାସରେ ଜନ୍ମ ନେଇଥିବା ଝିଅମାନଙ୍କୁ ଖୁବ୍ ଧନବାନ୍ ବୋଲି ବିଶ୍ୱାସ କରାଯାଇଥାଏ । ଏମାନଙ୍କୁ ନିଜ ଜୀବନରେ କେବେବି ଧନର ଅଭାବ ହୋଇନଥାଏ । ଏହି ମାସରେ ଜନ୍ମ ନେଉଥିବା ଝିଅମାନଙ୍କ ବିବାହ ମଧ୍ୟ ଧୋନି ପୁଅଙ୍କ ସହିତ ହୋଇଥାଏ । ଏମାନେ ନିଜ ଭାଗ୍ୟ ଦ୍ୱାରା ସବୁକିଛି ହାସଲ କରି ନିଅନ୍ତି । ଏମାନଙ୍କ ବିବାହ ଯେଉଁ ଘରେ ହୋଇଥାଏ ସେହି ଘରର ଭାଗ୍ୟ ଖୋଲି ଯାଏ ।

Leave a Reply

Your email address will not be published. Required fields are marked *