ବାଳିକା ବଧୂର ଦାଦି-ସା ହେବାକୁ ଚାହୁଁନଥିଲେ ଅଭିନେତା ! ୟୁନିଭର୍ସିଟିରେ ହେଲା ଏପରି ଦୁର୍ଘଟଣା ଯେ ବଦଳି ଗଲା ତାଙ୍କ ଉଦ୍ଦେଶ୍ୟ…

ବାଳିକା ବଧୂର ଦାଦି-ସା ହେବାକୁ ଚାହୁଁନଥିଲେ ଅଭିନେତା ! ୟୁନିଭର୍ସିଟିରେ ହେଲା ଏପରି ଦୁର୍ଘଟଣା ଯେ ବଦଳି ଗଲା ତାଙ୍କ ଉଦ୍ଦେଶ୍ୟ…

ଅଭିନେତ୍ରୀ ସୁରେଖା ସିକରିଙ୍କୁ କିଏ ବା ନ ଜାଣେ । ସେ ନିଜ ଅଭିନୟର ଏକ ଗଭୀର ଛାପ ଛାଡ଼ିଛନ୍ତି । ସେ ଥିଏଟର୍, ସିନେମା ଓ ଛୋଟ ପରଦାରେ ନିଜ ଅଭିନୟର ଯଲବା ଦେଖାଇଛନ୍ତି । ଆଜି ଏହି ଅଭିନେତ୍ରୀଙ୍କ ଜନ୍ମଦିନ ଅଟେ । ସୁରେଖାଙ୍କ ଜନ୍ମ ୧୯ ଏପ୍ରିଲ୍, ୧୯୪୫ କୁ ନୂଆ ଦିଲ୍ଲୀରେ ହୋଇଥିଲା । ଏହି ଅଭିନେତ୍ରୀ ନିଜର ‘କ୍ୟାରିୟର୍’ରେ ଅନେକଗୁଡ଼ିଏ ଚଳଚ୍ଚିତ୍ର ଓ ଧାରାବାହିକରେ କାମ କରିଛନ୍ତି ।

ଅଭିନେତ୍ରୀ ସୁରେଖା ସିକରିଙ୍କୁ ସାରା ଦେଶରେ ପରିଚୟ ମିଳିଥିଲା ତାଙ୍କ ଧାରାବାହିକ ବାଳିକା ବଧୂରୁ । ଏଥିରେ ଅଭିନୀତ ଦାଦି ସାଙ୍କୁ ତାଙ୍କ ଚରିତ୍ର ସାରା ଦେଶରେ ପ୍ରସିଦ୍ଧ ହୋଇଥିଲା । ଏତିକିନୁହେଁ ନିଜର ଉତ୍ତମ ଅଭିନୟ ବଳରେ ସୁରେଖା ସର୍ବଦା ସମସ୍ତଙ୍କୁ ନିଜ ଦିୱାନା କରିଛନ୍ତି । ବାଳିକା ବଧୂରେ ଦାଦି-ସାଙ୍କ କ୍ରୋଧିତ ଚରିତ୍ର ସମସ୍ତଙ୍କୁ ବହୁତ ପସନ୍ଦ ଆସିଥିଲା । ସୁରେଖା ସିକରି ବାଲ୍ୟ କାଳରୁ ପାଠପଢ଼ାରେ ଚତୁର ଥିଲେ ।

ସୁରେଖା ଅଭିନେତା ନୁହେଁ ପତ୍ରକାର ହେବାକୁ ଚାହୁଁଥିଲେ

ସୁରେଖା ନିଜ ବାଲ୍ୟ କାଳରୁ ପତ୍ରକାର କିମ୍ବା ଲେଖକ ହେବା ପାଇଁ ସ୍ଵପ୍ନ ଦେଖୁଥିଲେ । କିନ୍ତୁ ତାଙ୍କ ଭାଗ୍ୟ ତାଙ୍କୁ ଆଉ କେଉଁ ମାର୍ଗରେ ନେଇଗଲା । ସୁରେଖା ଅଲିଗଡ଼ ମୁସଲିମ୍ ୟୁନିଭରସିଟିରେ ପାଠ ପଢ଼ାଉଥିଲେ, ଏହି ସମୟରେ ଥରେ ସେଠାରେ ଅବ୍ରହାମ୍ ଅଲକାଜି ସାହେବ ନିଜର ଏକ ନାଟକର ନାମ ‘ଦ କିଙ୍ଗ ଲୀୟର୍’ ଥିଲା । ଏହି ନାଟକକୁ ଦେଖିବା ପରେ ସୁରେଖା ନେସନଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ଏଡ଼ମିଶନ୍ କରିନେଲେ ।

ନେସନଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ନାମ ଦାଖଲ କରିବା ପାଇଁ ସେ ଫର୍ମ ତ ଆଣିଥିଲେ କିନ୍ତୁ ତାକୁ ସେ ପୂରଣ କରି ନଥିଲେ । ଏଥି ମଧ୍ୟରେ ସେ ନିଜ ମାଁ’ଙ୍କ କହିବା ଅନୁସାରେ ନିଜ ଭାଗ୍ୟ ପରୀକ୍ଷା କଲେ ଏବଂ ଫର୍ମକୁ ପୂରଣ କରିଦେଲେ । ଏହାପରେ ସେ ଅଡ଼ିସନ୍ ଦେଲେ ଓ ୧୯୬୫ରେ ତାଙ୍କୁ ଚୟନ କରାଗଲା । ଏଠାରୁ ସୁରେଖା ନିଜ ଜୀବନରେ ଆଉ କେବେ ପଛକୁ ଚାହିଁ ଦେଖିଲେ ନାହିଁ । ଏତିକିନୁହେଁ ଏହି ଅଭିନେତ୍ରୀଙ୍କୁ ୬୬ତମ ନେସନଲ୍ ଫିଲ୍ମ ପୁରସ୍କାରରେ ଚଳଚ୍ଚିତ୍ର ‘ବଧାଇ ହୋ’ରେ ଦାଦିର ଦମଦାର୍ ଚରିତ୍ର ପାଇଁ ବେଷ୍ଟ ସପୋର୍ଟିଂ ଅଭିନେତ୍ରୀ ଭାବେ ପୁରସ୍କୃତ କରାଗଲା ।

ଏହି ପୁରସ୍କାରକୁ ଲାଭ କରିବା ପାଇଁ ସେ ହୁଇଲ୍ ଚେୟାରରେ ପହଞ୍ଚିଥିଲେ । ତାଙ୍କୁ ସମ୍ମାନ ପ୍ରଦାନ କରିବା ପାଇଁ ଲୋକମାନେ ଛିଡ଼ା ହୋଇ କରତାଳି ମାରିଥିଲେ । ଏହି କ୍ଷଣ ସୁରେଖା ଓ ତାଙ୍କ ଫ୍ୟାନ୍ସ କେବେ ଭୁଲି ପାରିବେ ନାହିଁ । ସୁରେଖା ସିକରି ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ନିଜ ଅଭିନୟ ଦେଖାଇଛନ୍ତି । ସେଥିରୁ କିତ୍ସା କୁର୍ସି କା, ସଲିମ୍ ଲଙ୍ଗଡେ ପେ ମତ୍ ରୋ, ସରଫରୋଶ୍, ଦିଲ୍ଲଗି, ହରି ଭରି, ଜୁବେଦା, ଲିଟିଲ୍ ବୁଦ୍ଧା, ନସିମ୍, ସର୍ଦାରୀ ବେଗମ୍, ମିଷ୍ଟର୍ ଏଣ୍ଡ ମିସେଜ୍ ଅୟର୍, ରେନକୋଟ୍, ହମକୋ ଦିୱାନା କର୍ ଗଏ, ଦେବ ଡ଼ି ଓ ବଧାଇ ହୋ ଭଳି ଚଳଚ୍ଚିତ୍ରର ନାମ ସାମିଲ୍ ଅଛି ।

ଏହାବ୍ୟତୀତ ସେ ଛୋଟ ପରଦାରେ ମଧ୍ୟ ଜବରଦସ୍ତ କାମ କରିଛନ୍ତି । ‘ବାଳିକା ବଧୂ’ ବ୍ୟତୀତ ଶୋ ‘ଏକ ଥା ରାଜା ଏକ ଥି ରାନୀ’ରେ ସେ ବଡ଼ ରାଣୀ ମାଁ’ଙ୍କ ଚରିତ୍ରରେ ଅଭିନୟ କରିଥିଲେ । ସେପଟେ ‘ପରଦେଶ ମେ ହେ ମେରା ଦିଲ୍’ରେ ସେ ଇନ୍ଦୁମତୀ ଲାଲା ମେହରାଙ୍କ ଚରିତ୍ରରେ ନଜର ଆସିଥିଲେ । ସେ ଅମୁମନ୍ ଟିଭିର ସମସ୍ତ ଧାରାବାହିକରେ ଦାଦି କିମ୍ବା ବଡ଼ ମାଁ ଚରିତ୍ରରେ ନଜର ଆସିଥିଲେ । ଆପଣଙ୍କୁ ସୁଚାଇଦେଉଛୁ ଯେ ଏହି ଅଭିନେତ୍ରୀଙ୍କୁ ୨୦୧୮ ଆରମ୍ଭରେ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା, ଯାହା ଫଳରେ ସେ ନିଜ କାମରୁ ଦୂରେଇ ଯାଇଛନ୍ତି । ଥରେ ସେ ଶୁଟିଂ ସମୟରେ ବାରରୁମରେ ଗୋଡ଼ ଖସି ପଡି ଯାଇଥିଲେ, ଏବଂ ତାଙ୍କ ମୁଣ୍ଡରେ ଆଘାତ ଲାଗି ଯାଇଥିଲା । ଏହା ପରଠାରୁ ଅଭିନେତ୍ରୀଙ୍କ ଅବସ୍ଥା ବହୁତ ବିଗିଡ଼ି ଯାଇଥିଲା ।

Leave a Reply

Your email address will not be published. Required fields are marked *