କପିଳ ଶର୍ମାଙ୍କୁ ନିଜ ଜ୍ୱାଇଁ କରିବା ପାଇଁ ଚାହୁଁନଥିଲେ ଗିନ୍ନିଙ୍କ ପିତା ! ଗୋଟିଏ କଲ୍ ବଦଳି ଦେଲା ଜୀବନ…

କପିଳ ଶର୍ମାଙ୍କୁ ନିଜ ଜ୍ୱାଇଁ କରିବା ପାଇଁ ଚାହୁଁନଥିଲେ ଗିନ୍ନିଙ୍କ ପିତା ! ଗୋଟିଏ କଲ୍ ବଦଳି ଦେଲା ଜୀବନ…

ଲୋକପ୍ରିୟ ହାସ୍ୟକାର କପିଳ ଶର୍ମା ନିକଟରେ ଦ୍ୱିତୀୟ ଥର ପାଇଁ ପିତା ହେଲେ । ତାଙ୍କ ସ୍ତ୍ରୀ ଗିନ୍ନି ନିକଟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହା ପୂର୍ବରୁ ଦୁହେଁ ଅମାୟରା ନାମକ ଏକ ଝିଅଙ୍କ ମାତାପିତା ହେଲେ । କପିଳ ଓ ଗିନ୍ନି ଡିସେମ୍ବର ୨୦୧୮ରେ ବିବାହ କରିଥିଲେ । ଦୁହେଁ କିଛି ବର୍ଷ ପୂର୍ବରୁ ପରସ୍ପରକୁ ଜାଣିଥିଲେ । ଆସନ୍ତୁ ଆଜି ଏହି ଦମ୍ପତ୍ତିଙ୍କ ପ୍ରେମ କାହାଣୀ ବିଷୟରେ ଆପଣଙ୍କୁ ସୁଚାଇବୁ…

କପିଳ ଶର୍ମା ଓ ଗିନ୍ନି ଚତରଥଙ୍କ ସାକ୍ଷାତ ୨୦୦୫ରେ ଜଳନ୍ଧରର ଏଚଏମଭି କଲେଜରୁ ହୋଇଥିଲା । ଏଠାରୁ ଦୁହିଁଙ୍କ ପ୍ରେମ କାହାଣୀର ଶୁଭାରମ୍ଭ ହେଲା । ଜଣାଇଦେଉଛୁ ଯେ, ବର୍ତ୍ତମାନ ଗିନ୍ନିଙ୍କ ବୟସ ହେଉଛି ୧୬ ବର୍ଷ ଯେବେକି କପିଳ ଶର୍ମାଙ୍କ ବୟସ ୨୪ ଥିଲା । ଜଳନ୍ଧର ଏଚଏମଭି କଲେଜରେ ଗିନ୍ନି ଏକ ଛାତ୍ରୀ ଥିଲେ ଏବଂ କପିଲ୍ ସେହି ସମୟରେ ପ୍ଲେ ଡ଼ାଇରେକ୍ଟର ଥିଲେ । ଏମିତିରେ କଲେଜରେ ଦୁହିଁଙ୍କ ସାକ୍ଷାତ ହୋଇଥିଲେ ।

ପ୍ଲେ ଡ଼ାଇରେକ୍ଟରଙ୍କ କାମ କପିଳ ଶର୍ମା କିଛି ଟଙ୍କା ରୋଜଗାର କରୁଥିଲେ । ଥରେ କପିଳ ଶର୍ମା ଏକ ପ୍ଲେ ପାଇଁ ଅଡ଼ିସନ୍ ନେବା ପାଇଁ ଗିନ୍ନିଙ୍କ କଲେଜକୁ ଯାଇଥିଲେ, ଯେଉଁଠାରେ ଏ ଦୁହିଁଙ୍କ ପ୍ରଥମ ଦେଖା ହୋଇଥିଲା । ଦୁହେଁ ପରସ୍ପର ମଧ୍ୟରେ ମିଳିମିଶି ରହୁଥିଲେ । କୁହାଯାଏ ଯେ, ପ୍ଲେର ରିହର୍ସଲ୍ ସମୟରେ ଗିନ୍ନି, କପିଳଙ୍କ ପାଇଁ ଘର ତିଆରି ଭୋଜନ ନେଇ ଯାଉଥିଲେ । ଗିନ୍ନି କପିଳଙ୍କୁ ଭିତରେ ଭିତରେ ବହୁତ ପସନ୍ଦ କରୁଥିଲେ । ସେ ସାକ୍ଷାତକାରରେ ନିଜେ ଏହି କଥାର ଖୁଲାସା କରିଥିଲେ ।

ଗିନ୍ନି ଓ କପିଲଙ୍କ ମଧ୍ୟରେ ବନ୍ଧୁତା ବଢିବାକୁ ଲାଗିଲା ଏବଂ ଦୁହେଁ ପରସ୍ପରକୁ ପସନ୍ଦ କରିବାକୁ ଲାଗିଲେ । ପରେ କପିଳ ଗିନ୍ନିଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଗଲେ, କିନ୍ତୁ ଗିନ୍ନିଙ୍କ ପିତାଙ୍କୁ ଏହି ସମ୍ପର୍କ ମଞ୍ଜୁର ନଥିଲା । ବାସ୍ତବରେ, କପିଳ ଶର୍ମା ନିଜ ମାଁ’ଙ୍କୁ ଗିନ୍ନି ଘରକୁ ଦୁହିଁଙ୍କ ବିବାହ କଥା ହେବା ପାଇଁ ପଠାଇଥିଲେ, କିନ୍ତୁ ଗିନ୍ନିଙ୍କ ପିତା ଏହି ସମ୍ପର୍କକୁ ନେଇ ମନା କରି ଦେଇଥିଲେ । କିନ୍ତୁ ପରେ ସବୁକିଛି ଠିକ୍ ଥିଲା ଏବଂ ଖୁବଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ ।

ସୂଚନା ଅନୁଯାୟୀ, ବିବାହର ଦୁଇବର୍ଷ ପୂର୍ବରୁ ୨୪ ଡ଼ିସେମ୍ବର ୨୦୧୬କୁ କପିଳ ଗିନ୍ନିଙ୍କୁ କଲ୍ କଲେ ଏବଂ କହିଲେ ଯେ ସେ ତାଙ୍କ ସହିତ ବିବାହ କରିବାକୁ ଚାହୁଁଥିଲେ । ଏମିତିରେ ଗିନ୍ନି ମଧ୍ୟ ଏଥିପାଇଁ ମନା କରିନଥିଲେ । ୨ ବର୍ଷ ପରେ ୨୦୧୮ରେ ୧୨ ଡ଼ିସେମ୍ବରକୁ ଦୁହିଁଙ୍କ ବିବାହ ବହୁତ ଭଲ ଭାବରେ ସମ୍ପନ୍ନ କରାଗଲା ।

୧୨ ଡ଼ିସେମ୍ବର ୨୦୧୮ କୁ ବିବାହ ଏକ ବର୍ଷ ମଧ୍ୟରେ ଦୁହେଁ ଏକ ଝିଅ ଅମାୟରାଙ୍କ ମାତାପିତା ହୋଇଗଲେ । ୧୦ ଡିସେମ୍ବର ୨୦୧୯ କୁ ଗିନ୍ନି ଝିଅକୁ ଜନ୍ମ ଗ୍ରହଣ କରିଥିଲେ । ସେପଟେ ନିକଟରେ କପିଲ୍ ନବାଗତ ଅତିଥି ରୂପେ ପୁଅର ସ୍ୱାଗତ କଲେ ।

Leave a Reply

Your email address will not be published. Required fields are marked *