ଦାନ୍ତକୁ ସର୍ବଦା ମଜବୁତ ରଖିବା ପାଇଁ ଏବଂ ଦାନ୍ତରେ ପୋକଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ ।

ଦାନ୍ତକୁ ସର୍ବଦା ମଜବୁତ ରଖିବା ପାଇଁ ଏବଂ ଦାନ୍ତରେ ପୋକଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ ।

ଦାନ୍ତରେ ପୋକ ଲାଗିଥିଲେ, ଏହା ଆପଣଙ୍କ ସୁନ୍ଦରତାକୁ କମ କରିବା ସହ ଆପଣଙ୍କୁ ଅଧିକ ପୀଡ଼ା ଦେଇଥାଏ । ସାଧାରଣତଃ ଏହି ସମସ୍ୟା ଛୋଟ ପିଲାଙ୍କ କ୍ଷେତ୍ରରେ ଅଧିକ ଦେଖା ଯାଇଥାଏ । କାରଣ ଛୋଟ ପିଲାମାନେ ଅଧିକ ପରିମାଣର ମିଠା ଜାତୀୟ ଖାଦ୍ୟ ଖାଇଥାନ୍ତି କିନ୍ତୁ ବର୍ତ୍ତମାନ ଏହି ସମସ୍ୟା ପ୍ରତି ବୟସର ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖା ଯାଇଥାଏ । ଆସନ୍ତୁ ଆଜି ଆମେ ଆପଣଙ୍କୁ ଦାନ୍ତରେ ଲାଗୁଥିବା ପୋକରୁ କିପରି ଉପଶମ ପାଇ ପାରିବେ, ସେହି ବିଷୟରେ କହିବୁ ।

ସାଧାରଣତଃ ପୋକ ଦାନ୍ତରେ ଲାଗିଥିଲେ, ଲୋକେ ସହ୍ୟ କରିପାରନ୍ତି ନାହିଁ । ପୋକ ଲାଗିବା କାରଣରୁ ଏହି ପୀଡ଼ା ଅସହନୀୟ ହୋଇପଡ଼ିଥାଏ । ଏହି ପରିପ୍ରେକ୍ଷୀରେ ଆପଣଙ୍କୁ ଜଣାପଡେ ନାହିଁ, ଆପଣ କଣ କରିବେ କିମ୍ବା ନ କରିବେ । ଆସନ୍ତୁ, ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବୁ ଯାହାଦ୍ୱାରା ଆପଣଙ୍କ ଏହି ସମସ୍ୟାକୁ ଦୂରେଇ ପାରିବେ ଏବଂ ଏହି ଦନ୍ତ ପୀଡରୁ ମୁକ୍ତି ପାଇପାରିବେ । ସର୍ବପ୍ରଥମେ ଯେତେବେଳେ ଆପଣଙ୍କୁ ପୀଡ଼ା ହୁଏ, ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଯଦି ଆପଣ କୌଣସି କାରଣ ବଶତଃ ଡାକ୍ତରଙ୍କ ସହ ସମ୍ପର୍କ କରିପାରୁ ନାହାନ୍ତି; ତେବେ ଏହି ଉପାୟଟିକୁ ଆପଣାନ୍ତୁ ।

ଦାନ୍ତରେ ପୋକ ଲାଗିବା କାରଣ :

ଆସନ୍ତୁ ଜାଣିବେ କେଉଁ କାରଣରୁ ଦାନ୍ତରେ ପୋକ ଲାଗିଥାଏ । କାରଣ ଜାଣିବା ପରେ ଆପଣ ସତର୍କ ରହି, ଏଥିରୁ ମୁକ୍ତି ପାଇ ପାରିବେ ।

1. ଅତ୍ୟଧିକ ମିଠା ଖାଇବା ଦ୍ୱାରା ଦାନ୍ତରେ ପୋକ ଲାଗିଯାଇଥାଏ । ଆପଣ ଯେତେବେଳେ ମିଠା ଜାତୀୟ ଖାଦ୍ୟର ସେବନ କରନ୍ତି, ସେହି ସମୟରେ ମୁହଁକୁ ଠିକ ରୂପେ ସଫା କରିଦିଅନ୍ତୁ ।

2. ଖାଇବା ପରେ ମୁହଁ ଠିକ ରୂପେ ସଫା ନ କରିବା କାରଣରୁ ଦାନ୍ତରେ ପୋକ ହୋଇଥାଏ । ଖାଇବା ପରେ ଆପଣଙ୍କୁ ଠିକ ରୂପେ ମୁହଁ ଏବଂ ଦାନ୍ତ ସଫା କରିବା ଉଚିତ ।

3. ଅଠାଳିଆ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ଦନ୍ତରେ ପୋକ ହୋଇଥାଏ । କାରଣ ଏହି ଖାଦ୍ୟ ଗୁଡିକ ଦାନ୍ତରେ ଲାଗି ରହିଯାଇଥାଏ । ଏହିପରି ଖାଦ୍ୟ ଖାଇବାରୁ ଆପଣଙ୍କୁ ନିବୃତ ରହିବା ଉଚିତ ।

ଦାନ୍ତରେ ଲାଗିଥିବା ପୋକରୁ ନିବୃତ ହେବାର ଉପାୟ :

ଯେତେବେଳେ ମଧ୍ୟ ଆପଣଙ୍କ ଦାନ୍ତରେ ପୋକ ଲାଗିଥାଏ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । କିନ୍ତୁ ପୋକ ଲାଗିବା ଆରମ୍ଭ ହୋଇଥିଲେ, ଆପଣ କିଛି ଘରୋଇ ଉପଚାର ଆପଣାଇ ପାରିବେ । ଆସନ୍ତୁ ଜାଣିବେ ଏହିପରି ଏକ ଘରୋଇ ଉପଚାର ବିଷୟରେ ଯାହାର ବ୍ୟବହାର କରି ଆପଣ ନିଜ ଦାନ୍ତକୁ ସ୍ଵସ୍ଥ ରଖିପାରିବେ ।

ଉପାୟ :

ଏକ ଚାମୁଚ ଫିଟିକିରି ପାଉଡ଼ରରେ ଏକ ଟୋପା ଲବଙ୍ଗ ତେଲ ମିଶ୍ରଣ କରନ୍ତୁ । ଏହି ମିଶ୍ରଣକୁ ପୋକ ଲାଗିଥିବା ଦାନ୍ତରେ ଲଗାନ୍ତୁ । ଏହିପରି ପ୍ରତିଦିନ କରିବା ଫଳରେ ଆପଣଙ୍କ ଦାନ୍ତ ଜନିତ ପୀଡା ଦୂର ହେବା ସହ ଦାନ୍ତରେ ପୋକ ଲାଗିଥିବା ସମସ୍ୟା ମଧ୍ୟ ଦୂର ହୋଇପାରିବ ।

Leave a Reply

Your email address will not be published. Required fields are marked *