ପୁଣିଥରେ ବଢିଲା ଗ୍ୟାସ୍ ଦର : ଆର୍ଥିକ ସ୍ଥତିକୁ ସଦୃଢ କରିବା ପାଇଁ ଲୋକଙ୍କ ଉପରେ ମହଙ୍ଗାର ବୋଝ ଲଦୁଛି ସରକାର !

ପୁଣିଥରେ ବଢିଲା ଗ୍ୟାସ୍ ଦର : ଆର୍ଥିକ ସ୍ଥତିକୁ ସଦୃଢ କରିବା ପାଇଁ ଲୋକଙ୍କ ଉପରେ ମହଙ୍ଗାର ବୋଝ ଲଦୁଛି ସରକାର !

ମାର୍ଚ୍ଚ ମାସ ପହିଲାରେ ରୋଷେଇ ଗ୍ୟାସ୍ ସିଲିଣ୍ଡର୍ ଦାମ୍ ପୁଣିଥରେ ୨୫ ଟଙ୍କା ବୃଦ୍ଧି ପାଇଛି ।

ସାଧାରଣ ଜନତାଙ୍କ ଉପରେ ଦରଦାମ୍ ବୃଦ୍ଧିର ବୋଝ ବଢ଼ିବାରେ ଲାଗିଛି । ମାର୍ଚ୍ଚ ମାସ ପହିଲାରେ ରୋଷେଇ ଗ୍ୟାସ୍ ସିଲିଣ୍ଡର୍ ଦାମ୍ ପୁଣିଥରେ ୨୫ ଟଙ୍କା ବୃଦ୍ଧି ପାଇଛି । ଗତ ୪ ଦିନ ମଧ୍ୟରେ ଏହା ଦ୍ୱିତୀୟଥର ପାଇଁ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ୨୫ ଟଙ୍କା ବୃଦ୍ଧି ପାଇଛି । ଜଣାଇଦେଉଛୁ ଯେ ଫେବୃୟାରୀ ମାସରେ ଗ୍ୟାସ୍ ସିଲିଣ୍ଡର୍ ଦାମ୍ ୧୦୦ ଟଙ୍କା ବୃଦ୍ଧି ପାଇଥିଲା । ଅର୍ଥାତ ୩୦ ଦିନ ମଧ୍ୟରେ ଏହା ୧୨୫ ଟଙ୍କା ବୃଦ୍ଧି ପାଇଛି । ନୂତନ ମୂଲ୍ୟ ୧ ମାର୍ଚ୍ଚରୁ ଲାଗୁ ହେବ ଏବଂ ଦିଲ୍ଲୀରେ ୧୪.୨ କିଲୋଗ୍ରାମ୍ ନନ ସବ୍ସିଡି ଗ୍ୟାସ୍ ସିଲିଣ୍ଡରର ଦାମ୍ ବର୍ତ୍ତମାନ ୮୧୯ ଟଙ୍କା ହୋଇଯାଇଛି ।

ବଡ଼ ସହର ମାନଙ୍କରେ ଗ୍ୟାସ୍ ସିଲିଣ୍ଡରର ଦାମ୍

ଦିଲ୍ଲୀ : ୮୧୯ ଟଙ୍କା
ମୁମ୍ବାଇ : ୮୧୯ ଟଙ୍କା
କୋଲକାତା : ୮୪୫.୫୦ ଟଙ୍କା
ଚେନ୍ନାଇ : ୮୩୫ ଟଙ୍କା

୧ ଡିସେମ୍ବର ଠାରୁ ଗ୍ୟାସ ସିଲିଣ୍ଡର ୨୨୫ ଟଙ୍କା ମହଙ୍ଗା

ରାଜଧାନୀ ଦିଲ୍ଲୀ ବିଷୟରେ ଆଲୋଚନା କରିବା ତେବେ ୧ ଡିସେମ୍ବର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏଲପିଜି ଗ୍ୟାସ୍ ସିଲିଣ୍ଡର ୨୨୫ ଟଙ୍କା ବୃଦ୍ଧି ପାଇଛି । ୧ ଡ଼ିସେମ୍ବରକୁ ଏଲପିଜି ଗ୍ୟାସର ଦାମ୍ ୫୯୪ରୁ ବୃଦ୍ଧି ପାଇ ୬୪୪ ଟଙ୍କା ହୋଇ ଯାଇଥିଲା ଏହାପରେ ୧ ଜାନୁଆରୀକୁ ୬୪୪ ଟଙ୍କା ବୃଦ୍ଧି ପାଇ ୬୯୪ ଟଙ୍କାରୁ ୭୧୯ ଟଙ୍କା ଓ ଏହାପରେ ୧୫ ଫେବୃୟାରୀକୁ ୭୧୯ ରୁ ୭୬୯ ଟଙ୍କା ହୋଇଯାଇଛି । ଏହାପରେ ୨୫ ଫେବୃୟାରୀକୁ ଏଲପିଜି ଗ୍ୟାସର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଗଲା, ଏହାପରେ ଏହାର ମୂଲ୍ୟ ୭୬୯ ଟଙ୍କା ବୃଦ୍ଧି ପାଇ ୭୯୪ ହୋଇଗଲା । ବର୍ତ୍ତମାନ ୧ ମାର୍ଚ୍ଚକୁ ୨୫ ଟଙ୍କା ବୃଦ୍ଧି ପାଇ ଏଲପିଜି ଗ୍ୟାସର ବର୍ତ୍ତମାନ ମୂଲ୍ୟ ୮୧୯ ଟଙ୍କା ହୋଇଯାଇଛି ।

କମରସିୟଲ୍ ଗ୍ୟାସ୍ ମୂଲ୍ୟ

୧୯ କିଲୋଗ୍ରାମ୍ ଥିବା କମରସିୟଲ୍ ଗ୍ୟାସ୍ ସିଲିଣ୍ଡରର ଦାମରେ ମଧ୍ୟ ୯୦.୫୦ ଟଙ୍କା ବୃଦ୍ଧି ପାଇଛି । ବର୍ତ୍ତମାନ ଦିଲ୍ଲୀରେ ଏହି ସିଲିଣ୍ଡରର ମୂଲ୍ୟ ୧୬୧୪ ଟଙ୍କା ହୋଇଗଲାଣି । ସେହିପରି ମୁମ୍ବାଇର ରେଟ୍ ବର୍ତ୍ତମାନ ୧୫୬୩.୫୦ ଟଙ୍କା ପ୍ରତି ସିଲିଣ୍ଡର ହୋଇଗଲାଣି । କୋଲକାତାରେ ଏହି ମୂଲ୍ୟ ୧୬୮୧.୫୦ ଟଙ୍କା ଓ ଚେନ୍ନାଇର ରେଟ୍ ୧୭୩୦.୫ ଟଙ୍କା ହୋଇଯାଇଛି । ଏହା ପୂର୍ବରୁ ରାଜଧାନୀରେ ୧୯ କିଲୋ ଥିବା ସିଲିଣ୍ଡରର ମୂଲ୍ୟ ୧୫୩୩ ଟଙ୍କା, କୋଲକାତାରେ ୧୫୯୮.୫୦ ଟଙ୍କା, ମୁମ୍ବାଇରେ ୧୪୮୨.୫୦ ଟଙ୍କା ଓ ଚେନ୍ନାଇରେ ୧୬୪୯ ଟଙ୍କା ଥିଲା ।

ଏପରି ଚେକ୍ କରନ୍ତୁ ଏଲପିଜି ମୂଲ୍ୟ

ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଦେଖିବା ପାଇଁ ଆପଣଙ୍କୁ ସରକାରୀ ତେଲ କମ୍ପାନୀର ୱେବସାଇଟକୁ ଯିବାକୁ ପଡିବ । ଏଠାରେ କମ୍ପାନୀ ପ୍ରତି ମାସରେ ନୂତନ ମୂଲ୍ୟ ଜାରି କରେ https://iocl.com/Products/IndaneGas.aspx) ଏହି ଲିଙ୍କକୁ କ୍ଲିକ୍ କରି ଆପଣ ନିଜ ସହରର ଗ୍ୟାସ୍ ସିଲିଣ୍ଡର ଦାମ୍ । ଚେକ୍ କରିପାରିବେ ।

Leave a Reply

Your email address will not be published. Required fields are marked *