ଯଦି ଆପଣଙ୍କ ଗ୍ୟାସ୍ ଚୁଲାର ବର୍ନର କଳା ପଡିଯାଇଛି ଓ ଜଳିବାରେ ସମସ୍ୟା ଦେଖାଉଛି ତା’ହେଲେ ଅବଲମ୍ବନ କରନ୍ତୁ ଏହି ଉପାୟ !

ଏହିପରି କୁହାଯାଏ କି ଘରେ କିଛି ଜିନିଷ ରହିଥାଏ ଯେଉଁ ଗୁଡିକ ଘରେ ନିଆଁ ଲଗାଇ ଦେଇଥାଏ ଓ ଏହି ଜିନିଷର ବ୍ୟବହାର ସଚେତନତାର ସହିତ କରିବା ଆବଶ୍ୟକ । କିନ୍ତୁ ବେଳବେଳେ ଭୁଲ୍ ବଶତଃ ଆମେ ଏହାକୁ କରି ବସିଥାଉ ଯାହାଫଳରେ ଆମକୁ ଏହାର ପରିଣାମ ଭୋଗିବାକୁ ପଡିଥାଏ । ଆପଣଙ୍କ ରୋଷେଇ ଘରର ପ୍ରତିଟି ଜିନିଷ ଆପଣଙ୍କୁ ସାବଧାନୀ ସହିତ ଅବଲମ୍ବନ କରିବାକୁ ହେବ । ଧରାଯାଉ ରୋଷେଇଘର ସହିତ ଜଡିତ ଥିବା ଗ୍ୟାସ୍ କଥା । ବର୍ତ୍ତମାନ ଭାରତର ପ୍ରତିଟି ପରିବାରର ରୋଷେଇଘରେ ଗ୍ୟାସ୍ ନିଶ୍ଚିତ ରୂପରେ ରହିଥିବ ଓ ଏହି ଗ୍ୟାସର ବର୍ନର ବ୍ୟବହାର ଦ୍ୱାରା ଏହା ଦିନକୁ ଦିନ କଳା ପଡିବାକୁ ଲାଗେ ଓ ସେଥିପ୍ରତି ଆମେ ଧ୍ୟାନ ଦେଇନଥାନ୍ତି । କିନ୍ତୁ ଏହା ସବୁଠାରୁ ବିପଦଜନକ ସାବ୍ୟସ୍ତ ହୋଇଥାଏ କାରଣ ଏହା ସମାୟାନୁସାରେ କଳା ପଡିବା ଦ୍ୱାରା ଏଥିରେ ଗ୍ୟାସର ଚଳନ ସଠିକ୍ ଭାବରେ ହୋଇପାରିନଥାଏ ଓ ବର୍ନରରେ ନିଆଁ ଭଲ ଭାବରେ ଆସିନଥାଏ । ଏହାପ୍ରତି ଯଥେଷ୍ଟ ଧ୍ୟାନଦେବ ଆବଶ୍ୟକ ନଚେତ୍ ଏହା ଆମ ପରିବାର ପ୍ରତି ବହୁତ ବିପଦ ଆଣିଦେବ । ଆସନ୍ତୁ ଜାଣିବା ଯଦି ବର୍ନର କଳା ପଡ଼ିଯାଉଛି ତାହେଲେ ଆମେ କିପରି ପଦକ୍ଷେପ ଏହା ଉପରେ ନେବା ?

ଏହି ଉପାୟ ଆପଣାନ୍ତୁ :-

newstrend

ଗ୍ୟାସର ପ୍ରତିଦିନ ବ୍ୟବହାର ଦ୍ୱାରା ଏହାର ବର୍ନରରେ କଳା ଲାଗିବା ଏକ ସ୍ୱାଭାବିକ କଥା । ଏଥିରେ ଆପଣଙ୍କୁ ବିଚଳିତ ନହୋଇ ଧ୍ୟାନ ସହକାରେ ମଧ୍ୟ ଆପଣ ଏହାକୁ ନିଜ ଘରେ ସଫା କରିପାରିବେ ଯାହା କରିବା ପାଇଁ ଆପଣଙ୍କୁ ଏକ ଲିକ୍ୱିଡ଼ର ଆବଶ୍ୟକ ପଡିବ ଓ ଏହି ଲିକ୍ୱିଡ଼ ଆପଣଙ୍କ ଘରେ ଅତି ସହଜରେ ମିଳିଯିବ । ଆସନ୍ତୁ ଜାଣିବା ସେହି ଲିକ୍ୱିଡ଼ ସମ୍ବନ୍ଧରେ ।

ଆପଣଙ୍କୁ ବଜାରରୁ ଏକ ଭିନେଗାର କିଣିବାପାଇଁ ପଡିବ, ଯାହାର ଦାମ୍ ବହୁତ କମ୍ ଏବଂ ଆପଣଙ୍କୁ ଏକ ପାତ୍ରରେ ଗୋଟିଏ କପ୍ ଭିନେଗାର ଓ ଗୋଟିଏ କପ୍ ପାଣି ମିଶାଇ ସେଥିମଧ୍ୟରେ ଗ୍ୟାସର ବର୍ନରକୁ ରାତିସାରା ବୁଡାଇ ରଖିବାକୁ ହେବ । ସକାଳ ସମୟରେ ଆପଣ ବର୍ନର ଗୁଡିକୁ ସେହି ମିକ୍ସଚରରୁ କାଢ଼ିଦେଇ ଏକ ବ୍ରସ୍ ସାହାର୍ଯ୍ୟରେ ଏହାକୁ ଘଷି ସଫା କରିଦେବା ପରେ ଦେଖିବେ ଯେ ଏହା ପୂର୍ବଭଳି ବିଲକୁଲ ସଫା ହୋଇଯାଇଛି ।

newstrend

ଏହି ଭିନେଗାର ଆପଣଙ୍କୁ ଅତି ସହଜରେ ଯେକୌଣସି ଜେନେରାଲ ଷ୍ଟୋରରେ 500mlକୁ ୩୫ ଟଙ୍କାରେ ମିଳିଯିବ । ଏହି ଭିନେଗାରରେ ଥିବା କେମିକାଲ ବର୍ନରକୁ ସଫା କରିବାରେ ବହୁତ ସାହାର୍ଯ୍ୟ କରିଥାଏ । ଏହାବ୍ୟତୀତ ଆପଣ ଗରମ ପାଣିରେ ଲେମ୍ଭୁ ରସ ମିଶାଇ ବର୍ନରକୁ ସଫା ମଧ୍ୟ କରିପାରିବେ ।

Be the first to comment

Leave a Reply

Your email address will not be published.


*