ବଡ଼ ଖବର:- ଆଜିଠାରୁ ଏହି ୪ଟି ଜିଲ୍ଲା ରହିବ ସମ୍ପୂର୍ଣ୍ଣ ଲକ୍ ଡ଼ାଉନ୍ !

ବଡ଼ ଖବର:- ଆଜିଠାରୁ ଏହି ୪ଟି ଜିଲ୍ଲା ରହିବ ସମ୍ପୂର୍ଣ୍ଣ ଲକ୍ ଡ଼ାଉନ୍ !

ରାଜ୍ୟରେ ପୁଣିଥରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଲକ୍ ଡ଼ାଉନ୍ ! ୪ଟି ଜିଲ୍ଲା ଓ ରାଉରକେଲା ମୁନିସପାଳଟିରେ ଜୁଲାଇ ୩୧ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ ଡ଼ାଉନ୍ ଘୋଷଣା କରାଯାଇଛି । ଆପଣ ନିଶ୍ଚୟ ରୂପେ ଜାଣିଥିବେ ବର୍ତ୍ତମାନ ଚାଲୁଅଛି ଅନ୍ ଲକ୍ ୨ । କିନ୍ତୁ ଏହି ମଧ୍ୟରେ ଓଡ଼ିଶା ସରକାର ନିଷ୍ପତି ନେଇଛନ୍ତି ୪ଟି ଜିଲ୍ଲା ଯାହାକି ସମ୍ପୂର୍ଣ୍ଣ ରୂପେ ଲକ୍ ଡ଼ାଉନ୍ ହେବାକୁ ଯାଉଛି । ତେବେ ଚାଲନ୍ତୁ କେଉଁ ୪ଟି ଜିଲ୍ଲା ଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ୩୧ ଜୁଲାଇ ପର୍ଯ୍ୟନ୍ତ ଲକ୍ ଡ଼ାଉନ୍ କରାଯାଇଛି, ସେ ବିଷୟରେ ଆଜି ଆମେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

google

କରୋନା ଯୋଗୁଁ ସରକାରଙ୍କ ଦ୍ଵାରା ନୂଆଁ ଗାଈଡ଼୍ ଲାଇନ୍ ଜାରି କରାଯାଇଛି । ଗଞ୍ଜାମ, ଯାଜପୁର, ଖର୍ଦ୍ଧା, କଟକ ଓ ରାଉରକେଲା ମୁନିସପାଳଟି କର୍ପରେସନ୍ ଆଦି ୪ଟି ଜିଲ୍ଲାର ଶୁକ୍ରବାର ରାତି ୯ ଟାରୁ ଜୁଲାଇ ୩୧ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଜାରି କରିଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜୁଲାଇ ମାସ ବହୁତ ଗୁରୁତ୍ୱପୂର୍ଣ୍ଣ । ସରକାର କରୋନା ମୁକାବିଲା ପାଇଁ ପଦକ୍ଷେପ ନେଉଥିଲେ ମଧ୍ୟ ଏହାକୁ ଅଧିକ କଡ଼ାକଡ଼ି କରାଯିବ । କାରଣ କିଛି ଜିଲ୍ଲାରେ ଆକ୍ରାନ୍ତକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗୁଛି । ଏଥିପାଇଁ ଟେଷ୍ଟିଙ୍ଗ ମଧ୍ୟ ବୃଦ୍ଧି ହେବ । ପୋଜିଟିବ୍ ବାହାରିଲେ କଣ୍ଟାକ୍ଟ ଟ୍ରେସିଙ୍ଗ କରାଯିବ । ଏହି ୧୪ ଦିନ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ସେ ଘୋଷଣା କରିଛନ୍ତି ।

google

ରାଜ୍ୟବାସୀଙ୍କ ପାଇଁ ଏହି ପଦକ୍ଷେପ ସବୁଠାରୁ ପଦକ୍ଷେପ ବୋଲି ସେ ସୂଚନା ଦେଇଛନ୍ତି । ଏହି ସବୁ ଜିଲ୍ଲାରେ ସକାଳ ୬ଟା ରୁ ଦିନ ୧ଟା ପର୍ଯ୍ୟନ୍ତ ପରିବା, କ୍ଷୀର ଦୋକାନ ଆଦି ଖୋଲା ରହିବ । ସେହିଭଳି ଅନ୍ୟ ଦୋକାନ, ବଜାର, ସୋପିଙ୍ଗ ମୋଲ୍, ଅନ୍ୟ ଅଫିସ୍ ଅନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ । କେବଳ କେନ୍ଦ୍ର ସରକାରଙ୍କ ଡ଼ିଫେନ୍ସ, ରାଜ୍ୟ ସରକାରଙ୍କ ଟିଏଜି ଆଦି ଖୋଲା ରହିବ । ଏହିଭଳି ପୋଷ୍ଟ ଅଫିସ୍, ଏନଆଇସି, ଆଇଏମଡ଼ି, ଜିଏସଟି, ଟେଲିକମ୍ ଅଫିସ୍ , ଆରବିଆଇ ଅଫିସ୍, ଏଟିଏମ୍ ଆଦି ଖୋଲା ରହିବ । ତେବେ ଜୋମାଟ, ସ୍ୱିଗି, ହୋମ୍ ଡ଼େଲିଭରି ପୂର୍ବଭଳି ଚାଲିବ । ପେଟ୍ରୋଲ ପମ୍ପ, ସିଏନଜି ଅଫିସ୍ ଖୋଲା ରହିବ । ସେହିଭଳି ଇ-କମର୍ସ ମଧ୍ୟ ଜାରି ରହିବ ।

ସେହିପରି କ୍ଲିନିକ୍, ନର୍ସିଙ୍ଗ ହୋମ୍, ଆମ୍ବୁଲାନ୍ସ, ମେଡ଼ିକାଲ ୱାଟର୍ ସପ୍ଲାଇ, ସାନେଟାଇଜେସନ୍ ଆଦି ଖୋଲା ରହିବ । ସେହିଭଳି ପରିବହନ କ୍ଷେତ୍ରରେ ଜାତୀୟ ରାଜ୍ୟପଥରେ ଆବଶ୍ୟକ ପାସ୍ ଥିଲେ କିମ୍ବା ଜରୁରୀକାଳୀନ କ୍ଷେତ୍ରରେ ହିଁ ଗାଡ଼ି ଚାଲିବ ।

Leave a Reply

Your email address will not be published. Required fields are marked *