ସେପ୍ଟେମ୍ବର ପହିଲାରୁ ଅନ୍‌ଲକ-୪.୦: ଏଥର ଏସବୁ ଉପରୁ ହଟିବ କଟକଣା…

ସେପ୍ଟେମ୍ବର ପହିଲାରୁ ଅନ୍‌ଲକ-୪.୦: ଏଥର ଏସବୁ ଉପରୁ ହଟିବ କଟକଣା…

ନୂଆଦିଲ୍ଲୀ,୨୫/୮: କରୋନା ଜନିତ ଲକ୍‌ଡାଉନ୍ କଟକଣା ଧୀରେ ଧୀରେ କୋହଳ ହେଉଛି । ଅର୍ଥନୀତି ସଜାଡ଼ିବାକୁ ସରକାର କଟକଣା କୋହଳ କରୁଛନ୍ତି । ଏସବୁ ମଧ୍ୟରେ ଅନ୍‌ଲକ-୩.୦ ଶେଷ ହେବାକୁ ବସିଛି । ସେପ୍ଟେମ୍ବର ପହିଲାରୁ ଅନ୍‌ଲକ-୪.୦ ଆରମ୍ଭ ହେବ । ଆସନ୍ତୁ ଜାଣିବା ଏହି ପର୍ଯ୍ୟାୟରେ କାହା ଉପରୁ ହଟିବ କଟକଣା…

ମେଟ୍ରୋ ସେବାର ଆରମ୍ଭ ହେବ :

Google

ସୂଚନା ଅନୁସାରେ ସେପ୍ଟେମ୍ବର ୧ରୁ ଅନ୍‌ଲକ-୪.୦ ଆରମ୍ଭ ହେବ । ଏନେଇ ବିସ୍ତୃତ ଗାଇଡ୍‌ଲାଇନ୍ ଯଥାଶୀଘ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯିବ । ଦିଲ୍ଲୀରେ ୫ ମାସରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦ ଥିବା ମେଟ୍ରୋ ସେବାକୁ କଟକଣା ସହ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯିବ । ପ୍ରଥମେ ୧୫ ଦିନ ପାଇଁ ଓ ପରେ ସ୍ଥିତି ଦେଖି ପର୍ଯ୍ୟାୟକ୍ରମେ ମେଟ୍ରୋ ଟ୍ରେନ୍ ଚଳାଚଳକୁ ଅନୁମତି ଦିଆଯିବ । ମାତ୍ର ୫୦ ଜଣ ଯାତ୍ରୀଙ୍କୁ ପ୍ରତି କୋଚ୍‌ରେ ଅନୁମତି ମିଳିବ ।

ସିନେମା ହଲ୍ ଖୋଲି ନପାରେ :

Google

ସିନେମା ହଲ୍ ଓ ମଲ୍‌ଗୁଡ଼ିକରେ ଥିବା ମଲ୍ଟିପ୍ଲେକ୍ସ ଖୋଲିଲେ ବ୍ୟବସାୟିକ କାରବାର ଦୃଷ୍ଟିରୁ କଡ଼ାକଡ଼ି ଭାବେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ପାଳନ କରାଯାଇ ପାରିବ ନାହିଁ । ଦର୍ଶକଙ୍କ ବସିବା ପାଇଁ ସାମାଜିକ ଦୂରତା ବଜାୟ ରଖିଲେ ମାଲିକ କ୍ଷତିଗ୍ରସ୍ତ ହେବେ । ତେଣୁ ସରକାର ସିନେମା ହଲଗୁଡ଼ିକୁ ସେପ୍ଟେମ୍ବରରୁ ଖୋଲିବା ପାଇଁ ଅନୁମତି ଦେଇ ନ ପାରନ୍ତି । ବାର୍ ମ୍ୟାନେଜରମାନଙ୍କୁ ନିଜ କାଉଣ୍ଟରରେ ମଦ ବିକ୍ରି ପାଇଁ ଅନୁମତି ମିଳିପାରେ ।

ଚଳଚ୍ଚିତ୍ର ଓ ଧାରାବାହିକଗୁଡିକ ସୁଟିଂ କରାଯିବ :

Google

ଅନ୍ୟପକ୍ଷରେ ଧାରାବାହିକ ଏବଂ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଯାଇଛି । ଲାଇନ ନିର୍ମାତାମାନେ ମୁମ୍ବାଇରେ ଶୁଟିଂ ଆରମ୍ଭ କରିଛନ୍ତି । ଦିଲ୍ଲୀ ଏନସିଆରରେ ଏପର୍ଯ୍ୟନ୍ତ ବିଜ୍ଞାପନର ସୁଟିଂ କରାଯାଇଛି । ଚଳିତ ଅଗଷ୍ଟ ମାସରେ ସାନିଆ ମାଲହୋତ୍ରା ଦିଲ୍ଲୀରେ ଏକ ବିଜ୍ଞାପନର ସୁଟିଂ କରିଥିଲେ । ତେବେ ସରକାରଙ୍କ ସର୍ତ୍ତ ପୂରଣ କରି ବାକି ସୁଟିଂ ଖୁବ୍ ଶୀଘ୍ର ଏଠାରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ ୨୩ ଅଗଷ୍ଟରେ କେନ୍ଦ୍ର ସରକାର ଟିଭି ଧାରାବାହିକ ଓ ଚଳଚ୍ଚିତ୍ରର ସୁଟିଂ ପାଇଁ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିଥିଲେ । ଗାଇଡଲାଇନରେ ଫେସ୍ ମାସ୍କର ବ୍ୟବହାର ଏବଂ ଶାରୀରିକ ଦୂରତା ବାଧ୍ୟତାମୂଳକ କରାଯାଇଛି । ବସିବା, କ୍ୟାଟରିଂ, କ୍ରୁ ପୋଜିସନ୍, କ୍ୟାମେରା ଅବସ୍ଥାନରେ ଦୂରତା ବଜାୟ ରଖିବାକୁ ପଡିବ । ରେକର୍ଡିଂ ଷ୍ଟୁଡିଓ, ଏଡିଟିଂ ରୁମରେ ଶାରୀରିକ ଦୂରତାକୁ ମଧ୍ୟ ଅନୁସରଣ କରିବାକୁ ପଡିବ । ସମ୍ପ୍ରତି ଦର୍ଶକଙ୍କୁ ସେଟକୁ ଆସିବାକୁ ଅନୁମତି ଦିଆଯାଇ ନାହିଁ ।

ପରିବହନ ସେବା ସ୍ଵାଭାବିକ ରହିବ :

Google

ରାଜ୍ୟଗୁଡ଼ିକ ପକ୍ଷରୁ ଯାତାୟାତ ଓ ପରିବହନ ଉପରେ ରହିଥିବା ସମସ୍ତ କଟକଣା ହଟାଇବା ପାଇଁ ଶନିବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ତେଣୁ ରାଜ୍ୟ ଭିିତରେ ଓ ଆନ୍ତଃ ରାଜ୍ୟ ସାମଗ୍ରୀ ପରିବହନକୁ ସେପ୍ଟେମ୍ବରରୁ ସ୍ୱାଭାବିକ କରାଯିବ ।

ବିମାନ ଚଳାଚଳ ଆରମ୍ଭ ହେବ :

Google

ଦୀପାବଳି ପର୍ଯ୍ୟନ୍ତ ବିମାନ ଚଳାଚଳ ସମ୍ପୂର୍ଣ୍ଣଭାବେ ସ୍ୱାଭାବିକ ରହିବାର ସମ୍ଭାବନା ରହିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ପୁରୀ ଆଶା ରଖି କହିଛନ୍ତି ଯେ, ଦୀପାବଳି ପୂର୍ବରୁ କୋଭିଡ୍- 19 ମହାମାରୀ ପରିସ୍ଥିତିରୁ ଭାରତ ସଂପୂର୍ଣ୍ଣ ରୂପେ ମୁକ୍ତ ହୋଇଯିବ । ସେ କହିଛନ୍ତି ଯେ ସେତେବେଳକୁ କେନ୍ଦ୍ର ସରକାର ମୁମ୍ବାଇ, କୋଲକାତା ଭଳି ସ୍ଥାନରୁ ଅଧିକ ବିମାନ ଉଡ଼ାଣ ପାଇଁ ଅନୁମତି ଦେବେ, ଯାହାଦ୍ଵାରା ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । କିନ୍ତୁ ଅନ୍ୟପକ୍ଷରେ କହିବାକୁ ଗଲେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଏତେ ଶୀଘ୍ର ଆରମ୍ଭ ହୋଇନପାରେ । “ବନ୍ଦେ ଭାରତ ମିଶନ” ଅଧୀନରେ ବିମାନ ସଂଖ୍ୟା ବୃଦ୍ଧି କରାଯିବ । ଅନ୍ତର୍ଜାତୀୟ ବିମାନର ପରିସରକୁ ଆହୁରି ବ୍ୟାପକ କରିବା ଲାଗି କେତେଗୁଡ଼ିଏ ଦେଶ ସହ ଏୟାର ବବଲ୍ସ ଚୁକ୍ତି ସ୍ୱାକ୍ଷର କରାଯିବ ।

ଉଚ୍ଚସ୍ତରୀୟ ଶିକ୍ଷା ନିମନ୍ତେ ଅନୁମତି ମିଳିପାରେ :

Google

ସ୍କୁଲ କଲେଜଗୁଡ଼ିକୁ ଖୋଲିବା ଉପରେ ଅନେକ ରାଜ୍ୟ ଅଗଷ୍ଟ ଶେଷ ସପ୍ତାହରେ ନିଷ୍ପତ୍ତି ନେବେ ବୋଲି ଘୋଷଣା କରିଥିବା ସତ୍ତ୍ୱେ କେନ୍ଦ୍ର ଏହି ଦିଗରେ ଆଗକୁ ବଢ଼ିବା ଭଳି କୌଣସି ସଙ୍କେତ ମିଳୁନାହିଁ । ଅନ୍ୟପକ୍ଷେ ବିଶ୍ୱବିଦ୍ୟାଳୟ, ଆଇଆଇଟି ଏବଂ ଆଇଆଇଏମ୍ ଭଳି ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଳିବା ପାଇଁ ଅନୁମତି ଦିଆଯିବ କି ନାହିଁ ତା’ ଉପରେ ବିଚାରବିମର୍ଶ ଜାରି ରହିଛି ।

Leave a Reply

Your email address will not be published. Required fields are marked *