ଟିଭିରେ ଫିକ୍ସନ ଏବଂ ରିୟାଲିଟି ଶୋ ବ୍ୟତୀତ ଐତିହାସିକ ସିରିଏଲ ଖୁବ୍ ଲୋକପ୍ରିୟ ହୋଇଛି । ଫ୍ୟାନମାନଙ୍କୁ ଏପରି ସିରିଏଲ ଖୁବ୍ ପସନ୍ଦ ଆସିଥାଏ । ଗୋଟିଏ ସମୟ ଏପରି ମଧ୍ୟ ଥିଲା ଯେତେବେଳେ ଟିଭିରେ ଐତିହାସିକ ଶୋ ସବୁଠାରୁ ଅଧିକ ପସନ୍ଦ କରାଯାଉଥିଲା ଏବଂ ମୁଖ୍ୟ ଭୂମିକାରେ ଥିଲେ ଅଭିନେତା ରଜତ୍ ଟୋକସ୍ । ରଜତ୍ ଖୁବ୍ ଅଳ୍ପ ବୟସରେ ହିଁ ଟିଭି ଶୋ’ରେ କାମ କରିବା ଆରମ୍ଭ କରିଦେଇଥିଲେ । ତାଙ୍କ ଅଭିନୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ଏବଂ ଖାସକରି ଝିଅ ମାନେ ରଜତଙ୍କର ଫ୍ୟାନ୍ ଥିଲେ । ୧୯ ଜୁଲାଇ ୧୯୯୧ରେ ଦିଲ୍ଲୀର ମୁନିରକାରେ ଜନ୍ମ ହୋଇଥିବା ରଜତ୍ ଆଜି ନିଜର ୨୯ ତମ ଜନ୍ମଦିନ ପାଳନ କରୁଛନ୍ତି । ଆଜି ତାଙ୍କର ଜନ୍ମଦିନ ଉପଲକ୍ଷେ ଆମେ ଆପଣଙ୍କୁ ତାଙ୍କ ବିଷୟରେ କିଛି କହିବୁ ।
ପୃଥ୍ୱୀରାଜ ହେବା ପରେ ଚମକି ଥିଲା ରଜତଙ୍କ ଭାଗ୍ୟ :-

ରଜତ୍ ନିଜ କ୍ୟାରିଅରର ପ୍ରାରମ୍ଭ ଜଣେ ଶିଶୁ କଳାକାର ଭାବରେ କରିଥିଲେ । ସେ ଫିଲ୍ମରେ ମଧ୍ୟ ଶିଶୁ କଳାକାର ଭାବରେ କାମ କରିଛନ୍ତି । କିନ୍ତୁ ତାଙ୍କୁ ଫିଲ୍ମରୁ କୌଣସି ପରିଚୟ ମିଳିପାରି ନାହିଁ । ତା’ପରେ ରଜତ୍ ‘ ସାଇ ବାବା ‘ ଶୋ ଠାରୁ ଟିଭିରେ ନିଜ କ୍ୟାରିଅରର ଆରମ୍ଭ କରିଥିଲେ । କିନ୍ତୁ ଏହି ଧାରାବାହିକ ଦ୍ଵାରା ମଧ୍ୟ ସେ ନିଜର ପରିଚୟ ସୃଷ୍ଟି କରିପାରି ନଥିଲେ । ତା’ପରେ ସେ ସିରିଏଲ ‘ ଧରତି କା ବୀର ଯୋଦ୍ଧା ପୃଥ୍ୱୀରାଜ ଚୌହାନ୍ ‘ ଦ୍ଵାରା ନିଜର ପ୍ରକୃତ ପରିଚୟ ବନାଇ ପାରିଥିଲେ ।
ଝିଅ ମାନଙ୍କ ପ୍ରିୟ ହୋଇଥିଲେ ରଜତ୍ :-
ପୃଥ୍ୱୀରାଜ ଚରିତ୍ରରେ ରଜତ୍ ସୁପରହିଟ୍ ହୋଇଯାଇଥିଲେ ଏବଂ ତାଙ୍କର ଫିମେଲ ଫ୍ୟାନ୍ ଫୋଲୋଇଂରେ ଅଧିକ ବୃଦ୍ଧି ହୋଇଥିଲା । ଝିଅମାନେ ରଜତଙ୍କ ପାଇଁ ପାଗଳ ହୋଇଯାଉଥିଲେ । ତାଙ୍କ ଜନ୍ମଦିନରେ ଝିଅମାନେ ତାଙ୍କୁ ଚିଠି ମଧ୍ୟ ଲେଖୁଥିଲେ । କେବଳ ଏତିକି ନୁହେଁ ସେତେବେଳେ ରଜତ୍ ନ୍ୟୁଜ ଚ୍ୟାନେଲରେ ମଧ୍ୟ ଆସୁଥିଲେ ।

ଏହି ଶୋ ପରେ ସେ ସିରିଏଲ ‘ ଧରମ ବୀର ‘ରେ ବୀର ଭୂମିକାରେ କାମ କରିଥିଲେ । ଏହି ଶୋ ମଧ୍ୟ ରଜତଙ୍କୁ ଆହୁରି ଉନ୍ନତିର ଶିଖରରେ ପହଞ୍ଚାଇ ଥିଲା । ଶୋ ସୁପରହିଟ୍ ଥିଲା ଏବଂ ରଜତଙ୍କ ପ୍ରଶଂସକଙ୍କ ସଂଖ୍ୟା ଆହୁରି ଅଧିକ ବଢ଼ି ଯାଇଥିଲା । ଏହି ଶୋ’ରେ ବିକ୍ରାନ୍ତ ମେସୀ ଧରମ ବୀରର ଭୂମିକାରେ ଅଭିନୟ କରିଥିଲେ । ବିକ୍ରାନ୍ତ ଆଜି ଟିଭି ସହିତ ଫିଲ୍ମ ଦୁନିଆରେ ମଧ୍ୟ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି ।
ଗାର୍ଲଫ୍ରେଣ୍ଡ ସହିତ ଚୁପଚାପ ବିବାହ କରିଥିଲେ :-

ରଜତ୍ ଏହି ସିରିଏଲ ବ୍ୟତୀତ ଆହୁରି କେତେକ ଶୋ’ରେ ମଧ୍ୟ କାମ କରିଥିଲେ । ରଜତ୍ ଏକ୍ତା କପୂରଙ୍କ ସିରିଏଲ ‘ ତେରେ ଲିୟେ ‘ରେ ରୋବିନ୍ଦୋ ଗାଙ୍ଗୁଲି ଏବଂ ‘ ନାଗିନ୍ ‘ରେ ଇଚ୍ଛାଧାରୀ ନେବଲେ କବୀର ଭୂମିକାରେ ନଜର ଆସିଥିଲେ । ଜୀ ଟିଭିର ଶୋ ‘ ଯୋଦ୍ଧା ଆକବର ‘ରେ ରଜତ୍ ଆକବର ଭୂମିକାରେ କାମ କରିଥିଲେ । ଆକବରଙ୍କ ଭଳି ଦମଦାର ଚରିତ୍ରକୁ ତୁଲାଇବା ପାଇଁ ରଜତ୍ ଖୁବ୍ ପରିଶ୍ରମ କରିଥିଲେ । ସେ ନିଜ ବୋଡି ବନାଇଥିଲେ ଏବଂ ନିଜ ସ୍ଵରକୁ ମଧ୍ୟ ପରିବର୍ତ୍ତିତ କରିଥିଲେ । ଏହି ଶୋ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଏହାବ୍ୟତୀତ ସେ ଷ୍ଟାରପ୍ଲସର ଶୋ ‘ ଚନ୍ଦ୍ର ନନ୍ଦିନୀ ‘ରେ ରାଜା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଚରିତ୍ରରେ ଅଭିନୟ କରି ପ୍ରଶଂସାର ପାତ୍ର ହୋଇଥିଲେ ।

ରଜତଙ୍କ ପଛରେ ଝିଅମାନେ ପାଗଳ ଥିଲେ । କିନ୍ତୁ ୨୦୧୫ରେ ଛୋଟ ପରଦାର ଆକବର ସବୁ ଝିଅଙ୍କ ହୃଦୟ ସେତେବେଳେ ଭାଙ୍ଗିଦେଇଥିଲେ ଯେତେବେଳେ ସେ ନିଜ ଗାର୍ଲଫ୍ରେଣ୍ଡ ସୃଷ୍ଟି ନୟରଙ୍କୁ ବିବାହ କରିଥିଲେ । ରଜତ୍ ଏବଂ ସୃଷ୍ଟି ପାଖାପାଖି ଦୁଇ ବର୍ଷ ପରସ୍ପରକୁ ଡେଟ୍ କରିଥିଲେ । ଏହାପରେ ୩୦ ଜାନୁଆରୀ ୨୦୧୫ରେ ଉଦୟପୁରର ଜନାନା ମହଲରେ ରଜତ୍ ସୃଷ୍ଟିଙ୍କୁ ବିବାହ କରିଥିଲେ । ଏହି ବିବାହ ପାଇଁ ଜନାନା ମହଲକୁ ଚାରି ଦିନ ପାଇଁ ବୁକ୍ କରାଯାଇଥିଲା ।

ଏକ୍ସଟ୍ରା ମେରିଟାଲ ଅଫେୟାରର ଖବର ଆସିଥିଲା :-
୨୦୧୭ରେ ରଜତ୍ ଟୋକସଙ୍କ ନାମ ସେତେବେଳେ ପୁଣିଥରେ ଚର୍ଚ୍ଚାରେ ଆସିଥିଲା ଯେତେବେଳେ ତାଙ୍କ ନାମରେ ଏକ୍ସଟ୍ରା ମେରିଟାଲ ଅଫେୟାରର ଖବର ଆସିବାରେ ଲାଗିଥିଲା । ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଶୋ ସମୟରେ ନିଜର କୋ ଷ୍ଟାର ତନୁ ଖାନଙ୍କ ସହିତ ବଢ଼ିଥିବା ସମ୍ପର୍କ କାରଣରୁ ରଜତ ଚର୍ଚ୍ଚାରେ ଆସିଥିଲେ । ରିପୋର୍ଟ ଏହା ଦାବି କରାଯାଇଥିଲା ଯେ ରଜତ୍ ଏବଂ ତନୁ ସାଙ୍ଗରେ ଅଧିକ ସମୟ ବିତାଉଥିଲେ । କିନ୍ତୁ ରଜତ୍ ଏହିସବୁ ଖବରକୁ ମିଥ୍ୟା ବୋଲି କହିଥିଲେ ।

ସେ ଚାରୋଟି ଟ୍ଵିଟ୍ କରି ଲେଖିଥିଲେ ଯେ , ‘ ମୋ ପାଇଁ ସାଇବର ବୁଲିଙ୍ଗ ଭଳି କିଛି କଥା ନାହିଁ । କାହାରି ନେଗେଟିଭ ଖବର ଦ୍ଵାରା ଭାବନା ବାଧାପ୍ରାପ୍ତ ହୋଇଥାଏ ତେଣୁ ଏଥିରୁ ଦୂରେଇ ରହିବା ଉଚିତ । ମିଡିଆରେ କିଛି ମଧ୍ୟ ଖବର ଆସୁଛି । ମୁଁ ଖୁବ୍ ସହଜରେ ପ୍ରତିକ୍ରିୟା ଦେଇ ମାନହାନୀର କେସ୍ ଦେଇପାରିବି କିନ୍ତୁ ଏହାସବୁ ବ୍ୟର୍ଥ ଅଟେ । କାହାରି ମଧ୍ୟରେ ଏପରି କରିବାକୁ ସାମ୍ୟର୍ଥ ନାହିଁ ଯେ ସେ ମୋତେ ମୋ କାମ କରିବାରୁ ରୋକିପାରିବ । ‘