ନୀତୁ କପୂରଙ୍କ ଠାରୁ ଆରମ୍ଭ କରି ଆସିନଙ୍କ ପର୍ଯ୍ୟନ୍ତ କ୍ୟାରିଅରର ସଫଳତାରେ ପହଂଚିବା ସତ୍ୱେ ମଧ୍ୟ ଏହି ୫ ଜଣ ଅଭିନେତ୍ରୀ ବିବାହ କରି ଇଣ୍ଡଷ୍ଟ୍ରିକୁ କହି ଦେଇଛନ୍ତି ବିଦାୟ !

ନୀତୁ କପୂରଙ୍କ ଠାରୁ ଆରମ୍ଭ କରି ଆସିନଙ୍କ ପର୍ଯ୍ୟନ୍ତ କ୍ୟାରିଅରର ସଫଳତାରେ ପହଂଚିବା ସତ୍ୱେ ମଧ୍ୟ ଏହି ୫ ଜଣ ଅଭିନେତ୍ରୀ ବିବାହ କରି ଇଣ୍ଡଷ୍ଟ୍ରିକୁ କହି ଦେଇଛନ୍ତି ବିଦାୟ !

୨୦୧୮ରେ ବଲିଉଡ଼ରେ ଏପରି ଅନେକ ବିବାହ ହୋଇଛି ଯେଉଁଥିରେ ଅନେକ ଟୋପ୍ ଅଭିନେତ୍ରୀ ମାନେ ନିଜର ପାର୍ଟନରଙ୍କୁ ବିବାହ କରିଛନ୍ତି । କିନ୍ତୁ ବିବାହ ପରେ ସେହି ଅଭିନେତ୍ରୀ ମାନେ କେବଳ ଯେ ବଲିଉଡ଼ ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଯାଇଛନ୍ତି ତାହା ନୁହେଁ ବରଂ ଆହୁରି ଅନେକ ବଡ଼ ବଡ଼ ପ୍ରୋଜେକ୍ଟରେ ମଧ୍ୟ କାମ କରିଛନ୍ତି । କିନ୍ତୁ ଏହା ସବୁବେଳେ ହୋଇ ନଥାଏ ଯେ ବିବାହ ପରେ ମଧ୍ୟ ଅଭିନେତ୍ରୀ ମାନେ କାମ କରନ୍ତି । ବଲିଉଡ଼କୁ ଏହିପରି ଅନେକ ଅଭିନେତ୍ରୀ ଆସିଛନ୍ତି ଯେଉଁମାନେ ଅନେକ ହିଟ୍ ଫିଲ୍ମରେ କାମ କରିବା ସହିତ ନିଜର ସୌନ୍ଦର୍ଯ୍ୟ ଦ୍ଵାରା ଦର୍ଶକଙ୍କ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । କିନ୍ତୁ କ୍ୟାରିଅରର ସଫଳତାର ଶୀର୍ଷକୁ ଛୁଇଁବା ମାତ୍ରେ ହିଁ ଅନେକ ଅଭିନେତ୍ରୀ ଅଭିନୟ ଦୁନିଆକୁ ବିଦାୟ ଦେଇଛନ୍ତି । ଆଜି ଏହି ଅଭିନେତ୍ରୀ ମାନେ ନିଜ ସ୍ଵାମୀଙ୍କ ସହିତ ଜୀବନ ବିତାଉଛନ୍ତି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ଯାଇଛନ୍ତି । ତେଣୁ ଆସନ୍ତୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିନେବା ।

ସାୟରା ବାନୋ :-

newstrend

୭୦ ଦଶକର ମୋଡର୍ନ ଏବଂ ସୁନ୍ଦରୀ ଅଭିନେତ୍ରୀ ସାୟରା ବାନୋ ବଲିଉଡ଼ରେ ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟ ଦ୍ଵାରା ସମସ୍ତଙ୍କୁ ମୋହିତ କରିଥିଲେ । ନିଜର ଅଭିନୟ କାରଣରୁ ତାଙ୍କୁ ଅନେକ ହିଟ୍ ଫିଲ୍ମ ମିଳିବାରେ ଲାଗିଥିଲା ଏବଂ ସେ ଅନେକ ସୁପରହିଟ୍ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସାୟରା ବାନୋ ‘ ପଡୋସନ୍ ‘, ‘ ଜଙ୍ଗଲୀ ‘, ‘ ଝୁକ୍ ଗୟା ଆସମାନ୍ ‘, ‘ ପୂରବ ପଶ୍ଚିମ ‘ ଭଳି ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ୨୨ ବର୍ଷ ବୟସରେ ସାୟରା ବାନୋ ଟ୍ରେଜେଡୀ କିଙ୍ଗ ଦିଲୀପ କୁମାରଙ୍କୁ ବିବାହ କରିଥିଲେ । ସେ ନିଜର ପୁରା ସମୟ ନିଜ ସ୍ଵାମୀଙ୍କୁ ଦିଅନ୍ତି ଏବଂ ତାଙ୍କର ଯତ୍ନ ନିଅନ୍ତି ।

ଭାଗ୍ୟଶ୍ରୀ :-

newstrend

‘ ମେନେ ପ୍ୟାର କିୟା ‘ ଠାରୁ ବଲିଉଡ଼ରେ ପାଦ ଦେଇଥିବା ଅଭିନେତ୍ରୀ ଭାଗ୍ୟଶ୍ରୀ ନିଜର ମନମୋହକ ହସ ଏବଂ ଜୀବନ୍ତ ଅଭିନୟ ଦ୍ଵାରା ଫ୍ୟାନଙ୍କ ମନକୁ କିଣି ନେଇଥିଲେ । ନିଜର ପ୍ରଥମ ଫିଲ୍ମ କାରଣରୁ ହିଁ ଭାଗ୍ୟଶ୍ରୀ ରାତାରାତି ଷ୍ଟାର ହୋଇ ଯାଇଥିଲେ । ଏପରିକି ଲୋକମାନେ ଏହା ଭାବୁଥିଲେ ଯେ ଯଦିଓ ସଲମାନଙ୍କ କ୍ୟାରିଅର ଚାଲିବ କିନ୍ତୁ ଭାଗ୍ୟଶ୍ରୀ ନିଶ୍ଚିତ ଭାବରେ ଜଣେ ଟୋପ୍ ହିରୋଇନ ହେବେ । ପୁଣି ୧୯ ବର୍ଷ ବୟସରେ ଭାଗ୍ୟଶ୍ରୀ ନିର୍ମାତା ହିମାଲୟ ଦାସାନୀଙ୍କୁ ବିବାହ କରିଥିଲେ । ଭାଗ୍ୟଶ୍ରୀ ଏହାପରେ କିଛି ଫିଲ୍ମରେ କାମ କରିଥିଲେ କିନ୍ତୁ ତାହା ସବୁ ଫ୍ଲୋପ୍ ହୋଇ ଯାଇଥିଲା ।

ନୀତୁ ସିଂହ :-

newstrend

୭୦ ଦଶକରେ ନୀତୁ ସିଂହଙ୍କ ଅଭିନୟର ଖୁବ୍ ପ୍ରଶଂସା ଥିଲା । ରିଷି କପୂରଙ୍କ ସହିତ ନୀତୁଙ୍କ ଯୋଡ଼ି ପରଫେକ୍ଟ ଲାଗୁଥିଲା । ନୀତୁ ନିଜ ଫିଲ୍ମ କ୍ୟାରିଅର ମଧ୍ୟରେ ପାଖାପାଖି ୨୦ଟି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ବିବାହ ପରେ ଯେଉଁଠି ରିଷି ଫିଲ୍ମରେ କାର୍ଯ୍ୟରତ ଥିଲେ ସେଠାରେ ନୀତୁ ପରିବାର ପାଇଁ ବଡ଼ ପରଦାକୁ ବିଦାୟ ଦେଇଥିଲେ । ୧୭ ବର୍ଷ ପରେ ନୀତୁ ଫିଲ୍ମକୁ ଫେରିଥିଲେ କିନ୍ତୁ ସେତେ ପର୍ଯ୍ୟନ୍ତ ପରିସ୍ଥିତି ବଦଳି ଯାଇଥିଲା ।

ଫରାହ ନାଜ୍ :-

newstrend

ଅଭିନେତ୍ରୀ ଫରାହ ନାଜଙ୍କ ଲୋକପ୍ରିୟତା ଏବଂ ଅଭିନୟର ପ୍ରଶଂସା ସେତେବେଳେ ଅଧିକ ରହିଥିଲା । ଫ୍ୟାନ୍ ମାନଙ୍କୁ ତାଙ୍କ ସୌନ୍ଦର୍ଯ୍ୟ ବ୍ୟତୀତ ତାଙ୍କ ଅଭିନୟ ମଧ୍ୟ ପସନ୍ଦ ଆସୁଥିଲା । ଫରାହ ନାଜ୍ ୨୮ ବର୍ଷ ବୟସରେ ଅଭିନେତା ବିନ୍ଦୁ ସିଂହଙ୍କୁ ବିବାହ କରିଥିଲେ ଏବଂ ବଡ଼ ପରଦା ଠାରୁ ବିଦାୟ ନେଇଥିଲେ । ଅନେକ ବର୍ଷ ପରେ ଫରାହ ନାଜ୍ ପୁଣିଥରେ ବଲିଉଡ଼କୁ ଫେରି ଆସିଥିଲେ କିନ୍ତୁ ଏହାପରେ ତାଙ୍କୁ ଏତେ ଖାସ୍ ସଫଳତା ମିଳି ପାରିନଥିଲା । ଫରାହ ନାଜ୍ ଶେଷଥର ପାଇଁ ୨୦୦୫ରେ ଆସିଥିବା ପାଇଁ ‘ ଶିଖର ‘ରେ ନଜର ଆସିଥିଲେ ।

ଆସିନ୍ :-

newstrend

ଫିଲ୍ମ ‘ ଗଜନୀ ‘ର ସଫଳତା ରାତାରାତି ଆସିନଙ୍କୁ ଜଣେ ବଡ଼ ଷ୍ଟାର ବନାଇ ଦେଇଥିଲା । ତାଙ୍କ ଲୁକ୍ ସହିତ ତାଙ୍କ ଅଭିନୟ ମଧ୍ୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଏହା ବ୍ୟତୀତ ଫିଲ୍ମ ‘ ରେଡ୍ଡୀ ‘ ଏବଂ ‘ ହାଉସଫୁଲ ୨ ‘ରେ ମଧ୍ୟ ଆସିନ୍ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ । ଆସିନ ୨୦୧୬ରେ ମାଇକ୍ରୋମେକ୍ସର କୋ – ଫାଉଣ୍ଡର ରାହୁଲ ଶର୍ମାଙ୍କୁ ବିବାହ କରିଥିଲେ ଏବଂ ପରଦାକୁ ବିଦାୟ ଦେଇଥିଲେ । ଆସିନ୍ ସୋସିଆଲ ମିଡ଼ିଆରେ ପ୍ରାୟ ଆକ୍ଟିଭ ରହନ୍ତି ଏବଂ ନିଜର କ୍ୟୁଟ୍ ଝିଅର ଫୋଟ ସେୟାର କରିଥାନ୍ତି ଯାହା ଫ୍ୟାନ୍ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ।

Leave a Reply

Your email address will not be published. Required fields are marked *